ପୁଣି ଓଟକ୍ଷୀର ପାଇଁ ଚର୍ଚ୍ଚାରେ ସେସୁ ଓଡ଼ିଶା ସିଇଓ ତଥା ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ ବୋଥ୍ରା। ରାଜସ୍ଥାନର ମୂଳ ବାସିନ୍ଦା ଅରୁଣଙ୍କ ପ୍ରଚେଷ୍ଟାରେ ପୂର୍ବରୁ ମୁମ୍ବାଇର ଏକ ଶିଶୁ ପାଇଁ ରାଜସ୍ଥାନରୁ ଓଟକ୍ଷୀର ପଠାଯାଇଥିବା ବେଳେ, ଗତକାଲି ବ୍ରହ୍ମପୁରର ଏକ ଅଟିଜିମ୍ ପୀଡ଼ିତ ଶିଶୁ ପାଇଁ ମଧ୍ୟ ଓଟକ୍ଷୀର ଆସିଛି। ତେବେ ଶିଶୁର ଓଟକ୍ଷୀର କାହିଁକି ଦରକାର ପଡ଼ିଲା ଓ କିଭଳି ଥିଲା ପୂରା ପ୍ରକ୍ରିୟା, ପଢ଼ନ୍ତୁ ଏହି ରିପୋର୍ଟ। ବ୍ରହ୍ମପୁର ଶିବଶକ୍ତି ନଗରର ଏଇ […]
ଭୁବନେଶ୍ୱର: କଥାରେ ଅଛି ଚାଷ ତର ତର ବଣିଜ ମଠ। ତେବେ ତରତର ହେବ କଣ, କରୋନା ଲକ୍ଡାଉନ ଚାଷୀ ମନ ଭାଙ୍ଗି ଦେଇଛି। କାଲି ଅଖିମୁଠି ଅନୁଗୁଳ ଥିବାରୁ ବିଲ ହଳ କରିଛି ସତ, ତେବେ ବିହନ ବୁଣିହେବ କି ନାହିଁ ତାକୁ ନେଇ ମନରେ ଆଶଙ୍କା। କାରଣ ଦାଉ ସାଧିଛି ତୁହାକୁ ତୁହା ବର୍ଷା। ଏଣେ ଅନେକ ଅଞ୍ଚଳରେ ବିଲରେ ଭରି ରହିଛି ମୁଗ, ବିରି ଭଳି ରବି ଫସଲ। ଲୋକ ମିଳୁନଥିବାରୁ ଅମଳ […]
ଭୁବନେଶ୍ୱର: କାଳବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି। କାଳବୈଶାଖୀ ପ୍ରଭାବରେ ଝଡ଼ ତୋଫାନ, ବର୍ଷା ଓ କୁଆପଥର ମାଡ଼ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଗତ କିଛିଦିନ ହେଲା କାଳବୈଶାଖୀରେ କୁଡ଼ିଆ ଘର ଭାଙ୍ଗିଥିବାବେଳେ ଅନେକ ଫସଲ ନଷ୍ଟ ହୋଇଛି। ସେହିପରି ଗାଇଗୋରୁଙ୍କ ଜୀବନ ଯାଇଥିବା ଖବର ମିଳିଛି। ଏଣୁ ଏହାର ଆକଳନ କରି […]
ଭୁବନେଶ୍ୱର: ଆଜିଠାରୁ ୩୦ ତାରିଖ ଯାଏ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବ। ମହାରାଷ୍ଟ୍ରର ବିଦର୍ଭ ଓ ଛତିଶଗଡ଼ ଆଖପାଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ଆମ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ଓ ପବନ ହେବ ବୋଲି ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ହେବ। କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ […]
ଭୁବନେଶ୍ୱର ଖଣ୍ଡଗିରି ଥାନାର ଆଇଆଇସି ବୋଲି ପରିଚୟ ଦେଇ ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିବା ଜଣେ ଯୁବକଙ୍କୁ ବଡ଼ଗଡ଼ ଅଞ୍ଚଳରୁ ଗିରଫ କରିଛି ପୋଲିସ। ସଂପୃକ୍ତ ଯୁବକ ଓ ଗଣମାଧ୍ୟମ ସଂସ୍ଥାରେ ଚାକିରୀ କରୁଥିବା ତାଙ୍କ ସହଯୋଗୀକୁ ମଧ୍ୟ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି। ସଂପୃକ୍ତ ଯୁବକ ନିଜକୁ ଖଣ୍ଡଗିରି ଥାନାର ଆଇଆଇସି ବୋଲି ପରିଚୟ ଦେଇ ଜଣେ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କ ସହ କଥା ହେଉଥିଲେ। ଏହାସହ ମାମଲାକୁ ରଫାଦଫା କରିବାକୁ ଚାପ ପକାଇବା […]
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ପୂର୍ବାନୁମାନ କରିଛି। ଉତ୍ତର ବିହାର ଅଞ୍ଚଳରେ ଏକ ଟ୍ରପଲାଇନ୍ ସୃଷ୍ଟି ହୋଇଛି। ଏହା ଝାଡ଼ଖଣ୍ଡ ଓ ଛତିଶଗଡ଼ ଦେଇ ପୂର୍ବ ମଧ୍ୟପ୍ରଦେଶ ଆଡ଼କୁ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଗତକାଲିଠାରୁ ବର୍ଷା ଲାଗି ରହିଛି। ଆହୁରି ୨୪ ଘଣ୍ଟା ଏଭଳି ପାଗ ରହିବ। ବିଶେଷ କରି ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡ଼ା […]
ଭୁବନେଶ୍ୱର: ସୋମବାର ଠାରୁ ସଂପୂର୍ଣ୍ଣ କାର୍ଯ୍ୟକାରୀ ହେବ ଭୁବନେଶ୍ୱର ମୁଖ୍ୟ ମହାଡ଼ାକପାଳଙ୍କ କାର୍ଯ୍ୟାଳୟ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସୋମବାରଠାରୁ ସମସ୍ତ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ। ଏହାସହ ଲକ୍ଡାଉନ୍ ସମୟ ସୀମା ଶେଷ ଯାଏ, ସବୁ ଗ୍ରୁପ ଅଧିକାରୀ ମାନେ ପ୍ରତିଦିନ କର୍ମଚାରୀଙ୍କ ଉପସ୍ଥାନ ତଥ୍ୟ ଦେବାକୁ ନିର୍ଦ୍ଦେଶ ରହିଛି, ଯାହାର ସମୀକ୍ଷା କରିବେ ମୁଖ୍ୟ ମହାଡାକପାଳ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।
ପୁରୀ: ଶ୍ରୀମନ୍ଦିର ଭିତରେ ହେବ ଶ୍ରୀଜୀଉଙ୍କ ସମସ୍ତ ନୀତିକାନ୍ତି। ଚନ୍ଦନଯାତ୍ରାଠାରୁ ଭଉଁରୀ ଯାତ୍ରା, ଅକ୍ଷୟ ତୃତୀୟା ନୀତି ଏବଂ ରଥକାଠ ଅନୁକୁଳ ନୀତି ସବୁ କିଛି ଶ୍ରୀମନ୍ଦିର ଭିତରେ ହିଁ କରାଯିବ। ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ଏହି ସୂଚନା ଦେଇଛନ୍ତି ବିମାନବଡୁ ସେବାୟତ। ସମସ୍ତ ବାହାର ନୀତି ଭିତରେ ହେବା ପାଇଁ ଆଜ ବୈଠକରେ ପ୍ରସ୍ତାବ ଦିଆଯାଇଥିବା ବିମାନବଡୁ ସେବକ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ପଞ୍ଚୁ ପାଣ୍ଡବ ସେବାୟତ ମାନେ ଯୋଗ […]
ଭୁବନେଶ୍ୱର: ଲକ୍ଡାଉନ୍ ବେଳେ ଭୁବନେଶ୍ୱରରେ ଜଣେ ନକଲି ପୋଲିସ ଆଇପିଏସ୍ଙ୍କୁ କମିଶନରେଟ ପୋଲିସ ଅଟକ ରଖିଛି। ନକଲି ପୋଲିସ ଆଇପିଏସ୍ଙ୍କ ନାଁ ଶର୍ମିଷ୍ଠା। ସେ ଜଣେ କନେଷ୍ଟବଳଙ୍କ ଡ୍ୟୁଟି ବଦଳାଇବା ପାଇଁ କମିଶନରେଟ ପୋଲିସ ଉପରେ ଚାପ ପକାଉଥିଲେ। ଖବର ଅନୁଯାୟୀ, ଏନେଇ ଘଟଣାର ଖୋଳତାଡ ପରେ ଶର୍ମିଷ୍ଠା ଜଣେ ନକଲି ପୋଲିସ ଆଇପିଏସ୍ ବୋଲି ଜଣାପଡିଥିଲେ। ସେ ନିଜକୁ ୨୦୧୮ ବ୍ୟାଚର ଆଇପିଏସ୍ ଅଫିସର ବୋଲି ପରିଚୟ ଦେଇଥିଲେ। ଆହୁରି ମଧ୍ୟ କହିଥିଲେ, ସେ ବିଜୁ […]
ବାଲେଶ୍ୱର: ପ୍ରବଳ ଝଡ଼ବର୍ଷା ଓ କୁଆପଥର ମାଡ଼ରେ ଅସ୍ତବ୍ୟସ୍ତ ବାଲେଶ୍ୱରବାସୀ। ଆଜି ମଧ୍ୟାହ୍ନରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସାଙ୍ଗକୁ କୁଆପଥର ମାଡ଼ ହୋଇଥିଲା। ପବନ ଏତେ ଜୋରରେ ବହିଥିଲା ଯେ, ଅନେକ ଗୁଡିଏ ଗଛ ଭାଙ୍ଗିଯାଇଥିଲା କିଛି ସ୍ଥାନରେ ଘରର ଛପର ମଧ୍ୟ ଉଡିଯାଇଥିଲା। ପ୍ରାୟ ୪୦-୫୦ କିଲୋମିଟର ବେଗରେ ପବନ ବହୁଥିବାର ଦେଖିବାକୁ ମିଳିଥିଲା। ଫଳରେ ଲୋକେ ଛାନିଆ ହୋଇଯାଇଥିଲେ। ହଠାତ୍ କଳା ବାଦଲ ମାଡ଼ି ଆସି ପବନ ଓ ଘଡ଼ଘଡ଼ି ସହ […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ରାସୋଲ ଗାଁରେ ଥିବା ଏକ ମଦ କାରଖାନା ଉପରେ ଚଢ଼ଉ କରାଯାଇଛି। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଓ କୁଇକ୍ ଆକ୍ସନ ଟିମ୍ ମିଳିତ ଭାବେ ଚଢ଼ଉ କରିଥିଲେ। ଚଢ଼ଉବେଳେ ବିପୁଳ ପରିମାଣର ମଦ, ମଦ ପ୍ୟାକିଂ ମେସିନ୍, ଗୋଟିଏ କାର, ଗୋଟିଏ ଟ୍ରକ୍ ସହ ନଗଦ ୧୭ଲକ୍ଷ ୬୦ହଜାର ଟଙ୍କା ଜବତ କରାଯାଇଥିଲା। ଏହି ଘଟଣାରେ କାରଖାନାର ମାଲିକ ମିନତି ପାଇକରାୟଙ୍କୁ ଗିରଫ କରାଯାଇଛି।
ବଲାଙ୍ଗିର: ସାରା ଦେଶ କରୋନା ଭାଇରସ ବିରୋଧରେ ଯୁଦ୍ଧ ଲଢୁଥିବା ବେଳେ ବଲାଙ୍ଗିର ଜିଲ୍ଳାର ମାଓ ଇଲାକାରେ ନକ୍ସଲ ସହିତ ଯୁଦ୍ଧ ଲଢୁଛି ପୋଲିସ ବାହିନୀ। ଲକ୍ଡାଉନ ସମୟରେ ପୋଲିସ ଦ୍ୱାରା ଠାବ ହୋଇଛି ମାଓ କ୍ୟାମ୍ପ। ବଲାଙ୍ଗିର ଜିଲ୍ଳା ଖପ୍ରାଖୋଲ ବ୍ଲକ ବଡତିଆ ଗାଁ ନିକଟ ଚାନ୍ଦଲି ଜଙ୍ଗଲ ଭିତରେ ମାଓ କ୍ୟାମ୍ପ ଥିବା ସଂର୍ପକରେ ସୂଚନା ପାଇଥିଲା ପୋଲିସ। ବଲାଙ୍ଗିର ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଏସଓଜି ଏବଂ ସିଆରପିଏଫ ଟିମ କମ୍ବିଂ ଅପରେସନ ଆରମ୍ଭ […]
ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଦାୟିତ୍ୱ ନେବେ ଜଷ୍ଟିସ୍ ମହମ୍ମଦ ରଫିକ୍। ଏନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ୍ ରଫିକ୍ଙ୍କୁ ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ବଦଳି କରାଯାଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ ଏହି ବଦଳି କରାଯାଇଛି। ସୂଚନା ଥାଉ କି, ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀଙ୍କ […]
ଭୁବନେଶ୍ୱର: ଲକ୍ଡାଉନ ଯୋଗୁ ସୁରତରେ ଫସି ରହି ହଇରାଣ ହରକତ ହେଉଥିବା ୫୭ ଜଣ ଓଡ଼ିଆଙ୍କ ନିକଟରେ ପହଞ୍ଚିଲା ଖାଦ୍ୟ ସାମଗ୍ରୀ। ଓଡ଼ିଆଙ୍କୁ ତୁରନ୍ତ ସାହାଯ୍ୟ ସହଯୋଗ କରିଥିବାରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗୁଜରାଟ ବିଜେପି କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଲକଡାଉନ ଯୋଗୁ ନୟାଗଡ଼ ଜିଲ୍ଲାର ୫୭ ଜଣ ଶ୍ରମିକ ସୁରତ ଅଞ୍ଚଳରେ ଫସି ରହିଛନ୍ତି। ଓଡ଼ିଆ ଶ୍ରମିକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ବୈଜୟନ୍ତଙ୍କୁ ଅନୁରୋଧ କରିଥିଲେ। ଜଣେ ଯୁବନେତା ବୈଜୟନ୍ତ ପଣ୍ଡାଙ୍କ […]
ଭୁବନେଶ୍ୱର: ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆଶ୍ୱସ୍ତିକର ଖବର । ଏ ବର୍ଷ ରାଜ୍ୟରେ ବଢ଼ିବନି ବିଦ୍ୟୁତ୍ ଶୁଳ୍କ। ପୂର୍ବ ବର୍ଷ ଅର୍ଥାତ୍ ୨୦୧୯-୨୦ ବର୍ଷରେ ଶୁଳ୍କ ଯାହା ଥିଲା ଏବର୍ଷ ଅପରିବର୍ତ୍ତି ରଖିବାକୁ ବିଦ୍ୟୁତ୍ ନିୟାମକ ଆୟୋଗ ବା ଓଇଆରସି ନିଷ୍ପତ୍ତି ନେଇଛି। ତା’ସହ ପ୍ରିପେଡ୍ ଉପଭୋକ୍ତାଙ୍କୁ ୨ ପ୍ରତିଶତ ରିହାତି ଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ବିଦ୍ୟୁତ୍ ବିତରଣ କମ୍ପାନୀ ମଧ୍ୟ ସମାନ ଦାମ୍ରେ ଗ୍ରୀଡ୍କୋରୁ ବିଜୁଳି କିଣିବା ସହ କରୋନା ପାଇଁ ଛୋଟ ଛୋଟ […]
ଭୁବନେଶ୍ୱର: ବିନା ପଞ୍ଜୀକରଣରେ ଓଡ଼ିଶା ଫେରି ପାରିବେନି ପ୍ରବାସୀ ଓଡ଼ଆ। ଲକ୍ଡାଉନ୍ ଖୋଲିବା ପରେ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ଆକୁ ଫେରିବାକୁ ଥିବାରୁ ସେମାନେ କିଭଳି ଆସିବେ, ସେ ନେଇ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଦେଶର ବିଭିନ୍ନ ସ୍ଥାନରେ ଥିବା ଲକ୍ଷ ଲକ୍ଷ ଲୋକ ଓଡ଼ିଆ ଫେରିବାକୁ ବ୍ୟଗ୍ର ଥିବାରୁ ସେମାନେ ପ୍ରଥମେ ରେଜିଷ୍ଟ୍ରେସନ କରିବା ଜରୁରୀ ବୋଲି କହିଛନ୍ତି ପଞ୍ଚାୟତିରାଜ ସଚିବ। ପଞ୍ଜିକରଣ ପାଇଁ ରାଜ୍ୟ ସରକାର ଏକ ପୋର୍ଟାଲ ଖୋଲିଛନ୍ତି। ବ୍ୟକ୍ତି […]
ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ୯ଟି ପଞ୍ଚାୟତକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ମୋଟ୍ ୯ଟି ପଞ୍ଚାୟତକୁ ୪ଟି ଜୋନ୍ରେ ଭାଗ କରି କଣ୍ଟେନ୍ମେଣ୍ଟ ଘୋଷଣା ହୋଇଛି। ଜୋନ୍-୧ରେ ପଦ୍ମପୁର, ଲୁଙ୍ଗା, ସୁଗୋ ଓ ଏରତାଳ ପଞ୍ଚାୟତ ରହିଛିା ଏଥିରେ ମୋଟ୍ ୮ଟି ଗାଁ ରହିଛି। ସେହିପରି ଜୋନ୍-୨ରେ ଖରିଦା ବିନାୟକପୁର ଓ ଗୁଆଗାଡ଼ିଆ ପଞ୍ଚାୟତ ରହିଛି। ଏହି ଅଞ୍ଚଳରେ ୬ଟି ଗାଁ ରହିଛି। ଜୋନ୍-୩ରେ ଲକ୍ଷ୍ମୀଦାସପୁର, ବାଲିମେଡ଼ ରହିଛି ଯାହା ମଧ୍ୟରେ ୭ଟି ଗାଁ […]
ସୁନ୍ଦରଗଡ଼: ସମଗ୍ର ଦେଶରେ କରୋନା ଭାଇରସ ଦିନକୁ ଦିନ ଚିନ୍ତାକୁ ବଢ଼ାଇବାରେ ଲାଗିଛି। ଏହି ମହାମାରୀ ଭାଇରସ ବିରୋଧରେ ଚାଲିଥିବା ଯୁଦ୍ଧରେ ଆଗ ଧାଡିର ଯୋଦ୍ଧା ସାଜିଛନ୍ତି ଡାକ୍ତର ଓ ପୋଲିସ l ନିଜ ପରିବାରକୁ ପର କରି ସେମାନେ ଦିନରାତି ଏକ କରିଦେଇଛନ୍ତି ମାନବ ଜାତିକୁ ରକ୍ଷା କରିବା ପାଇଁ । ଏପରି ସ୍ଥିତିରେ ବ୍ୟକ୍ତିଗତ ସ୍ୱାର୍ଥ ସେମାନଙ୍କ ଆଗରେ ତୁଚ୍ଛ ହୋଇଛି l ଏପରି କ୍ଷେତ୍ରରେ ଉଦାହରଣ ସାଜିଛନ୍ତି ଓଡିଶା ପୁଲିସର ଦୁଇ ମହିଳା […]
ଭୁବନେଶ୍ୱର: ସେବାୟତଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ସେ କହିଛନ୍ତି ଯେ,ଜଗନ୍ନାଥ ମନ୍ଦିର ପୂଜକଙ୍କୁ ୫ ହଜାର ଟଙ୍କା ଦେବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ସେହିପରି ରାଜ୍ୟର ଅନ୍ୟ ସେବାୟତଙ୍କୁ ୫ ହଜାର ଲେଖାଏଁ ଦିଅନ୍ତୁ ବୋଲି ପ୍ରତାପ ଷଡ଼ଙ୍ଗୀ ଅନୁରୋଧ କରିଛନ୍ତି। ଏପରି ସହାୟତା ଲକଡାଉନ କାଳରେ ପୂଜକଙ୍କ ପାଇଁ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ରାଜ୍ୟର ବିଭିନ୍ନ ସରକାରୀ ଓ […]
ଭୁବନେଶ୍ୱର: କରୋନା ସ୍ଥିତିକୁ ଦେଖି ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ମେ’ ୩ ତାରିଖ ଯାଏ ବନ୍ଦ ରହିବ ବୋଲି ଜଣାଯାଇଛି। ରାଜ୍ୟର ଏହି ୨ ପ୍ରମୁଖ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରେଭେନ୍ସାରେ ୧୭ ଜୁନ୍ ଯାଏ କ୍ଲାସ୍ ବନ୍ଦ ରହିବ। କିନ୍ତୁ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ଲାଇନରେ ଶିକ୍ଷା ଜାରି ରହିବ। ଏହି ସମୟରେ ଅଫିସ୍ କର୍ମଚାରୀ ଏବଂ ଅନ୍ୟାନ୍ୟ ଷ୍ଟାଫ୍ ଅଫିସରେ ଉପସ୍ଥିତ ରହିବେ। ଖବର ଅନୁଯାୟୀ, […]
ଭୁବନେଶ୍ୱର: ସାରା ଦେଶରେ ଲକ୍ଡାଉନ୍ ଯୋଗୁଁ ଶିକ୍ଷା ବ୍ୟବସ୍ଥା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଛିଡ଼ା କରିଛି। ତେବେ ଏହି ଜରୁରୀକାଳୀନ ପରିସ୍ଥିତିରେ ରାଜ୍ୟର ବିଶ୍ୱବିଦ୍ୟାଳୟ ଶିକ୍ଷାକୁ ସଠିକ ମାର୍ଗରେ ପରିଚାଳନା କରିବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଦାବିପତ୍ର ଦେଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)। କରୋନା ଭାଇରସର ପ୍ରଭାବ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସମ୍ପୁର୍ଣ୍ଣ ପଙ୍ଗୁ କରିଦେଇଛି। ଛାତ୍ରଛାତ୍ରୀ ମାନେ ଆଗକୁ ଆସୁଥିବା ପ୍ରବେଶିକା ପରୀକ୍ଷାକୁ ନେଇ ଚିନ୍ତିତ। ରାଜ୍ୟର […]
ଭଦ୍ରକ: ଭଦ୍ରକ ଜିଲ୍ଲା ମୁଖ୍ୟାଳୟ ରାସ୍ତାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏଠାରେ ବି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଦୁଃଖ। ଉପଯୁକ୍ତ ଚିକିତ୍ସା ନ ପାଇ ରାସ୍ତାରେ ପ୍ରସବ କରିଛନ୍ତି ଜଣେ ମହିଳା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତ୍ର ୫୦ ମିଟର ଦୂରରେ ରାସ୍ତା ଉପରେ ଏଭଳି ଘଟଣା ଘଟିଛି। ଡାକ୍ତରଙ୍କ ଦାୟିତ୍ୱହୀନତା ଯୋଗୁ ଘଟଣାଟି ଘଟିଥିବା ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ଚାନ୍ଦବାଲି ଭୂଇଁବୃତ୍ତି ପଞ୍ଚାୟତର ନୂଆଗାଁର ମିନତିଙ୍କୁ ପ୍ରସବ ନିମନ୍ତେ ଚାନ୍ଦବାଲି […]
କଟକ: କଟକ ସହରର ୪ଟି ପରିବା ବଜାରର ସ୍ଥାନାନ୍ତରଣ କରିଛି କମିଶନରେଟ ପୋଲିସ୍। ନୟାସଡ଼କରେ ବସୁଥିବା ବଜାର ଶିଶୁଭବନ ସାମ୍ନା ରିଙ୍ଗ୍ରୋଡକୁ ସ୍ଥାନାନ୍ତର କରାଯାଇଛି। ସେହିଭଳି କୃଷକ ବଜାରର ପରିବା ମାର୍କେଟ ଅଶ୍ୱିନୀ ହସ୍ପିପିଟାଲ ନିକଟ୍ ୪ ଲେନ୍କୁ ସ୍ଥାନାନ୍ତର କରାଯାଇଛି। ବାଲୁବଜାରର ଅନ୍ୟ ଦୋକାନୀମାନେ ଏବେ ଜଣେ ଜଣଙ୍କଠାରୁ ୧୨ ଫୁଟ୍ ବ୍ୟବଧାନରେ ବସିବେ। ଏଥିସହିତ ନୂଆବଜାର ପରିବା ବଜାର TOP ନିକଟ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ଛତ୍ରବଜାର ପରିବା ବଜାର ଖାନନଗର ନିକଟ ୨ଟି […]
ରାଉରକେଲା:ରାଉରକେଲା ଚ୍ୟାମ୍ୱର ଅଫ୍ କମର୍ସ କାର୍ଯ୍ୟାଳୟ ନିକଟରେ ଥିବା ପାର୍କିଂ ଏରିଆରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୨୦ରୁ ଅଧିକ ଦୋକାନ ଘର ପୋଡ଼ି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ୧୧ କେଭି ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଖବର ପାଇ ଦମକଳ ବାହିନୀର ୨ଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। […]
ଭୁବନେଶ୍ୱର: ୧୧୪ ସହରାଞ୍ଚଳ ଗରିବଙ୍କ ପାଇଁ ସରକାରଙ୍କ ଶହେ କୋଟିର ପ୍ୟାକେଜ୍କୁ ନେଇ ପ୍ରଶ୍ନ ଉଠିଛି। ଶହେ କୋଟି ଟଙ୍କାକୁ ଯଦି ୧୧୪ ପୌରାଞ୍ଚଳରେ ଖର୍ଚ୍ଚ କରାଯାଏ ତାହେଲେ ପ୍ରତି ପୌରାପଞ୍ଚଳକୁ ୬ ମାସକୁ ୯୦ ଲକ୍ଷ ଟଙ୍କା ମିଳୁଛି। ଏଭଳି ସ୍ଥିତିରେ ହିସାବକୁ ନେଲେ ପ୍ରତି ପୌରାଞ୍ଚଳ ପାଇଁ ମାସକୁ ମାତ୍ର ୧୫ ଲକ୍ଷ ଟଙ୍କାର ବ୍ୟୟବରାଦ ରହୁଛି, ଯାହା ସମୁଦ୍ରକୁ ଶଙ୍ଖେ ଭଳି। ସେହିପରି ଶହେ କୋଟିର ପ୍ୟାକେଜ୍ ସାଢ଼େ ୪ ଲକ୍ଷ ପରିବାର […]