ବାଲେଶ୍ୱର: ବାଲେଶ୍ୱର ଖନ୍ତାପଡ଼ା ଥାନା ଅନ୍ତର୍ଗତ ପଣପଣାରେ ଥିବା ଫାଲକନ୍ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍ ମାମଲାରେ ଗିରଫ ହୋଇଛନ୍ତି ଫ୍ୟାକ୍ଟ୍ରିର ୭ ଅଧିକାରୀ। ଫ୍ୟାକ୍ଟ୍ରିର ଜିଏମ୍, ପ୍ରଡକ୍ସନ ମ୍ୟାନେଜର, ଏଚ୍ଆର୍ ମ୍ୟାନେଜର, ସିଫ୍ଟ ଇନ୍ଚାର୍ଜ, ସେଫ୍ଟି ମ୍ୟାନେଜର୍ ଏବଂ ୨ ସୁପରଭାଇଜରଙ୍କୁ ଗିରଫ କରାଯାଇଛି। କେଉଁ କାରଣରୁ ଗ୍ୟାସ୍ ଲିକ୍ ହେଲା ସେ ନେଇ ତଦନ୍ତ ହେବ ବୋଲି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ […]
ଭୁବନେଶ୍ୱର: ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ଦେଇଥିବା ଉତ୍ତର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ସ୍ମିତାଙ୍କ ବାପା ସଦାନନ୍ଦ ବିଶ୍ୱାଳ। OTVକୁ ପ୍ରତିକ୍ରିୟା ଦେଇ ସଦାନନ୍ଦ ବିଶ୍ୱାଳ କହିଛନ୍ତି ଯେ, ମୋ ଜୀବନ ପ୍ରତି ବିପଦ ଅଛି, ମୋତେ ବି ମାରିଦେବେ। ଗୃହ ମନ୍ତ୍ରୀ ନିଜେ ଯଦି ଏକଥା କହିବେ ମୁଁ ଆଉ କାହାକୁ କହିବି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଏଠାକୁ ଆସିଛନ୍ତି ନା ମୋତେ କିଛି ପଚାରିଛନ୍ତି। ତାଙ୍କର ପାୱାର […]
ସୋର : ଚିଙ୍ଗୁଡ଼ି ପ୍ରୋସେସିଂ ଫ୍ୟାକ୍ଟ୍ରିରେ ଅଘଟଣ ଘଟିଛି। ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ୧୦୦ ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦ରୁ ଅଧିକ ଜଣ ଗୁରୁତର ଅଛନ୍ତି। ଏମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଓ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଦ୍ୱାରା ଏମାନଙ୍କ ଚିକିତ୍ସା ଚାଲିଛି। ଅବଶିଷ୍ଟ ଅସୁସ୍ଥଙ୍କ ଖନ୍ତାପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଡାକ୍ତରଖାନାରେ ମାତ୍ର ଜଣେ ଡାକ୍ତର ଓ ଜଣେ ନର୍ସ ଥିବା ସୂଚନା। ଗୁରୁତରମାନେ […]
ରାଉରକେଲା: କଥାରେ ଅଛି ଦୁଃଖେ ଅର୍ଜିତ ଯେତେ ଧନ ସେ ନୁହେଁ ଶୁଖେ ପ୍ରୟୋଜନ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଉରକେଲାରେ। ଏଠି ଜଣେ ବୃଦ୍ଧାଙ୍କ ଜୀବନ ଜୀବନ ଯାକର ସବୁତକ ସଞ୍ଚିତ ଟଙ୍କା ଉଇ ଖାଇଗଲା। ତାପୁଣି ଜଣେ ଭିକମାଗି ଚଳୁଥିବା ଜଣେ ବୃଦ୍ଧାଙ୍କର। ରାଉରକେଲା ଟେଲିଫୋନ ବସ୍ତିରେ ରହୁଥିବା ବୁଧିନୀ ନାଏକ ଭିକ୍ଷା ମାଗି ଜମା କରିଥିବା ପ୍ରାୟ ୧୫ ରୁ ୨୦ ହଜାର ଟଙ୍କାର ନୋଟ୍ ଉଇ ପେଟରେ ଯିବା ପରେ […]
ଭୁବନେଶ୍ୱର: ଓଡ଼ିଶା ବିଧାନସଭାରରେ ଆଜି ଉଠିଛି ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣା। ଶୀତ ଅଧିବେଶନର ପ୍ରଥମ ଦିନରେ ଆକ୍ରମକ ମୁଦ୍ରାରେ ଥିଲେ ବିରୋଧୀ। ପ୍ରଶ୍ନକାଳ ବାତିଲ କରି ନାରୀ ନିର୍ଯାତନା ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରଥମେ ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ହେଲେ ବାଚସ୍ପତି ଅନୁମତି ନଦେବାରୁ ଆରମ୍ଭ ହୋଇଯାଇଥିଲା ହୋହାଲ୍ଲା। ଗୃହର ମଧ୍ୟଭାଗକୁ ମାଡ଼ି ଯାଇଥିଲେ କଂଗ୍ରେସ ବିଧାୟକ। ସେହିପରି ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ […]
ଭୁବନେଶ୍ୱର: ଅଧିକ ମଦ ଦୋକାନ ଖୋଲିବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଇଛି। ମଦ ଦୋକାନ ଖୋଲିବା ସହ ବିଭିନ୍ନ ମେଳା ମହୋତ୍ସବରେ ମଦ ବିକ୍ରି ପାଇଁ ଅସ୍ଥାୟୀ ଲାଇସେନ୍ସ ଦେବାକୁ ଅବକାରୀ ବିଭାଗ, ଜିଲ୍ଲାପାଳମାନଙ୍କୁ ଚିଠି ଲେଖିବାପରେ ଏହାକୁ ଜୋରାଦାର ବିରୋଧ କରିଛନ୍ତି ବିଜେପି ଓ କଂଗ୍ରେସ। ଏହାଦ୍ୱାରା ରାଜ୍ୟରେ ମଦ ବନ୍ୟା ହେବ ବୋଲି ଅଭିଯୋଗ ଆଣି ତୁରନ୍ତ ଏହି ଯୋଜନା ବନ୍ଦ କରିବାକୁ ଦାବି କରିଛନ୍ତି। ଯାହାକୁ ନେଇ […]
ଭୁବନେଶ୍ୱର: ରଙ୍ଗଶାଳା ଓ ପିଇଓ ସ୍ମିତାରାଣୀ ମୃତ୍ୟୁ ରହସ୍ୟର ଆଉ ଏକ ଗୁମର ସାମ୍ନାକୁ ଆସିଛି। ରଙ୍ଗଶାଳାର ସରକାରୀ ଦସ୍ତାବିଜ୍ ଖାତା ନମ୍ବର ୧୦୯ ପ୍ଲଟ୍ ନମ୍ବର ୨୯୦। ସମୁଦାୟ ଯାଗା ୪୩ ଡିସିମିଲ ସେଥିରୁ ୨୩ ଡିସିମିଲରେ ରଙ୍ଗଶାଳା ବନେଇ ଦଖଲରେ ଥିଲେ ରୂପେଶ ଭଦ୍ରଙ୍କ ଭାଇ ରାଜେଶ ଭଦ୍ର। ହେଲେ ସରକାରୀ ଯାଗାରେ କୋଠା ବନେଇଥିବା ସରକାରଙ୍କ ନଜରକୁ ଆସିବା ପରେ ୨୧ ମାର୍ଚ୍ଚ, ୨୦୧୮ରେ ରାଜେଶଙ୍କ ଉପରେ ୨୭୬୦ ଟଙ୍କାର ଜରିମାନା କଷିଥିଲେ […]
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ବୁଲବୁଲ’ରେ କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ର ସରକାରଙ୍କ ଆନ୍ତଃ-ମନ୍ତ୍ରଣାଳୟ ଟିମ୍ ଆସନ୍ତା ୧୪ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବୁଲବୁଲ କ୍ଷୟକ୍ଷତି ଆକଳନ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସାହେଲି ଘୋଷ ରୟଙ୍କ ନେତୃତ୍ୱରେ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ୧୪ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଏହି ଟିମରେ ଶକ୍ତି ମନ୍ତ୍ରଣାଳୟର […]
ଭୁବନେଶ୍ୱର: ମୋବାଇଲ୍ ନମ୍ବର କାଢ଼ି ଚୋରି ହୋଇଥିବା ମେଧାବୀ ଛାତ୍ରଙ୍କୁ ଚୋର ସାର୍ଟିଫିକେଟ ଫେରାଇଛି। ଧରା ପଡ଼ିବା ଭୟରେ ଏକ ବସ୍ ଜରିଆରେ ଉକ୍ତ ସାର୍ଟିଫିକେଟ ପଠାଇଛି। ତେବେ ହଷ୍ଟେଲରେ ଚୋରି ବେଳର ସିସିଟିଭି ଚିତ୍ର ଓ ସନ୍ଧିଗ୍ଧ ଚୋରର ଫୋନ ନମ୍ବରକୁ ନେଇ ଚୋରକୁ ଧରିବାକୁ ଦାବି କରିଛନ୍ତି ସମ୍ପୃକ୍ତ ଛାତ୍ର। ଚୋରକୁ ଧରିବାକୁ ତନାଘନା ଚଳାଇଛି ପୁଲିସ। ମେଧାବୀ ଛାତ୍ର ଧରଣୀଧର ସାହୁ। ତାଙ୍କ ସାର୍ଟିଫିକେଟ ଚୋରି ହୋଇ ଯାଇଥିଲା। ଚୋରିର ୪ ଦିନ […]
ସମ୍ୱଲପୁର: ଭୋକିଲାଙ୍କ ଭୋକ ମେଣ୍ଟାଉଛି ଫୁଡ୍ ଏଟିଏମ୍। କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତକଥା। ଏମିତି ଏଟିଏମ୍ ସମ୍ୱଲପୁର ସରରରେ ପ୍ରତିଷ୍ଠା କରାଯାଇଛି। ଭୋଜି କିମ୍ୱା ହୋଟେଲ୍ର ବଳକା ଖାଦ୍ୟକୁ ନଷ୍ଟ ନକରି ଭୋକିଲାଙ୍କ ପାଖରେ ପହଞ୍ଚାଇବା ପାଇଁ ଏଭଳି ପ୍ରୟାସ ହୋଇଛି। ସମ୍ବଲପୁର ସହର ଯୁବ ସ୍ୱେଚ୍ଛାସେବୀ ଦିଲ୍ଲିପ ପଣ୍ଡା ଏମିତି ଉଦ୍ୟମ କରିଛନ୍ତି। ନିଜ ଉଦ୍ୟମରେ ସମ୍ବଲପୁର ସହରରେ ଏହି ଫୁଡ୍ ଏଟିଏମ୍ ପ୍ରତିଷ୍ଠା କରିଛନ୍ତି। ଯେଉଁମାନଙ୍କ ଖାଦ୍ୟ ଆବଶ୍ୟକତା ଥିବ, ସେମାନେ […]
ଭୁବନେଶ୍ୱର: ରାଜ୍ୟର ଅଧିକ ମୋଦ ଦୋକାନ ଖୋଲିବା ପାଇଁ ସରକାର ପ୍ରୟାସ କରୁଛନ୍ତି। ସୂଚନା ଅନୁଯାୟୀ, ମଦ ଦୋକାନ ଖୋଲିବା ପାଇଁ ସରକାରୀ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏଥିପାଇଁ ଗତ ୭ ତାରିଖରେ ଯାଜପୁର ଜିଲ୍ଲା ଅବକାରୀ ଅଧୀକ୍ଷକ ଜିଲ୍ଲାର ଅଧିକାରୀମାନଙ୍କୁ ଚିଠି ଲେଖି ନୂଆ ଠିପି ବନ୍ଦ ମଦ ଦୋକାନ ଖୋଲିବାକୁ ପ୍ରସ୍ତାବ ମାଗିଛନ୍ତି। କେଉଁଠି ମଦ ଦୋକାନ ଖୋଲାଯାଇପାରିବ ତାହା ଚିହ୍ନଟ କରି ନଭେମ୍ବର ୧୧ ତାରିଖ ସୁଦ୍ଧା ଜଣାଇବାକୁ ଅବକାରୀ ଅଧୀକ୍ଷକ […]
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା। ରାଜ୍ୟର ଏହି ସର୍ବବୃହତ ବାଣିଜ୍ୟ ମେଳାକୁ ଉଦ୍ଘାଟନ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ବିଶିଷ୍ଟ ଅତିଥି ଭାବେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସିଦ୍ଧାର୍ତୋ ରେଜା ସୁର୍ଯ୍ୟୋ ଦି’ ପୁରୋଙ୍କ ସମେତ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଜେନା, ସାଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଉପସ୍ଥିତ ଥିଲେ। ଏଥର ବାଲିଯାତ୍ରା ରାଜ୍ୟସ୍ତରୀୟ ମହୋତ୍ସବ ମାନ୍ୟତା ପାଇଥିବାରୁ ମେଳାକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ସବୁ ପ୍ରକାର […]
ଭୁବନେଶ୍ୱର: ଓଡ଼ିଶାର ଗର୍ବ ଗୌରବ ପ୍ରଫେସର ତଥା ଡ.ଅଶୋକ ମହାପାତ୍ରଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ସମ୍ମାନ। ଲିମ୍କା ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ତଥା ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ଡ.ଅଶୋକ ମହାପାତ୍ର। କନ୍ଧମାଳଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର କରି ନୂଆ ଜୀବନ ଦେଇଥିବା ଡ.ଅଶୋକ ଏହି ବିରଳ କୃତିତ୍ୱର ଅଧିକାରୀ ହୋଇପାରିଛନ୍ତି। ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସଫଳତାର ସହ କରାଯାଇଥିବା ବିରଳ ଯୋଡ଼ାମୁଣ୍ଡ ଅସ୍ତ୍ରୋପଚାର ଲିମ୍କା ବୁକ୍ […]
ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ୩୦ଟି କାର୍ଯ୍ୟ ଦିବସ ଥିବା ଏହି ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଲମ୍ବା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପାଖରେ ନାରୀ ନିର୍ଯାତନାଠାରୁ ଆରମ୍ଭ କରି ଆଇନଶୃଙ୍ଖଳା, ଚାଷୀ ସମସ୍ୟା, ଆବାସ କେଳାଙ୍କରୀ ପରି ଅନେକ ପ୍ରସଙ୍ଗ ଥିବା ବେଳେ ରଣନୀତି ପ୍ରସ୍ତୁତ ପାଇଁ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ବସିବ। ସେହିପରି ଆସନ୍ତାକାଲି ଦିନ ୧୦ଟାରେ ବିଜେଡି […]
ଭୁବନେଶ୍ୱର: ନକଲି ଡାକ୍ତର ହାତରେ ରୋଗୀଙ୍କ ଜୀବନ। ଜାଲ୍ ସାର୍ଟିଫିକେଟ୍ ବଳରେ ସ୍ୱାସ୍ଥ୍ୟ ବିଭାଗକୁ ଚୁନ ମାରି ତିନି ବର୍ଷ କାଳ ଜଣେ ନକଲି ଡାକ୍ତର ରୋଗୀଙ୍କ ସେବା କରିବାଏବଂ ଘଟଣା ସାମ୍ନାକୁ ଆସିବା ପରେ ଫେରାର ମାରିବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୁନ୍ଦରଗଡ଼ ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଏହି ୪୨୦ଡାକ୍ତରଙ୍କ ସଂପର୍କରେ ବିଭାଗ ଖୋଳତାଡ଼ ଆରମ୍ଭ କରିଛି। ଦୁଇ ଥରରେ ତୃତୀୟ ଶ୍ରେଣୀରେ ମାଟ୍ରିକ୍ ପାସ୍। ପ୍ଲସ୍-୨ ରେ ଥାର୍ଡ ଡିଭିଜନ୍। ହେଲେ ସେ ଡାକ୍ତର। […]
ଭୁବନେଶ୍ୱର: ଚାରୁକଳାରେ ଟ୍ରାଫିକ ସଚେତନତା ବାଣ୍ଟଛନ୍ତି ଚିତ୍ର ଶିଳ୍ପୀ। ଐତିହ୍ୟ, କଳା, ଭାସ୍କର୍ଯ୍ୟ ଓ ସଂସ୍କୃତିର ନିଚ୍ଛକ ଚିତ୍ର ସହ ଚାଲିଛି ଭିନ୍ନ ଏକ ପ୍ରୟାସ। ରାସ୍ତାକଡ଼ରେ ଥିବା କାନ୍ଥରେ ଅଙ୍କାଯାଉଛି ସଚେନତାର ବାର୍ତ୍ତା। ବାଲେଶ୍ୱର ଜିଲ୍ଲା ସଦର ମହକୁମାର ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ପୁଲିସ ଲାଇନ୍ ଛକ, ଟ୍ରାଫିକ୍ ଥାନା ଓ ଅନ୍ୟ ସରକାରୀ କାନ୍ଥରେ ଅଙ୍କାଯାଇଛି ଟ୍ରାଫିକ୍ ନିୟମର ବାର୍ତ୍ତା। ଟ୍ରାଫିକ ନିୟମ ଭାଙ୍ଗିଲେ ମୋଟା ଅଙ୍କର ତଣ୍ଡ ଦେବାକୁ ପଡ଼ିବ। ଏଭିଳି କିଛି ଦୃଶ୍ୟକୁ ତୁଳୀରେ ଅଙ୍କିଚାଲିଛନ୍ତି ବାଲେଶ୍ୱର ଚାରୁ ଓ […]
ଭୁବନେଶ୍ୱର: ଖଣ୍ଡଗିରି ଥାନା ବରବାରି ଓୟୁଏଟି ପରିସରରେ ଥିବା ଏକ ନାଳରୁ ମଣିଷର କଟା ଗୋଡ଼ ଉଦ୍ଧାର ପ୍ରଥମେ ସ୍ଥାନୀୟ ଲୋକ ଦେଖିବା ପରେ ଏନେଇ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଖଣ୍ଡଗିରି ପୁଲିସ ପହଞ୍ଚି କଟା ଗୋଡ଼ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। କେମିତି ଓ କେଉଁଠାରୁ ଏଠାକୁ କଟା ଗୋଡ଼ ଆସିଲା, ସେନେଇ ପୁଲିସ ଛାନଭିନ ଆରମ୍ଭ କରିଛି। ତେବେ କାହାକୁ ହତ୍ୟା କରାଯାଇ କଟା ଗୋଡ଼ ପକାଯାଇଛି ନା ଏହା […]
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନିଗୋଡିଆ ଶିଶୁ ସୁଦାମ ବେହେରାଙ୍କର ହେଲା ଅପରେସନ୍। ଭୁବନେଶ୍ୱର ଏମ୍ସରେ ତାଙ୍କ ଅଣ୍ଟା ପାଖରୁ ଜନ୍ମରୁ ବାହାରିଥିବା ତୃତୀୟ ଗୋଡ଼କୁ ଅପରେସନ୍ ଦ୍ୱାରା କାଢ଼ି ଦିଆଯାଇଛି। ସୋମବାର ପ୍ରାୟ ପାଞ୍ଚ ଘଣ୍ଟା କାଳ ଏମ୍ସର ଡାକ୍ତର ଟିମ୍ ତାଙ୍କ ଅପରେସନ୍ କରିଛନ୍ତି। ଏବେ ସେ ଆଇସିୟୁରେ ଅଛନ୍ତି। ଅସ୍ତ୍ରୋପଚାର ସଫଳ ହୋଇଥିବା ସୁଦାମଙ୍କ ବାପା-ମା କହିଛନ୍ତି। ତେବେ ସୁଦାମଙ୍କ ପାଇଁ ବଡ଼ ସମସ୍ୟା ହେଉଛି, ତାଙ୍କ ଆଖିକୁ ଭଲ ଦେଖାଯାଏନି କି କାନକୁ […]
ମୟୂରଭଞ୍ଜ: ପୁଲିସ ଅଧିକାରୀ ନିଜ ଚାମ୍ବରରେ ବସି ଜଣେ ଲୋକଙ୍କ ସହ ଟଙ୍କା ମୁଲଚାଲ କରୁଥିବାର ଭିଡିଓ ଭାଇରାଲ୍ ହୋଇଛି। ଏହି ଭିଡିଓରେ ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଆଇଆଇସି ବିଶ୍ୱଜ କୁମାର ରାଉତରାୟ ଜଣେ ବ୍ୟକ୍ତିଙ୍କ ସହିତ ଟଙ୍କା ମୁଲଚାଲ କରୁଥିବା ଦେଖିବାକୁ ମିଳିଛି। ମୋରମ ଖାଦାନରେ ଚଢ଼ାଉ ନକରିବା, ପୂର୍ବରୁ ହୋଇଥିବା ମାମଲା ରଫାଦଫା କରିବା ଏବଂ ଆଗକୁ ତହସିଲ କର୍ମଚାରୀଙ୍କ ସହ ସେଟିଙ୍ଗ ପାଇଁ ନିବେଦନ କରିବା ସହିତ ଏନେଇ ଟଙ୍କା ମୁଲଚାଲ […]
ଭଞ୍ଜନଗର (ରାଜେଶ ପଣ୍ଡା): ଦିନ ଦି-ପହର ହେବ। ବିନ୍ଦୁ ନାୟକଙ୍କ ପରିବାରର ସମସ୍ତେ ଘରେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। କିନ୍ତୁ ହଠାତ୍ ଖଣ୍ଡା ଧରି ଘର ଭିତରକୁ ପଶି ଆସିଲେ ୪ରୁ ୫ ଲୋକ। ବିନ୍ଦୁଙ୍କ ପରିବାର ଲୋକ କିଛି କହିବା ପୂର୍ବରୁ ପୂରା ପରିବାରକୁ ଖଣ୍ଡା ଚୋଟରେ ହାଣିବାକୁ ଲାଗିଲେ ଦୁର୍ବୃତ୍ତ। ଏହି ଘଟଣାରେ ବିନ୍ଦୁଙ୍କ ପୁଅ ମନୋଜଙ୍କର ପ୍ରାଣ ଚାଲିଗଲା। ଆଉ ୪ ଜଣ ଏବେ ମୃତ୍ୟ ସହ ସଂଗ୍ରାମ କରୁଛନ୍ତି। […]
କଳାହାଣ୍ଡୀ: ଧାନ ଅମଳ ନହେଉଣୁ ଚକଡ଼ା ପୋକ ଦାଉରେ ଅସ୍ତବ୍ୟସ୍ତ ହେଲାଣି ଚାଷୀ। କିନ୍ତୁ ଚାଷୀର ସମସ୍ୟା ଶୁଣୁନାହିଁ। ପ୍ରଶାସନ। ଫଳରେ ରୋଗ ପୋକରେ କ୍ଷତିଗ୍ରସ୍ତ ଚାଷୀ ଏକର ଏକର ଧାନ ଚାଷ ପୋଡ଼ିଦେଉଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର କଣ୍ଡରେଇ ଗାଁରେ। କଳାହାଣ୍ଡିର ଏହି ଚାଷୀମାନଙ୍କ ମଧ୍ୟରୁ କିଏ ହାତ ଉଧାରି ତ କିଏ ବ୍ୟାଙ୍କ ଋଣ ଆଣି ଧାନ ଚାଷ କରିଥିଲେ। ଭଲ ଫସଲ ମଧ୍ୟ ହୋଇଥିଲା। କିନ୍ତୁ ଚକଡ଼ା […]
ବାଲେଶ୍ୱର: ବସ୍ତା ଥାନା ଆଇଆଇସିଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଅଭିଯୋଗ ହୋଇଛି। ଆଇଆଇସି ଧନେଶ୍ୱର ସାହୁ ବସ୍ତା ଜେଏମ୍ଏଫ୍ସି କୋର୍ଟରେ କାର୍ଯ୍ୟରତ ଜଣେ ଓକିଲଙ୍କ ପ୍ରତି ଚରିତ୍ର ସଂହାର ମୂଳକ ଟିପ୍ପଣୀ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏହାକୁ ନେଇ ବସ୍ତା ଓକିଲ ସଂଘ ସମ୍ପୃକ୍ତ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଆଇନ୍ଜୀବୀ ଗୌତମ ଦାସ, କରୁଣାକର ଦାସ ନାମକ ଜଣେ ବ୍ୟକ୍ତିଙ୍କର କେସ୍ ଲଢୁଥିଲେ। ତେବେ ବସ୍ତା କୋର୍ଟ ପରିସରରେ ଆଇଆଇସି ଗୌତମଙ୍କ […]
ସମ୍ବଲପୁର: ସମ୍ବଲପୁରର ଲୋକପ୍ରିୟ ତଥା ନିଆରା ଫୁଡ୍ ଆଇଟମ୍ ସରସତିଆ ପ୍ରେମରେ ଦେବଗଡ଼ ରାଣୀ। କେବଳ ଖାଇବାକୁ ନୁହେଁ ବରଂ ତିଆରି କରିବାକୁ ବି ବେଶ୍ ଆଗ୍ରହୀ ରାଣୀ। ସେଥିପାଇଁ ସମ୍ବଲପୁରର କୁଂଜେଲପଡ଼ା ଛକ ନିକଟରେ ଥିବା ଏକ ଦୋକାନକୁ ଯାଇ ପିଠା ତିଆରି କରିବାର କୌଶଳ ଶିଖୁଛନ୍ତି ଦେବଗଡ଼ ରାଣୀ ତଥା ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ। ରାଜ ଉଆସରୁ ଆସି କେଇ ମିନିଟ୍ ପାଇଁ ଦୋକନୀ ସାଜିଛନ୍ତି ରାଣୀ। ନିଜ […]
ବାଲେଶ୍ୱର: ବାଲିଆପାଳର ଶିକ୍ଷୟିତ୍ରୀ ପ୍ରଧାନଶିକ୍ଷକଙ୍କୁ ବିରୋଧରେ ଆଣିଥିବା ଅଶାଳୀନ ବ୍ୟବହାର ଅଭିଯୋଗ ମିଛ ଥିଲା। ତଦନ୍ତ ସରିବା ପରେ ଏନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ବହୁ ଦିନ ଧରି ପ୍ରଧାନ ଶିକ୍ଷକଙ୍କ ସହ ଅଭିଯୋଗକାରିଣୀ ଶିକ୍ଷୟିତ୍ରୀଙ୍କ ବିବାଦ ଥିଲା। ଯାହା ଯୋଗୁ ପ୍ରଧାନଶିକ୍ଷକଙ୍କ ନାଁରେ ଶିକ୍ଷୟିତ୍ରୀ ଜଣକ ଏପରି ଅଭିଯୋଗ ଆଣିଥିବା ମନ୍ତ୍ରୀ କହିଛନ୍ତି। ସ୍କୁଲର ସ୍ୱାର୍ଥ ଦୃଷ୍ଟିରୁ ଅଭିଯୋଗ ଆଣିଥିବା ଶିକ୍ଷୟିତ୍ରୀ, ପ୍ରଧାନଶିକ୍ଷକ ଓ ଅଣ ଜଣେ […]