ଭୁବନେଶ୍ୱର: ଆଉ କଣ୍ଟ୍ରୋଲରେ ନାହିଁ ପିଆଜ ଦର। ନିଇତି କିଲୋ ପିଛା ବଢୁଛି ୨୦ ନହେଲେ ୩୦ ଟଙ୍କା। ରେଟ୍ ଯାଇ ୧୮୦ ପାର୍ କଲାଣି। ଡବଲ ସେଞ୍ଚୁରି ମାରିବାକୁ ବେଶୀ ଦିନ ନୁହେଁ। ଏମିତିକି ଖୋଦ୍ ଯୋଗାଣମନ୍ତ୍ରୀ ବି ପିଆଜ ସମସ୍ୟା ନେଇ ହାତ ଟେକି ଦେଲେଣି। ଦର ଅଣାୟତ କଥା ସ୍ୱୀକାର କରି ସିଧା ଦୋଷ ଆଉ ମଣିଷଙ୍କୁ ନୁହେଁ ବରଂ ପରିବେଶ ସନ୍ତୁଳନ ଓ ବାୟୁ ପ୍ରଦୂଷଣକୁ ଦେଇ ଦେଲେଣି ଯୋଗାଣ ମନ୍ତ୍ରୀ […]
ଗାଜିଆବାଦ: ଉତ୍ତର ପ୍ରଦେଶ ଗାଜିଆବାଦରେ ଡିସେମ୍ବର ୨୯ ତାରିଖରେ ହେବନାହିଁ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା। ଶ୍ରୀମଦ ନାରଦୀୟ ନିକୁଞ୍ଜ ଟ୍ରଷ୍ଟର ସଭାପତି ବାବା ବଳରାମ ଓ ସମ୍ପାଦକ ବାବା ଚୈତନ୍ୟ ଏହା ସ୍ପଷ୍ଟ କରିଛନ୍ତି। ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଫୋନ ଯୋଗେ ଏହି ସୂଚନା ଦେଇଛନ୍ତି। ଟ୍ରଷ୍ଟର ସଭାପତି ଓ ସମ୍ପାଦକ ସୋଶାଲ୍ ମିଡିଆରୁ ଏ ସମ୍ପର୍କିତ ବିଜ୍ଞାପନ ହଟାଇ ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି। ଜଗନ୍ନାଥ ନୁହେଁ, ରାଧାକୃଷ୍ଣଙ୍କର ସତ୍ସଂଘ ଶୋଭାଯାତ୍ରା ହେବ ବୋଲି […]
ଭୁବନେଶ୍ୱର: ହାଇଦ୍ରାବାଦ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ଦୁଷ୍କର୍ମକାରୀଙ୍କୁ ଆଜି ଏନ୍କାଉଣ୍ଟର୍ କରି ମାରିଦେଇଛି ହାଇଦ୍ରାବାଦ୍ ପୁଲିସ୍। ଏହାକୁ ନେଇ ସାରାଦେଶରେ ଏବେ ହଙ୍ଗାମା ହେଉଛି। କେତେକ ଏହାକୁ ପସନ୍ଦ କରୁଥିବା ବେଳେ ଆଉ କେତେକ କଡ଼ା ନିନ୍ଦା କରୁଛନ୍ତି। ତେବେ ଏହି ଘଟଣାରେ ଆମେ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମତ ନେଇଥିଲୁ। ସେ ତାଙ୍କ ପ୍ରତିକ୍ରିୟାରେ ଯାହା କହିଲେ ତାହା ତାଙ୍କ ଦଳର ନେତ୍ରୀ ମାନେକା ଗାନ୍ଧୀଙ୍କଠାରୁ କିଛି ଏମିତି ଭିନ୍ନ ଥିଲା। ଏହି […]
ଭୁବନେଶ୍ୱର: ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଆରମ୍ଭ ହୋଇଥିଲା ଇ-ଚାଲାଣ ବ୍ୟବସ୍ଥା। କିନ୍ତୁ ଏବେ ଏଥିରେ ବି ତ୍ରୁଟି ରହୁଥିବା ଅଭିଯୋଗ ହେଉଛି। କିଏ ଅଫିସ୍ରେ ଥିଲେ ବି ତାଙ୍କ ପାଖକୁ ଚାଲାଣ ପଳେଇ ଯାଉଛି ତ ଆଉ କେଉଁ କାର୍ ଚାଳକଙ୍କ ପାଖକୁ ହେଲ୍ମେଟ୍ ନ ପିନ୍ଧିଥିବା ନେଇ ଚାଲାଣ ଚାଲିଯାଉଛି। ଏମିତି ବାରମ୍ବାର ଅଭିଯୋଗ ଆସିବାପରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଇଛି। ଆଉ ଏବେ ଏ ନେଇ ମୁହଁ ଖୋଲିଛନ୍ତି ରାଜ୍ୟ ପରିବହନ […]
ଭୁବନେଶ୍ୱର: ହାଇଦ୍ରାବାଦ ଗଣଦୁଷ୍କର୍ମ ପରେ ହତ୍ୟା ଓ ପୁରୀରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି। ଏହାକୁ ନେଇ ଦିଲ୍ଲୀରୁ ପଲ୍ଲୀ ଉଠୁଥିବା ପଡ଼ୁଥିବା ବେଳେ ସହାୟତା ଆଳରେ ସୋଶାଲ ମିଡିଆରେ ବିଛା ଯାଉଛି ମାୟାଜାଲ। ବିଶେଷକରି ଫେସ୍ବୁକ୍ରେ ବୁଲୁଛି ମାଳ ମାଳ ନମ୍ୱର। କୁହାଯାଉଛି, ଅପଣ ଅସୁବିଧାରେ ପଡ଼ିଛନ୍ତି? ଯଦି ପଡ଼ିଛନ୍ତି, ତାହାହେଲେ ଏହି ନମ୍ୱରରେ ଯୋଗାଯୋଗ କରନ୍ତୁ। […]
ଭୁବନେଶ୍ୱର: ଯେଉଁ ପ୍ରସ୍ତାବକୁ ୪ ବର୍ଷ ହେଲା ମନା କରୁଥିଲେ ଶେଷରେ ସେଥିରେ ହଁ ମାରିଲେ। ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ପ୍ରସ୍ତାବିତ କୋଷ୍ଟାଲ୍ ହାଇେଓ୍ୱର ସାତପଡ଼ାରୁ ଦୀଘା ଯାଏଁ ପ୍ରକଳ୍ପକୁ ଗ୍ରୀନ୍ ସିଗ୍ନାଲ ଦେଇଛନ୍ତି ରାଜ୍ୟ ସରକାର। ତେବେ ଗୋପାଳପୁରରୁ ସାତପଡ଼ା ପର୍ଯ୍ୟନ୍ତ ପ୍ରକଳ୍ପର ଭାଗ୍ୟ କ’ଣ ହେବ ସେ ନେଇ ଏଯାଏଁ ନିଷ୍ପତ୍ତି ହୋଇନାହିଁ । ନିର୍ବାଚନ ପୂର୍ବରୁ ନା, ଆଉ ଏବେ ହଁ କହିବା ପରେ ଡବଲ୍ ଷ୍ଟାଣ୍ଡାର୍ଡ କହି ସରକାରଙ୍କ ଉପରେ ବର୍ଷିଛନ୍ତି […]
ଭୁବନେଶ୍ୱର: ଭୋଟ୍ ସରିଲା ପରେ ଭଣ୍ଡେଇ ଦେଲେ ସରକାର। ଏଣିକି ୧୦ ହଜାର ନୁହେଁ କାଳିଆ ଯୋଜନାରେ ଚାଷୀଙ୍କୁ ମିଳିବ ମାତ୍ର ୪ ହଜାର ଟଙ୍କା। କ୍ୟାବିନେଟ୍ରେ ପ୍ରସ୍ତାବ ପାସ୍ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ସରକାରଙ୍କର ଏଭଳି ନିଷ୍ପତ୍ତିକୁ ବିରୋଧ କରିଛି ନବନିର୍ମାଣ କୃଷକ ସଂଗଠନ। ନିରୀହ ଚାଷୀଙ୍କୁ ଏମିତି ଠକିଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୁଦ୍ଧରେ ଥାନାରେ ଏତଲା ଦେବ ବୋଲି ସଂଗଠନର ନେତା […]
ଭୁବନେଶ୍ୱର: ଆଗରୁ ଗରିବଗୁରୁବାଙ୍କ ପଖାଳର ସାଥି ଥିଲା ପିଆଜ ଏବେ ଖାଲି ଥିଲାବାଲାଙ୍କ ସାଥୀ ପାଲଟିଛି। ଧୀରେଧୀରେ ନିଜ ଖାଦ୍ୟ ତାଲିକାରୁ ଏହି ବହୁମୂଲ୍ୟ ସାମଗ୍ରୀକୁ ବାଦ୍ ଦେବାକୁ ବସିଲେଣି ମଧ୍ୟବିତ୍ତ ପରିବାରର ଲୋକେ। ରାଜ୍ୟରେ ଏବେ ସବୁ ସ୍ଥାନରେ ପିଆଜ ଦର ୧୦୦ ଉପରେ ରହିଥିବା ବେଳେ, ଖାଲି ଖାଉଟି ନୁହେଁ, ବେପାରୀଙ୍କୁ ବି ଏହି ଦରବୃଦ୍ଧି ପ୍ରଭାବିତ କରିଛି। ପାକଶାଳାରୁ ପାର୍ଲାମେଣ୍ଟ ପିଆଜ ଦର ବ୍ରେକ୍ ଫେଲ୍ ହେବା ପରେ ସବୁଠି ଏବେ ଏଇ […]
ଭୁବନେଶ୍ୱର : ଏହି ମାସ ତୃତୀୟ ସପ୍ତାହରେ ରାଜ୍ୟ ବିଜେପି ବାଛିବ ନୂଆ ମଙ୍ଗୁଆଳ। ଏଥର ଉପକୂଳର ଜଣେ ନେତାଙ୍କୁ ମିଳିପାରେ ମଙ୍ଗୁଆଳ ମୁକୁଟ। ତେବେ ଓଡ଼ିଶା ବିଜେପିରେ କିଏ ହେବେ ନୂଆ ରାଜ୍ୟ ସଭାପତି? କାହାମୁଣ୍ଡରେ ଲାଗିବ ମଙ୍ଗୁଆଳ ମୁକୁଟ? ଲୋକସଭା ସାଂସଦ ବସନ୍ତ ପଣ୍ଡା ପୁଣି ଥରେ ସଭାପତି ଆସନ ବଜାୟ ରଖିବେ କି? ଏବେ ଏସବୁ ପ୍ରଶ୍ନକୁ ନେଇ ଜୋର୍ଦାର୍ ଚର୍ଚ୍ଚା ହେଉଛି। ଆଉ ଏପଟେ ବି ରାଜ୍ୟ ବିଜେପିରେ ସଭାପତି ଖୋଜା […]
ଭୁବନେଶ୍ୱର: ପିଏମ୍ କିଷାନ ସହ କାଳିଆ ଯୋଜନାର ମିଶ୍ରଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ସେ କହିଛନ୍ତି, କାଳିଆ ଯୋଜନା ଚାଲୁ ରହିବ। କିନ୍ତୁ କାଳିଆ ସହିତ କେନ୍ଦ୍ର ସରକାରଙ୍କର ଯୋଜନା ପି ଏମ କିଷାନ ମିଶ୍ରଣ ହେବ। ଏବଂ କାଳିଆ ଲାଭ ଲୋକଙ୍କ ପାଖକୁ ଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିଭଳି କାଳିଆ ଯୋଜନା ୨ୟ କିସ୍ତି ଚାଲିଛି। ତେଣୁ ଏହା ଆଗକୁ ଚାଲିବ ବୋଲି ଅରୁଣ ସାହୁ କହିଛନ୍ତି। କେନ୍ଦ୍ର […]
କଟକ: ଆର୍ଟିଓରେ ଥଇଥାନ ହୋଇପାରନ୍ତି ଏଜେଣ୍ଟ। ରାଜ୍ୟର ବିଭିନ୍ନ ଆର୍ଟିଓ ଅଫିସରୁ ଦଲାଲ ହଟାଯିବା ପ୍ରସଙ୍ଗରେ ଏଜେଣ୍ଟମାନଙ୍କ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ। ଆର୍ଟିଓ ପରିସରରେ ବସିବାକୁ କରାଯାଇଥିବା ଆବେଦନ ଖାରଜ କରିଛନ୍ତି କୋର୍ଟ। ତେବେ ସେମାନଙ୍କୁ ଯଥାସମ୍ଭବ ଥଇଥାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆର୍ଟିଓରେ କେତେ ଏଜେଣ୍ଟ କାମ କରନ୍ତି ୬ ସପ୍ତାହ ମଧ୍ୟରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରସ୍ତାବିତ କିଓସ୍କରେ ଯଥାସମ୍ଭବ ସେମାନଙ୍କୁ ନିଯୁକ୍ତି ଦେବାକୁ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କିଓସ୍କରେ […]
ରାଉରକେଲା: ମରାମତି ପରେ ଗଡ଼ିଲା ରାଉରକେଲା ଷ୍ଟେସନରେ ଅଟକି ରହିଥିବା ହାଓ୍ୱଡ଼ା-ଅହମ୍ମଦାବାଦ ସୁପରଫାଷ୍ଟ ଏକ୍ସପ୍ରେସ୍। S-4 ବଗିରେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ପ୍ରାୟ ୨ ଘଣ୍ଟା ଧରି ଟ୍ରେନ୍ଟି ଅଟକି ରହିଥିଲା। ଆଜି ସକାଳ ୬ଟା ୩୦ ମିନିଟରେ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା ଏହି ଟ୍ରେନ୍। ହେଲେ ଷ୍ଟେସନରେ ଯାଞ୍ଚ ବେଳେ ଏସ-୪ ବଗିରେ ତ୍ରୁଟି ଥିବା ଜଣାପଡ଼ିଥିଲା। ଟ୍ରେନ୍କୁ ଷ୍ଟେସନରେ ଅଟକା ଯାଇ ମରାମତି କାମ କରାଯାଇଥିଲା ଘଟଣାସ୍ଥଳରେ ଉଚ୍ଚ ପଦସ୍ଥ ଅଧିକାରୀ ପହଞ୍ଚି ମରାମତିର […]
କଟକ: କନ୍ଦାଉଛି ପିଆଜ ଆକାଶ ଛୁଆ ହୋଇଛି ପିଆଜ ଦର। ଆମ ଦେଶ ସମେତ ସାରା ଦେଶରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ପିଆଜ ଦର ଏବେ ସେଞ୍ଚୁରୀ ପାର। ପିଆଜ କିଲୋ ପିଛା ଦର ଶହେ ଟଙ୍କାରୁ ୧୨୦ ଟଙ୍କା ମଧ୍ୟରେ ରହିଛି। ଅତ୍ୟାବଶ୍ୟକ ସାମଗ୍ରୀ ପିଆଜର ଏଭଳି ଦରବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି। କଟକରେ ପିଆଜ ଦର ୧୨୦ ଟଙ୍କା ରହିଛି। ତେବେ ଦର ଦାମ କିପରି ଆୟତ କରିହେବ ସେ […]
ବ୍ରହ୍ମପୁର: ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରୀ ଭୁସି ହତ୍ୟା। ବ୍ରହ୍ମପୁର ରେଳଷ୍ଟେସନ ୪ ନମ୍ବର ପ୍ଲାଟଫର୍ମ ନିକଟ ଅଟୋ ଷ୍ଟାଣ୍ଡରେ ଘଟିଛି ଏଭଳି ହତ୍ୟାକାଣ୍ଡ। ମୃତ ଯୁବକ ଜଣକ ହେଲେ ଗୁଡ୍ଡସେ ରୋଡ଼ ତ୍ରିନାଥ ମନ୍ଦିର ସାହିର ଅନିଲ ପଣ୍ଡା। ଅଟୋଷ୍ଟାଣ୍ଡ ନିକଟରେ ଅନ୍ୟ ଜଣେ ଯୁବକଙ୍କ ସହ ଅନିଲଙ୍କର ବଚସା ହୋଇଥିଲା। ଗତକାଲି ରାତି ପ୍ରାୟ ୯ଟା ବେଳେ ଏହି ଗଣ୍ଡଗୋଳ ଘଟିଥିଲା। ବଚସା ବୃଦ୍ଧି ପାଇବାରୁ ଅନିଲଙ୍କୁ ଯୁବକ ଜଣକ ଛୁରୀ ଭୁସି ସେଠାରୁ […]
ରାଉରକେଲା: ଯାନ୍ତ୍ରୀକ ତ୍ରୁଟି ଯୋଗୁ ରାଉରକେଲା ଷ୍ଟେସନରେ ଅଟକି ରହିଛି ହାଓ୍ୱଡ଼ା-ଅହମ୍ମଦାବାଦ ସୁପରଫାଷ୍ଟ ଏକ୍ସପ୍ରେସ୍। ଏହି ଟ୍ରେନ୍ରେ S-4 ବଗିରେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁଇ ଘଣ୍ଟାରୁ ଅଧିକ ହେଲା ଅଟକି ରହିଛି ଟ୍ରେନ୍। ଟ୍ରେନର୍ ଷ୍ଟିଫ୍ ପିନ୍ ଭାଙ୍ଗିଯାଇଥିବା ସୂଚନା ମିଳିଛି। ଆଜି ଏହି ଟ୍ରେନ୍ଟି ସକାଳ ୬ଟା ୩୦ ମିନିଟରେ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା। ହେଲେ ଷ୍ଟେସନରେ ଯାଞ୍ଚ ବେଳେ ଏସ-୪ ବଗିରେ ତ୍ରୁଟି ଥିବା ଜଣାପଡ଼ିଥିଲା। ଟ୍ରେନ୍କୁ ଷ୍ଟେସନରେ ଅଟକାଇ ମରାମତି […]
ଭୁବନେଶ୍ୱର: ଓଡ଼ିଶା ଓ ଟାଟା ଟ୍ରଷ୍ଟ ପାଇଲେ ଇଣ୍ଡିଆ ଜିଓସ୍ପାଟିଆଲ୍ ଏକ୍ସିଲେନ୍ସ ଆଓ୍ୱାର୍ଡ। ସହରୀ ଗରିବମାନଙ୍କୁ ଜାଗା ମିଶନ ଜରିଆରେ ଜମି ଯୋଗାଇ ଦିଆଯାଇଥିବାରୁ ଏହି ପୁରସ୍କାର ମିଳିଛି। ଭିତ୍ତିଭୂମି ବିକାଶ, ସାଧାରଣ ନିରାପତ୍ତା, ଜରୁରୀକାଳୀନ ବ୍ୟବସ୍ଥା ପରିଚାଳନା, ପରିବେଶ, କୃଷି, ଖଣି ସନ୍ଧାନ, ପରିବହନ, ବିପର୍ଯ୍ୟୟ ପ୍ରଶମନ ପରିଚାଳନା ଭଳି ବିଭିନ୍ନ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରୁଥିବା ସଂସ୍ଥାକୁ ଏହି ପୁରସ୍କାର ଦିଆଯାଇଥାଏ। ହାଇଦ୍ରାବାଦରେ ଜିଓସ୍ମାର୍ଟ ମିଡିଆ ଆଣ୍ଡ କମ୍ୟୁନିକେସନ୍ ଦ୍ୱାରା ଆୟୋଜିତ ଦ […]
ପୁରୀ (ମଧୁସୂଦନ ମିଶ୍ର): ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ଅପରାହ୍ନ ଚାରିଟାରୁ ରାତି ଆଠଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ […]
ଭୁବନେଶ୍ୱର: ଆଗକୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ସହ ଯୋଡ଼ି ହେବ ଅଧିକ ଅନ୍ତର୍ଜାତୀୟ ବିମାନ ବନ୍ଦର। ଭୁବନେଶ୍ୱର ବିମାନ ବନ୍ଦରର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ ପରେ ଏହା କହିଛନ୍ତି ବରୁଡ଼ ଭେଙ୍କଟେଶ୍ୱର ରାଓ। ପୂର୍ବତନ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କ ସ୍ୱେଚ୍ଛାକୃତ ଅବସର ଗ୍ରହଣ ପରେ ଭେଙ୍କଟେଶ୍ୱର ରାଓ ତାଙ୍କ ସ୍ଥାନରେ ନୂଆ ନିଯୁକ୍ତି ପାଇଛନ୍ତି। ଭୁବନେଶ୍ୱର ବିମାନବନ୍ଦରକୁ ବିଦେଶର ଅଧିକ ସହର ସହିତ ଯୋଡ଼ିବା ଓ ଅଧିକ ବିମାନ ଚଳାଚଳ […]
କେନ୍ଦ୍ରାପଡ଼ା: ମହାକାଳପଡ଼ା ଥାନା ହାଜତ ମୃତ୍ୟୁ ମାମଲାରେ ଜେଲ ଗଲେ ପୂର୍ବତନ ଆଇଆଇସି ଶ୍ୟାମଘନ ବେହେରା। କେନ୍ଦ୍ରାପଡ଼ା ଜିଲ୍ଲା ଦୈାରାଜଜ୍ ତାଙ୍କ ଜାମିନ୍ ଆବେଦନ ଖାରଜ କରିଦେବା ପରେ ଗତକାଲି ସନ୍ଧ୍ୟାରେ ତାଙ୍କୁ ବାରିମୂଳ ଜେଲକୁ ପଠାଇ ଦିଆଯାଇଛି। ୨୦୧୮ ଅଗଷ୍ଟରେ ଜଣେ ଅଭିଯୁକ୍ତ ଅବିନାଶ ପାଇତାଲର ଥାନାରେ ମୃତ୍ୟୁ ହୋଇଥିଲା। ଥାନାର ତତ୍କାଳୀନ ଆଇଆଇସିସି ଶ୍ୟାମଘନଙ୍କ ମାଡ଼ରେ ଅବିନାଶର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଅଭିଯୋଗ ପରଠୁ ଶ୍ୟାମଘନ ଫେରାର ହୋଇଯାଇଥିଲେ ତେବେ […]
ଭୁବନେଶ୍ୱର: ପୁରୀ ଦୁଷ୍କର୍ମ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଏହି ଘଟଣାରେ ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ନଚେତ୍ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଦାବି କରିଛନ୍ତି। ଏହି ଘଟଣାରେ ପୁଲିସ୍ ଅଭିଯୁକ୍ତ ଥିବାରୁ ତଦନ୍ତରେ ହେର୍ଫେର୍ ଆସଙ୍କା ନେଇ ସିବିଆ ତଦନ୍ତ ଦାବି କରିଛନ୍ତ […]
ପୁରୀ: ପୁରୀ ଗଣଦୁଷ୍କର୍ମ ଘଟଣାରେ ୨୦ ଦିନ ଭିତରେ ଚାର୍ଜସିଟ୍ ଦାଖଲ ହେବ। କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ଏକ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି। ତେବେ ଘଟଣାରେ ଦୁଇଜଣ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଓ ରାଜେଶ ସେଠୀଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ଏହି ଘଟଣାକୁ ପୁଲିସ ସ୍ପେଶାଲ୍ କେସ୍ ଭାବେ ଗ୍ରହଣ କରି ୪ଟି ଟିମ୍ ଗଠନ କରାଯାଇଥିବା କେନ୍ଦ୍ରାଞ୍ଚଳ ଡିଆଇଜି ସୂଚନା ଦେଇଛନ୍ତି। ମାମଲାରେ ଶୁଣାଣି […]
ବାଲେଶ୍ୱର/ବଲାଙ୍ଗିର: ନିଶା କବଳରେ ମଣିଷ ଏମିତି ପଡ଼ିଯାଇଛି ଯେ ସେଥିରୁ ମୁକୁଳିବା ମୁସ୍କିଲ୍ ହୋଇପଡ଼ିଛି। କୌଣସି ବି ପ୍ରକାର ଫନ୍ଦି ଫିକର କରି ନିଶା ଖାଉଛି ମଣିଷ। ଆଉ ଏହି ନିଶାରେ ଉତ୍ତମ ମାଧ୍ୟମ ପାଲଟୁଛି କଫ୍ ସିରପ। ଔଷଧ ବାହାନାରେ କଫ୍ ସରିପ୍ ନିଶାରେ ବୁଡ଼ି ରହୁଛି ଦିନ ତମାମ। ଏହାକୁ ଔଷଧ ଦୋକାନୀମାନେ ମଧ୍ୟ ଏହାର ଫାଇଦା ଉଠାଇ ବେଆଇନ୍ ଭାବେ କଫ୍ ସିରପ୍ ବିକ୍ରି କରୁଛନ୍ତି। ବଲାଙ୍ଗିର ପରେ ଏବେ ବାଲେଶ୍ୱରରେ ବେଆଇନ୍ […]
ମୟୂରଭଞ୍ଜ: ତାର କଅଁଳ ବୟସରେ ମାଆ ଛାଡ଼ି ଚାଲିଗଲା। ବାପା ପେଟପାଟଣା ପାଇଁ ବିଦେଶ ଗଲାବେଳେ କୁନି ଝିଅକୁ ପିଉସା ଭରସାରେ ଛାଡ଼ି ଯାଇଥିଲା। ହେଲେ ବାପ ସମାନ ପିଉସା ଯେ ସମ୍ପର୍କରେ ଏପରି କଳଙ୍କ ଛିଟା ଲଗାଇବ ତାହା ସତର ବିଶ୍ୱାସ କରିହେଉନି। ନିଜ ସଂପର୍କୀୟ ନାବାଳିକା ଝିଆରୀକୁ ଘରେ ଏକୁଟିଆ ପାଇ ପିଉସା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଂଚଳରୁ। ଖବର ଆନୁସାରେ ଡୁମ୍ବି […]
ଭୁବନେଶ୍ୱର: ବାତିଲ୍ ହେଲା ଖଣି ନିଲାମ। ଗତ ଅକ୍ଟୋବର ମାସରେ ତିନିଟି ପର୍ଯ୍ୟାୟରେ ରାଜ୍ୟ ସରକାର ଡାକିଥିବା ଖଣି ନିଲାମ ଟେଣ୍ଡରକୁ ବାତିଲ୍ କରିଦେଇଛନ୍ତି। ଏସବୁ ଖଣିର ସାନି ନିଲାମ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ନୂଆ ନିଲାମ ପ୍ରକ୍ରିୟାରେ ଆଉ କିଛି ଅତିରିକ୍ତ ସର୍ତ୍ତାବଳୀ ଯୋଡ଼ିବାକୁ ସରକାର ଇତିମଧ୍ୟରେ ଖଣି ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି। ଗତ ଅକ୍ଟୋବର ୪ ତାରଖରୁ ସରକାର ଖଣି ନିଲାମ ପ୍ରକ୍ରିୟା ଆରମ୍ଭ କରିଥିଲେ। ଅକ୍ଟୋବର ୪, ୧୪ […]
ପୁରୀ: ପୁରୀ ଦୁଷ୍କର୍ମ ଘଟଣାକୁ ନେଇ ଗତକାଲି ରାତି ୧୧ଟାରେ କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଥିଲା। ରାଜ୍ୟ କଂଗ୍ରେସ ଭବନରୁ ଏକ ରାଲି ବାହାରି ନବୀନ ନିବାସ ଘେରାଉ ପାଇଁ ଯାଇଥିଲା। ଏହି ସମୟରେ କର୍ମୀମାନେ ହାତରେ କ୍ୟାଣ୍ଡେଲ ଧରି ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ପରେ ଶିଶୁ ଭବନ ଛକରେ ଆନ୍ଦୋଳନ କରିବା ସହ ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ କରିଥିଲେ। ତେବେ ଏହି ସମୟରେ ପୁଲିସ କଂଗ୍ରେସ […]