/odishatv-khabar/media/post_attachments/uploadimage/library/16_9/16_9_0/Arrested_1744879780.jpg)
Arrested
ନିର୍ବାହୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୋଳ ଆଠମଲ୍ଲିକ AEE ରାମଚନ୍ଦ୍ର ଶତପଥୀଙ୍କୁ ଗିରଫ କରିଛି ଭିଜିଲାନ୍ସ।
ଗତକାଲି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାମଚନ୍ଦ୍ରଙ୍କ ସରକାରୀ ବାସଭବନ ସହ ପୈତୃକ ଘରେ ରେଡ୍ ହୋଇଥିଲା। ଏଥିସହ ଭିଜିଲାନ୍ସ ପକ୍ଷରୁ ଅନୁଗୋଳ, ଢେଙ୍କାନାଳ, କଟକ ଓ କଳାହାଣ୍ଡିରେ ୯ଟି ସ୍ଥାନରେ ରେଡ୍ କରାଯାଇଥିଲା।
ଅଧିକ ପଢ଼ନ୍ତୁ: ନିର୍ବାହୀ ଯନ୍ତ୍ରୀଙ୍କ ଘରୁ ବାହାରୁଛି ବିଡ଼ାବିଡ଼ା ଟଙ୍କା, ପୁଳାପୁଳା ସୁନା
ରାମଚନ୍ଦ୍ରଙ୍କ ଢେଙ୍କାନାଳ ସହରର ଗାୟତ୍ରୀ ନଗରସ୍ଥିତ ବାସଭବନ ସମେତ ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ, ସରକାରୀ ବାସଭବନ, ଢେଙ୍କାନାଳ ସଦର ବ୍ଲକ ବଣସିଂହସ୍ଥିତ ପୈତୃକ ଘର ଓ ଗଁନ୍ଦିଆରେ ରେଡ୍ ହୋଇଥିଲା। ରେଡ୍ ବେଳେ AEEଙ୍କର ଅମାପ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ଗୋଟିଏ ଦିମହଲା କୋଠା, ୨୨ଟି ଦାମୀ ପ୍ଲଟ୍ ଠାବ ହୋଇଥିଲା। ଏଥିସହ କୋଟିଏରୁ ଅଧିକ ଟଙ୍କାର ବ୍ୟାଙ୍କ ଜମା ସହ ନଗଦ ୨୪ ଲକ୍ଷ ମିଳିଥିଲା।
ନିର୍ବାହୀ ଯନ୍ତ୍ରୀ ଠୁଳ କରିଥିବା ସମ୍ପତ୍ତି ବାବଦରେ ଭିଜିଲାନ୍ସ ତାଙ୍କୁ ପଚରାଉଚରା କରିଥିଲା। ହେଲେ ସେ ସମସ୍ତ ସମ୍ପତ୍ତି ବିଷୟରେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)