/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744878773.jpg)
BCCI Action
ଚାଲିଛି ଆଇପିଏଲ ୨୦୨୫ । ଏହାରି ଭିତରେ କଠୋର ହୋଇଛି ବିସିସିଆଇ । ଟିମ୍ ଇଣ୍ଡିଆ ସପୋର୍ଟ ଷ୍ଟାଫଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିସିସିଆଇ । ଟିମ୍ ଇଣ୍ଡିଆ କୋଚ୍ ଗୌତମ ଗମ୍ଭୀରଙ୍କ ଖାସ୍ ଅଭିଷେକ ନାୟାରଙ୍କ ସମେତ ୪ ଜଣଙ୍କୁ ଛୁଟି ଦେଇଛି ବିସିସିଆଇ ।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିରେ ଟିମ୍ ଇଣ୍ଡିଆର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ବିସିସିଆଇ କଠୋର ହୋଇଛି । କେବଳ କଠୋର ହୋଇନି ଏଥିପାଇଁ ଆକ୍ସନ ନେବା ମଧ୍ୟ ଆରମ୍ଭ କରିଦେଇଛି ।
ଟିମ୍ ଇଣ୍ଡିଆ ଆସିଷ୍ଟାଣ୍ଟ ବ୍ୟାଟିଂ କୋଚ୍ ଅଭିଷେକ ନାୟର, ଫିଲ୍ଡିଂ କୋଚ୍ ଟି. ଦିଲ୍ଲିପ , ଷ୍ଟ୍ରେନ୍ଥ ଓ କଣ୍ଡିସନିଂ କୋଚ୍ ସୋହମ ଦେଶାଇ ଏବଂ ଜଣେ ମସାଜରଙ୍କୁ ହଟାଇଛି ବିସିସିଆଇ । ଅଭିଷେକ ନାୟର ୨୦୨୪ ମସିହା ଜୁଲାଇ ୨୪ ତାରିଖରେ ଟିମ୍ ଇଣ୍ଡିଆର ଆସିଷ୍ଟାଣ୍ଟ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ ହୋଇଥିଲେ । ଜୁନ୍ ୨୦ ତାରିଖ ପୂର୍ବରୁ ନୂତନ ନିଯୁକ୍ତି ମିଳିବ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫି ୨୦୨୫ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଥିଲା ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆରେ ବର୍ଡର ଗାଭାସ୍କର ଟ୍ରଫିରେ ଭାରତୀୟ କ୍ରିକେଟ୍ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଏହି ଗସ୍ତରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ୩-୧ ବ୍ୟବଧାନରେ ପରାସ୍ତ ହୋଇଥିଲା ।
ଏହାସହ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଲଜ୍ଜାଜନକ ପ୍ରଦର୍ଶନ କରିଥିଲା । ଟେଷ୍ଟ ସିରିଜରେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ୩-୦ ରେ ପରାସ୍ତ କରିଥିଲା । ଭାରତୀୟ ଦଳ ପ୍ରଥମ ଥର ଘରୋଇ ମାଟିରେ ଟେଷ୍ଟ କ୍ରିକେଟରେ ୩ କିମ୍ବା ତା’ଠାରୁ ଅଧିକ ମ୍ୟାଚ୍ ବିଶିଷ୍ଟ ସିରିଜରେ କ୍ଲିନ୍ ସୁଇପ୍ର ସମ୍ମୁଖୀନ ହୋଇଥିଲା । ତେବେ ଜୁନ୍ ୨୦ରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ୍ ପୂର୍ବରୁ ନୂଆ ସପୋର୍ଟ ଷ୍ଟାଫ୍ ଭାରତୀୟ ଯୋଗଦେବେ ବୋଲି ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)