• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

terrorist
ପୁଲ୍‌ୱାମା ଶୈଳୀରେ ପୁଣି ହେବ ଆତଙ୍କୀ ଆକ୍ରମଣ ! ସୂଚନା ଦେଲା ପାକିସ୍ତାନ

ନୂଆଦିଲ୍ଲୀ: ପୁଲଓ୍ୱାମା ଶୈଳୀରେ ପୁଣି ଆକ୍ରମଣ କରିବାକୁ ଆତଙ୍କବାଦୀ ରଣନୀତି ପ୍ରସ୍ତୁତ କରୁଛନ୍ତି। ନିକଟରେ ଭାରତୀୟ ସେନାର ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆତଙ୍କବାଦୀଙ୍କ ନେତା ମୁସା ନିହତ ହୋଇଥିଲା। ଏହି ଘଟଣାର ପ୍ରତିଶୋଧ ନେବା ପାଇଁ ଆତଙ୍କବାଦୀ ଯୋଜନା କରୁଥିବା ସୂଚନା ରହିଛି। ଏ ନେଇ ପାକିସ୍ତାନ ଉଭୟ ଭାରତ ଏବଂ ଆମେରିକାକୁ ଅବଗତ କରାଇଥିବା ଜଣାପଡ଼ିଛି। ଗତମାସ ଭାରତରେ ନିର୍ବାଚନ ଚାଲିଥିବା ବେଳେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ସୀମାରେ ଜୋରଦାର ଅପରେସନ ଜାରି […]

kohali-1
ବିଶ୍ୱକପ୍‌ରେ ୭ମ ଥର ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । କିଏ ରଚିବ ରେକର୍ଡ !

ନୂଆଦିଲ୍ଲୀ: ଇଂଲଣ୍ଡରେ ଚାଲିଥିବା କ୍ରିକେଟ୍ ବିଶ୍ୱକପ୍‌ରେ ଆଜି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୩ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏହି ମ୍ୟାଚ୍‌କୁ ନେଇ ଉଭୟ ଦେଶର ଫ୍ୟାନ୍‌ମାନେ ବେଶ୍ ଉତ୍ସାହିତ ଅଛନ୍ତି। ଆଉ ପାକିସ୍ତାନ ଇତିହାସ ରଚିପାରିବ ନା ଭାରତ ତା’ର ରେକର୍ଡ ଜାରି ରଖିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ତା’ହେଲେ କ’ଣ ଏହି ରେକର୍ଡ, ଆସନ୍ତୁ ସେ ବିଷୟରେ ଜାଣିବା। ଦିନିକିଆରେ ଭାରତ ଓ […]

naidu
ଏୟାରପୋର୍ଟରେ ହଟହଟା ହେଲେ ଚନ୍ଦ୍ରବାବୁ ନାଇଡ଼ୁ : କଡ଼ା ଯାଞ୍ଚ ପରେ ଛାଡ଼ିଲେ

ବିଜୟୱାଡ଼ା: ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ବିରୋଧୀ ଦଳ ନେତା ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଏୟାର ପୋର୍ଟରେ ହଟହଟା ହେବାକୁ ପଡ଼ିଛି। ସ୍ଥାନୀୟ ଗନ୍ନାଭରମ୍‌ ଏୟାରପୋର୍ଟରେ ତାଙ୍କୁ କଡ଼ା ଯାଞ୍ଚ କରାଯାଇଥିବାବେଳେ ସେ ଭିଆଇପି ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଏପରିକି ତାଙ୍କୁ ସାଧାରଣ ଯାତ୍ରୀଙ୍କ ସହିତ ବସ୍‌ରେ ଯାତ୍ରା କରିବାକୁ ପଡ଼ିଛି। ପ୍ରବେଶ ଦ୍ୱାର ପାଖରେ ଜଣେ ସୁରକ୍ଷା କର୍ମୀ ତାଙ୍କୁ ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ, ୨୦୦୩ ମସିହାରେ ତାଙ୍କ ଉପରେ ମାଓବାଦୀ […]

sumitra
‘ଟ୍ରେନ୍‌ରେ ମସାଜ ସେବା ଭାରତୀୟ ସଂସ୍କୃତିର ବିରୁଦ୍ଧାଚରଣ କରୁଛି’ : ସୁମିତ୍ରା ମହାଜନ

ନୂଆଦିଲ୍ଲୀ: ରେଳ ବିଭାଗ କିଛି ଦିନ ତଳେ ଟ୍ରେନରେ ମସାଜ ସେବା ଆରମ୍ଭ ହୋବ ବୋଲି ଘୋଷଣା କରିଥିଲା। ଏବେ ଏହି ସେବାକୁ ନାପସନ୍ଦ କରିଛନ୍ତି ଲୋକସଭାର ପୂର୍ବତନ ବାଚସ୍ପତି ସୁମ୍ରିତା ମହାଜନ। ସେ କହିଛନ୍ତି ମହିଳା ଯାତ୍ରୀଙ୍କ ସାମ୍ନାରେ ଏଭଳି ସେବା ଉପଲବ୍ଧ କରାଇବା ଭାରତୀୟ ସଂସ୍କୃତିର ବିରୁଦ୍ଧାଚରଣ କରୁଛି। ଏ ନେଇ ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ସୁମିତ୍ରା ମହାଜନ। ଏହା ପୂର୍ବରୁ ଇନ୍ଦୋରର ନବନିର୍ବାଚିତ ସାଂସଦ ଲାଲୱାନୀ ମସାଜ […]

kapil-kohali
କୋହଲିଙ୍କ ସମ୍ପର୍କରେ ଏମିତି କହିଲେ କପିଲ ଦେବ

ନୂଆଦିଲ୍ଲୀ: ଭାରତକୁ ପ୍ରଥମଥର ବିଶ୍ୱକପ୍‌ ଦେଇଥିବା ପୂର୍ବତନ ଟିମ୍‌ ଇଣ୍ଡିଆ ଅଧିନାୟକ କପିଲ ଦେବ ବର୍ତ୍ତମାନ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲିଙ୍କ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, “ବିରାଟ୍‌ ମୋ ଠାରୁ ଅଧିକ ଭଲ କ୍ୟାପ୍ଟେନଶିପ୍‌ କରୁଛନ୍ତି। ବର୍ତ୍ତମାନର ଟିମ୍‌ ଇଣ୍ଡିଆର ସ୍ଥିତି ଯାହା, ଏହି ଦଳ ପାକିସ୍ତାନକୁ ୧୦ରୁ ୭ଥର ହରାଇବାର କ୍ଷମତା ରଖିଛି। ବିଶ୍ୱକପ୍‌ ମୁକାବିଲାରେ ବିରାଟଙ୍କ ଟିମ୍‌ ଇଣ୍ଡିଆ କେଉଁଠି ବି ହାରିବେ ବୋଲି ମୁଁ ଭାବୁନାହିଁ। ତେବେ […]

pak-india
ଭାରତ-ପାକିସ୍ତାନ ଲଢ଼େଇ: ଟିମ୍‌ ଇଣ୍ଡିଆ ଜିତିବାର ଗୁରୁମନ୍ତ୍ର କ’ଣ

ନୂଆଦିଲ୍ଲୀ: ଆସନ୍ତକାଲି ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ କ୍ରିକେଟ୍‌ ପଡ଼ିଆରେ ମୁହାଁମୁହିଁ ହେବେ। ମାଞ୍ଚେଷ୍ଟର ଠାରେ ଦୀର୍ଘ ୨୦ ବର୍ଷ ପରେ ଦୁଇ ଦେଶ ଲଢ଼େଇ କରିବାକୁ ଯାଉଛନ୍ତି। ଶେଷଥର ପାଇଁ ଉଭୟ ଦଳ ଏହି ଗ୍ରାଉଣ୍ଡରେ ୧୯୯୯ ମସିହା ବିଶ୍ୱକପ୍‌ରେ ମୁହାଁମୁହିଁ ହୋଇଥିଲେ। ଯେଉଁଥିରେ ଭାରତ ୪୭ ରନ୍‌ରେ ବାଜିମାତ କରିଥିଲା। ୨୦୧୯ରେ ଭାରତ ୧୭ଟି ମ୍ୟାଚ୍‌ ଖେଳିଥିବା ବେଳେ ପାକିସ୍ତାନ ୧୮ଟି ମ୍ୟାଚ୍‌ ଖେଳିଛି। ଏହି ୧୭ଟି ମ୍ୟାଚ୍‌ରୁ ଭାରତର ଅଧିନାୟକ ବିରାଟ୍‌ କୋହଲି ୧୦ଟି ମ୍ୟାଚ୍‌ରେ […]

helmet
ଗାଡ଼ି ରେଜିଷ୍ଟ୍ରେସନ ପାଇଁ ୨ଟି ହେଲମେଟ୍ ବାଧ୍ୟତାମୂଳକ

ଭୋପାଲ: ମଧ୍ୟପ୍ରଦେଶରେ ଦୁଇ ଚକିଆ ଗାଡ଼ି ପଞ୍ଜୀକରଣ କରିବା ପାଇଁ ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଏଣିକି ଗାଡ଼ି ପଞ୍ଜୀକରଣ କରିବା ପୂର୍ବରୁ ଆବେଦନକାରୀଙ୍କ ପାଖରେ ଦୁଇଟି ହେଲମେଟ୍ ଅଛି କି ନାହିଁ, ତାର ପ୍ରମାଣ ଦେଖାଇବାକୁ ପଡ଼ିବ। ରାଜ୍ୟର ପରିବହନ ସଚିବ ଶୈଳେନ୍ଦ୍ର ଶ୍ରୀବାସ୍ତବ ଗତକାଲି ଏହି ସୂଚନା ଦେଇଛନ୍ତି। ଚାଳକ ଓ ସହଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ମଧ୍ୟପ୍ରଦେଶ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ମୋଟର […]

mamata-banerjee
ବେଙ୍ଗଲକୁ ଯିଏ ଆସିବ ସିଏ ବଙ୍ଗଳା କହିବା ଜରୁରୀ !

କୋଲକାତା: ପଶ୍ଚିମବଙ୍ଗରେ ଦିନକୁ ଦିନ ବଢ଼ୁଛି ହିଂସା। ରାଜ୍ୟରେ ମମତା ସରକାରଙ୍କୁ ଚ୍ୟାଲେଞ୍ଜ କରି ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି। ଏହାରି ଭିତରେ ଏଭଳି ଆନ୍ଦୋଳନ ପଛରେ ରାଜନୀତିକ ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏବେ ସେ ଭାଷା କାର୍ଡ ଖେଳି ରାଜ୍ୟରେ ବଙ୍ଗାଳୀ-ଅଣ ବଙ୍ଗାଳୀ ଵିଦ୍ଵେଷ ସୃଷ୍ଟି କରି ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି ବୋଲି କୁହାଯାଉଛି। ଗତକାଲି ଏହି ଆନ୍ଦୋଳନ ଓ ବଢୁଥିବା ରାଜନୀତିକ ହିଂସାକୁ ନଜରରେ ରଖି ଉତ୍ତର ୨୪ […]

amitabh-bachchan_story
ବର୍ଷା ପାଇଁ ଏମିତି ପ୍ରସ୍ତାବ ରଖିଲେ ବିଗ୍‌ ବି

ମୁମ୍ୱାଇ: ସୁପର ଷ୍ଟାର ଅମିତାଭ ସୋଶାଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି ଓ ବିଭିନ୍ନ  ପ୍ରସଙ୍ଗରେ ନିଜ ମତ ରଖିଥାନ୍ତି। ସେ ମଜାଳିଆ ଢଙ୍ଗରେ ନିଜ କଥାକୁ  ଉପସ୍ଥାପନା କରୁଥିବାରୁ ତାଙ୍କ ଫ୍ୟାନ୍‌ମାନେ ବି ଏହାକୁ ଖୁବ ଲାଇକ୍‌ କରନ୍ତି। ଗତ ଗୁରୁବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ହେଉଥିବା ବେଳେ ବର୍ଷା କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି। ଏହାକୁ ନେଇ କ୍ରିକେଟ ଫ୍ୟାନ୍‌ମାନେ ଖୁସି ନ ଥିବା ବେଳେ ଆଇସିସିକୁ ମଧ୍ୟ ଦୋଷ ଦେବାକୁ […]

Manmohan-Singh-
୨୭ ବର୍ଷ ପରେ ସଂସଦ ବାହାରେ ରହିବେ ମନମୋହନ ସିଂହ

ନୂଆଦିଲ୍ଲୀ: ଗତକାଲି ଶେଷ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳ। ୧୭ତମ ଲୋକସଭା ଆରମ୍ଭ ହେବାର ତିନି ଦିନ ପୂର୍ବରୁ ମନମୋହନଙ୍କ କାର୍ଯ୍ୟକାଳ ଶେଷ ହୋଇଛି।୧୯୯୧ରୁ ଲଗାତାର ୫ ଥର ସଂସଦକୁ ସେ ନିର୍ବାଚିତ ହୋଇଆସୁଥିଲେ ମନମୋହନ ସିଂହ। କିନ୍ତୁ ଚଳିତଥର ପ୍ରଥମଥର ପାଇଁ ଦେଶର ଏହି ଅନୁଭବୀ ନେତା ତଥା ପୂର୍ବତନ ଆରବିଆଇ ଗଭର୍ଣ୍ଣର ସଂସଦରେ ଆଉ ଦେଖାଯିବେ ନାହିଁ। ଆସାମରୁ ରାଜ୍ୟସଭା ସାଂସଦ ଭାବେ ମନମୋହନ ସିଂହ ସଂସଦରେ ପ୍ରତିନିଧିତ୍ୱ କରୁଥିଲେ। ଆସାମରେ […]

860_main_fossil_fuels_explainer
କମୁଛି ପେଟ୍ରୋଲ ଓ ଡିଜେଲ ଦର, ୪୫ ଦିନରେ ୩ ଟଙ୍କା

ନୂଆଦିଲ୍ଲୀ: କମି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର। ଆଜି ପେଟ୍ରୋଲ ଲିଟର ପିଛା ୧୯ରୁ ୨୦ ପଇସା ଏବଂ ଡିଜେଲ ୨୪ରୁ ୨୬ ପଇସା କମିଥିବା ଜଣାପଡ଼ିଛି। ଗତକାଲି ପେଟ୍ରୋଲ ୧୬ରୁ ୧୮ ପଇସା ହ୍ରାସ ପାଇଥିବା ବେଳେ ଡିଜେଲ ୧୬ରୁ ୧୭ ପଇସା ହ୍ରାସ ପାଇଥିଲା। ତୈଳ କମ୍ପାନୀ ଇଣ୍ଡିଆନ ଅଏଲ ଓ୍ୱେବସାଇଟର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬୯ ଟଙ୍କା ୨୯ ପଇସା, ମୁମ୍ୱାଇରେ ୬୯.୯୯ ପଇସା, କୋଲକାତାରେ ୭୫ […]

wb-doctor-strike
ପଶ୍ଚିମବଙ୍ଗରେ ଇସ୍ତଫା ଦେଲେଣି ୫୦୦ରୁ ଅଧିକ ଡାକ୍ତର

କୋଲକାତା: ଆଜି ପଞ୍ଚମ ଦିନରେ ପହଞ୍ଚିଛି ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ। ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କୁ ସୁରକ୍ଷା ଯୋଗାଇଦେବା ପରିବର୍ତ୍ତେ ମମତା ସରକାର ଆନ୍ଦୋଳନରତ ଡାକ୍ତରଙ୍କୁ ଧମକ ଓ ଚେତାବନୀ ଦେଇଥିଲେ। ଯାହାକୁ ବିରୋଧ କରି ପଶ୍ଚିମବଙ୍ଗର ଡାକ୍ତରଙ୍କୁ ସମର୍ଥନ କରିଛନ୍ତି ଅଧିକାଂଶ ରାଜ୍ୟର ଡାକ୍ତରମାନେ। ପଶ୍ଚିମବଙ୍ଗରେ ଚିକିତ୍ସା କରିବା ଅସୁରକ୍ଷିତ ଦର୍ଶାଇ ଇତି ମଧ୍ୟରେ ରାଜ୍ୟରେ ୫୦୦ରୁ ଅଧିକ ଡାକ୍ତର ଇସ୍ତଫା ଦେଇସାରିଛନ୍ତି। ପରିଣାମସ୍ୱରୂପ ରୋଗୀ ସେବା ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ଏହି ଆନ୍ଦୋଳନରେ ଦେଶ […]

tantrka
ତାନ୍ତ୍ରିକ ସହ ଶାରୀରିକ ସମ୍ପର୍କ ନ ରଖିବାରୁ ସ୍ତ୍ରୀକୁ ବୁଡ଼ାଇ ମାରିଲା ସ୍ୱାମୀ

ଆଲିଗଡ଼: ସ୍ୱାମୀ ସାଜିଲା ହତ୍ୟାକାରୀ। ତାନ୍ତ୍ରିକ ସହ ଶାରୀରିକ ସମ୍ପର୍କ ରଖିବାକୁ ରାଜି ନ ହେବାରୁ ନିଜ ସ୍ତ୍ରୀକୁ ନଦୀରେ ବୁଡ଼ାଇ ମାରିଦେଇଛି ସ୍ୱାମୀ। ଉତ୍ତର ପ୍ରଦେଶର ଆଲିଗଡ଼ରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁବାର ଦିନ ଏହି ଘଟଣା ଘଟିଛି ବୋଲି ଆଲିଗଡ଼ ପୁଲିସ ସୂଚନା ଦେଇଛି। ଉଭୟ ସ୍ୱାମୀ ଏବଂ ତାନ୍ତ୍ରିକକୁ ପୁଲିସ ବାନ୍ଧି ନେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମନପାଲ (ମୃତ ମହିଳାଙ୍କ ସ୍ୱାମୀ) ତାଙ୍କ  ସ୍ତ୍ରୀକୁ ତାନ୍ତ୍ରିକ ସନ୍ଥଦାସ ଦୁର୍ଗା ଦାସଙ୍କ  ସହ […]