• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

student
୨୦ ମିନିଟ୍‌ ବିଳମ୍ବରେ ଆସିବାରୁ ପରୀକ୍ଷା ଦେଇପାରିଲେନି ଛାତ୍ର

ସୁବର୍ଣ୍ଣପୁର: ବିଳମ୍ବରେ ଆସିବାରୁ ପରୀକ୍ଷା ଦେଇପାରିଲେନି ପରୀକ୍ଷାର୍ଥୀ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଲୁତୁରପଙ୍କ କେନ୍ଦ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପରୀକ୍ଷାରୁ ବଞ୍ଚିତ ହୋଇଥିବା ପରୀକ୍ଷାତ୍ରୀଙ୍କ ନାଁ ଜିତୁ କର୍ମୀ। ଜିତୁ ଆଜି ଗଣିତ ପରୀକ୍ଷା ଚାଲିଥିଲାବେଳେ ୨୦ ମିନିଟ୍ ବିଳମ୍ବରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। କିନ୍ତୁ ସୁପରିଟେଣ୍ଡଣ୍ଟ ପରୀକ୍ଷା ଦେବାକୁ ଅନୁମତି ଦେଇନଥିବା ଅଭିଯୋଗ ହୋଇଛି। ଫଳରେ ଗଣିତ ପରୀକ୍ଷା ଦେଇନପାରି ନିରାଶ ହୋଇ ଫେରିଛନ୍ତି ଛାତ୍ର । ଘଟଣା ଅନୁସାରେ, ଅମରପାଲି ହାଇସ୍କୁଲର ଛାତ୍ର […]

  • Saturday, 24 July 2021
raha
ଧାନ ନେଇ ଚାଉଳ ଦେଇନାହାନ୍ତି ମିଲର: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ଧାନ ନେଇ ଚାଉଳ ଦେଇନାହାନ୍ତି ମିଲର। ରାଜ୍ୟର ୧୯ ଜିଲ୍ଲାରେ ୯୨ ମିଲର ଧାନ ନେଇ ଚାଉଳ ଦେଇନାହାନ୍ତି। ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ୨୦୦୯-୧୦ରୁ ୨୦୧୬-୧୭ ମଧ୍ୟରେ ମିଲର ସରକାରଙ୍କୁ ଏଭଳି ଢଙ୍ଗରେ ଚୂନ ଲଗାଇଛନ୍ତି ମିଲର। କହିବାକୁ ଗଲେ ୧୪୨ କୋଟି ୫୧ ଲକ୍ଷ ୪୧ ହଜାର ଟଙ୍କା ମିଲର ଖାଇ ଯାଇଛନ୍ତି। କଳାହାଣ୍ଡି ପରେ ସର୍ବାଧିକ ୧୯ଜଣ ମିଲର ୨୬ କୋଟି ଟଙ୍କା […]

  • Saturday, 24 July 2021
jbn-750x430
ପରୀକ୍ଷାରେ ଫୁଲ୍‌ ମାର୍କ ୪୦, କିନ୍ତୁ ଛାତ୍ର ରଖିଛନ୍ତି ୮୭ ନମ୍ବର

ଉମରକୋଟ(କାର୍ତ୍ତିକ ମଲ୍ଲିକ): ପରୀକ୍ଷା ଫଳକୁ ନେଇ ଚିନ୍ତାରେ ଛାତ୍ର। ପରୀକ୍ଷାରେ କମ୍ ମାର୍କ ରଖିଛନ୍ତି ବୋଲି ନୁହେଁ ବରଂ ବହୁତ୍‌ ଅଧିକ ରଖିଛନ୍ତି ବୋଲି ଚିନ୍ତାରେ ଅଛନ୍ତି ଛାତ୍ର। କଥାଟା ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଛାତ୍ର ଜଣକ ଏତେ ଅଧିକ ମାର୍କ ରଖିଛନ୍ତି ଯେ ତାହା ଫୁଲ୍‌ ମାର୍କ ଠାରୁ ବି ଅଧିକ।ଏଭଳି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ସ୍ଥିତ ଗୋଷ୍ଠୀ ଶିକ୍ଷା ଓ ପ୍ରଶିକ୍ଷଣ ତାଲିମ୍ […]

  • Saturday, 24 July 2021
sam
ନାହିଁ ନାହିଁରେ ଚାଲିଛି ସ୍କୁଲ୍; ମନ୍ତ୍ରୀ ଦେଲେ ଆଶ୍ଚର୍ଯ୍ୟକର ତଥ୍ୟ

ଭୁବନେଶ୍ୱର: ଶିକ୍ଷା ବ୍ୟବସ୍ଥାର ଉନ୍ନତୀ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଏତେ ଯୋଜନା ପରେ ବି ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ରାଜ୍ୟରେ ସ୍କୁଲର ଭିତ୍ତିଭୂମିକୁ ନେଇ ବିଧାନସଭାରେ ଖେ।ଦ୍ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେଇଥିବା ଉତ୍ତର ସମସ୍ତଙ୍କୁ ଚକିତ କରିଛି। ରାଜ୍ୟର ୯୦ ସ୍କୁଲରେ କଳାପଟା ନାହିଁ ବୋଲି ଗୃହରେ ତଥ୍ୟ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ। କେବଳ ସେତିକି ନୁହେଁ, ଅଧାରୁ ଅଧିକ ସ୍କୁଲରେ ବିଜୁଳି, ଖେଳପଡ଼ିଆ ଏମିତିକି ପଢ଼ିବା […]

  • Saturday, 24 July 2021
Untitled-2
ଜଳସମ୍ପଦ ମନ୍ତ୍ରୀଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍

ଭୁବନେଶ୍ୱର: ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ନାଁରେ ଆସିଛି ସ୍ୱାଧିକାର ଭଙ୍ଗ ନୋଟିସ୍‌। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ରଘୁଙ୍କ ବିରୋଧରେ ଏହି ନୋଟିସ୍‌ ଆଣିଛନ୍ତି। ଏହା ଉପରେ ତର୍ଜମା କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ତୁରେଇକେଲା ବ୍ଲକ୍‌ରେ ଜଳ ଯୋଗାଣ ନେଇ ଜଳ ସଂପଦ ମନ୍ତ୍ରୀ ଭିନ୍ନ ଭିନ୍ନ ତଥ୍ୟ ଦେଇଥିବାରୁ ସାଲୁଜା ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି। ସାଲୁଜା କହିଛନ୍ତି, ମନ୍ତ୍ରୀ ତିନି ଥର ତିନି ପ୍ରକାର […]

  • Saturday, 24 July 2021
dada
ଗାଁ ମୁଣ୍ଡ ମଶାଣିରେ ଜଳିଲା ୩ ଦାଦନ ଶ୍ରମିକଙ୍କ ଜୁଇ

ଯାଜପୁର: ଅହମ୍ମଦାବାଦ ସୂତାକଳ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୩ ଓଡ଼ିଆ ଶ୍ରମିକଙ୍କ ମୃତଦେହ ଫେରିଛି। ଯାଜପୁର ଜିଲ୍ଲା ଯମଧରପୁର ଗାଁରେ ୩ ଜଣଙ୍କ ମୃତଦେହ ପହଞ୍ଚିବା ପରେ ଶେଷକୃତ୍ୟ କରାଯାଇଛି। ଯାଜପୁର ବିଡିଓ ଏବଂ ଯୁଗ୍ମ ଶ୍ରମ କମିଶନରଙ୍କ ଉପସ୍ଥିତିରେ ଅନ୍ତ୍ୟେଷ୍ଟିକ୍ରିୟା କରାଯାଇଥିବାବେଳେ ଲୁହରେ ବତୁରି ଯାଇଛି ସାରା ଗାଁ। ଦାନା ପାଇଁ ଯାଇଥିଲେ ଦାଦନ ଖଟି। ଶେଷରେ ପେଟକୁ ଦି ମୁଠା ଦାନା ଯୋଗାଣର ସଂଗ୍ରାମ ଭିତରେ ହାରିଯାଇ ଫେରିଆସିଲେ ଶବ ପାଲଟି। ଗାଁ ମୁଣ୍ଡ […]

  • Saturday, 24 July 2021
Capture
ମ୍ୟ।ଟ୍ରିକ୍ ପରୀକ୍ଷାରେ ଦୁଇ ନକଲି ପରୀକ୍ଷାର୍ଥୀ 

ନୟାଗଡ- ନୟାଗଡ଼ ରଣପୁର ବ୍ଲକ କୁଳାସର ଜନତା ଉଚ୍ଚ ବିଦ୍ୟାଳୟରେ ଆଜି ଗଣିତ ପରୀକ୍ଷା ଚାଲିଥିବା ବେଳେ ୨ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି ପୁଲିସ୍। ୨ଜଣ ଛାତ୍ରୀଙ୍କ ପାଇଁ ଅନ୍ୟ ଦୁଇ ଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ସେଣ୍ଟର ସୁପରିଟେଣ୍ଡେଣ୍ଟ ଧରି ରଣପୁର ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଉଭୟଙ୍କୁ ପରୀକ୍ଷାକେନ୍ଦ୍ର ଭିତରୁ ଗିରଫ କରିଛି। ସମ୍ପୃକ୍ତ ମ୍ୟ।ଟ୍ରିକ୍ ପରୀକ୍ଷାର୍ଥୀଙ୍କ ବଦଳରେ ସେହି ଗାଁର ଯୁକ୍ତ ଦୁଇରେ ପଢୁଥିବା ଦୁଇ ଛାତ୍ରୀ ପରୀକ୍ଷା ଦେଉଥିଲେ। ପୁଲିସ୍ […]

  • Saturday, 24 July 2021
nsa-ajit-doval
ମାର୍ଚ୍ଚ ୩ରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର: ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଶୃଙ୍ଖଳିତ କରିବାକୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ମାର୍ଚ୍ଚ ୩ରୁ ପରୀକ୍ଷା ଆରମ୍ଭ ହେବ। ସହିପରି ଖାତା ଦେଖା କାମ ଏପ୍ରିଲ ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ଆଉ ପରୀକ୍ଷା ଫଳ ମେ ଶେଷ ସପ୍ତାହରେ ବିଜ୍ଞାନ ଓ ଜୁନ୍‌ ପ୍ରଥମ ସପ୍ତାହରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ […]

  • Saturday, 24 July 2021
mamata
ଓଡ଼ିଶାରେ ମମତା ବାନାର୍ଜୀ

ଭୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜିଠୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହ ୨୪ ତମ ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ଯୋଗଦେବେ ବୋଲି ଜଣାପଡ଼ିଛି। ତାଙ୍କୁ ଆଜି ବିମାନବନ୍ଦରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସ୍ୱାଗତ ଜଣାଇଛନ୍ତି। ମମତାଙ୍କ ସହ ପଶ୍ଚିମବଙ୍ଗର କ୍ରୀଡ଼ାମନ୍ତ୍ରୀ ଅରୁପ୍‌ ବିଶ୍ୱାସ ମଧ୍ୟ ଆସିଛନ୍ତି। ରାଜ୍ୟ ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ […]

  • Saturday, 24 July 2021
rain
ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ଯାଏଁ ବର୍ଷା

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ଯାଏଁ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର। ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲା ଗୁଡ଼ିକ ହେଲା- କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, ମୟୂରଭଂଜ, ସୁନ୍ଦରଗଡ଼ ଓ ଦେବଗଡ଼। ସେହିପରି ବୌଦ୍ଧ, ସୋନପୁର ଓ କନ୍ଧମାଳରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକରେ ବର୍ଷା ସହ ୪୦ କିଲୋମିଟର ବେଗରେ ପବନ ବହିବ। […]

  • Saturday, 24 July 2021
two-lakh-fine-collecter
ଅଳିଆ ଦେଖି ମଦ ଦୋକାନୀଙ୍କୁ ଫାଇନ୍‌ କଲେ ଜିଲ୍ଲାପାଳ

ବ୍ରହ୍ମପୁର: ମଦ ଦୋକାନ ଆଗରେ ଅଳିଆ ଆବର୍ଜନା ପଡ଼ିଥିବାରୁ ୨ ଲକ୍ଷ ଟଙ୍କା ତଣ୍ଡ ଗଣିଲେ ୨ଟି ମଦ ଦୋକାନ। ବ୍ରହ୍ମପୁର ରେଳଷ୍ଟେସନ ରୋଡ଼ରେ ଥିବା ଦୁଇ ମଦ ଦୋକାନୀଙ୍କୁ ଜୋରିମାନା କରିଛନ୍ତି ଖୋଦ୍ ଗଞ୍ଜାମ ଜିଲ୍ଲାପାଳ। ସୋମବାର ରାତିରେ ଜିଲ୍ଲାପାଳ ଆସିଥିବା ବେଳେ ବ୍ରହ୍ମପୁର ରେଳଷ୍ଟେସନ ରାସ୍ତାରେ ଥିବା ଦୁଇ ମଦ ଦୋକାନ ଥିବା ଅନ୍ୟ ଦୋକାନ ଗୁଡ଼ିକ ବୁଲି ସ୍ୱଚ୍ଛତା ଦେଖିଥିଲେ। ଏହି ସମୟରେ ଦୁଇ ମଦ ଦୋକାନ ସାମ୍ନାରେ ପ୍ଲାଷ୍ଟିକ ପାଣି ବୋତଲ, […]

  • Saturday, 24 July 2021
illgeal-parking
ବେଆଇନ୍‌ ପାର୍କିଂ କଲେ ଡବଲ୍‌ ଫାଇନ୍‌

ଭୁବନେଶ୍ୱର: ରାଜଧାନୀରେ ଏବେ ବେଆଇନ୍‌ ପାର୍କିଂ କଲେ ପଡ଼ିବ ଡବଲ ଫାଇନ। ତା’ ସହିତ ଗାଡ଼ି ଉଠାଇବାର ଚାର୍ଜ ଟଙ୍କା ବି ଦେବେ। ଆଜିଠାରୁ କମିଶନରେଟ୍‌ ପୁଲିସ କଡ଼ାକଡ଼ି ଭାବେ ଏହି ନିୟମ ଲାଗୁ କରିଛି। ଟ୍ରାଫିକ୍‌ ଡିସିପି ସାଗରିକା ନାଥ କହିଛନ୍ତି, ରାଜଭବନରୁ କଳାରାହାଙ୍ଗ ଛକ ମଧ୍ୟରେ ରାସ୍ତା କଡ଼ରେ କେହି ଗାଡ଼ି ରଖି ପାରିବେ ନାହିଁ। ସେହିପରି ଏୟାରପୋର୍ଟ ଛକରୁ ନାଲ୍‌କୋ ଛକ, ଶିଶୁଭବନ ଛକରୁ ବାଣୀବିହାର ଛକ, ରସୁଲଗଡ଼ରୁ ଜୟଦେବ ବିହାର ଛକରେ […]

  • Saturday, 24 July 2021
aw
ସଜା ପୂର୍ବରୁ ଶେଷ କଥା ପଚାରିଲେ ଜଜ୍‌; ଏମିତି ଉତ୍ତର ଦେଲେ ପତ୍ନୀହନ୍ତା ଲେଫ୍ଟନାଣ୍ଚ କର୍ଣ୍ଣେଲ୍

ଭୁବନେଶ୍ୱର: ୭ ବର୍ଷ ତଳର ଲୋମଟାଙ୍କୁରା ହତ୍ୟା। ପତ୍ନୀକୁ ମାରି ୩ ଶହ ଖଣ୍ଡ କରିଥିଲେ ଅବସରପ୍ରାପ୍ତ ସେନା ଡାକ୍ତର। ରାଜଧାନୀରେ ସେଦିନର ସେହି ବର୍ବରତା ବିରୋଧରେ ଆଜି ଦଣ୍ଡବିଧାନ କରିଛନ୍ତି ଭୁବନେଶ୍ୱର କୋର୍ଟ। ବୟସର ଅପରାହ୍ନରେ ଅପରାଧ ଭିଆଇଥିବା ଲେଫ୍ଟନାଣ୍ଚ କର୍ଣ୍ଣେଲ୍ ସୋମନାଥ ପରିଡ଼ାଙ୍କୁ ହୋଇଛି ଆଜୀବନ ସଜା। ପାରିପାର୍ଶ୍ୱିକ ପ୍ରମାଣ, ୨୪ ସାକ୍ଷୀଙ୍କ ବୟାନ ଏବଂ ମେଡ଼ିକାଲ ରିପୋର୍ଟ ଆଧାରରେ ଭୁବନେଶ୍ୱର ସ୍ଥିତ ଜିଲ୍ଲା ଦୌରାଜଜ ଏହି ଦଣ୍ଡବିଧାନ କରିଛନ୍ତି। ତଥାପି କର୍ଣ୍ଣେଲ ସୋମନାଥ […]

  • Saturday, 24 July 2021
c
ନୀରିହ ଆଦିବାସୀଙ୍କ ହତ୍ୟାରେ ତରଳି ଗଲା ହୃଦୟ; ଆତ୍ମ ସମର୍ପଣ କଲା...

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ଦରଭା ଡିଭିଜନର ମାଓ ଏରିଆ କମିଟି ସେକ୍ରେଟାରୀ କମଳୁ ବେଟ୍ଟି ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ଡିଆଇଜି ସଫନ ଅହମ୍ମଦ କେ, ବିଏସ୍ଏଫ୍ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଓ ଏସ୍‌ପି ରିଷିକେଶ ଖିଲାରୀଙ୍କ ସମ୍ମୁଖରେ କମଳୁ ଆତ୍ମସପର୍ଣ କରିଛି। କମଳୁ ସଂଗଠନରେ ହେଉଥିବା ଭେଦଭାବ, ନିର୍ଯାତନା ଏବଂ ନିରୀହ ଆଦିବାସୀଙ୍କୁ ହତ୍ୟା କରିବା ଭଳି ଘଟଣାରେ ମର୍ମାହତ ହୋଇ ଆତ୍ମସମର୍ପଣ କରିଥିବା […]

  • Saturday, 24 July 2021
p-908-2-750x430
ପତ୍ନୀଙ୍କୁ ୩୦୦ ଖଣ୍ଡ କରି ଟିଫିନ୍‌ରେ ରଖିବା ଘଟଣା; ସ୍ୱାମୀକୁ ଆଜୀବନ ଜେଲ୍ ଦଣ୍ଡ

ଭୁବନେଶ୍ୱର: ନିଜ ସ୍ତ୍ରୀକୁ ୩୦୦ ଖଣ୍ଡ କରି କାଟି ଟିଫିନ୍‌ରେ ରଖିବା ମାମଲାରେ ଅଭିଯୁକ୍ତ ସ୍ୱାମୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋମନାଥ ପରିଡ଼ାଙ୍କୁ ସଜା। ଦୋଷୀ ସ୍ୱାମୀ ସୋମନାଥ ପରିଡ଼ାଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଖୋର୍ଦ୍ଧା ଜିଲ୍ଲା ଜଜ୍। ସୋମନାଥ ୨୦୧୩ ଜୁନ୍ ମାସରେ ଭୁବନେଶ୍ୱର ନୟାପଲ୍ଲୀରେ ନିଜ ବାସଭବନରେ ଘଟାଇଥିଲେ ବୀଭତ୍ସ ହତ୍ୟାକାଣ୍ଡ। ସୂଚନା ଅନୁଯାୟୀ, ୨୦୧୩ ଜୁନ ୩ରେ ନୟାପଲ୍ଲୀରେ ରହୁଥିବା ଡାକ୍ତର ତଥା ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋମନାଥ ପରିଡ଼ା ନିଜ ପତ୍ନୀ ଉଷଶ୍ରୀଙ୍କୁ […]

  • Saturday, 24 July 2021
bhdr
ବର୍ଷା ବିତ୍ପାତ; କେଉଁଠି ଛପର ଉଡ଼ିଛି ତ କେଉଁଠି ଗଛ ଉପୁଡ଼ିଛି; ଅଦିନିଆ ବର୍ଷା ବେହାଲ୍ କରିଛି

ଭୁବନେଶ୍ୱର: ବର୍ଷାରେ ବେହାଲ୍ ହୋଇଛି ଓଡ଼ିଶା। ରାଜ୍ୟର ଅନେକ ସ୍ଥାନରେ ଅସମୟ ବର୍ଷା ଚାଷୀଙ୍କ ସମେତ ସାଧାରଣ ଲୋକଙ୍କୁ ନାନା ସମସ୍ୟାରେ ପକାଇଛି। ବଲାଙ୍ଗିରରେ ଗତକାଲିଠୁ ବର୍ଷା ହେଉଥିବାବେଳେ ରାତି ତମାମ ଝଡ ତୋଫାନ ହୋଇଛି। ଫଳରେ ସହରର ବିଭିନ୍ନ ଜାଗାରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ବିଦ୍ୟୁତ ତାର ଛିଣ୍ଡି ଯାଇଥିବାରୁ ରାତିରୁ ବଲାଙ୍ଗିର ସହରରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। ସହର ଭିତରେ ଜଳଯୋଗାଣ ବନ୍ଦ ମଧ୍ୟ ରହିଛି। ସହରର ବିଭୁତିପଡ଼ା, ହାଟପଦା […]

  • Saturday, 24 July 2021
op
ଧାନ ମଣ୍ଡି ସମସ୍ୟା ନେଇ ଗୃହରେ ହଙ୍ଗାମା; ରୁଲିଂ ଦେଲେ ବାଚସ୍ପତି

ଭୁବନେଶ୍ୱର: ଧାନ କିଣା ନେଇ ରୁଲିଂ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଧାନ ମଣ୍ଡି ସମସ୍ୟା ନେଇ ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ପ୍ରସଙ୍ଗକୁ ନେଇ ଏହି ରୁଲିଂ ଦେଇଛନ୍ତି ବାଚସ୍ପତି। ସର୍ବଦଳୀୟ ବୈଠକ ପରେ ବାଚସ୍ପତି ରୁଲିଂ ଦେଇ କହିଛନ୍ତି, ଧାନ କିଣା ନେଇ ସମବାୟ ମନ୍ତ୍ରୀ ବିଧାୟକଙ୍କ ସହ କଥା ହୋଇଛନ୍ତି। ସଂପୃକ୍ତ ଜିଲ୍ଲାର ବିଧାୟକମାନେ ମଧ୍ୟ ଚାଷୀଙ୍କ ପଞ୍ଜୀକରଣ ତଥ୍ୟ ଦେଇଛନ୍ତି। ଟୋକନ ମିଳିଥିବା ଚାଷୀଙ୍କ ଠାରୁ ମାର୍ଚ୍ଚ ୩୧ ଭିତରେ ଧାନ କିଣା […]

  • Saturday, 24 July 2021
tanka
କପି ପାଇଁ ପିଲାଙ୍କୁ ମାଗୁଛନ୍ତି ଟଙ୍କା

ବଲାଙ୍ଗିର: ମାଟ୍ରିକ ପରୀକ୍ଷାକୁ ନେଇ ବିବାଦ ପିଛା ଛାଡୁନି। ବୋର୍ଡର  ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ପରେ ଗତକାଲି ଅଭିଭାବକ ନିଜେ ଛାତ୍ରଛାତ୍ରୀଙ୍କୁ କପି ଦେଇଥିଲେ। ଏହାରି ଭିତରେ କପି ପାଇଁ ଛାତ୍ରଛାତ୍ରୀ ଶିକ୍ଷକଙ୍କୁ ଟଙ୍କା ଲାଞ୍ଚ ଦେଉଥିବା ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି।  ବଲାଙ୍ଗିରରୁ ଏହି ଭିଡିଓ ଭାଇରାଲ୍ ପରେ ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।  ସେପଟେ ଅଭିଭାବକ କପି ଯୋଗାଇବା ଠିକ୍ ନୁହେଁ। ଏନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ […]

  • Saturday, 24 July 2021
lo
ଆନ୍ଦୋଳନକୁ ସାମୟିକ ଭାବେ କୋହଳ କରିବାକୁ ଓକିଲଙ୍କ ନିଷ୍ପତ୍ତି

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି କରୁଥିବା ଓକିଲ ସଂଘ ‘ନୋ କୋର୍ଟ ନୋ ହିୟରିଂ’ ଆନ୍ଦୋଳନକୁ ସାମୟିକ ଭାବେ କୋହଳ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବଲପୁରରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହ ଅଦାଲତ କାର୍ଯ୍ୟରେ ସହଯୋଗ କରିବା ଏବଂ ଓକିଲମାନେ ଶୁଣାଣିରେ ଭାଗନେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆବାହାକ ଅଶୋକ ଦାସ କହିଛନ୍ତି । ସେପଟେ ରାଜ୍ୟ ସରକାର […]

  • Saturday, 24 July 2021
bjd
ରାଜ୍ୟସଭା ଆସନ ଗଣିତ; ବିଜେପି ବିଜେଡିର ଭିତିରିଆ ଡିଲ୍‌ କହିଲା କଂଗ୍ରେସ୍

ଭୁବନେଶ୍ୱର: ଖାଲି ହେବାକୁ ଯାଉଥିବା ରାଜ୍ୟର ୪ ରାଜ୍ୟସଭା ଆସନ ପାଇଁ  କଣ ହେବ ଗଣିତ? ସଂଖ୍ୟା ଦୃଷ୍ଟିରୁ ବିଜେଡି ୩ଟି ଆସନ ଅନାୟସରେ ହାସଲ କରୁଥିବା ବେଳେ ଚତୁର୍ଥ ଆସନକୁ ନେଇ ଟଣାଓଟରା ହେବାର ସମ୍ଭାବନା ରହିଛି। ଏଣେ ପୂର୍ବ ନିର୍ବାଚନରେ ଅଶ୍ୱିନ ବୈଷ୍ଣବଙ୍କ ଭଳି ଏଥର ବି ବିଜେପିକୁ ଗୋଟିଏ ଆସନ ବିଜେଡି ଛାଡ଼ି ଦେବ ବୋଲି ଚର୍ଚ୍ଚା ଜୋର୍ ଧରିଛି। କଂଗ୍ରେସ କିନ୍ତୁ ଅଭିଯୋଗ କରିଛି, ବିଜପି ଏଠାରୁ ୨ଟି ସିଟ୍ ଉପରେ […]

  • Saturday, 24 July 2021
ଦଜ
ରାସ୍ତାରେ ଅଳିଆ ଫିଙ୍ଗିଥିବା ଲୋକଙ୍କ ଘରେ ଜେସିବି ଲଗାଇ ଅଳିଆ ଫିଙ୍ଗିଲା ବିଏମ୍‌ସି

ଭୁବନେଶ୍ୱର: ନିଜ ଅଳିଆ ନିଜେ ରଖ। ଅଳିଆ ବାହାରେ ଫୋପାଡ଼ିବା ପରେ ଏବେ ଏଭଳି କିଛି ଢଙ୍ଗରେ ଆକ୍ସନ୍ ମୁଡରେ କାମ କରିଛି ଭୁବନେଶ୍ୱର ମହାନଗର ନିଗମ। ପୁରୁଣା ଭୁବନେଶ୍ୱର ବୋଇତାଳି ମନ୍ଦିର ସମ୍ମୁଖ ରଥ ରୋଡ୍ ଅଞ୍ଚଳରେ ଆଜି ଦେଖିବାକୁ ମିଳିଛି କିଛି ନିଆରା ଓ ଅଭିନବ କାର୍ଯ୍ୟାନୁଷ୍ଠାନ। ଏକ ନିର୍ମାଣଧୀନ କୋଠା ବାହାରେ ପ୍ରବଳ ଅଳିଆ ପଡ଼ି ରହିଥିଲା। ରାସ୍ତା ଉପରେ ଜମା ହୋଇ ରହିଥିବା ଏହି ଅଳିଆକୁ ସେହି ଘର ଭିତରକୁ ପୁଣି […]

  • Saturday, 24 July 2021
g
୨୨ ଘଣ୍ଟା ପରେ ଧାରଣାରୁ ହଟିଲେ ଅନୁପଙ୍କ ପରିବାର

ଝାରସୁଗୁଡ଼ା: ୨୨ ଘଣ୍ଟାର ଧାରଣା ପରେ ଆନ୍ଦୋଳନରୁ ହଟିଲେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ପରିବାର। ଅନୁପଙ୍କ ପରିବାର ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲିଠାରୁ ଧାରଣା ଦେଇଥିଲେ। ତେବେ ଆଜି ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲଙ୍କ ସହ ଆଲୋଚନା ପରେ ଧାରଣାରୁ ହଟିଛନ୍ତି ପରିବାରଲୋକେ। ଏହାସହ ତାଙ୍କ ଅଭିଯୋଗକୁ ନେଇ ଗୃହ ବିଭାଗକୁ ଅବଗତ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ହମିରପୁର ଡବଲ ମର୍ଡର ଘଟଣାର CBI ତଦନ୍ତ ଦାବି କରିଛନ୍ତି ଗିରଫ ଅଭିଯୁକ୍ତ ଅନୁପ […]

  • Saturday, 24 July 2021
mafia
ଖଣି ଅଞ୍ଚଳରେ ଲୁଚିଥିଲେ କ୍ରାଇମବ୍ରାଞ୍ଚ୍‌ ଟିମ୍; ବ୍ଲାଷ୍ଟିଂ ସମୟରେ...

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ତହସିଲର ଶାରୀଶୁଆ ପାହାଡ଼ରେ ୧୪୪ ଧାରା ଥିବା ବିଭିନ୍ନ ଖଣିରେ ଚଢାଉ କରି ୫ ଖଣି ମାଫିଆଙ୍କୁ ଗିରଫ କରିଛି ପୁଲିସ। ଏଥିସହ ୨ ଟି ଟ୍ରାକ୍ଟର୍ ମଧ୍ୟ ଜବତ କରାଯାଇଛି। ଏହି ପାହାଡ଼ରେ ୧୪୪ ଧାରା ଲାଗଥିବା ସତ୍ତ୍ୱେ ରାତି ଅଧିଆ ବ୍ଲାଷ୍ଟିଂ କରି ଖଣି ଚୋରି ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ କ୍ରାଇମବ୍ରାଞ୍ଚର ଟିମ୍ ଶନିବାର ରାତିରୁ ଖଣି ଅଞ୍ଚଳରେ ଲୁଚି ରହିଥିଲା। ରାତି ଅଧିଆ ବ୍ଲାଷ୍ଟିଂ […]

  • Saturday, 24 July 2021
congress
ଗୃହରେ ଭୁଲ୍‌ ତଥ୍ୟ ଦେଇ ଭ୍ରମିତ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ: କଂଗ୍ରେସ

ଭୁବନେଶ୍ୱର: ବିଧାନସଭାରେ ଗୃହକୁ ଭୁଲ ତଥ୍ୟ ଦେଇ ଭ୍ରମିତ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର।  ଏଭଳି ଅଭିଯୋଗ ଉଠାଇ ଭୁବନେଶ୍ୱରରେ ଏକ ପ୍ରେସ୍‌ମିଟରେ ବର୍ଷିଛି କଂଗ୍ରେସ। ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର ଦାବି କରିଛି କଂଗ୍ରେସ। ନୟାଗଡ଼। ଶରଣକୂଳ ଥାନା ଅଞ୍ଚଳରେ କଙ୍ଗାରୁ କୋର୍ଟ ଦ୍ୱାରା ଗାଆଁରୁ ବାସନ୍ଦ ପ୍ରାୟ ପନ୍ଦର ପରିବାରକୁ ଗାଁକୁ ଫେରାଇ ନେବା ପାଇଁ ଉଦ୍ୟମ କରାଯାଇଥିବା ନେଇ ବିଧାନସଭାରେ ଗୃହକୁ ତଥ୍ୟ ଦେଇଥିଲେ ମନ୍ତ୍ରୀ ଦିବ୍ୟ ଶଙ୍କର।  ହେଲେ […]

  • Saturday, 24 July 2021
child
ଚାରି ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ

ଭଦ୍ରକ: ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନା ଅଞ୍ଚଳରେ ଜଣେ ଶିଶୁକୁ ଦୁଷ୍କର୍ମ ଅଭିଯୋଗ। ଚାରି ବର୍ଷର ଶିଶୁକୁ ଦୁଷ୍କର୍ମ କରିବା ଅଭିଯୋଗରେ ସ୍ଥାନୀୟ ଅଞ୍ଚଳର ଜଗନ୍ନାଥ ଦାସ ନାମକ ଯୁବକକୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ। ଶିଶୁଟି ଚିତ୍କାର କରିବାରୁ ଗ୍ରାମବାସୀ ଅଭିଯୁକ୍ତକୁ କାବୁ କରିଥିଲେ। ଚକଲେଟ ଦେବା ବାହାନାରେ ଡାକି ପିଲାଟିକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ କରୁଛି।  

  • Saturday, 24 July 2021