• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

train
ଟ୍ରେନ୍‌ରୁ ଖସି ପଡ଼ୁଥିଲେ, ମୃତ୍ୟୁମୁଖରୁ ଏମିତି ଉଦ୍ଧାର କଲେ ଦେବଦୂତ

ତାମିଲନାଡ଼ୁ: ଜୀବନରେ ବେଳେବେଳେ ଏମିତି ଅବିଶ୍ୱସନୀୟ ଘଟଣା ଘଟେ ଯେଉଁଥିପାଇଁ ଭଗବାନଙ୍କ ସ୍ଥିତିକୁ ନେଇ ଆମେ ଦୃଢନିଶ୍ଚୟ ହୋଇଯାଉ। ନିଶ୍ଚିତ ମୃତ୍ୟୁ ମୁହଁରୁ ମଣିଷ ଏମିତ ବର୍ତ୍ତିଯାଏ ଯାହାକୁ ଦେଖିଲେ ଲାଗେ ଯେମିତି ଭଗବାନ ନିଜେ ଆସି ହାତ ଧରି ଉଦ୍ଧାର କରିଦେଲେ। ଏମିତି ଏକ ଘଟଣା ଘଟିଛି ତାମିଲନାଡୁରେ। ଚଳନ୍ତା ଟ୍ରେନ୍‌ରେ ଚଢୁ ଚଢୁ ଖସି ପଡୁଥିଲେ ଜଣେ ବ୍ୟକ୍ତି। ରେଳ ଧାରଣାରେ ପଡ଼ିବାକୁ ଆଉ କେଇ ମୁହୂର୍ତ୍ତ ମାତ୍ର। ହେଲେ କେଉଁଠୁ ଥିଲେ ସେଇ […]

kyara
ମାଡ଼ି ଆସୁଛି ଭୟଙ୍କର ବାତ୍ୟା ‘କ୍ୟାରା’

ନୂଆଦିଲ୍ଲୀ: ଓଡ଼ିଶାକୁ ବାତ୍ୟା ଭୟ ନାହିଁ ଗତକାଲି ପାଣିପାଗ ବିଭାଗ ସ୍ପଷ୍ଟ କରିସାରିଛି। ହେଲେ ଆରବ ସାଗରରେ ଘନୀଭୂତ ହୋଇଥିବା ବାତ୍ୟା ‘କ୍ୟାର’ର ପ୍ରଭାବ ଗୋଆ ଏବଂ କର୍ଣ୍ଣାଟକ ଉପରେ ରହିଛି। ଆଜି ଭାରତୀୟ ପାଣିପାଗ ଏହା କହିଛି। ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟ ଏହି ସାମୁଦ୍ରିକ ବାତ୍ୟା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୟଙ୍କର ରୂପ ଧାରଣ କରିବ ବୋଲି ଆଇଏମଡି କହିଛି। ‘କ୍ୟାରା’ର ପ୍ରଭାବରେ ଘଣ୍ଟା ପ୍ରତି ୯୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବ […]

11122111
୩୦ ଫୁଟ ଗାତରେ ଖସି ପଡ଼ିଲା ଶିଶୁ

ତାମିଲନାଡ଼ୁ: ତାମିଲନାଡ଼ୁ ତ୍ରିଚିନାପଲୀରେ ଅଘଟଣ। ୩୦ ଫୁଟର ବୋର୍ ୱେଲ ଗାତରେ ଖସି ପଡ଼ିଛି ଦୁଇ ବର୍ଷର ଶିଶୁ।  ଗତକାଲି ସଂନ୍ଧ୍ୟାରୁ ଚାଲିଛି ଉଦ୍ଧାର କାର୍ଯ୍ୟ।  ଘଟଣାସ୍ଥଳରେ ଏନ୍‌ଡିଆରଏଫ, ଅଗ୍ନିଶମ ବିଭାଗ ସହ ଅନ୍ୟ ରେସ୍କ୍ୟୁ  ଟିମ୍ ପହଞ୍ଚି ଶିଶୁକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି। ଶିଶୁ ପୁତ୍ରର ନାମ ସୁଜିତ୍ ୱିଲିୟମ୍ ଶିଶୁକୁ ଅକ୍ସିଜେନ୍ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି।   ଶିଶୁ ଖସି ପଡ଼ିଥିବା ଗାତର ନିକଟରେ ସମାନ ଭାବେ ଅନ୍ୟ ଏକ ଗାତ ଖୋଳାଯାଇଛି […]

ipl
ଚତୁର୍ଥ ଥର ପାଇଁ ଆଇପିଏଲ୍‌ ଚାମ୍ପିଅନ୍‌ ହେଲା ମୁମ୍ବାଇ ଇଣ୍ଡିଆନ୍ସ

ହାଇଦ୍ରାବାଦ: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ ଦ୍ୱାଦଶ ସିଜିନ୍‌ରେ ଚାମ୍ପିଅନ୍ ହୋଇଛି। ଏକ ରୋମାଞ୍ଚକର ଫାଇନାଲ୍‌ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ୧ ରନ୍‌ରେ ହରାଇ ରୋହିତ ଶର୍ମାଙ୍କ ମୁମ୍ବାଇ ଟିମ୍ ଚତୁର୍ଥ ଥର ପାଇଁ ଟାଇଟଲ୍‌ ଦଖଲ କରିଛି। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୧୪୯ ରନ୍ କରିଥିଲା। ୧୫୦ ରନ୍ ଟାର୍ଗେଟ୍‌ରେ ବ୍ୟାଟିଂ କରି ଚେନ୍ନାଇ ୧୪୮ ରନ୍ କରିପାରିଥିଲା। ଶେଷ ଓଭରରେ ଚେନ୍ନାଇକୁ ଜିତିବା ପାଇଁ ୯ […]

dhoni-jiva
ଧୋନିଙ୍କ କାନ୍ଧ ମାଲିସ କଲେ ଝିଅ ଜିଭା

ରାଞ୍ଚି: କ୍ରିକେଟ ଠାରୁ ଦୂରେଇ ରହିଥିବା ମହେନ୍ଦ୍ର ସିଂହ ଧୋନି ଏବେ ନିଜ ପରିବାର ବିଶେଷ କରି ଝିଅ ଜିଭାଙ୍କ ସହ ସମୟ କାଟିବାରେ ବ୍ୟସ୍ତ ରହିଛନ୍ତି। ଜିଭାଙ୍କ ସହ ଧୋନି କରୁଥିବା ମଜାମସ୍ତିକୁ ସେ ସୋଶାଲ ମିଡିଆରେ ମଧ୍ୟ ପୋଷ୍ଟ କରୁଛନ୍ତି। ଗତକାଲି ଉଭୟ ଗାଡ଼ି ଧୋଇବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଆଜି ଜିଭା ବାପା ଧୋନିଙ୍କ କାନ୍ଧକୁ ମାଲିସ୍‌ କରୁଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଭଡିଓ ଅନୁଯାୟୀ, […]

111122233344
୧୯୪୭ ଭାରତ-ପାକ୍‌ ଯୁଦ୍ଧ-ଜାଣନ୍ତୁ ଶତ୍ରୁପକ୍ଷକୁ କେମିତି ଚକ୍‌ମା ଦେଇଥିଲେ ଏହି ବୀର ଯୋଦ୍ଧା

ନୂଆଦିଲ୍ଲୀ: ୧୯୪୭ ମସିହା,  ଦେଶ ସ୍ୱାଧୀନ ହେବାର ପରବର୍ତ୍ତୀ ସମୟ। ଦେଶ ପାଇଁ ସବୁଠାରୁ ସଙ୍କଟର ମୁହୂର୍ତ୍ତ। ଦେଶ ବିଭାଜନ..ଦଙ୍ଗା…ଆଉ ତା ପରେ କାଶ୍ମୀର ଉପରେ ପାକିସ୍ତାନ ଆକ୍ରମଣ।  ପାକ୍‌ ସେନାର ସମର୍ଥନରେ ପାକ୍‌ ଜନଜାତି ଭାରତ ଉପରେ କରିଥିଲା ଆକ୍ରମଣ। ପରିସ୍ଥିତିକୁ ଦେଖି କାଶ୍ମୀରର ତତ୍କାଳୀନ ରାଜା ହରି ସିଂ ଭାରତକୁ ସାହାଯ୍ୟ ମାଗିଥିଲେ। ଭାରତ ସରକାର ହରି ସିଂଙ୍କୁ ଏହି ସର୍ତ୍ତରେ ସାହାଯ୍ୟ କରିବାକୁ ରାଜି ହୋଇଥିଲା ଯେ-କାଶ୍ମୀର ଭାରତ ସହ ମିଶିବ। ଆଉ […]

Untitled-2
ଜେଜେପିରୁ ଇସ୍ତଫା ଦେଲେ ସ୍ୱାଭିମାନୀ ତେଜ୍ ବାହାଦୁର୍‌

ଚଣ୍ଡିଗଡ଼: ସ୍ୱାଭିମାନକୁ ବାଧିବାରୁ ଜନନାୟକ ଜନତା ପାର୍ଟିରୁ ଇସ୍ତଫା ଦେଲେ ତେଜ୍ ବାହାଦୁର। କରନାଲ ବିଧାନସଭା ଆସନରୁ ସେ ଜେଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବିରୋଧରେ ପ୍ରାର୍ଥୀ ହୋଇ ବାହାଦୁର ଶୋଚନୀୟ ପରାଜୟ ହୋଇଥିଲେ। ନିର୍ବାଚନ ବେଳେ ସେ ଜେଜେପିରେ ଯୋଗ ଦେଇଥିଲେ। ହରିଆଣାରେ ନିର୍ବାଚନ ଫଳାଫଳ ଝୁଲା ରହିଛି। ଏଭଳି ସ୍ଥିତିରେ ଜେଜେପି ବିଜେପି ସହ ମେଣ୍ଟ କରି ସରକାରରେ ସାମିଲ ହେବ ବୋଲି ଘୋଷଣା ସରିଛି। ଯାହାକୁ ଗ୍ରହଣ […]

Untitled-1
ହରିଆଣାରେ ବାଜି ମାରିନେଲା ବିଜେପି

ନୂଆଦିଲ୍ଲୀ: ଗତବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ପରେ ବିଜେପି ମେଣ୍ଟ ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ଯୋଗାଡ଼ କରିବାରେ ବିଳମ୍ୱ କରି ଯେଉଁ ଭୁଲ୍ କରିଥିଲା ତାହା କିନ୍ତୁ ହରିଆଣା ବିଧାନସଭା ନିର୍ବାଚନ ଫଳାଫଳ ବେଳେ ସଜାଡି ଦେଇଛି। ଆଉ ଏହାର ଶ୍ରେୟ ଏବେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ପାଖକୁ ଯାଇଛି। କାରଣ ମୋଦିଙ୍କ ଦ୍ୱିତୀୟ ସରକାରରେ ମନ୍ତ୍ରୀ ହେବାପରେ ଦଳ ଉପରେ ଅଧିକ ନଜର ଦେଇପାରୁନଥିଲେ ଶାହ। ଏଥିପାଇଁ କାର୍ଯ୍ୟକାରୀ ସଭାପତି ଭାବରେ […]

4343434
ଡେ-ନାଇଟ୍ ହେବ ଟେଷ୍ଟ ମ୍ୟାଚ୍‌ !

ମୁମ୍ୱାଇ: ବିସିସିଆଇ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନେବା ପରେ ସୌରଭ ଗାଙ୍ଗୁଲି ଗତକାଲି ମୁମ୍ୱାଇରେ କ୍ୟାପଟେନ୍‌ ବିରାଟ କୋହଲିଙ୍କ ସହ ସେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦିନିକିଆ ଡେ’ ନାଇଟ୍ ମ୍ୟାଚ୍ ଭଳି ଟେଷ୍ଟ ମ୍ୟାଚ୍‌କୁ ଡେ ନାଇଟ୍ କରିବା ପାଇଁ ସେ କୋହଲିଙ୍କ ପରାମର୍ଶ ଲୋଡ଼ିଥିଲେ। କୋହଲି ତାଙ୍କ ପ୍ରସ୍ତାବରେ ରାଜି ହୋଇଥିବା ଜଣାପଡ଼ିଛି। ଏଣୁ ଆଗାମୀ ଦିନରେ ବିସିସିଆଇ ଡେ’ ନାଇଟ୍ ଟେଷ୍ଟ ମ୍ୟାଚ ଆୟୋଜନ କରିବ ବୋଲି ସ୍ପଷ୍ଟ ହୋଇଯାଇଛି ବୋଲି […]

4344353211
କର୍ତ୍ତାରପୁର ଅପରେସନ: ଭାରତ-ପାକିସ୍ତାନ କଲେ ଚୁକ୍ତି ସ୍ୱାକ୍ଷର

ନୂଆଦିଲ୍ଲୀ: ଶେଷରେ ଭାରତ ଓ ପାକିସ୍ତାନ ମିଳିତ ଭାବେ କର୍ତ୍ତାରପୁର ଅପରେସନ ପାଇଁ ଆଜି ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି। ଜିରୋ ଲାଇନ୍‌ ଅଞ୍ଚଳରେ ଉଭୟ ଦେଶର ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିର ଅର୍ଥ ଶିଖ ଶ୍ରଦ୍ଧାଳୁମାନେ ପାକିସ୍ତାନରେ ଥିବା ଦରବାର ସାହିବ ଗୁରୁଦ୍ୱାରକୁ ଯାଇ ପାରିବେ। ଭାରତୀୟ ଶ୍ରଦ୍ଧାଳୁଙ୍କ ଠାରୁ ପାକିସ୍ତାନ ପ୍ରବେଶ ଫି’ ଆଦାୟ କରିବାକୁ ନିଷ୍ପତ୍ତି ନେଇଥିବାରୁ ଏହାକୁ ଭାରତ ସରକାର ବିରୋଧ କରିଥିଲେ। ତଥାପି […]

1211211
ହରିଆଣା: ହାରିଗଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ହରିଆଣାରେ ବିଜେପିକୁ ଶକ୍ତ ଝଟକା ଲାଗିଛି। ୨୦୧୪ରୁ କ୍ଷମତାସୀନ ବିଜେପି ସରକାରରେ ଅର୍ଥମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଥିବା କ୍ୟାପ୍ଟେନ ଅଭିମନ୍ୟୁ ଚଳିତ ନିର୍ବାଚନରେ ପରାସ୍ତ ହୋଇଛନ୍ତି। ତାଙ୍କୁ ଦଳ ନାରନାଉଣ୍ଡ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ହେଲେ ସେ ଏଠାରେ ପରାସ୍ତ ହୋଇଛନ୍ତି। କ୍ୟାପ୍ଟେନ ଅଭିମନ୍ୟୁଙ୍କ ବିରୋଧରେ ଏଠାରେ ଦ୍ୟୁଷନ୍ତ ଚୌଟାଲାଙ୍କ ଦଳ ଜେଜେପି ରାମ କୁମାର ଗୌତମଙ୍କୁ ଟିକେଟ୍‌ ଦେଇଥିଲା। ସେ ପୂର୍ବତନ ବିଜେପି ବିଧାୟକ। ଏଠାରେ ଜୋରଦାର ଟକ୍କର ହେବ […]

3243214355543
ମହାରାଷ୍ଟ୍ରରେ ପୁଣିଥରେ ବିଜେପି-ଶିବସେନା ମେଣ୍ଟ !

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ପୁଣିଥରେ ସରକାର ଗଠନ କରିବାକୁ ଜନମତ ହାସଲ କରିବା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି। ପୂର୍ବରୁ ବିଭିନ୍ନ ଏକଜିଟ୍‌ ପୋଲ ଯେଉଁ ଆକଳନ କରିଥିଲେ, ମହାରାଷ୍ଟ୍ରରେ ସେଇଆ ଘଟିବାକୁ ଯାଉଛି। ଅର୍ଥାତ ବିଜେପି ମହାରାଷ୍ଟ୍ରରେ ବଡ଼ ଭାଇ ଓ ଶିବସେନା ତା’ର ସାନ ଭାଇ ହୋଇ କାର୍ଯ୍ୟକରିବ। ସେହିପରି କଂଗ୍ରେସ ଓ ଏନସିପି ମେଣ୍ଟର ସବୁ ଗୋଟି ଚାଳନା ପୁଣିଥରେ ମହାରାଷ୍ଟ୍ରରେ ଫେଲ ମାରିବ। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ବିଜେପି ୨୮୮ […]

cargo plane
ପାକିସ୍ତାନ ପଟୁ ଭାରତ ସୀମାକୁ ପଶି ଆସିଲା କାର୍ଗୋ ବିମାନ

ନୂଆଦିଲ୍ଲୀ: ପାକିସ୍ତାନ ପଟୁ ଭାରତୀୟ ବାୟୁ ସୀମା ଭିତରକୁ ପଶି ଆସିଥିବା ଏକ ବିମାନକୁ ଜୟପୁରରେ ବାଧ୍ୟତାମୂଳକ ଜରୁରୀକାଳୀନ ଅବତରଣ କରାଯାଇଛି। ସୂଚନା ଅନୁସାରେ, ଗତକାଲି ପାକିସ୍ତାନ ବାୟୁସୀମାରୁ ଜର୍ଜିଆର ଏକ କାର୍ଗୋ ବିମାନ ଆଣ୍ଟୋନଭ-୧୨ ଏୟାର ଟ୍ରାଫିକ ନିୟମକୁ ଅଣଦେଖା କରି ଭାରତୀୟ ବାୟୁ ସୀମାରେ ପ୍ରବେଶ କରିଥିଲା।  ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ ଏହାକୁ ଠାବ କରିବା ପରେ ସମ୍ପର୍କ ରକ୍ଷା ପାଇଁ ଚାହିଁଥିଲେ। କିନ୍ତୁ ପାଇଲଟ କିଛି ଉତ୍ତର ଦେଇନଥିଲେ। ପରେ IAFର […]

123
ପଛରେ ପଡ଼ିଲେ ବିଜେପିର ଏହି ସବୁ ମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ହେଲେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ବିଜେପିର ୫ ଜଣ ସଦସ୍ୟ ଏବେ ପଛରେ ପଡ଼ିଯାଇଛନ୍ତି। ଯାହା ଦଳକୁ ଏକ ଶକ୍ତ ଝଟକା ସଦୃଶ ହୋଇଛି। ପଛରେ ପଡ଼ିଥିବା ବିଜେପି ମନ୍ତ୍ରୀମାନେ ହେଲେ ପଙ୍କଜା ମୁଣ୍ଡେ(ପର୍ଲି), ରାମ ସିନ୍ଧେ(କରଜାତ ଜାମଖେଡ), ଅତୁଲ ସେଭ(ଔରଙ୍ଗାବାଦ), ବାଲା ଭେଗଡ଼େ(ମାଭଲା) ଓ ମଦନ ଏରାୱର(ୟଭତମାଲ)। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ଏହି ମନ୍ତ୍ରୀମାନେ ପଛରେ ପଡ଼ିଛନ୍ତି।

8767579642
ଆଗରେ ଅଛନ୍ତି ଆଦିତ୍ୟ ଠାକ୍‌ରେ

ମୁମ୍ବାଇ: ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଚଳିତ ଥର ନିର୍ବାଚନ ଲଢ଼ୁଥିବା ଆଦିତ୍ୟ ଠାକରେଙ୍କ ବିଜୟ ଏକ ପ୍ରକାରର ସୁନିଶ୍ଚିତ ହୋଇଯାଇଛି। ମହାରାଷ୍ଟ୍ରର ୱର୍ଲି ଆସନରୁ ପ୍ରାର୍ଥୀ ହୋଇଥିବା ଆଦିତ୍ୟ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛନ୍ତି। ଶିବସେନା ଓ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଆଦିତ୍ୟଙ୍କ ବିରୋଧରେ କଂଗ୍ରେସ ଓ ଏନ୍‌ସିପି ସୁରେଶ ମାନେଙ୍କୁ ଟିକେଟ୍‌ ଦେଇଥିଲେ। ଏନ୍‌ସିପିର ସୁରେଶ ଆଦିତ୍ୟଙ୍କୁ ଟକ୍କର ଦେବେ ବୋଲି କୁହାଯାଉଥିଲା। ହେଲେ […]

Untitled-2 copy
ନଭେମ୍ବରରେ ଆସୁଛି ’ମାଲ ମହୁ ଜୀବନ ମାଟି’

ଭୁବନେଶ୍ୱର:ନଭେମ୍ବର ୮ ତାରିଖ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ଓଡ଼ିଆ କମେଡି ଫିଲ୍ମ  ’ମାଲ ମହୁ ଜୀବନ ମାଟି’ । ଆମର ମ୍ୟୁଜିକ ନିବେଦିତ ଏବଂ ନବୀନ ଭଣ୍ଡାରି ପ୍ରଯୋଜିତ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ। ନିର୍ମଳ ନାୟକ ଏଥିରେ ସଂଳାପ ରଚନା କରିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍‌ ମଜୁମ୍‌ଦାର। ମୁକ୍ତିଲାଭ ପୂର୍ବରୁ ଚଳଚ୍ଚିତ୍ର ’ମାଲ ମହୁ ଜୀବନ ମାଟି’ ନୂଆ ଓଡ଼ିଆ ଚଳଚ୍ଚିତ୍ରକୁ ପ୍ରଥମ ଥର ପାଇଁ ଅଭିନବ ଶୈଳୀରେ ଉପସ୍ଥାପିତ […]