ଗଞ୍ଜାମ: ପାଳ ଘରେ ନିଆଁ ଲାଗି ୩ ଶିଶୁଙ୍କ ମୃତ୍ୟୁକୁ ନେଇ ଶୋକପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ପରିବାର ପିଛା ୪ ଲକ୍ଷ ଟଙ୍କା ଅନୁକମ୍ପାରାଶି ଘୋଷଣା କରିଛନ୍ତି। ଏହାସହ ଆହତ ଥିବା ଶିଶୁର ମାଗଣା ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆଜି ସକାଳେ ଘରପାଖ ବାଡ଼ିରେ ୫ରୁ ୭ ବର୍ଷ ବୟସ୍କ ୪ ଜଣ ପିଲା ଏକ ପାଳଘର କରି ଖେଳୁଥିଲେ। ସେମାନେ ହେଲେ ଇତିଶ୍ରୀ […]
ଭୁବନେଶ୍ୱର: ଜୀର୍ଣ୍ଣଶୀର୍ଣ୍ଣ ଶରୀର। ନୁଖୁରା କେଶ ସାଙ୍ଗକୁ ଅସନା ବେଶଭୂଷା। କେତେବେଳେ ନିଜ ସହ ଗୁଣୁଗୁଣୁ ହେଉଥିଲେ ତ ଆଉ କେତେବେଳେ ଖବରକାଗଜ ଧରି କଣ ସବୁ ପଢ଼ି ଯାଉଥିଲେ। ପୁରୀ ବଡ଼ଦାଣ୍ଡରେ ଯିଏ ତାଙ୍କୁ ଦେଖୁଥିଲା, କହୁଥିଲା ଇଏ ଭିକାରି ନଚେତ୍ ପାଗଳ। କିନ୍ତୁ କେହି ବି ଜାଣିନଥିଲେ ସେ ଜଣେ ମେଧାବୀ, ଆଉ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସହ ରାଜ୍ୟର ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବନ୍ଧୁ ବୋଲି। ତାଙ୍କର ନାଁ ହେଉଛି ସୁଜିତ […]
ଭୁବନେଶ୍ୱର: ଛତିଶଗଡ଼ ହମିରପୁର କଳ୍ପନା ଦାଶ ଓ ତାଙ୍କ କୁନିଝିଅ ମର୍ଡର ମାମଲାରେ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ଗିରଫ ହୋଇଛନ୍ତି। ଏହି ମର୍ଡରେ ଆଉ ଜଣେ ବ୍ୟକ୍ତିଙ୍କ ସମ୍ପୃକ୍ତି ଅଛି। ଏହାର ସୁରାକ ମିଳିଛି। ତେବେ ଏହି ତୃତୀୟ ଅଭିଯୁକ୍ତ ଜଣକ କିଏ? ତାଙ୍କୁ ଗିରଫ କରିବା ପାଇଁ ଛତିଶଗଡ଼ ପୁଲିସ ଚଢ଼ଉକୁ ଜୋରଦାର କରିଛି। ଅନ୍ୟପକ୍ଷରେ ନ୍ୟାୟ ଦାବିରେ ଅନୁପ ସାଏଙ୍କ ବଡ଼ ଭାଇ ଓ ପତ୍ନୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ […]
ନବରଙ୍ଗପୁର: ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଗୁମର ଖୋଲୁଛି ଭାଇରାଲ୍ ଭିଡିଓ। ଏବେ ପରିବହନ ବିଭାଗ ଅଧିକାରୀଙ୍କ ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ସ୍ଥାୟୀ ଚାକିରି କରାଇଦେବା ପାଇଁ ନବରଙ୍ଗପୁର ଆର୍ଟିଓ ଗଣେଶ୍ୱର କହଁର ଜଣେ ବ୍ୟକ୍ତିଙ୍କଠାରୁ ୨ଟି କିସ୍ତିରେ ୪୫ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ସୋଶାଲ୍ ମିଡିଆରେ ଭିଡିଓ ଛାଡ଼ିଥିବା ବ୍ୟକ୍ତିଙ୍କ କହିବା ଅନୁସାରେ, ବଡ଼କୁମୁଲି ଗାଁର ଆକାଶ ହରିଜନଙ୍କଠାରୁ ଆଞ୍ଚଳିକ ପରିବହନ ଅଧିକାରୀ ଗଣେଶ୍ୱର ଏହି ଟଙ୍କା ନେଇଥିଲେ। […]
ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାରେ ବିଭ୍ରାଟ ପାଇଁ ସବୁବେଳେ ଖାଲି ବ୍ୟବସ୍ଥାକୁ ଦୋଷ ଦେଲେ ଚଳିବନି। ଛାତ୍ର ହୁଅନ୍ତୁ କି ଅଭିଭାବକ ନିଜର ନୀତି ଓ ନୈତିକତାକୁ ବି ପ୍ରଥମେ ଦେଖିବାକୁ ପଡ଼ିବ। ଯାହାର ଆଜି ବ୍ୟତିକ୍ରମ ଦେଖିବାକୁ ମିଳିଛି ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ। କାମାକ୍ଷାନଗରରେ ଇଂରାଜୀ ପରୀକ୍ଷା ବେଳେ ଖୁଲମଖୁଲା କପି ପାଇଁ ଅଭିଭାବକ-ପୁଲିସ ମୁହାଁମୁହିଁ ହୋଇଥିବାବେଳେ ପୁରୀ କନକଦୁର୍ଗା ସେଣ୍ଟରରେ ଧରାପଡ଼ିଛି ଜାଲ୍ ପରିକ୍ଷାର୍ଥୀର ଚାଲାକି। ଢେଙ୍କାନାଳ ଜିଲ୍ଲା ବିରିବୁଲେଇ ଜନତା ସରକାରୀ ଉଚ୍ଚ […]
ଭୁବନେଶ୍ୱର: ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ତଥ୍ୟ ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ତିନିଟି ପ୍ରସଙ୍ଗରେ ବିଧାନସଭାରେ ମନ୍ତ୍ରୀ ଦେଇଥିବା ତଥ୍ୟ ଏବେ ସରକାରଙ୍କ ପାଇଁ ବୁମେରାଂ ହୋଇଛି। ବେକାରୀରେ ଦେଶରେ ରାଜ୍ୟ ଏକ ନମ୍ବର, ୭୦ ଲକ୍ଷ ପରିବାର ଉତ୍କଟ ଗରିବୀରେ ଥିବା ଓ କାଳିଆର ୮ ଲକ୍ଷ ଚାଷୀଙ୍କ ହିସାବ ନ ମିଳିବା ଏବେ ବିରୋଧୀଙ୍କ ପାଇଁ ସରକାରଙ୍କୁ ଘେରିବାକୁ ଅମୋଘ ଅସ୍ତ୍ର ହୋଇଛି। ବଡ଼କଥା ହେଉଛି ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀଙ୍କ ଗରିବୀ […]
ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ଛତିଶଗଡ଼ ହମିରପୁର ଡବଲ ମର୍ଡର ଘଟଣାରେ ମୃତ କଳ୍ପନା ଦାସଙ୍କ ଜଣେ ଭାଇ ଓ ଜଣେ ଭାଉଜଙ୍କୁ ନୋଟିସ୍ କରିଛି ରାୟଗଡ଼ ପୁଲିସ। ସମସ୍ତଙ୍କୁ ଥାନାରେ ହାଜର ହେବା ପାଇଁ ନୋଟିସ୍ ହୋଇଥିବା ସୂଚନା ମିଳିଛି। ବ୍ରାଜରାଜନଗର ରାଜପୁରରେ ରହୁଥିବା ଭାଇ ବରୁଣ ଦାସ ଏବଂ ବଘରାଚକାରେ ରହୁଥିବା କଳ୍ପନାଙ୍କ ଭାଉଜଙ୍କୁ ମଧ୍ୟ ନୋଟିସ ହୋଇଛି। ଏପଟେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ରିମାଣ୍ଡ ଅବଧି ଆଜି ସରୁଛି। ଅନୁପଙ୍କୁ ୩ ଦିନିଆ […]
ଭଦ୍ରକ: ଜାଗର ରାତିରେ ମହାଦେବଙ୍କୁ ଦର୍ଶନ ସାରି ଫେରିବା ବେଳେ ଗଣଦୁଷ୍କର୍ମର ଶିକାର ହେଲେ ମହିଳା। ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରୁ। ଭଣ୍ଡାରିପୋଖରୀର ରହଣିଆ ପଞ୍ଚାୟତ ଅଞ୍ଚଳରେ ଜଣେ ମହିଳା ଜାଗର ଯାତ୍ରା ପାଇଁ ଗାଁ ନିକଟ ଶିବ ମନ୍ଦିରକୁ ଯାଇଥିଲେ। ଠାକୁର ଦର୍ଶନ ସାରି ଫେରିବା ବେଳେ ରାସ୍ତାରୁ ଦୁଇ ଜଣ ଅଜଣା ଯୁବକ ମହିଳାଙ୍କୁ ନିକଟ ଏକ ପରିତ୍ୟକ୍ତ ଘରକୁ ନେଇଯାଇଥିଲେ। ସେଠାରେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ […]
ଭୁବନେଶ୍ୱର: AIIMSରେ ଓଡ଼ିଆ ଭାଷା ବ୍ୟବହାର ନ ହେବାକୁ ନେଇ ଏମ୍ସ କର୍ତ୍ତୃପକ୍ଷଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛି ବିଜେଡିର ଏକ ଟିମ୍। ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ନେତୃତ୍ୱରେ ଏକ କମିଟି ଆଜି ଏମ୍ସ ଯାଇ ଏହାର ନିର୍ଦ୍ଦେଶିକାଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଏମ୍ସ ନିର୍ଦ୍ଦେଶିକାଙ୍କ ଜରିଆରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ବିଜେଡି ଟିମ୍ ସଦସ୍ୟଙ୍କ ସହ ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ଏମ୍ସ ନିର୍ଦ୍ଦେଶିକା […]
ଭୁବନେଶ୍ୱର: ବିମୁଦ୍ରାକରଣ ପରେ ପରେ ଦେଶର ଅର୍ଥନୀତି ନିମ୍ନଗାମୀ ହୋଇଛି ଦେଶର ଆର୍ଥିକ ସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ବେକାରୀ ସମସ୍ୟା ବୃଦ୍ଧି ପାଇଛି। ଓଟିଭିର ଦଶମ ବାର୍ଷିକ କନଭେନସନ ଫୋରସାଇଟ୍ରେ ଯୋଗଦେଇ ଏହା କହିଛନ୍ତି CPM ମହାସଚିବ ସୀତାରାମ ୟେଚୁରୀ। ଏଥିସହ ପିଇବା ପାଣି, ନୂଆ ସଡ଼କ ନିର୍ମାଣ ଆଦି ଭିତ୍ତିଭୂମି କ୍ଷେତ୍ରରେ ଆବଶ୍ୟକତା ଢେର ଅଧିକ ରହିଛି। ଗ୍ରାମାଞ୍ଚଳରେ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। କେବଳ ପବ୍ଲିକ ଇନଭେଷ୍ଟମେଣ୍ଟ ଦ୍ୱାରା ହିଁ ନିଯୁକ୍ତି […]
ଭୁବନେଶ୍ୱର: ପରଲୋକରେ ଓଡ଼ିଶା ସାହିତ୍ୟର ଧୁରିଣ ସିପାହୀ ଯୁଗଳ କିଶୋର ଦତ୍ତ। ଓଡ଼ିଆ ସାହିତ୍ୟର ଅନ୍ୟତମ ବିଶିଷ୍ଟ ଲେଖକ ତଥା ପ୍ରସିଦ୍ଧ ଅନୁବାଦକ ଯୁଗଳ କିଶୋର ଦତ୍ତଙ୍କର ଆଜି ୯୨ ବର୍ଷରେ ପରଲୋକ ହୋଇଛି। ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଭୋଗୁଥିଲେ। ଶ୍ରୀଯୁକ୍ତ ଦତ୍ତ ଓଡ଼ିଆ ସାହିତ୍ୟର ଶତାଧିକ କାଳଜୟୀ କୃତିକୁ ବଙ୍ଗଳାରେ ଅନୁବାଦ କରି ରେକର୍ଡ ସୃଷ୍ଟି କରିଥିଲେ। ଯୁଗଳ କିଶୋର ଦତ୍ତଙ୍କର ଜନ୍ମ ୨୪ ଡିସେମ୍ବର, ୧୯୨୮ରେ, ଯାଜପୁର ଜିଲ୍ଲାର ମହେଶ୍ୱରପୁରରେ […]
ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରୀ ଅବସରରେ ଚଳଚଞ୍ଚଳ ଶୈବପୀଠ। ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳୁଛନ୍ତି ଅଗଣିତ ଭକ୍ତ। ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବମନ୍ତ୍ର ଜପି ମହାଦୀପ ଦର୍ଶନ ଦର୍ଶନ କରିଛନ୍ତି। ଦେବଦେବ ମହାଦେବଙ୍କ ଜାଗର ଯାତ୍ରା ପାଇଁ ଉତ୍ସବମୁଖର ଏକାମ୍ର କ୍ଷେତ୍ର। ଭୋରୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ଼ ଲାଗିଛି। ଗହଳି ଚହଳିରେ ଫାଟି ପଡ଼ୁଛି ସମଗ୍ର ପରିବେଶ। ନିର୍ଜଳ ଉପବାସ ରଖିବା ସହ ହଜାର […]
ଭୁବନେଶ୍ୱର: ଆସନ୍ତାକାଲି ଓଟିଭିର ଦଶମ ବାର୍ଷିକ କନଭେନସନ ଫୋରସାଇଟ୍ ଆୟୋଜିତେ ହେବ। ଏଥିରେ ରାଜନୀତି, ଅର୍ଥନୀତି, ସଂସ୍କୃତି ସହ ଜଡ଼ିତ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରସଙ୍ଗ ଉପରେ ହେବ ବିତର୍କ ସିପିଆଇଏମ୍ ମହାସଚିବ ସୀତାରାମ ୟେଚୁରୀ, ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ। ପ୍ରାରମ୍ଭିକ ସେସନ୍ରେ ବିତର୍କରେ ଭାଗ ନେଇ ନିଜସ୍ୱ ମତବ୍ୟକ୍ତ କରିବା ସହ ମାନସମନ୍ଥନ କରିବାର ପ୍ରସଙ୍ଗ ରହିଛି ‘SLOWDOWN AND BEYOND: IDEAS FOR A SUSTAINABLE […]
ଭୁବନେଶ୍ୱର: ମ୍ୟାଟ୍ରିକ୍ ବିଭ୍ରାଟ୍ ରୋକିବାକୁ ବାଟ ଖୋଜୁଛି ବୋର୍ଡ। ପ୍ରଶ୍ନପତ୍ର ଭାଇରାଲରେ ରୋକ ଦେବାକୁ ଗଣଶିକ୍ଷା ବିଭାଗ ନୂଆ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ପ୍ରଥମ ଦିନରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ପରେ ଗୁରୁବାର ବୋର୍ଡ କର୍ତ୍ତୃପକ୍ଷ, ରାଜ୍ୟର ସମସ୍ତ ବିଇଓ ଓ ଡିଇଓଙ୍କୁ ଭିଡିଓ କନଫରେନ୍ସିଂରେ ତାଗିଦ କରିଛନ୍ତି। ସଫା ସଫା କୁହାଯାଇଛି, ପରୀକ୍ଷା ହଲ୍କୁ କୌଣସି ହାଲତରେ ଯାଇ ପାରିବନି ମୋବାଇଲ୍ ଫୋନ୍ ବା ଡିଜିଟାଲ୍ ଘଣ୍ଟା। ସ୍କୁଲ ହତାରେ ପଶି ପାରିବେନି […]
ଖୋର୍ଦ୍ଧା: ମାଲିକ ପ୍ରତି ବିଶ୍ୱସ୍ଥତା ଦେଖାଇ କେବେ ବିପଦ ସମୟରେ ବନ୍ଧୁ ସାଜିଛି ତ ଆଉ କେବେ ଆସନ୍ନ ବିପଦରୁ ରକ୍ଷା କରିଛି। ସେଥିପାଇଁ ତ କୁକୁରକୁ ମଣିଷର ଅତି ବିଶ୍ୱସ୍ତ ପ୍ରାଣୀ ବୋଲି କୁହାଯାଏ। ସେହି ବିଶ୍ୱସ୍ତ ପ୍ରାଣୀର ଆଉ ଏକ ଅବିଶ୍ୱସନୀୟ କାର୍ଯ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜଟଣୀ ଅଞ୍ଚଳରେ। ଘରକୁ ପଶିବା ପାଇଁ ଉଦ୍ୟମରତ ଏକ ବିଷଧର ନାଗକୁ ମାତ୍ର ୮ ମିନିଟରେ ଖିନଭିନ୍ କରି ସଫା କରିଦେଇଛନ୍ତି ପୋଷା କୁକୁର। ଖୋର୍ଦ୍ଧା […]
ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରୀ ଅବସରରରେ ଚଳଚଂଚଳ ସମସ୍ତ ଶୈବପୀଠ। ଜାଗର ଯାତ୍ରା ଲାଗି ପୁରୀ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ବାଲିକପିଳେଶ୍ୱର ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ସକାଳୁ ସକାଳୁ ଦୂର ଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଛୁଟି ଆସିଛନ୍ତି ଏହି ପୀଠକୁ। ମହାଦେବଙ୍କ ଦର୍ଶନ କରିବା ସହ ପୂଜାର୍ଚନା ଓ ଦୀପ ଦାନ କରିଛନ୍ତି। ନୀତିକାନ୍ତି ଅନୁଯାୟୀ ଚାଲିଛି ମହାଦେବଙ୍କ ପୂଜାର୍ଚ୍ଚନା। ରାତି ୨ଟାରେ ରେ ମହାଦୀପ ଉଠିବା ପାଇଁ ସମୟ ର୍ନିଘଣ୍ଟ ହୋଇଛି। […]
ପୁରୀ: ମହାଶିବରାତ୍ରିରେ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ମହାଦେବଙ୍କ ୧୧ଟି ପ୍ରତିମା ପ୍ରଦର୍ଶନ କରାଯାଇଛି। ସୁଦର୍ଶନ ପଟ୍ଟନାୟକ ସ୍ୟାଣ୍ଡଆର୍ଟ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଛାତ୍ରଛାତ୍ରୀମାନେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ପ୍ରାୟ ୧୦ ଟନ୍ ବାଲିଲେ ଏହି କଳାକୃତି ନିର୍ମାଣ ହୋଇଛି। ୧୫ ଜଣ ଛାତ୍ରଛାତ୍ରୀ ଏହାକୁ ନିର୍ମାଣ କରିଛନ୍ତି। ସେପଟେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ମହାଦେବଙ୍କ ବାଲୁକା ପ୍ରତିମୂର୍ତ୍ତି। ବାଲୁକା କଳା ମାଧ୍ୟମରେ ଦୀପ ଜଳାଇ […]
ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡ଼ା ସହର ଗାୟତ୍ରୀ ବିହାର ଅଞ୍ଚଳରୁ ଗତକାଲି ନିଖୋଜ ହୋଇଯାଇଥିବା ତିନି ଜଣ ଛାତ୍ରୀଙ୍କୁ ଆଜି ପୁଲିସ୍ ଏକ ମନ୍ଦିର ନିକଟରୁ ଉଦ୍ଧାର କରିଛି। ଏଥିସହିତ ସେମାନଙ୍କୁ ଓ ସେମାନଙ୍କ ପରିବାର ଲୋକଙ୍କୁ ଥାନାକୁ ଡାକି ପଚରାଉଚରା କରିଛି। ସୂଚନା ଅନୁସାୟୀ, ଗତକାଲି ଗାୟତ୍ରୀ ବିହାର ଅଞ୍ଚଳର ଦୁଇ ବ୍ୟକ୍ତିଙ୍କ ଦୁଇ ଝିଅ ସ୍କୁଲ୍ ଯିବା ପାଇଁ ଘରୁ ବାହାରି ଯାଇଥିଲେ। ହେଲେ ସ୍କୁଲ ନ ଯାଇ ସେମାନେ କୁଆଡ଼େ ନିଖୋଜ ହୋଇଯାଇଥିଲେ। […]
ଗଞ୍ଜାମ: ଅଭିନେତ୍ରୀଙ୍କୁ ଦେଖିବା ପାଇଁ ଫ୍ୟାନ୍ଙ୍କର ଏ କି ପାଗଳପଣ। ଏମିତି ଉତ୍ସାହ ହେଲେ ଚେୟାର୍ ଟେବୁଲ୍ ଫିଙ୍ଗା ଫୋପଡ଼ା କଲେ। ଶେଷରେ ସ୍ଥିତି ଏମିତି ହେଲା ଯେ ଉକ୍ତ ସ୍ଥାନରେ ମାତ୍ର ୧୫ ମିନିଟ୍ ରହି ଚାଲିଆସିଲେ ଅଭିନେତ୍ରୀ। ଅଭିନେତ୍ରୀ ଶୀତଲଙ୍କୁ ଦେଖିବା ପାଇଁ ଏଭଳି କାଣ୍ଡ ଘଟାଇଥିଲା ଫ୍ୟାନ୍। ଗଞ୍ଜାମ ଖଲିକୋଟ ଆର୍ସିଏମ୍ କଲେଜ୍ରେ ଚାଲିଥିବା ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ଗତକାଲି ଆଶିଥିଲେ ଅଭିନେତ୍ରୀ ଶୀତଲ। ହେଲେ ତାଙ୍କୁ ଦେଖିବାକୁ ପିଲାଙ୍କ ମଧ୍ୟରେ ଏତେ […]
ଭୁବନେଶ୍ୱର: ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ତେବେ ୨୩ ରୁ ୨୬ ତାରିଖ ଯାଏଁ ବର୍ଷା ହେବ। ଏପରିକି ଝଡ଼ତୋଫାନ ଓ ବଜ୍ରପାତ ମଧ୍ୟ ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। ୨୩ରେ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଂଜରେ ବର୍ଷା ହେବ। ୨୪ ତାରିଖରେ ପୂର୍ବ ଜିଲ୍ଲା ସହ ଖୋର୍ଦ୍ଧା, ପୁରୀ, ନୟାଗଡ଼, ୨୫ ଓ ୨୬ ତାରିଖରେ ଉପକୂଳ ଏବଂ ଉତ୍ତରାଞ୍ଚଳ ଜିଲ୍ଲାରେ […]
ଭୁବନେଶ୍ୱର: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଲିକ୍ ନେଇ ନାନା ଅଭିଯୋଗ ଆସିବା ପରେ କଠୋର ହୋଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ମାଟ୍ରିକ୍ ପରୀକ୍ଷାର ଅବଶିଷ୍ଟାଂଶ ବିଷୟର ପରୀକ୍ଷା ଗୁଡ଼ିକରେ ଯେଭଳି ସ୍ୱଛତା ଅଣାଯାଇପାରିବ, ସେନେଇ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଏବଂ ବୋର୍ଡ ମଧ୍ୟରେ ଏକ ଭିଡ଼ିଓ କନ୍ଫରେନ୍ସିଂ ହୋଇଛି। କେଉଁ ଶିକ୍ଷକଙ୍କୁ କେଉଁ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତ କରାଯିବ ସେନେଇ ବିଧିବଦ୍ଧ ନିଷ୍ପତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ […]
ଭୁବନେଶ୍ୱର: ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ଓଡ଼ିଶାରେ ପାଠ ପଢ଼ିବାକୁ ସ୍ୱତନ୍ତ୍ର ଭାବେ ଆଉ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ରାଜସ୍ଥାନର ଜୟପୁରରେ ଥିବା ସେଣ୍ଟ୍ରାଲ ୟୁନିଭର୍ସିଟି ଦ୍ୱାରା ପରିଚାଳିତ ସର୍ବଭାରତୀୟ ଏକକ ପ୍ରବେଶିକା ପରୀକ୍ଷାରେ ସାମିଲ ହେବ ଓଡ଼ିଶାର ଏହି ସେଣ୍ଟ୍ରାଲ ୟୁନିଭର୍ସିଟି। ଏହି ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି ଆଇ. ରାମ ବ୍ରହ୍ମମ। ଏପରି ହେଲେ କୋରାପୁଟ ଅଂଚଳର ଛାତ୍ରଛାତ୍ରୀ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ମଧ୍ୟ ଏକା ସାଙ୍ଗରେ ଆବେଦନ କରିପାରିବେ। କୋରାପୁଟ […]
ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆସନ୍ତା ୨୮ ତାରିଖ ଅପରାହ୍ଣରେ ଭୁବନେଶ୍ୱରରେ ଆୟୋଜିତ ନାଗରିକ ସଂଶୋଧନ ଆଇନ ବା ସିଏଏ ସପକ୍ଷରେ ସେ ଏକ ଜନସଭାକୁ ସମ୍ବୋଧନ କରିବେ। ଏଥିସହିତ ୨୯ତାରିଖରେ ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱରରେ ଶ୍ରୀଲିଙ୍ଗରାଜ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଗୃହମନ୍ତ୍ରୀ ହେବା ପରେ ଏହା ହେଉଛି ଅମିତ ଶାହାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଏନେଇ ଭୁବନେଶ୍ୱରରେ ଆୟୋଜିତ ଏକ ପ୍ରେସମିଟରେ ସୂଚନା […]
ବଣାଇ: ଜମିବାଡ଼ି ଓ ଟଙ୍କାପଇସାକୁ ନେଇ ସାନ ଭାଇ ବଡ଼ ଭାଇଙ୍କ ପୂରା ପରିବାରକୁ ମାରି ଦେଇଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଦେଉଳହୁଡ଼ି ଗାଁରେ ଘଟିଛି ଏଭଳି ଆଖି ଖୋସି ହୋଇଯିବା ଭଳି ଘଟଣା। ଭାଇ ଭାଉଜ ସହିତ ପୁତୁରା ଝିଆରି ମଧ୍ୟ ବର୍ତ୍ତିଲେନି ଦାଦାର ଟାଙ୍ଗିଆ ଚୋଟରୁ। ମୃତକମାନେ ହେଉଛନ୍ତି- କାନ୍ଦେ ମୁଣ୍ଡା, ତାଙ୍କ ସ୍ତ୍ରୀ ସିମୁଳି ମୁଣ୍ଡା ଓ ସେମାନଙ୍କର ଦୁଇ ଶିଶୁ ମାମଲି ମୁଣ୍ଡା(୭) ଏବଂ ମାରା […]
ବଲାଙ୍ଗିର: ପୁଣି ଦାଦନ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ। ତେଲେଙ୍ଗାନାରେ ଏକ ଇଟାଭାଟିରେ ଦାଦନ ଶ୍ରମିକଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି ସର୍ଦ୍ଦାର ଓ ଇଟାଭାଟି ମାଲିକ। ଏଭଳି ଏକ ବର୍ବରକାଣ୍ଡର ଭିଡିଓ ଏବେ ଓଟିଭି ହାତରେ ଲାଗିଛି। କିଛି ମାସ ତଳେ ବଲାଗିଂର ବେଲପଡ଼ା ବ୍ଲକ୍ କୁଦୋଭଟା ଗାଁର କିଛି ଦାଦନ ଶ୍ରମିକ ଇଟା ଗଢ଼ିବା ପାଇଁ ତେଲେଙ୍ଗାନା ହାଇଦ୍ରାବାଦ ନିକଟସ୍ଥ ଟୁକୁଗୁଡ଼ା ଅଂଚଳକୁ ଯାଇଥିଲେ। ହେଲେ ସେଠାରେ ନିର୍ଯାତନାର ଶିକାର ହେବା ପରେ ଶ୍ରମିକମାନେ ଏକ […]