ପୁରୀ: କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ରଙ୍କ ମାମୁ କିଏ? ପ୍ରଥମାଷ୍ଟମୀରେ ଉଠିଛି ଏଭଳି ଅଜଣା ପ୍ରଶ୍ନ। ତେବେ ନିଆଳିର ମାଧବାନନ୍ଦ ଜୀଉଙ୍କୁ ମହାପ୍ରଭୁଙ୍କ ମାମୁ ବୋଲି ଦର୍ଶାଇ ସେଠୁ ଆସିଥିବା ଭାରକୁ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିବା ପରେ ବିବାଦ ତେଜିଛି। ଏମିତିକି ମାଧବାନନ୍ଦଜୀଉ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏନେଇ ପ୍ରାଚୀ ଓ ମଙ୍ଗଳା ପୁରାଣର ଉଦାହରଣ ଦିଆଯାଇଥିବା ବେଳେ ଶ୍ରୀମନ୍ଦିର ନୀତି ପ୍ରଶାସକ କିନ୍ତୁ ଏସଂପର୍କିତ କୌଣସି ଠୋସ୍ […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଖବର ଶିରୋନାମାରେ ଖବରଦାତା। କୌଣସି ଭଲ ଖବର ପାଇଁ ନୁହେଁ, ବରଂ ଜଣେ ମାଆ ଓ ବିବାହିତା ଝିଅଙ୍କୁ ୪୦ ଦିନ ନିଜ ଘରେ ବନ୍ଦୀ ରଖି ନିର୍ଯାତନା ଦେଉଥିବା ଭଳି ଅଭିଯୋଗ ପାଇଁ ଆଜି ଚର୍ଚ୍ଚାରେ ଅଛନ୍ତି ଖବରଦାତା ଅଶୋକ ମାହାନ୍ତି। ଏଭଳି ସଙ୍ଗୀନ ଅଭିଯୋଗ ସିଲ୍ଭରସିଟି ରାଉରକେଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଖବରଦାତା ଅଶୋକ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ […]
ବାଙ୍କୀ(ସଞ୍ଜୀପ ନାୟକ): ନବବଧୂଙ୍କୁ ଘରେ ନିସ୍ତୁକ ପିଟିଲେ। ଆଉ ତା’ପରେ ଚୁଟି ଧରି ଘୂଷାରି ଘୂଷାରି ଆଣି ରାସ୍ତାରେ ଫିଙ୍ଗିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ଚକାପଦା ଗାଁରେ। ଯୌତୁକ ପାଇଁ ଏମିତି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ବର୍ଷେ ତଳେ ସୁଚିତ୍ରା ସାହୁଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ ପ୍ରମୋଦ ସାହୁ। ବିବାହ ସମୟରେ ଦାବି ମୁତାବକ ଯୌତକ ଦିଆଯାଇଥିଲା। ପରେ ସେମାନଙ୍କ ସାଂସାରିକ ରଥ ଠିକ୍ଠାକ୍ ଚାଲିଥିଲା। […]
ଭୁବନେଶ୍ୱର: ଉପଯୁକ୍ତମାତ୍ରାରେ ସ୍ଥାନର ଅଭାବ ଯୋଗୁ ଭୁବନେଶ୍ୱର ବିମାନବନ୍ଦରର ସଂପ୍ରସାରଣ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ତିନିଟି ସ୍ଥାନ ବଛାଯାଇଥିଲେ ମଧ୍ୟ ତାହା ପର୍ଯ୍ୟପ୍ତ ନୁହେଁ। ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ। ତେଣୁ ଏଥିପାଇଁ ଚତୁର୍ଥ ସ୍ଥାନ ସ୍ଥିର କରାଯାଉଛି ବୋଲି ଶ୍ରୀ ପୁରୀ କହିଛନ୍ତି। ସାଧାରଣତଃ ଗୋଟିଏ ବିମାନ ବନ୍ଦରର ୧୫୦ କିଲୋମିଟର ପରିଧି ମଧ୍ୟରେ ନୂଆ ଗ୍ରୀନ୍ […]
ପୁରୀ: ଶ୍ରୀମନ୍ଦିର ସହ ନିଆଳି ମାଧବାନନ୍ଦ ମନ୍ଦିର ସହ କୌଣସି ସମ୍ପର୍କ ଥିବା ତଥ୍ୟ, ପ୍ରମାଣ ନାହିଁ। ଶ୍ରଦ୍ଧାଳୁ ଭଳି ଦାନ କରିଛନ୍ତି ଯାହାକୁ ଗ୍ରହଣ କରାଯାଇଛି। ଆଜି ଏନେଇ ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ। ନିଆଳି ମାଧବାନନ୍ଦ ଶ୍ରୀଜିଉଙ୍କ ମାମୁ ବୋଲି ଚର୍ଚ୍ଚା ହେବା ପରେ ଏହାକୁ ନେଇ ସ୍ପଷ୍ଟୀକରଣ ରଖାଯାଇଛି। ମାମୁ ବୋଲି କୌଣସି ଠୋସ୍ ତଥ୍ୟ ନାହିଁ। କିଛି ବର୍ଷ ପୂର୍ବରୁ ମନ୍ଦିରକୁ ଭାର ଆସୁଥିବା ଦାବି ହୋଇଥିଲା। […]
ଭୁବନେଶ୍ୱର: ଚାଷୀଙ୍କଠୁ ଧାନ କିଣିବା ପାଇଁ ପ୍ରଚଳିତ ଟୋକନ ବ୍ୟବସ୍ଥା ଅଛି ଏବଂ ଆଗକୁ ମଧ୍ୟ ରହିବ। ଏହା ଏକ ନୂଆ ବ୍ୟବସ୍ଥା ଲାଗୁ ହୋଇଛି। ତେଣୁ ଚାଷୀ ସହଯୋଗ କରନ୍ତୁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସ୍ୱଚ୍ଛ ଓ ନିର୍ମଳ ଭାବେ ଧାନ କିଣା ହେବାର ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଚାଷୀମାନେ ଧାନର ଉଚିତ୍ ମୂଲ୍ୟ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି। କୌଣସି ଜାଗାରେ ଅସୁବିଧା ଥିଲେ ଚାଷୀ […]
ଖଲ୍ଲିକୋଟ : ମୋବାଇଲ ବ୍ୟାଟେରୀ ଫାଟି ୨ ଭାଇ ଗୁରୁତର। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ନାଇକାଣିପାଲ୍ଲୀ ଗାଁରେ ଘଟିଛି ଏହି ଅଘଟଣ। ଆଜି ଗାଁର ବସନ୍ତ ସ୍ୱାଇଁଙ୍କ ଦୁଇ ପୁଅ ମୋବାଇଲ ବ୍ୟାଟେରୀ ନେଇ ଘରେ ଖେଳୁଥିବା ବେଳେ ହଠାତ୍ ଏହା ଫାଟି ଯାଇଥିଲା। ଫଳରେ ଦୁଇ ଭାଇଙ୍କ ହାତ, ଗୋଡ ସହ ଶରୀରର ବିଭିନ୍ନ ଅଂଶରେ ଗୁରୁତର ଆଘାତ ଲାଗିଥିଲା। ପରିବାର ଲୋକେ ପ୍ରଥମେ ଦୁଇ ଭାଇଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି […]
ଉମରକୋଟ: ମାଟି ଖୋଳୁ ଖୋଳୁ ବାହାରିଲେ ମହାଦେବ। ଏହି ଲୋକକଥା ଆଜି ସତ ହେଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ନାଙ୍ଗରାଡଙ୍ଗରୀ ଗାଁରେ ଘଟିଛି ଏଭଳି ଘଟଣା। ଗାଁ ଲୋକଙ୍କ କହିବାନୁଯାୟୀ, ଗାଁର ଦଶମୁ ଭତ୍ରା କନ୍ଦା ଖୋଳୁ ଖୋଳୁ ଶିବ ଲିଙ୍ଗ ଦେଖିବାକୁ ପାଇଥିଲେ। ଏନେଇ ସେ ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ସମସ୍ତେ ମିଶି ଖୋଳିବା ପରେ ଶିବଲିଙ୍ଗ ବାହାରିଥିଲା। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଉକ୍ତ ସ୍ଥାନରେ ପୂଜାର୍ଚ୍ଚନା […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ଫାଇଭ-ଟି’ କାର୍ଯ୍ୟକ୍ରମରେ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ସାମିଲ ହୋଇଛି। ଆସନ୍ତା ଏପ୍ରିଲ ପହିଲାରୁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପାଇଁ ଆବଶ୍ୟକ ସମସ୍ତ ପ୍ରକ୍ରିୟା ଅନଲାଇନରେ ସମ୍ପାଦନ ହେବ । ବିଭିନ୍ନ ବାସଗୃହ ଓ କୋଠା ପାଇଁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ହାସଲ ନିମନ୍ତେ ଆଉ ଅଗ୍ନିଶମ ସେବା ନିର୍ଦ୍ଦେଶାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ । ବିଭାଗୀୟ କ୍ଷେତ୍ରୀୟ କର୍ମଚାରୀମାନେ ଏଥିପାଇଁ ଆବଶ୍ୟକ ଅନୁମୋଦନ ଓ ପ୍ରମାଣପତ୍ର ଦେଇପାରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ […]
ଭୁବନେଶ୍ୱର: ରାଜ୍ୟସଭାରେ ବିଜେଡିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ପରେ ଓଡ଼ିଶା ବିଧାନସଭାରେ ତାର ପ୍ରଭାବ ଦେଖିବାକୁ ମିଳିଛି। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏହାକୁ ନେଇ ବିଜେପିକୁ ଛିଗୁଲାଇ ଥିଲେ। କହିଥିଲେ, ପ୍ରଧାନମନ୍ତ୍ରୀ ବିଜେଡିକୁ ପ୍ରଂଶସା କଲେ, କିନ୍ତୁ ଏଠି ବାଚସ୍ପତି, ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ଦେଲେନି। ଗତକାଲି ଗୃହ ଚଳାଇ ଦେବୁନି ବୋଲି କହୁଥିଲେ, ଆଜି କିନ୍ତୁ ସୁନାପିଲା ହୋଇ ବସିଛନ୍ତି। ଗୃହ ବାହାରେ ଉଭୟ ବିଜେପି […]
ଭୁବନେଶ୍ୱର: କେତେ ସୁରକ୍ଷିତ ଉତ୍କଳୀୟ କାରିଗରଙ୍କ ଉତ୍କର୍ଷତା ବହନ କରୁଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର? ଏହାର ମରାମତି ଓ ସଂରକ୍ଷଣକୁ ନେଇ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ଅସନ୍ତୋଷ ପ୍ରକାଶ କରିବା ପରେ, ଦାୟିତ୍ୱରେ ଥିବା ASIର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ହାଇକୋର୍ଟ ASIକୁ ଜବାବ ତଲବ କରିବା ସହ ଆସନ୍ତା ମାସକୁ ପରବର୍ତ୍ତୀ ଶୁଣାଣି ତାରିଖ ଧାର୍ଯ୍ୟ କରିଛନ୍ତି। ବିଶ୍ୱ ଐତିହ୍ୟ କୋଣାର୍କର ମରାମତି ଓ ସଂରକ୍ଷଣ କାମ ସନ୍ତୋଷଜନକ […]
ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ତମାନପଲ୍ଲୀ ପରେ ଏବେ କାଟନପାଲି ଗାଁରେ ଅଜଣା ରୋଗର ଆତଙ୍କ। ୨୨ରୁ ୨୫ଜଣ ଶିଶୁ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଥଣ୍ଡା କାଶ ପରେ ଜ୍ୱର ହୋଇ ଗୁରୁତର ହେବା ପରେ ଆମ୍ବୁଲାନ୍ସ ଯୋଗେ ଶିଶୁମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ଶିଶୁମାନଙ୍କୁ କାଲିମେଳା ଚିକିତ୍ସା ପାଇଁ ପଠାଯିବ। ଗତ ୫ଦିନ ହେବ କୋରାପୁଟରୁ ଏକ ଡାକ୍ତରୀଟିମ୍ କାଲିମେଳାରେ ରହି ସ୍ଥିତି ଅନୁଧ୍ୟାନ କରୁଛି। ଶିଶୁମାନଙ୍କ ବୟସ ପ୍ରାୟ ୫ […]
ପୁରୀ: ଶ୍ରୀମନ୍ଦିରକୁ ଗଲା ପୋଢୁଆଁ ଭାର। ଆସନ୍ତାକାଲି ପବିତ୍ର ପ୍ରଥମାଷ୍ଟମୀରେ ପୋଢ଼ୁଆଁ ହେବେ ପ୍ରଭୁ ବଳଭଦ୍ର। ଏଥିପାଇଁ ଆଜି ନିଆଳି ପ୍ରାଚୀନଦୀ ତଟ ମାଧବାନନ୍ଦ ମନ୍ଦିରରୁ ଶ୍ରୀମନ୍ଦିରକୁ ପୋଢ଼ୁଆଁ ଭାର ଯାଇଛି। ବିଶ୍ୱାସ ରହିଛି ମାଧବାନନ୍ଦ ମନ୍ଦିର ହେଉଛି ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ମାମୁଘର। ଏନେଇ ନିର୍ଦ୍ଦିଷ୍ଟ ଭାବେ କୌଣସି ପୌରାଣିକ ପ୍ରମାଣ ନଥିଲେ ମଧ୍ୟ ଲୋକ ବିଶ୍ୱାସରୁ କାହିଁ କେଉଁ କାଳରୁ ପୋଢୁଆଁ ଭାର ଯାଉଥିଲା। ଏଇ ପରମ୍ପରାକୁ ପୁନର୍ଜୀବିତ ରଖିବା […]
ଭୁବନେଶ୍ୱର: ରାଜ୍ୟରେ ୧୯ଟି ନଦୀର ଜଳ ପ୍ରଦୂଷିତ। ଏପରିକି ମହାନଦୀର ଜଳ ପୂରା ସମ୍ବଲପୁରଠାରୁ ପାରାଦୀପ ପର୍ଯ୍ୟନ୍ତ ପ୍ରଦୂଷିତ ହୋଇ ପଡ଼ିଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ ଜଣାଇଛନ୍ତି। ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। କାଠଯୋଡି, ବୁଢାବଳଙ୍ଗ, ଋଷିକୂଲ୍ୟା, ଗଂଗୁଆ, ଦୟା, ବ୍ରାହ୍ମଣୀ, ନାଗାବଳି, କୁଆଖାଇ ଓ ଲୁଣା ନଦୀର ଜଳ ମଧ୍ୟ ପ୍ରଦୂଷିତ ହୋଇଛି। ଏହି ନଦୀଗୁଡ଼ିକର ନିକଟରେ ଥିବା […]
ଭୁବନେଶ୍ୱର: ଟୋକନ ବ୍ୟବସ୍ଥାକୁ ନେଇ ଚାଷୀଙ୍କ ବିକ୍ଷୋଭ ପରେ ବି ଏହି ବ୍ୟବସ୍ଥା ଚାଷୀଙ୍କ ହିତରେ ବୋଲି କହିଛନ୍ତି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏଥିସହିତ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଠିକ୍ ଚାଲିଛି ବୋଲି ଆଜି ବିଧାନସଭାରେ ବିରୋଧୀଙ୍କ ପକ୍ଷରୁ ଆଗତ ଧାନ କିଣାରେ ସରକାର ସଂପୂର୍ଣ୍ଣ ବିଫଳ ଶୀର୍ଷକ ମୁଲତବୀ ନୋଟିସ୍ ଉପରେ ଆଲୋଚନା ବେଳେ ଏହା କହିଛନ୍ତି ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ଚଳିତବର୍ଷ ପ୍ରଥମ ଥର ପାଇଁ […]
ଭୁବନେଶ୍ୱର: ସରକାରୀ ଡକ୍ୟୁମେଣ୍ଟରେ ଗାନ୍ଧିଙ୍କ ମୃତ୍ୟୁ ସମ୍ପର୍କିତ ଭୁଲ୍ ତଥ୍ୟକୁ ନେଇ ପ୍ରବଳ ହଟ୍ଟଗୋଳ ହେବା ପରେ ଏ ପ୍ରସଙ୍ଗରେ ଗୃହରେ ବିବୃତି ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ପୁସ୍ତକରେ ହୋଇଥିବା ତ୍ରୁଟି ଅନିଚ୍ଛାକୃତ ବୋଲି ଦର୍ଶାଇବା ସହ ପିଲାମାନଙ୍କୁ କୌଣସି ଭୁଲ୍ ତଥ୍ୟ ଦେବା କିମ୍ବା ଘଟଣାକୁ ପରିବର୍ତ୍ତନ କରି ଦର୍ଶାଇବା ଉଦ୍ଦେଶ୍ୟ ନଥିଲା ବୋଲି ସମୀର ଦାଶ କହିଛନ୍ତି। ଏଥିସହିତ ଗାନ୍ଧିଜୀଙ୍କ ସଂପର୍କରେ ଭୁଲ୍ ତଥ୍ୟ ସମ୍ବଳିତ ସମସ୍ତ ପୁସ୍ତିକା ନଷ୍ଟ କରିବାକୁ […]
ଭୁବନେଶ୍ୱର: ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂହ। ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ଭୁଶୁଡ଼ି ଯାଇଥିବା ଅଭିଯୋଗ କରି ବିଜେଡିକୁ ତୀବ୍ର ସମାଲୋଚନା କରିଛି ବିଜେପି। ଓଡ଼ିଶାରେ ମହିଳାଙ୍କ ପ୍ରତି ଦିନକୁ ଦିନ ଅତ୍ୟାଚାର ବଢ଼ିବାରେ ଲାଗିଛି। ରାଜ୍ୟ ସରକାର କେବଳ ବିବୃତି ଦେଉଛନ୍ତି, କାର୍ଯ୍ୟାନୁଷ୍ଠାନ ଶୂନ ବୋଲି କହିଛନ୍ତି ଅରୁଣ। ଅନ୍ୟପଟେ ରାଫେଲ ଜେଟ୍ ପ୍ରସଙ୍ଗରେ କଂଗ୍ରେସ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅରୁଣ। ଆସନ୍ତାକାଲି କଂଗ୍ରେସ ବିରୋଧରେ ବିଜେପି […]
ଭୁବନେଶ୍ୱର: ସ୍ମିତାରାଣୀ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଅଡ଼ି ବସିଛି ବିଜେପି। ସିବିଆଇ ତଦନ୍ତ କରି ଘଟଣାରେ ପ୍ରକୃତ ଦୋଷୀକୁ ଦଣ୍ଡ ଦେବାକୁ ଦଳ ଦାବି କରିଛି। ବିଧାନସଭାରେ ଆଜି ଦଳର ବିଧାୟକମାନେ କଳାପଟି ବାନ୍ଧି ପ୍ରତିବାଦ କରିଥିଲେ। ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକରେ ମଧ୍ୟ ସେମାନେ କହିବାକୁ ସୁଯୋଗ ଯୋଗ ଦେଇନାହାନ୍ତି। ଗୃହରେ କହିବାର ସୁଯୋଗ ଦିଆଯାଇ ନଥିବାରୁ ତାର ପ୍ରତିବାଦ କରାଯାଇଥିବା କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ସ୍ମିତାରାଣୀ ପ୍ରସଙ୍ଗରେ ବିଧାନସଭାରେ […]
ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ବିଭ୍ରାନ୍ତିକର ତଥ୍ୟ ଦିଆଯାଇଛି, ତା ଉପରେ ବିବୃତି ରଖିବାକୁ ଗଣଶିକ୍ଷା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି। ଏହି ପ୍ରସଙ୍ଗରେ ଗୃହରେ ଆଜି ସରଗରମ ଆଲୋଚନା ହୋଇଥିଲା। ପ୍ରଥମେ ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କଟାକ୍ଷ କରି କହିଥିଲେ, ରାଜ୍ୟ ସରକାର ଗାନ୍ଧିଜୀଙ୍କ ମୃତ୍ୟୁ ଏକ ଆକସ୍ମିକ ଘଟଣା କହୁଛନ୍ତି। କେତେକ ଗାନ୍ଧିଜୀଙ୍କ ହତ୍ୟାକାରୀ ନାଥୁରାମ […]
ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକୁ ନେଇ ରାଜ୍ୟ ସରକାରଙ୍କର ଡକ୍ୟୁମେଣ୍ଟରେ ବିଭ୍ରାନ୍ତିକର ତଥ୍ୟ ଦିଆଯାଇଥିବାରୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଆମ ବାପୁଜୀ ଏକ ଝଲକ ନାଁରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଏକ ପ୍ରଚାର ପତ୍ର ପ୍ରକାଶ ପାଇଥିଲା। ଏଥିରେ ଗାନ୍ଧିଜୀଙ୍କ ପୂରା ଜୀବନ ଉପରେ ତଥ୍ୟ ରହିଛି। କିନ୍ତୁ ଦୁର୍ଭାଗ୍ୟର କଥା ହେଲା, ଏହି ପ୍ରଚାର […]
ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ହେଉଛି ୧୮ତମ ଆନ୍ତର୍ଜାତିକ “ଅଞ୍ଜଳି ଚିଲଡ୍ରେନ୍ ଆଣ୍ଡ୍ ୟୁଥ୍ ଫେଷ୍ଟିଭାଲ”। ବିଭିନ୍ନ ରାଜ୍ୟ ସହ ବାଂଲାଦେଶରୁ ଆସିଥିବା ପ୍ରତିନିଧି ଏହି ମହୋତ୍ସବରେ ଯୋଗ ଦେଇଛନ୍ତି। ଦେଶ ବିଦେଶର ଦିବ୍ୟାଙ୍ଗ ଶିଶୁ ଓ ଯୁବବର୍ଗଙ୍କୁ ନେଇ ଏହି ମହୋତ୍ସବର ଆୟୋଜନ କରାଯାଇଛି। ସ୍ୱାଭିମାନ ଅନୁଷ୍ଠାନ ପକ୍ଷରୁ ଏହି ମହୋତ୍ସବର ଆୟୋଜନ ହୋଇଛି। ଉତ୍ସବର ଆୟୋଜନ ଅବସରରେ ଭୁବନେଶ୍ୱରସ୍ଥିତ ଓଟିଭି ଅଫିସ୍ ପରିଦର୍ଶନରେ ଆସିଥିଲେ ଅଞ୍ଜଳି ମହୋତ୍ସବର ଏକ ଟିମ୍। ଏଥିରେ ମଧ୍ୟପ୍ରଦେଶ, ତ୍ରିପୁରା, ନାଗାଲାଣ୍ଡ, […]
ଭୁବନେଶ୍ୱର: ‘ମୋ ସ୍କୁଲକୁ’ ପୂରିଛି ଦୁଇ ବର୍ଷ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ମୋ ସ୍କୁଲ୍’ ମୋବାଇଲ୍ ଆପ୍ ଉନ୍ମୋଚନ କରିଛନ୍ତି। ଲୋକସେବା ଭବନରେ ଆଜି ଏହି ଆପ୍ ଉନ୍ମୋଚନ କାର୍ଯ୍ୟକ୍ରମ ହୋଇଛି। ଏହି ଆପ୍ ଦ୍ୱାରା ପୁରାତନ ଛାତ୍ରଛାତ୍ରୀ, ଅନୁଷ୍ଠାନ ଓ ସଂସ୍ଥା ବିଦ୍ୟାଳୟ ସହ ଯୋଡ଼ି ହୋଇପାରିବେ। ଯାହାଦ୍ୱାରା ସ୍କୁଲକୁ ଅଧିକରୁ ଅଧିକ ଅନୁଦାନ ମିଳିପାରିବ ବୋଲି ଏପରି ଆପ୍କୁ ବାହାର କରାଯାଇଛି। ଏହି ଅବସରରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ […]
ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଧରାପଡ଼ିଲା ପ୍ରାୟ ଅଧ କୋଟି ଟଙ୍କାର ସୁନା। ମାଲେସିଆର ରାଜଧାନୀ କ୍ୱାଲାଲମ୍ପୁରରୁ ଆସିଥିବା ଜଣେ ଯାତ୍ରୀଙ୍କଠାରୁ ଏତେ ପରିମାଣର ସୁନା ଜବତ କରିଛି କଷ୍ଟମ୍ସ ବିଭାଗ। ଜବତ ସୁନାର ଓଜନ ୧ କେଜି ୩ ଶହ ଗ୍ରାମ୍ ହେବ। କେରଳ କୋଝିକଡ଼ର ଜଣେ ବ୍ୟକ୍ତି ସୁନାକୁ ପାଉଡ଼ରରେ ପରିଣତ କରି ଏହାକୁ ନିଜ ଶରୀରରେ ଲୁଚାଇ ଆଣୁଥିବା ବେଳେ ଚେକିଂ ବେଳେ ଧରା ପଡ଼ିଛନ୍ତି। ପୂର୍ବରୁ ମଧ୍ୟ ଭିନ୍ନ ଭିନ୍ନ ଢଙ୍ଗରେ […]
ଭୁବନେଶ୍ୱର: ଅପରାଧ ଡାଏରୀ ରାଜଧାନୀ ଭୁବନେଶ୍ୱର ସହରକୁ ଅପରାଧ ଓ ନିଶା ମୁକ୍ତ କରିବା ପାଇଁ କମିଶରେଟ୍ର ସ୍ୱତନ୍ତ୍ର ଟିମ୍ ଚଢ଼ଉ କରୁଛି। ଏପରିକି ଡ୍ରଗ୍ସ ବେପାରୀଙ୍କୁ ଧରିବା ସହିତ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍କାଉଣ୍ଟର କରୁଛି। ଯେଉଁ ପୁଲିସ ସହରରେ ଅପରାଧ ନିୟନ୍ତ୍ରଣ କରୁଛି, ଆଜି ସେହି ପୁଲିସର ଖାକିରେ ଲାଗିଛି କଳଙ୍କର ଦାଗ। ବ୍ରାଉନ୍ ସୁଗର ବିକ୍ରି କରିବା ଅଭିଯୋଗରେ କନ୍ଷ୍ଟେବଲ୍ ଜାନକୀ ବହ୍ଲଭ ଭରିମଲ୍ଙ୍କୁ କମିଶନରେଟ୍ ପୁଲିସ ନୟାପଲ୍ଲୀ ଅଞ୍ଚଳରୁ ଗିରଫ କରିଛି। ଦେଖିବାକୁ ଗଲେ […]