ମୁମ୍ୱାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟି ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଗୋଟିଏ ଭିଡିଓ ଶେଆର୍ କରି ଟ୍ରୋଲର ଶିକାର ହୋଇଛନ୍ତି। ସୋଶାଲ୍ ମିଡିଆ ୟୁଜରମାନେ ତାଙ୍କୁ ନିନ୍ଦା କରିବା ସହିତ ବିଭିନ୍ନ ଖରାପ ପ୍ରତିକ୍ରିୟା ଦେଇ ଟ୍ରୋଲ୍ କରୁଛନ୍ତି। ଏହି ଭିଡିଓରେ ଶିଳ୍ପା ଏକ ପାର୍ଟିରେ ପ୍ଲେଟ୍ ଭାଙ୍ଗି ତାଙ୍କ ସାଙ୍ଗମାନଙ୍କ ସହିତ ଡ୍ୟାନ୍ସ କରୁଛନ୍ତି। ତାଙ୍କର କିଛି ସାଥୀ ଭଙ୍ଗା ପ୍ଲେଟ୍ ଉପରେ ନାଚ କରୁଥିବା ବେଳେ ଆଉ କିଛି ସାଥୀ ପ୍ଲେଟ୍ ଫୋପାଡ଼ି ଭାଙ୍ଗୁ […]
ପ୍ରୟାଗରାଜ: ଉତ୍ତର ପ୍ରଦେଶ ପ୍ରୟାଗରାଜର ଜଣେ ଯୁବକ ନୂଆ ଯମୁନା ବ୍ରିଜ ଖୁଣ୍ଟର ଶୀର୍ଷକୁ ଜାତୀୟ ପତାକା ଧରି ଉଠିଯାଇଛନ୍ତି। ଯଦି ଇସ୍ରୋ ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ କରିବାରେ ବିଫଳ ହେବ ତାହେଲେ ସେ ତଳକୁ ଓହ୍ଲାଇବେ ନାହିଁ ବୋଲି କହିଛନ୍ତି। ଯୁବକର ନାମ ରଜନୀକାନ୍ତ। ତାଙ୍କ ଘର ପ୍ରୟାଗରାଜର ମଣ୍ଡା ଅଞ୍ଚଳରେ। ସୋମବାର ରାତିରେ ନୂଆ ଯମୁନା ବ୍ରିଜରେ ଥିବା ଖୁଣ୍ଟର ଶୀର୍ଷ ଭାଗକୁ ସେ ଚଢ଼ିଯାଇଛନ୍ତି। ସେପ୍ଟେମ୍ୱର ୭ରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ […]
କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦାବେନଙ୍କୁ ଭେଟିଛନ୍ତି। ଏହି ଅବସରରେ ପରସ୍ପର ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଭେଟଘାଟ ସମୟରେ ଯଶୋଦାବେନଙ୍କୁ ମମତା ବାନାର୍ଜୀ ଏକ ଶାଢ଼ୀ ଉପହାର ଦେଇଥିଲେ। ଯଶୋଦାବେନ ଜଣେ ଅବସରପ୍ରାପ୍ତ ଶିକ୍ଷକ। ସେ ଝାଡ଼ଖଣ୍ଡର ଧାନବାଦରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଗୁଜରାଟ ଫେରୁଥିବା ବେଳେ କୋଲକାତାର ଆସାନଶୋଲରେ ଥିବା କଲ୍ୟାଣେଶ୍ୱେରୀ ମନ୍ଦିରରେ […]
ଚେନ୍ନାଇ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ଏହା ଏକ ଜୋକ ନା ଆଉ କିଛି। ହେଲେ ପ୍ରକୃତରେ ଏମିତି ଘଟଣା ଘଟିଛି। ତାମିଲନାଡୁର ରାମନାଥପୁରମ ଜିଲ୍ଲାରେ ରହୁଥିବା ଜଣେ ୭୦ ବର୍ଷୀୟ ମାଲାୟିସାମୀ ବିଶ୍ୱ ବିଜେତା ପ୍ରସିଦ୍ଧ ଶଟଲର ପିଭି ସିନ୍ଧୁଙ୍କୁ ବିବାହ କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିଛନ୍ତି। ମାଲାସିୟାମୀ ତାଙ୍କ ଆବେଦନରେ ୨୪ ବର୍ଷୀୟ ସିନ୍ଧୁଙ୍କୁ ବାହା ହେବାକୁ ଆଗ୍ରହ ପ୍ରକାଶ କରିଥିବା ବେଳେ ଜିଲ୍ଲାପାଳ ଏନେଇ ବ୍ୟବସ୍ଥା […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମଦିନକୁ ଆଜି ସାରା ଦେଶରେ ପାଳନ କରାଯାଉଛି। ଏହିକ୍ରମରେ ଆଜି ମୋଦି ତାଙ୍କ ମା’ ହୀରାବେନ୍ଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି। ଆଜି ଗୁଜରାଟ ଗସ୍ତରେ ଯାଇଥିବା ମୋଦି ତାଙ୍କ ମା’ ରହୁଥିବା ରଇସାନ ଗାଁରେ ପହଞ୍ଚିଥିଲେ। ଏହାପରେ ସେ ତାଙ୍କ ମା’ଙ୍କୁ ଭେଟିଥିଲେ। ଉଭୟ କିଛି ସମୟ କଥାବାର୍ତ୍ତା ହେବା ପରେ ଏକାଠି ଲଞ୍ଚ କରିଥିଲେ। ଏହି ଘଟଣା ବେଳର ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ମୋଦି ତାଙ୍କ […]
ମୁମ୍ବାଇ: ରାନୁ ମଣ୍ଡଳ। ଏ ନାଁ ଏବେ କିଏ ବା ନ ଜାଣେ! ରାନୁଙ୍କ ସଫଳତା ଧୀରେ ଧୀରେ ଆକାଶ ଛୁଇଁବାକୁ ଲାଗିଲାଣି। ତାଙ୍କ ପ୍ରଥମ ଗୀତ ‘ତେରୀ ମେରୀ କାହାନୀ’ ତାଙ୍କୁ କେବଳ ବଲିଉଡ୍ରେ ପରିଚୟ ଦେଇନି, ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସ୍ଥାନ ମଧ୍ୟ ଦେଇଛି। ଏହି ଗୀତଟି ରିଲିଜ୍ ହେବା ପୂର୍ବରୁ ହିଁ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଯାଇଥିଲା। ସେହିପରି ରାନୁଙ୍କ ନୂଆ ଗୀତ ‘ଆଦତ୍’କୁ ଲୋକେ ପସନ୍ଦ କରିଛନ୍ତି। ‘ଆଦତ୍’ ଗୀତର ମେକିଂ […]
ମୁମ୍ବାଇ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏଥିପାଇଁ ଦେଶ ବିଦେଶରୁ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ। ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ଟ୍ୱିଟ୍ କରି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ତେବେ ଏହି ଅବସରରେ ବଲିଉଡ୍ର ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀ ପ୍ରଧାନମନ୍ତ୍ରୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ମୋଦିଙ୍କ ଜୀବନ ଉପରେ ଆଧାରିତ ଏକ ସ୍ପେଶାଲ୍ ଫିଲ୍ମ ‘ମନ୍ ବୈରାଗୀ’ର ଫାଷ୍ଟ୍ ଲୁକ୍କୁ ସେ ଉପହାର ସ୍ୱରୂପ ତାଙ୍କୁ ଭେଟି ଦେଇଛନ୍ତି। […]
ଲକ୍ଷ୍ନୌ: ନିଚ୍ଛକ ପ୍ରେମର ଅନେକ କରୁଣ ପରିଣତି ଆମେ ଶୁଣି ଆସିଛୁ। ଫିଲ୍ମରେ ବି ଦେଖି ଆସିଛୁ। ହେଲେ ଏମିତି ଛାତିଥରା ପରିଣତି ବୋଧହୁଏ ଆପଣ ଦେଖି ନ ଥିବେ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ। ଲୁଚି ଲୁଚି ପ୍ରେମିକାଙ୍କୁ ଦେଖା କରିବାକୁ ଆସି ପରିବାର ଲୋକଙ୍କ ହାତରେ ଧରା ପଡ଼ି ଯାଇଥିଲେ ଜଣେ ଯୁବକ । ଆଉ ତା ପରେ ଯାହା ଘଟିଲା ତାହା ଥିଲା ଅତ୍ୟାନ୍ତ ହୃଦୟ ବିଦାରକ। […]
ଭୁବନେଶ୍ୱର : ସାରା ଦେଶରେ ପାଳିତ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ। କେଉଁଠି ଦୀପ ଦାନ କରାଯାଉଛି ତ କେଉଁଠି ପୂଜା ପାଠ । କେଉଁଠି ମୋଦିଙ୍କ ସୁସ୍ଥ ନିରାମୟ ଜୀବନ କାମନା କରି ପୂଜା ହେଉଛି ୭୦ କିଲୋ ଓଜନର ଲଡ୍ଡୁ। ସାରା ଦେଶ ମୋଦିଙ୍କ ଶୁଭ କାମନା ମନାସୁଛି। ଏହି ଅବସରରେ ମୋଦିଙ୍କ ଜଣେ ପ୍ରଶଂସକ ଦାନ କରିଛନ୍ତି ଏକ କିଲୋ ୨୫ ଗ୍ରାମ ଓଜନର ଏକ ସୁନା ମୁକୁଟ। ବାରଣାସୀର ଅରବିନ୍ଦ ସିଂ […]
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମଦିନ ଦେଶର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ତେବେ ମୋଦି ନିଜ ରାଜ୍ୟ ଗୁଜରାଟରେ ତାଙ୍କ ଜନ୍ମଦିନ ପାଳିଛନ୍ତି । ଆଜି ସକାଳେ ହେଲିକପ୍ଟରରେ ନର୍ମଦା ଜିଲ୍ଲାର କେବଡ଼ଇାରେ ଓହ୍ଲାଇଥିଲେ। ପରେ ସର୍ଦ୍ଦାର ସରୋବର ଡ୍ୟାମ ପରିଦର୍ଶନ କରିଥିଲେ। ଡ୍ୟାମରେ ମାଆ ନର୍ମଦାଙ୍କ ପୂଜନ କାର୍ଯ୍ୟକ୍ରମ ମଧ୍ୟ କରିଥିଲେ। ଏହି ଅବସରରେ ମୋଦି ସରଦାର ସରୋବର ଡ୍ୟାମ, ଷ୍ଟାଚୁ ଅଫ୍ ୟୁନିଟ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଛନ୍ତି । ନର୍ମଦା […]
ଭୁବନେଶ୍ୱର: କୁହାଯାଏ ପଶୁମାନଙ୍କ ଭିତରେ ହାତୀ ବହୁତ ଶାନ୍ତ, ଶୃଙ୍ଖଳିତ । ଅବଶ୍ୟ ହାତୀ ଥରେ ରାଗିଗଲେ ପ୍ରଳୟ କରିଦିଏ । ହେଲେ ହାତୀ ପାଖରେ କେତେ ମହାନ ଭାବ ରହିଛି, ଜାଣନ୍ତି ? ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରୁ ହାତୀର ମହାନୁଭବତାକୁ ଅନୁମାନ କରିହେବ। ହାତପଲ ଏକ ନଦୀ କୂଳ ଦେଇ ଯାଉଥିଲେ। ହଠାତ୍ ଛୁଆହାତୀଟିଏ ଗୋଷ୍ଠୀ ଛାଡ଼ି ପାଣି ଆଡ଼କୁ ମାଡ଼ି ଆସିଥିଲା। ପାଣିରେ ଜଣେ ବ୍ୟକ୍ତି ବୁଡି ଯାଉଥିବା […]
ନୂଆଦିଲ୍ଲୀ: ସ୍ୱପ୍ନ ସତ ହେଉ, ଏକଥା କିଏ ନ ଚାହେଁ ! ଅବଶ୍ୟ ଆମେରିକାର ଏହି ଯୁବତୀଙ୍କର ଏପରି ଇଚ୍ଛା ଥିଲା କି ନାହିଁ ଆମେ ଜାଣିନୁ। କିନ୍ତୁ ତାଙ୍କ ସ୍ୱପ୍ନ ସତ ହୋଇଯାଇଛି। ଯାହା ସେ ସ୍ୱପ୍ନରେ ଦେଖିଥିଲେ ତାହା ତାଙ୍କ ପାଇଁ ତତ୍କ୍ଷଣାତ୍ ବାସ୍ତବର ରୂପ ନେଇଛି । ହେଲେ ତା ପରେ କ’ଣ ହେଲା ଜାଣନ୍ତୁ। ଗତ ସପ୍ତାହର ଘଟଣା। କାଲିଫର୍ଣ୍ଣିଆର ୨୯ ବର୍ଷ ବୟସ୍କ ଏହି ଯୁବତୀ ଜେନା ଇବାଂସ ଜଣକ […]
ଭୁବନେଶ୍ୱର: ଓଡିଶାରୁ ମାୟାନଗରୀ। ସ୍ୱପ୍ନ ଥିଲା ଜଣେ ସୁପର ମଡେଲ୍ ହେବେ ନହେଲେ କରନ୍ ଜୋହରଙ୍କ ଫିଲ୍ମର ହିରୋଇନ୍। ସେଇ ଆଶା ଆଉ ନିଶାକୁ ଜାବୁଡ଼ି ନଇଶା ଧାଇଁଥିଲେ ମୁମ୍ବାଇ। ଆଉ ସେ ତାଙ୍କ ସ୍ୱପ୍ନକୁ ମଧ୍ୟ ସାକାର କରିଛନ୍ତି। ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ ନଇଶା ଭାର୍ଗବୀ। ପିଲାଦିନ କଟିଥିଲା ଦିଲ୍ଲୀରେ। ‘ଲି ଷ୍ଟାର୍ସବର୍ଗ ଥିଏଟର ଏବଂ ଫିଲ୍ମ ଇନ୍ଷ୍ଟିଚ୍ୟୁଟ୍’, ନ୍ୟୁୟର୍କରେ ସେ ପାଠ ପଢିଛନ୍ତି। ସେଠାରୁ ଫେରିବା ପରେ ନଇଶା ମୁମ୍ବାଇର ମିଠିବାଇ କଲେଜ୍ […]
ଲସ୍ ଏଞ୍ଜେଲସ୍ : ବିଭିନ୍ନ ଲୋକଙ୍କର ବିଭିନ୍ନ ପ୍ରକାରର ଅଭ୍ୟାସ ଥାଏ। ତେବେ କିଛି ଲୋକଙ୍କର ଭାରି ଅଜବ ଅଭ୍ୟାସ ଥାଏ। ଏମିତିକି କିଛି ସେଲେବ୍ରିଟିଙ୍କର ମଧ୍ୟ ଅଜବ ଅଭ୍ୟାସ ରହିଛି, ଯାହାକୁ ଶୁଣିଲେ ଆପଣ ନ ହସି ରହିପାରିବେ ନାହିଁ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହଲିଉଡ୍ ସିଙ୍ଗର୍ ଲିଆମ୍ ଗ୍ୟାଲ୍ଗେର୍। ସେ ସବୁ ବେଳେ ତାଙ୍କ ପାଖରେ ଟୁଥ୍ବ୍ରଶ୍ଟିଏ ରଖିଥା’ନ୍ତି। ସେ ନିଜେ ଏ କଥା କହିଛନ୍ତି। ‘ଦ ସନ୍’ ଖବର କାଗଜକୁ ଦେଇଥିବା […]
ଦୁବାଇ: ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଓ ପେସ୍ ବୋଲର ପ୍ୟାଟ୍ କମିନ୍ସ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ରବିବାର ଆଶେସ୍ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚକୁ ୧୩୫ ରନରେ ଜିତି ଇଂଲଣ୍ଡ ସିରିଜକୁ ୨-୨ରେ ଡ୍ର’ କରିଥିଲା। ସୋମବାର ଆଇସିସି ପକ୍ଷରୁ ଜାରି ହୋଇଥିବା ଟେଷ୍ଟ ରାଙ୍କିଙ୍ଗର ଶୀର୍ଷ ସ୍ଥାନ ଗୁଡ଼ିକରେ ସେଭଳି ପରିବର୍ତ୍ତନ ହୋଇନାହିଁ। ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ନୂଆ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆର ସ୍ମିଥଙ୍କ […]
ଚେନ୍ନାଇ: ସପ୍ତମ ଶ୍ରେଣୀ ଯାଏ ପାଠ ପଢ଼ିଥିଲା। ହେଲେ ନିଜକୁ ଜଣେ ଦକ୍ଷ ପୁଲିସ୍ ଅଫିସର ଓ ଏନକାଉଣ୍ଟର ସ୍ପେଶାଲିଷ୍ଟର ପରିଚୟ ଦେଇ ଜଣେ ବ୍ୟକ୍ତି ୭ ଜଣ ମହିଳାଙ୍କୁ ବିବାହ କରିଥିଲା। ଏପରି କି ୬ ଜଣ ମହିଳାଙ୍କୁ ନିଜ ଜାଲରେ ଫସାଇ ସେମାନଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲା। ଏଭଳି ଜଣେ ୪୨୦ ନକଲି ପୁଲିସ୍ ଅଫିସରଙ୍କୁ ଚେନ୍ନାଇ ପୁଲିସ୍ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଛି। ତ୍ରିପୁରର ୪୨ ବର୍ଷୀୟ […]
ନୂଆଦିଲ୍ଲୀ: ମାନବିକତା ଏବଂ ବନ୍ଧୁତ୍ୱ ଆଗରେ ହାର ମାନିଛି ଜାତି, ଧର୍ମ। ଦିନେ ଏକାଠି ହୋଇ କାମ କରିବାକୁ ଯାଉଥିଲେ ଅହମଦାବାଦର ଭାନୁଶଙ୍କର ପାଣ୍ଡ୍ୟା ଏବଂ ଭିଖୁ କ୍ୟୁରେଶୀ। ଉଭୟଙ୍କ ଧର୍ମ ଅଲଗା ଅଲଗା ହୋଇଥିଲେ ମଧ୍ୟ ଏକା ସାଙ୍ଗରେ ଖାଇବା ପିଇବା ପାଖରୁ ଆରମ୍ଭ କରି ପର୍ବପର୍ବାଣୀରେ ଉଭୟ ସାମିଲ୍ ହେଉଥିଲେ। ତିନି ବର୍ଷ ପୂର୍ବେ କ୍ୟୁରେଶୀଙ୍କ ମୃତ୍ୟୁ ଘଟିଥିଲା। ଏବେ ଭାନୁଶଙ୍କରଙ୍କର ମୃତ୍ୟୁ ହୋଇଯାଇଛି। ହେଲେ କ୍ୟୁରେଶୀଙ୍କ ଉତ୍ତରାଧକାରୀ ତିନି ପୁଅ ଭାନୁଶଙ୍କରଙ୍କ ପାଇଁ […]
ନୂଆଦିଲ୍ଲୀ: ପାକିସ୍ତାନ ପରି ଏବେ ଚାଇନା ମଧ୍ୟ ଭାରତ ବିରୋଧରେ ମୋର୍ଚ୍ଚା ଭିଡ଼ିବାକୁ ଉଦ୍ୟମ ଆରମ୍ଭ କରୁଥିବା ଆଶଙ୍କା କରାଯାଉଛି। ବିଶେଷ କରି ଜଳପଥରେ ଭାରତକୁ ଚକମା ଦେଇ ଚାଇନା ନିଜର ହାକିମାତି ଚଳାଇବାକୁ ପ୍ରୟାସ କରୁଥିବା ଭାରତୀୟ ନୌସେନା ଠାବ କରିଥିବା କିଛି ତଥ୍ୟରୁ ଆକଳନ କରାଯାଉଛି। ଭାରତୀୟ ମହାସାଗରରେ ଚାଇନାର ପରମାଣୁ ଖଚିତ ଯୁଦ୍ଧ ଜାହାଜ ନୂଆଦିଲ୍ଲୀର ଜଳପଥ ସୀମାନ୍ତକୁ ଲାଗି ବୁଲୁଥିବା ନୌସେନା ଜାଣିବାକୁ ପାଇଛି। ନୌସେନା ପକ୍ଷରୁ ଭାରତୀୟ ସୀମାନ୍ତ ନିକଟରେ […]
ନୂଆଦିଲ୍ଲୀ: ବାକିରେ ବିଳାସପୂର୍ଣ୍ଣ କାର୍ କିଣି ବୁଲୁଛନ୍ତି ପାକିସ୍ତାନର ମନ୍ତ୍ରୀ ଶେଖ୍ ରସିଦ୍। ହେଲେ ଏଯାଏ ଟଙ୍କା ଶୁଝି ପାରୁନାହାନ୍ତି। ଆଉ ଏଥିପାଇଁ ପାକିସ୍ତାନ ପାର୍ଲାମେଣ୍ଟରେ ଆଜି ହଟହଟା ହୋଇଛନ୍ତି। ଏହି କାର୍ ଜାପାନରୁ ରପ୍ତାନୀ କରିଥିଲେ ଶେଖ ରସିଦ୍। ଜାପାନର ବ୍ୟବସାୟୀ ନୁର ଖାନ୍ଙ୍କଠାରୁ ୨୨ ଲକ୍ଷ ଟଙ୍କାର ଏହି କାର କିଣିଥିଲେ। ଏପରିକି ନୁର୍ ଖାନ ଜାହାଜରେ ଏହି କାରକୁ ପାକିସ୍ତାନ ପହଞ୍ଚାଇବାର ବ୍ୟବସ୍ଥା ମଧ୍ୟ କରି ଦେଇଥିଲେ। ହେଲେ କାର କିଣିବା ପରେ […]
ଡେରାଡୁନ୍: ଦେଶରେ ଲାଗୁ ହୋଇଥିବା ନୂଆ ଟ୍ରାଫିକ୍ ନିୟମ ଓ ଜୋରିମାନା ଆଦାୟକୁ ନେଇ ହାହାକାର ସୃଷ୍ଟି ହୋଇଛି। ତେବେ ଟ୍ରାଫିକ୍ ପୁଲିସ୍ ଗୋଟିଏ ବଳଦ ଗାଡ଼ି ନାଁରେ ନୂଆ ମଟୋର ଭେଇକିଲ ଆକ୍ଟ ଅନୁଯାୟୀ ୧୦୦୦ ଟଙ୍କାର ଚାଲାଣ କାଟିବା, ଏବେ ଚର୍ଚ୍ଚାର ବିଷୟ ହୋଇଛି। ଡେରାଡୁନ୍ରେ ଘଟିଥିବା ଏହି ଘଟଣା ଚର୍ଚ୍ଚାକୁ ଆସିବା ପରେ ଟ୍ରାଫିକ ପୁଲିସ୍ ପକ୍ଷରୁ ଉକ୍ତ ବଳଦ ଗାଡ଼ିର ମାଲିକଙ୍କୁ ଜୋରିମାନା ଅର୍ଥ ଫେରସ୍ତ କରାଯାଇଛି। ରିୟାଜ ହାସନ ନାମକ […]
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ରାଜ୍ୟର ଅନେକ ନେତା ଗୃହବନ୍ଦୀ ରହିଛନ୍ତି। ତେବେ କେଉଁ ଆଧାରରେ ୮୧ ବର୍ଷୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଅଟକ ରହିଛନ୍ତି ସେ ବାବଦରେ ସୁପ୍ରିମକୋର୍ଟରେ ଏମଡିଏମକେର ନେତା ଭାଇକୋ ମାମଲା ଦାୟର କରିଥିଲେ। ଯାହାର ଜବାବ ଆଜି କେନ୍ଦ୍ର ରଖିଛି। କେନ୍ଦ୍ର ସରକାର କହିଛନ୍ତି, ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ ସାଧାରଣ ସୁରକ୍ଷା ବା ପବ୍ଲିକ ସେଫଟି ଆଇନ୍ ଆଧାରରେ ଅଟକ ରଖାଯାଇଛି। ଏହି […]
ଭୁବନେଶ୍ୱର: ପେଟର କ୍ୟାନସର୍ ସାଧାରଣତଃ ପେଟ ଭିତରେ ମ୍ୟୁକସ୍ ଉତ୍ପାଦନ କରୁଥିବା କୋଷିକାରୁ ସୃଷ୍ଟି ହୋଇଥାଏ। ପେଟର କ୍ୟାନସର୍ ଅନ୍ୟ କ୍ୟାନସର୍ ତୁଳନାରେ ସାଧାରଣ, କିନ୍ତୁ ଏଥିରେ ସବୁଠୁ ଖରାପ ଜିନିଷ ହେଉଛି ଏହାର ଲକ୍ଷଣ ବହୁତ କଷ୍ଟରେ ବୁଝାପଡ଼େ। ଆଉ ସେତେବେଳକୁ ବହୁତ ଡେରି ହୋଇଯାଇଥାଏ। ସାଧାରଣତଃ କ୍ୟାନସର୍ର ସୃଷ୍ଟି ସେଇଠୁ ହୋଇଥାଏ ଯେବେ ଡିଏନ୍ଏର କୋଷିକାରେ ମ୍ୟୁଟେଶନ୍ ହୋଇଯାଏ। ଏହି ମ୍ୟୁଟେଶନ୍ କାରଣରୁ କୋଷିକା ଅନିୟନ୍ତ୍ରିତ ଭାବେ ବଢ଼ିଚାଲେ। ଏହା ଏତେ ବଢ଼ିଯାଏ ଯେ […]
ମୁମ୍ୱାଇ : ଜଣାଶୁଣା ଫିଲ୍ମ ଏଡିଟର୍ ସଞ୍ଜୀବ କୁମାର ଦତ୍ତାଙ୍କର ରବିବାର ଅପରାହ୍ନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। କୋଲକାତାର ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ସେ ଦୀର୍ଘ ଦିନ ହେବ ହୃଦ୍ରୋଗରେ ପୀଡ଼ିତ ଥିଲେ। ଏବେ କାନାଡ଼ା ଥିବା ଫିଲ୍ମ ନିର୍ମାତା ନାଗେଶ କୁକୁନୁର ପ୍ରଥମେ ତାଙ୍କ ମୃତ୍ୟୁ ଖବର ଦେଇଥିଲେ। ସେ କହିଥିଲେ, କିଛି ଦିନ ତଳେ ତାଙ୍କର ବାଇପାସ୍ ସର୍ଜରୀ କରାଯାଇଥିଲା। କିନ୍ତୁ […]
ହାଇଦ୍ରାବାଦ୍: ସାଧାରଣତଃ ସ୍କୁଲ, କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଫର୍ମ ପିନ୍ଧିବା ବାଧ୍ୟ। ୟୁନିଫର୍ମ ନ ପିନ୍ଧିଲେ, ସ୍କୁଲ ଭିତରକୁ ଯିବା ଲାଗି ସେମାନଙ୍କୁ ଅନେକ ସମୟରେ ଅନୁମତି ମିଳି ନ ଥାଏ। ହେଲେ କଲେଜ ଭିତରକୁ ଯିବା ପାଇଁ ନିର୍ଦ୍ଦିଷ୍ଟ ମାପର ୟୁନିଫର୍ମ ପିନ୍ଧିବା ବାଧ୍ୟ ଏକଥା ଜାଣିଥିଲେ କି ? ହାଇଦ୍ରାବଦ୍ରେ ଏପରି ଘଟଣା ଘଟିଛି ଏକ ନାମୀଦାମି ମହିଳା କଲେଜରେ। ସେଣ୍ଟ ଫ୍ରାନ୍ସିସ୍ ଗର୍ଲସ କଲେଜରେ (St. Francis Girls College) ଡ୍ରେସ୍ କୋର୍ଡକୁ […]
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ କୋଲକାତା ପୁଲିସ୍ କମିଶନର ରାଜୀବ କୁମାରଙ୍କ ଅଡ଼ୁଆ ବଢ଼ିଛି। ଶାରଦା ଚିଟ୍ଫଣ୍ଡ ମାମଲାରେ ତାଙ୍କୁ ସିବିଆଇ ଗିରଫ କରିବା ପାଇଁ ଆଜି ବାଟ ଫିଟିଛି। ଗିରଫଦାରୀରୁ ବର୍ତ୍ତିବା ପାଇଁ ରାଜୀବ କୁମାର କ୍ୟାଲକାଟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଆଜି କୋର୍ଟ ରାଜୀବ କୁମାରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ ରାଜୀବ କୁମାରଙ୍କ ଆବେଦନକୁ ଖାରଜ କରି ତାଙ୍କୁ ସିବିଆଇ ନୋଟିସ୍ ଅନୁଯାୟୀ ଜେରାର […]