ମାଲ୍କାନଗିରି: ମାଲକାନଗିରିର ଗୁରୁପ୍ରିୟା ସେତୁ ଓ ସ୍ୱାଭିମାନ ଅଞ୍ଚଳ, ଦିନେ ଏହି ସ୍ଥାନରେ ଚାଲିଥିଲା ମାଓବାଦୀଙ୍କ ରକ୍ତର ହୋଲି ଖେଳ। ସଞ୍ଜ ନଇଁଲେ କାହାର ନା କାହାର ମୁଣ୍ଡ ଗଡ଼ୁଥିଲା ଏଠି। ଆଉ ପରେ ପାହାଡ଼ ଜଙ୍ଗଲ ଘେରା ଆଦିବାସୀର ଛୋଟ କୁଡ଼ିଆ ଘରୁ ଶୁଭୁଥିଲା କରୁଣ ରାଗିଣୀ। ହା ମୋର ମରଦରେ.. କହି ବାହୁନି ଉଠୁଥିଲା ମୃତ ଯୁଆନ ଟୋକାର ଭାରିଯା। ଆଉ ଏହି ଖବର ବ୍ୟାପିବା ମାତ୍ରେ ପାହାଡ଼, ପର୍ବତ, ଝରଣା ସବୁଆଡ଼େ ନିରବ […]
ବାଲେଶ୍ୱର: ନିର୍ମାଣାଧୀନ ଓଭରବ୍ରିଜ୍ରୁ ଖସିପଡ଼ିଲା ବିମ୍। ଶୋଭରାମପୁର ନିକଟରେ ରେଲେଓ୍ୱ ଓଭରବ୍ରିଜ୍ ନିର୍ମାଣ ଚାଲିଥିବାବେଳେ ବିମ୍ ଖସି ରେଳ ଧାରଣାରେ ପଡ଼ିରହିଛି। ତେବେ ଏଥିରେ କାହାର କିଛି କ୍ଷତି ହୋଇନି। ଦୁର୍ଘଟଣାରେ ରେଲୱେର ଇଲେକ୍ଟ୍ରିକ୍ ତାର ଛିଣ୍ଡି ଯାଇଛି। ତେବେ ଏହି ବ୍ରିଜ୍ କେଉଁ କଂପାନୀ ତିଆରି କରୁଥିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି। କେଉଁ କାରଣରୁ ଏଭଳି ଅଘଟଣ ଘଟିଲା ସେନେଇ ତଦନ୍ତ ଜାରି ରହିଛି। ତାର ଛିଡ଼ି ଯାଇଥିବାରୁ ଏହି ରୁଟ୍ରେ ରେଳ ଚଳାଚଳ […]
ସମ୍ବଲପୁର: ମହଙ୍ଗା ପଡ଼ିଲା ଜାଲ୍ ଦସ୍ତଖତରେ ଟଙ୍କା ଉଠାଇବା। ସମ୍ବଲପୁର ବୋମାଲଇ ICICI ବ୍ୟାଙ୍କ ଶାଖାର ୩ କର୍ମଚାରୀଙ୍କୁ ପୁଲିସ ଗିରଫ କରିଛି। ଗିରଫ ତିନିଜଣ ହେଲେ ମ୍ୟାନେଜର ଅନିର୍ବାଣ ଦେ, କ୍ୟାସିଅର ସୁଧୀର ମେହେର ଓ ପୂର୍ବତନ କ୍ୟାସିଅର ପ୍ରବୀଣ ଭାରତୀ। ଏମାନେ ରେଙ୍ଗାଳି ବିଡିଓଙ୍କ ଦସ୍ତଖତ ଜାଲ କରି ସେଲ୍ଫ ଚେକ୍ରେ ୧୨ଲକ୍ଷ ୪୭ହଜାର ୫୨୦ଟଙ୍କା ଉଠାଇ ନେଇଥିଲେ। ଓଲ୍ଡଏଜ୍ ପେନସନ୍ ଆକାଉଣ୍ଟରୁ ଟଙ୍କା ହଡ଼ପ ଅଭିଯୋଗ ହୋଇଥିଲା। ଗତ ୨୪ତାରିଖରେ ଏନେଇ ବିଡିଓ […]
ଭୁବନେଶ୍ୱର: ପୁଣି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଆକ୍ରମଣ ଅଭିଯୋଗ। ଭୁବନେଶ୍ୱରରେ ଜଣେ ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି। ରସୁଲଗଡ଼ରେ ଥିବା ଏକ ସପିଂ ମଲ୍ରେ ୱେବ୍ ଚ୍ୟାନେଲ ଅର୍ଗସର ସାମ୍ବାଦିକା ସ୍ୱାତୀ ଜେନା ଓ ତାଙ୍କ କ୍ୟାମେରାମ୍ୟାନ୍ ବେଆନ୍ ପାର୍କିଂ ଫି ଆଦାୟ ନେଇ ଖବର ସଂଗ୍ରହ କରୁଥିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଛି। ସପିଂ ମଲ୍ର ସୁରକ୍ଷାକର୍ମୀ ସେମାନଙ୍କ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ପାଇ ମହିଳା ସାମ୍ବାଦିକଙ୍କୁ ଗାଳିଗୁଲଜ […]
ଭୁବନେଶ୍ୱର: ଏଣିକି ମୋବାଇଲ ଆପ୍ ମାଧ୍ୟମରେ ଘରେ ବସି ଜମିଜମା ଖଜଣା ପୈଠ କରି ପାଉତି ହାସଲ କରିହେବ। ତହସିଲ ଅଫିସ୍ ନଦୌଡ଼ି ସ୍ୱଘୋଷିତ(ସେଲଫ୍ ସାର୍ଟିଫିକେସନ) ତଥ୍ୟ ମାଧ୍ୟମରେ ମାଗଣାରେ ଆୟ ଓ ବାସସ୍ଥାନ ସାଟିଁଫିକେଟ୍ ମଧ୍ୟ ମିଳିପାରିବ। ଏହାସହିତ ସଲଭେନ୍ସି ସାର୍ଟିଫିକେଟ୍ ବ୍ୟବସ୍ଥାକୁ ମଧ୍ୟ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଉଚ୍ଛେଦ କରିଛନ୍ତି। ଆଜି ଲୋକବେସା ଭବନରେ ମୋବାଇଲ୍ ପାଉତି ଆପ୍ ଓ ଇ-ସାଟିଁଫିକେଟ୍ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମୟରେ […]
ଭୁବନେଶ୍ୱର: ବିନା ହେଲମେଟ୍ରେ ବାଇକ୍ ଶୋଭାଯାତ୍ରା କରିବା ବିଜେଡି କର୍ମୀଙ୍କୁ ମହଙ୍ଗା ପଡ଼ିପାରେ। ସିସିଟିଭି ଫୁଟେଜ୍ ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ୍ ପୁଲିସ୍ କହିଛି। ଭୁବନେଶ୍ୱରରେ ଶାସକ ଦଳର ବାଇକ୍ ରାଲି ବେଳେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବା ଘଟଣା ସାମ୍ନାକୁ ଆସିଛି। ଯାହାର ତଦନ୍ତ ସହ ସିସିଟିଭି ଯାଞ୍ଚ କରାଯାଉଥିବା ଟୁଇଟ୍ କରିଛି କମିଶନରେଟ୍ ପୁଲିସ। ତେବେ କୌଣସି ଦଳର ନାଁ ନନେଇ ଟ୍ୱିଟ୍ କରିଛି କମିଶନରେଟ ପୁଲିସ୍। ସାରା ଭାରତରେ […]
ଭୁବନେଶ୍ୱର: ନବରଙ୍ଗପୁର କୋଷାଗୁମୁଡ଼ା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ତଦନ୍ତାଧୀନ ଥିବାବେଳେ, ସଞ୍ଜୟ ଦାସବର୍ମା କେମିତି ଜାଣିଲେ ଯେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇନି। କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ବିବାଦୀୟ ଫୋନ୍ କଲ୍ରୁ ଉଠିଥିବା ଝଡ଼, ସଞ୍ଜୟ ଦାସବର୍ମାଙ୍କ ମନ୍ତବ୍ୟ ପରେ ଏବେ ଦିଗ ବଦଳାଇ ଶାସକ ଦଳ ଆଡ଼କୁ ମୁହାଁଇଛି। ତେବେ ସଞ୍ଜୟ କହିଛନ୍ତି, ତାଙ୍କ ମନ୍ତବ୍ୟକୁ ବଦଳାଇ, ଅଭିସନ୍ଧିମୂଳକ ଭାବେ ବ୍ୟବହାର କରାଯାଇଛି। ପ୍ରଥମେ ପ୍ରଦୀପ ମାଝୀଙ୍କ ଫୋନ୍ କଲ୍, ପରେ […]
ଭୁବନେଶ୍ୱର: କଥାରେ ଅଛି ତାତି ସହିହେବ କିନ୍ତୁ ମାତି ସହି ହେବନି। ଆଉ ଏବେ ଶୀତ ଏମିତି ମାତିଛି ଯେ ପୂରା ଓଡ଼ିଶା ଥରହର ହେଉଛି। ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ୧୧ଟି ଜିଲ୍ଲାରେ ୧୦ ଡିଗ୍ରୀ ତଳକୁ ଖସିଲାଣି ରାତିର ତାପମାତ୍ରା। ପାଣିପାଗ ବିଭାଗ କହୁଛି, ଆଗକୁ ଅବସ୍ଥା ଆହୁରି ଅସମ୍ଭାଳ ହେବ। ସେଥିପାଇଁ ୪ ଜିଲ୍ଲାକୁ ସିଭିୟର କୋଲ୍ଡ ୱେଭ୍ ୱାର୍ଣ୍ଣିଂ ସହ ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ […]
ବଲାଙ୍ଗିର: ନିଜ ୧୨ ବର୍ଷର ଭଉଣୀକୁ ବଳି ଦେଇଥିବା ନେଇ ଭାଇ ନାଁରେ ସାଂଘାତିକ ଅଭିଯୋଗ ଆସିଛି। ଏହାକୁ ନେଇ ବଲାଙ୍ଗୀର ସିନ୍ଧେକେଲା ଥାନାଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଶହ ଶହ ଲୋକ ଥାନା ଘେରାଉ କରି ଅଭିଯୁକ୍ତ ବିରୋଧରେ ତୁରନ୍ତ ଦଣ୍ଡବିଧାନ ଦାବି କରିଛନ୍ତି। ସ୍ଥାନୀୟ ସାଲେବରଟ ଗାଁରୁ ମୁସୁର ରଣାଙ୍କ ପୁଅ ଶୋଭବନ ଗତ ୫ ଦିନ ପୂର୍ବରୁ ବସ୍ ଷ୍ଟପ୍କୁ ଛାଡ଼ିବା ପାଇଁ ଭଉଣୀକୁ କହିଥିଲେ। ୧୨ ବର୍ଷର ଭଉଣୀ, ଭାଇ ଶୋଭବନକୁ […]
ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ଚିନ୍ମୟୀଙ୍କ ନାଁରେ ପୁଣି ଠକେଇର ନୂଆ ଷ୍ଟୋରୀ। ପ୍ରେମ ଜାଲରେ ଫସାଇ ଚିନ୍ମୟୀ ଏଥର ଝାରସୁଗୁଡ଼ାର ଜଣେ ବ୍ୟବସାୟୀଙ୍କୁ ଲଗାଇଛନ୍ତି ୨ଲକ୍ଷ ୭୦ହଜାର ଟଙ୍କାର ଚୂନା। ଏମିତିକି ସଂପୃକ୍ତ ବ୍ୟବସାୟୀ, ଅଭିନେତ୍ରୀ କରିଥିବା ପ୍ରେମବୋଳା ବାର୍ତ୍ତାଳପର ପ୍ରମାଣ ବି ଦେଖାଇଛନ୍ତି। କଥା ଏଇଠି ସରିନି ଫିଲ୍ମରେ ରୋଲ୍ ଦେବାକୁ କହି ଭୁବନେଶ୍ୱରର ଜଣେ ଯୁବକଙ୍କଠାରୁ ବି ୧୦ ହଜାର ଟଙ୍କା ଚିନ୍ମୟୀ ଠକି ନେଇଥିବା ଅଭିଯୋଗ ଆସିଛି। ୨୦୧୭ରେ ମାଟ୍ରିମୋନି ସାଇଟ୍ରୁ ନମ୍ବର […]
ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ଟାଣୁଆ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ। ତାଙ୍କ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ ୧୦ ବର୍ଷ ପରେ ତାଙ୍କର ଦୁଇ ଝିଅ ସହିତ ଓଡ଼ିଶାକୁ ଫେରିଛନ୍ତି। ଆସୁ ଆସୁ ତାଙ୍କୁ କଂଗ୍ରେସର ୧୩୪ ତମ ଦିବସରେ ପ୍ରତିଷ୍ଠା ଦିବସରେ ଦେଖିବାକୁ ମିଳିଥିଲା। ସିଦ୍ଧାର୍ଥ ଆମେରିକାର ଗୋଟେ ବଡ଼ କମ୍ପାନୀର ଡାଇରେକ୍ଟର୍। ସେଠାରେ ତାଙ୍କ ପରିବାର ବେଶ୍ ଖୁସିରେ ରହୁନ୍ତି। କେବଳ ସିଦ୍ଧାର୍ଥ କାହିଁକି ସୁରଙ୍କ ସାନ ପୁଅ ଏୟାର ଇଣ୍ଡିଆରେ ଜଣେ […]
ବ୍ରହ୍ମପୁର: ଗଞ୍ଜାମ ଦିଗପହଣ୍ଡିରେ ଅଭାବନୀୟ ଘଟଣା। ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିବା ୩ ଭଉଣୀଙ୍କ ମୃତ୍ୟୁ। ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ତିନି ଭଉଣୀ। ଏହି ୩ ଭଉଣୀ ହେଲେ ଶୁଭଲକ୍ଷ୍ମୀ, ପ୍ରୀତି ଏବଂ ବର୍ଷା ରେଡ୍ଡୀ। ଏହି ସମସ୍ତଙ୍କ ବୟସ ୬, ୭ ଏବଂ ୧୧ ବର୍ଷ ହୋଇଥିବା ଜଣାପଡ଼ିଛି। ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ିରେ ଅଜା ଘରେ ରହି ଏମାନେ ସମସ୍ତେ ପଢୁଥିଲେ। ଏମାନଙ୍କ ଘର ସାନଖେମୁଣ୍ଡି ମାଟିଆ ବୋରେଇ […]
ଭୁବନେଶ୍ୱର: କିଡନୀ ଚୋରି ମାମଲାରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍ ପାଇଁ ଅଡ଼ୁଆ ବଢ଼ିଲା। ଆପୋଲୋର ରେଜିଷ୍ଟ୍ରେସନ୍ ରଦ୍ଦ କରିବାକୁ ପୁଣି ଥରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ୍। ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ହୋଇଥିବା ଆପୋଲର ଯୁକ୍ତିକୁ ଖାରଜ କରିଛନ୍ତି କମିଶନ୍। ୨୦୧୩ରେ ବରଗଡ଼ର ଅନୀଲ କୁମାର ସ୍ୱାମୀଙ୍କ କିଡନୀକୁ ତାଙ୍କ ପଡ଼ୋଶୀ ରାଘବ ରାମ ଦୋରାଙ୍କଠାରେ ପ୍ରତିରୋପଣ ହୋଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ୩ ଜାନୁଆରୀ ୨୦୧୬ରେ ବରଗଡ଼ […]
ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼। ଅଫିସରଙ୍କ ଚାପ ଯୋଗୁ ଜିଲ୍ଲାପାଳଙ୍କ ପିଏ ଦେବନାରାୟଣଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି କହିଛନ୍ତି ତାଙ୍କ ପତ୍ନୀ ବନଜା ପଣ୍ଡା। ମୃତ୍ୟୁ ପୂର୍ବରୁ ଘରେ କୌଣସି ପ୍ରକାର କଳହ ହୋଇନଥିବା ସେ କହିଛନ୍ତି। ଅଫିସରଙ୍କ ଚାପ ଯୋଗୁଁ ସେ ଏମିତି କରିଥାଇ ପାରନ୍ତି ବୋଲି କହିଛନ୍ତି ବନଜା କହିଛନ୍ତି। ଗତକାଲି ଅଫିସକୁ ଫେରିନଥିଲେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡା। ଏହାପରେ ନିଖୋଜ […]
ଭୁବନେଶ୍ୱର: ସୁଦୂର ଆମେରିକାରୁ ପ୍ରାୟ ଦଶ ବର୍ଷ ପରେ ଆସିଛନ୍ତି ଜଟଣି ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ। କଂଗ୍ରେସର ୧୩୪ ତମ ପ୍ରତିଷ୍ଠା ଦିବସ ପାଳନ ବେଳେ ସିଦ୍ଧାର୍ଥଙ୍କୁ ଦେଖିବାକୁ ମିଳିଥିଲା। ସେ ତାଙ୍କର ଦୁଇ ଝିଅଙ୍କ ସହିତ କଂଗ୍ରେସ ଅଫିସ୍ ଆସିଥିଲେ। ସିଦ୍ଧାର୍ଥ ଆମେରିକାରେ ରୁହନ୍ତି। ସେଠାରେ ଗୋଟେ ବଡ଼ କମ୍ପାନୀର ନିର୍ଦ୍ଦେଶକ ଭାବରେ ବି କାମ କରନ୍ତି। ତେଣୁ ତାଙ୍କର କୌଣସି ଅସୁବିଧା ନାହିଁ। ତେବେ ହଠାତ୍ ତାଙ୍କ କଂଗ୍ରେସର ପ୍ରତିଷ୍ଠା […]
ଭୁବନେଶ୍ୱର: ନବରଙ୍ଗପୁରରେ ବନ୍ଦ ଡାକରା ବେଳେ ପ୍ରଦୀପ ମାଝୀଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ AICCକୁ ସ୍ପଷ୍ଟୀକରଣ ଦେଇଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ। ପିସିସି ଜରିଆରେ ସେ AICCକୁ ସ୍ପଷ୍ଟୀକରଣ ଦେଇଥିବା ସୂଚନା ମିଳିଛି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ନାରୀମାନଙ୍କ ଇଜ୍ଜତ ଲୁଟ ହେଉଛି। ତେଣୁ ଧୈର୍ଯ୍ୟଚ୍ୟୁତି ହେବାରୁ ଏଭଳି ମନ୍ତବ୍ୟ ଦେଇଥିବା ନେଇ AICCକୁ ଲେଖିଥିବା ପ୍ରଦୀପ ମାଝୀ ଓଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି। ଆଗକୁ କଂଗ୍ରେସ ଆଦର୍ଶକୁ ପାଳନ କରିବି ବୋଲି ସେ କହିଛନ୍ତି। ବିବାଦୀୟ […]
ଭୁବନେଶ୍ୱର: ଅଦିନିଆ ଝିପି ଝିପି ବର୍ଷା ବରଗଡ଼ ଜିଲ୍ଲାର ଚାଷୀଙ୍କ ଆଖିରେ ଆଣିଛି ନିରାଶାର ଲୁହ। ଆଖି ଆଗରେ ବତୁରୁଛି ଅମଳ ଧାନ। ଭିଜୁଛି ବର୍ଷ ଯାକର ପରିଶ୍ରମ। ଦୃଶ୍ୟ ପଦ୍ମପୁର ଉପଖଣ୍ଡ ମାର୍କେଟ୍ ୟାର୍ଡର ଟୋକନ୍ ବ୍ୟବସ୍ଥା ଲାଗୁ ଯୋଗୁ ଏମିତିରେ ଦୀର୍ଘ ଦିନ ହେଲା ମଣ୍ଡିରୁ ଧାନ ଉଠୁନଥିବା ବେଳେ ଏବେ ବଇରି ସାଜିଛି ଅଦିନିଆ ବର୍ଷା। ମଣ୍ଡିରେ ପଡ଼ିଥିବା ପାଖାପାଖି ୮ଲକ୍ଷ କୁଇଣ୍ଟାଲ ଧାନରୁ ଅଧାଅଧି ଭିଜି ଯାଇଛି। ଦୁଇ ଚାରି ଦିନ […]
ଭୁବନେଶ୍ୱର: ଉତ୍ତରାଧୀକାରୀକୁ ନେଇ କଳ୍ପନାଜଳ୍ପନା ଭିତରେ ବିଜେଡି ପ୍ରତିଷ୍ଠା ଦବିସରେ ନବୀନଙ୍କ ବକ୍ତବ୍ୟକୁ ନେଇ ଚର୍ଚ୍ଚା ହେଉଛି। ଗତକାଲି ନବୀନ କହିଥିଲେ କୌଣସି ନେତା ଏମିତିକି ଖୋଦ୍ ନବୀନ ବିନା ବି ଦଳ ଚାଲିପାରିବ। ତେବେ କାହିଁକି, କେଉଁ ଉଦ୍ଦ୍ୟେଶରେ ନବୀନଙ୍କ ଏହି ମନ୍ତବ୍ୟ ଥିଲା। ଇସାରା କାହା ପ୍ରତି ତାକୁ ନେଇ ବିଜେଡିରେ ଭିନ୍ନ ଭିନ୍ନ ସମୀକରଣ ଓ ଭିନ୍ନ ଭିନ୍ନ ଅଙ୍କ କଷା ଯାଉଛି। ତେବେ ନବୀନଙ୍କ ମନ୍ତବ୍ୟ ବିଜେଡିର ଭବିଷ୍ୟତ ଚିନ୍ତା ସହ […]
ମୟୂରଭଞ୍ଜ: ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଯୁବକ। ଥରେ ନୁହେଁ ଦୁଇଥର ନୁହେଁ, ତିନି ତିନି ଥର ହାତୀ ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ରେଞ୍ଜ ଅଧିନ ଦାମସାହିରେ। ହାତୀପଲ ଗାଁର ଶାଗୁଆନ ବଣରେ ଥିବାବେଳେ ବନ କର୍ମଚାରୀ ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ଗାଁ ଲୋକେ ଚାରିପଟୁ ହାତୀଙ୍କୁ ଘଉଡ଼ାଇବାକୁ ଯାଇ ବିରକ୍ତି କରିବାରୁ ଏଣେତେଣେ ଦୌଡ଼ିଥିଲେ ହାତୀ। ଏତିକି ବେଳେ ହାତୀ ଆଗରେ […]
ଭୁବନେଶ୍ୱର: ମାର୍ଚ୍ଚ ୩ରୁ ଆରମ୍ଭ ହେବ ଚଳିତ ବର୍ଷର +୨ ପରୀକ୍ଷା। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମାର୍ଚ୍ଚ ୩ରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୮ ଯାଏ ଚାଲିବ। ସେହିପରି ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୪ରୁ ଆରମ୍ଭ ହେବ। ଏହା ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଚାଲିବ। କଳା ପରୀକ୍ଷା ମାର୍ଚ୍ଚ ୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖରେ ଶେଷ ହେବ। ତେବେ ଜାନୁଆରୀ ୨୭ରୁ ଫେବ୍ରୁଆରୀ […]
ଭୁବନେଶ୍ୱର: ଆସନ୍ତାକାଲିଠାରୁ ଶୀତ ବଢ଼ିବ। ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇପାରେ। ଏଭଳି ସ୍ଥିତି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲାଗି ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାମୁମାନ କରିଛି। ତେବେ ନୂଆ ବର୍ଷକୁ ଶୀତରେ ସ୍ୱାଗତ କରିବେ ରାଜ୍ୟବାସୀ। ଏହିସମୟରେ ତାପାମାତ୍ର ୧୦ ଡିଗ୍ରୀ ତଳକୁ ଖସିପାରେ ବୋଲି ଅନୁମାନ କରାଯାଉଛି। ବାୟୁ ମଣ୍ଡଳ ଉପର ଭାଗରେ ଏକ ଟ୍ରପ ଲାଇନ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ରାଜ୍ୟରେ ପାଗ ମେଘୁଆ ରହିଛି। […]
ଭୁବନେଶ୍ୱର: ମନ୍ତ୍ରୀରୁ ସିଙ୍ଗର ହେଲେ ସଡ଼କ ପରିବହନ ମନ୍ତ୍ରୀ ପଦ୍ନନାଭ ବେହେରା। ଷୁଡିଓ ଯାଇ ରେକର୍ଡିଂ କଲେ ନିଜେ ଗାଇଥିବା ଗୀତ। ଷ୍ଟୁଡିଓରେ “ ହେ ମାଧବ, କାନ୍ଦି ସରୁନାହିଁ ଦିନ” ଗୀତ ଗାଇଲା ବେଳେ ଜଗନ୍ନାଥଙ୍କ ଭାବରେ ପୂରା ବୁଡ଼ି ଯାଇଥିଲେ ମନ୍ତ୍ରୀ।ଷୁଡିଓରେ ଟେକ୍ନିସିଆନ୍ ତଥା ମ୍ୟାଜିକ୍ କ୍ରୁ ମ୍ୟାମ୍ବରଙ୍କୁ କେତେବଳେ ଅନ୍ତରା ଗାଇ ଶୁଣାଉଥିଲେ ତ ଆଉ କେତେବଳେ ମୁଖଡ଼ା। ମନ୍ତ୍ରୀଙ୍କ ଭିତରେ ବି ଏମିତି ଗୋଟିଏ କଳାକାର ଲୁଚି ରହିଛି ସେ ବିଷୟରେ […]
ଭୁବନେଶ୍ୱର: ପିଆଜ ଓ ଆଳୁର ଅହେତୁକ ମୂଲ୍ୟବୃଦ୍ଧି ରୋକିବାକୁ ପଦକ୍ଷେପନ ନେଇଛି ଯୋଗାଣ ବିଭାଗ। ଜିଲ୍ଲାପାଳମାନଙ୍କୁ ସଂଶୋଧିତ ଷ୍ଟୋରେଜ ନିୟମ ଦେଇ ଚଢ଼ଉ ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ନିୟମ ମୁତାବକ ଭୁବନେଶ୍ୱରରେ ଜଣେ ହୋଲସେଲର ୧ହଜାର କୁଇଣ୍ଟାଲ ଆଳୁ ଓ ୨୫୦ କୁଇଣ୍ଟାଲ ପିଆଜ ମହଜୁଦ ରଖିପାରିବେ। ସେହିପରି କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ହୋଲ୍ସେଲରମାନେ ୫ ଶହ କୁଇଣ୍ଟାଲ ଆଳୁ ଗଚ୍ଛିତ ରଖିପାରିବେ। ଅନ୍ୟ ସ୍ଥାନରେ ହୋଲସେଲରମାନେ ୩ଶହ କୁଇଣ୍ଟାଲ ଆଳୁ, ୧୫୦ କୁଇଣ୍ଟାଲ […]
ଭୁବନେଶ୍ୱର: ରାଜ୍ୟରେ କୋହଲା ପାଗ ସାଙ୍ଗକୁ କିଛି ସ୍ଥାନରେ ଝିପ ଝିପ ବର୍ଷା ଲାଗି ରହିଛି। ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଦିନିଆ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। କୋହଲା ପାଗ ସାଙ୍ଗକୁ ବର୍ଷା ଫଳରେ ପ୍ରବଳ ଶୀତ ମଧ୍ୟ ଅନୁଭୂତ ହେଉଛି। ସେପଟେ ଏହି ଅଦିନିଆ ବର୍ଷା ଯୋଗୁ ଚାଷୀଙ୍କୁ ଅଧିକ କ୍ଷତି ସହିବାକୁ ପଡ଼ିଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର କାଉଡଲା ମଣ୍ଡିରେ ଖୋଲା ଆକାଶ ତଳେ ଧାନ ବର୍ଷାରେ […]