ନୂଆଦିଲ୍ଲୀ: ବିଭନ୍ନ ସୋଶାଲ ମିଡିଆ ବିଶେଷ କରି ଫେସବୁକ୍ରେ ଆଧାର କାର୍ଡ ଲିଙ୍କ କରିବାକୁ ସରକାର ଯୋଜନା କରୁଛନ୍ତି କି? ଏ ସମ୍ପର୍କରେ ଜାଣିବା ପାଇଁ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି। ଆସନ୍ତା ୨୪ ତାରିଖ ସୁଦ୍ଧା କେନ୍ଦ୍ର ସରକାର ଏ ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବେ। ୨୪ ତାରିଖରେ ହିଁ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଆଜି ରୁଲିଂ ଦେଇଛନ୍ତି। […]
ଇସ୍ଲାମାବାଦ: ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ନେଇ ବ୍ୟାକଫୁଟରେ ଥିବା ପାକିସ୍ତାନ ଏବେ ନୂଆ ଭେଳିକି ଆରମ୍ଭ କରିଛି। କଶ୍ମୀର ପ୍ରସଙ୍ଗରେ ବିଶ୍ୱ ଦରବାରରେ ଲୋକହସା ହୋଇଥିବା ପାକିସ୍ତାନ ଏବେ ଭାରତକୁ ଆକସ୍ମିକ ଯୁଦ୍ଧ ଧମକ ଦେଇଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେଶୀ କହିଛନ୍ତି, “ବର୍ତ୍ତମାନ ଜମ୍ମୁ-କଶ୍ମୀର ପରିସ୍ଥିତି ଯାହା ହେଲାଣି କୌଣସି ବି ମୁହୂର୍ତ୍ତରେ ଭାରତ ସହ ଆକସ୍ମିକ ଯୁଦ୍ଧ ହୋଇପାରେ। ଗୋଟିଏ ବିବାଦର ପରିଣାମ କେତେ ଭୟଙ୍କର ହୋଇପାରେ, ସେକଥା ଭାରତ ଓ ପାକିସ୍ତାନ […]
ନୂଆଦିଲ୍ଲୀ: ଗତ କିଛିଦିନ ତଳେ ଏକ ଖବର ସାମ୍ନାକୁ ଆସିଥିଲା। ତାମିଲ୍ନାଡୁର ଜଣେ ୮୦ ବର୍ଷୀୟ ବୃଦ୍ଧା ଇଡ୍ଲି ସମ୍ବର ପ୍ଲେଟ୍କୁ ୧ଟଙ୍କାରେ ବିକୁଥିଲେ। ଆଜିକାଲିର ବ୍ୟୟସାପେକ୍ଷ ସମାଜରେ ଏତେ କମ୍ ଦାମ୍ରେ ସେ ଇଡ୍ଲି ସମ୍ବର ବିକ୍ରି କରୁଥିବାରୁ ଲୋକମାନେ ତାଙ୍କର ଖୁବ୍ ପ୍ରଶଂସା କରିଥିଲେ। କେବଳ ସାଧାରଣ ଲୋକ ନୁହନ୍ତି, ବୃଦ୍ଧାଙ୍କ ପ୍ରଶଂସା ଖୋଦ୍ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ୍ର ଚେୟାରପର୍ସନ୍ ତଥା ପ୍ରସିଦ୍ଧ ବିଜ୍ନେସ୍ମ୍ୟାନ୍ ଆନନ୍ଦ ମହିନ୍ଦ୍ରା କରିଥିଲେ ଓ ସହାୟତାର ହାତ […]
ନୂଆଦିଲ୍ଲୀ:ବଲିଉଡ୍ କିଙ୍ଗ ଶାହରୁଖ ଖାନ୍ଙ୍କ ପତ୍ନୀ ଗୌରୀ ଖାନ୍ ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛନ୍ତି। ସେ ନିଜ ଟ୍ୱିଟରରେ ଏପରି ଏକ ମଜାଦାର ତଥ୍ୟର ଖୁଲାସା କରିଛନ୍ତି ଯାହା ଖାଲି ଶାହରୁଖ -କାଜୋଲଙ୍କ ଫ୍ୟାନ୍ସଙ୍କୁ ଆଶ୍ଚଯ୍ୟ କରିନି ବରଂ ସେମାନଙ୍କୁ ୯୦ ଦଶକକୁ ଫେରାଇ ନେଇଛି । ସେ ଟ୍ୱିଟରରେ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି ଯାହା ଖୁବ୍ ଭାଇରାଲ ହୋଇଛି। ଅଭିନୟ ଜଗତରେ ଗୌରୀ ଖାନଙ୍କର ଦଖଲ ନାହିଁ ସତ, ହେଲେ ତାଙ୍କର ପ୍ରଭାବ […]
ଭୋପାଲ: ଡଙ୍ଗାରେ ମଝି ନଈକୁ ଯାଇଥିଲେ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ। ହେଲେ ବିଧିର ବିଧାନ ଅଲଗା। ମୂର୍ତ୍ତି ତ ବିସର୍ଜନ କଲେ, ହେଲେ ଉଛୁଳା ନଈରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଡଙ୍ଗା ଆଉ ତା’ ତଳେ ଚାପି ହୋଇଗଲେ ବହୁ ଶ୍ରଦ୍ଧାଳୁ । ଉଦ୍ଧାରକାରୀ ଦଳ ପହଞ୍ଚି ୧୧ଟି ମୃତଦେହ ବାହାର କରିବା ସହ ୫ ଜଣଙ୍କୁ ଉଦ୍ଧାର କରିଛନ୍ତି। ଏହି ଦୁର୍ଘଟଣାରେ ୪ ଜଣ ନିଖୋଜ ଅଛନ୍ତି। ଏଭଳି ଦୁଃଖଦ ଘଟଣା ଆଜି […]
ନୂଆଦିଲ୍ଲୀ: ଟ୍ରାଫିକ୍ ନିୟମ ଭାଙ୍ଗିବାରୁ ଟ୍ରକ୍ ଡ୍ରାଇଭରଙ୍କ ଉପରେ ଲାଗିଛି ମୋଟା ଅଙ୍କର ଫାଇନ୍। ହଜାରେ, ୫ ହଜାର ନୁହେଁ ଏକାଥରକେ କଟିଛି ୨ ଲକ୍ଷ ଟଙ୍କାର ଚାଲାଣ। ରାଜଧାନୀ ଦିଲ୍ଲୀର ମୁକର୍ବା ଚୌକରେ ଜଣେ ଟ୍ରକ୍ ଡ୍ରାଇଭରଙ୍କଠାରୁ ୨ ଲକ୍ଷ ୫ ଶହ ଟଙ୍କାର ଚାଲାଣ କଟାଯାଇଛି। ଓଭର ଲୋଡିଂ ଏବଂ ଅନ୍ୟ ନିୟମ ଉଲ୍ଲଂଘନ ପାଇଁ ଏହି ଜରିମାନା ହୋଇଛି। ହେଲେ ଡ୍ରାଇଭର ଜଣକ ଏହି ଜରିମାନା ରାଶି ଡିପୋଜିଟ କରି ନ ଥିବା […]
ଭୋପାଲ: ଠିକ୍ ସମୟରେ ବର୍ଷା ନ ହେଲେ ଭାରତୀୟମାନଙ୍କର ଚିନ୍ତା ବଢିଯାଏ। କାରଣ ଚାଷୀଟିଏ ଚାଷ କରିବ ବୋଲି ବର୍ଷାକୁ ଚାହିଁ ବସିଥାଏ। ତେଣୁ ମୌସୁମୀ ଆସିବାରେ ବିଳମ୍ବ ହେଲେ ବିଭିନ୍ନ ପୂଜାପୂଜି କରିବାର ପରମ୍ପରା ଏଠାରେ ରହିଛି। ବିଶେଷକରି ବର୍ଷା ପାଇଁ ବେଙ୍ଗବେଙ୍ଗୁଲି ବାହାଘର ଭାରତର ଅଧିକାଂଶ ପ୍ରାନ୍ତରରେ ଦେଖିବାକୁ ମିଳିଥାଏ। ହେଲେ ବର୍ଷା ବନ୍ଦ କରିବା ପାଇଁ ବେଙ୍ଗ ବେଙ୍ଗୁଲିଙ୍କ ବିବାହ ବିଚ୍ଛେଦ କରାଯିବା ବୋଧହୁଏ କେହି ଶୁଣି ନ ଥିବେ। ଏପରି ଏକ […]
ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ଭାବେ ବକ୍ସର ମ୍ୟାରୀ କମ୍ଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିବାକୁ କ୍ରୀଡ଼ା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହାବାଦ୍ ତାରକା ବ୍ୟାଡମିଣ୍ଟନ ଖେଳାଳି ତଥା ବିଶ୍ୱ ବିଜେତା ପିଭି ସିନ୍ଧୁଙ୍କୁ ଚଳିତ ବର୍ଷ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯିବ। ସେହିପରି ରେସଲର ଭିନେଶ ଫୋଗଟ୍, ଟେବୁଲ ଟେନିସ୍ ଖେଳାଳି ମନିକା ବାତ୍ରା ଓ ମହିଳା କ୍ରିକେଟର ହରମନପ୍ରୀତ କୌରଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବାକୁ ମନୋନୀତ କରିଥିବା […]
ଇସ୍ଲାମାବାଦ୍: କଶ୍ମୀର ପ୍ରସଙ୍ଗରେ ପରାଜୟ ସ୍ୱୀକାର କରିଥିବା ପାକିସ୍ତାନ ଏବେ ଔଷଧ ବିକଳରେ ତାଟିଆ କାମୁଡ଼ିବାକୁ ଆରମ୍ଭ କରିଛି। କଶ୍ମୀର ପ୍ରସଙ୍ଗରେ ଜାତିସଂଘ ଇମ୍ରାନ୍ ସରକାରଙ୍କୁ ଶକ୍ତ ଚାପୁଡ଼ା ମାରିବା ପରେ ଏବେ ଏହାର ରାଗ ପାକିସ୍ତାନ ପଡ଼ୋଶୀ ଭାରତ ଉପରେ ଶୁଝାଇବାକୁ ଚେଷ୍ଟା ଆରମ୍ଭ କରିଛି। ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ)ଙ୍କ ଛାଟ ପରେ ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ କନସୁଲାର ଆକ୍ସେସ୍ ଯୋଗାଇ ଦେଇଥିବା ପାକିସ୍ତାନ ଏବେ ୟୁ-ଟର୍ଣ୍ଣ ନେଇଛନ୍ତି। କୁଳଭୂଷଣଙ୍କୁ କୌଣସି ପ୍ରକାରର ଦ୍ୱିତୀୟ […]
ନୂଆଦିଲ୍ଲୀ: ହିଂସାକାଣ୍ଡ ସୃଷ୍ଟି ପାଇଁ ଉଦ୍ୟମ କରୁଥିବା ବେଳେ ୩ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀର ପୁଲିସ୍ ଗିରଫ କରିଛି। ଏମାନଙ୍କ ପାଖରୁ ୬ଟି ଏକେ-୪୭ ରାଇଫଲ ଜବତ ହୋଇଛି। ଏହି ଆତଙ୍କବାଦୀଙ୍କୁ ପଞ୍ଜାବ ଓ ଜମ୍ମୁ-କଶ୍ମୀରର ସୀମାନ୍ତ ଲଖନପୁର ନିକଟରେ ସୁରକ୍ଷାକର୍ମୀ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟା ବେଳେ ଜମ୍ମୁ-ପଠାନକୋଟ୍ ଜାତୀୟ ରାଜପଥରେ ଚେକିଂ ଚାଲିଥିଲା। ଏହି ସମୟରେ କଶ୍ମୀରରୁ ପଞ୍ଜାବର ବାମୟାଲ ଯାଉଥିବା ଏକ ଟ୍ରକ୍କୁ […]
ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଥିବା ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ସମ୍ଭବ ହୋଇ ପାରୁନି। ଏହା ମଧ୍ୟରେ ଥିବା ରୋଭର ପ୍ରଜ୍ଞାନର ଆୟୁଷ ସରି ସରି ଆସୁଥିବାବେଳେ ବିକ୍ରମ ସହ ଯୋଗାଯୋଗ କରିବାକୁ ଇସ୍ରୋ ଉଦ୍ୟମ ଜାରି ରଖିଛି। ଇସ୍ରୋ ପରେ ଏବେ ନାସା ବିକ୍ରମ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛି। ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ ପରେ ଅଚଳ ହୋଇ ପଡ଼ିଥିବା ବିକ୍ରମ ପାଖକୁ ନାସା ‘ହ୍ୟାଲୋ’ ମେସେଜ ପଠାଇଥିବା ଜଣାପଡ଼ିଛି। କାଳେ ନାସା […]
ଇସ୍ଲାମାବାଦ: ଶେଷରେ ସତ ମାନିଛି ପାକିସ୍ତାନ। କଶ୍ମୀର ପ୍ରସଙ୍ଗରେ ଭାରତକୁ ଘେରିବାକୁ ଚେଷ୍ଟା କରୁଥିବା ଇମ୍ରାନ୍ ଖାନ୍ ସରକାର ନିଜର ପରାଜୟ ସ୍ୱୀକାର କରିଛନ୍ତି। କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ କୌଣସି ବି ଅନ୍ତର୍ଜାତୀୟ ସମୂହ ସମର୍ଥନ କରି ନଥିବା ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରୀ ବ୍ରିଗେଡିୟର ଇଜାଜ ଅହମ୍ମଦ ଶାହ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଯେଉଁ ଆଭିମୁଖ୍ୟ ପୋଷଣ କରିଥିଲା, ସେଥିରେ କୌଣସି ବି ଅନ୍ତର୍ଜାତୀୟ ରାଷ୍ଟ୍ର ଏକମତ ହୋଇପାରି ନାହାନ୍ତି। ବିଶ୍ୱ […]
ଚେନ୍ନାଇ: ମୃତ୍ୟୁ ପରେ ବି ତାମିଲନାଡୁ ପୂର୍ବତନ ସ୍ୱଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଲୋକପ୍ରିୟତା କମି ନାହିଁ। ଏହାର ପ୍ରମାଣ ଅଳ୍ପଦିନ ତଳେ ଏଠାରେ ଘଟିଯାଇଥିବା ଏକ ଘଟଣାରୁ ଜଣାପଡ଼ିଛି। ଘଟଣାଟି ହେଲେ-ଜୟଲଳିତାଙ୍କ ଦଳ ଏଆଇଏଡିଏମ୍କେର ଜଣେ ନେତା ନିକଟରେ ତାଙ୍କର ଝିଅର ବାହାଘର କରୁଥିଲେ। ନେତାଙ୍କ ଝିଅ ବାହାଘର କିଛି ନୂଆ କଥା ନୁହେଁ। ତେବେ ଏହି ବାହାଘର ଏଥିପାଇଁ ଚର୍ଚ୍ଚାକୁ ଆସିଥିଲା ଯେ, ବାହାଘର ମେରିନା ବିଚ୍ରେ ଥିବା ଜୟଲଳିତାଙ୍କ ସମାଧି ପରିସରରେ ଆୟୋଜନ କରାଯାଇଥିଲା। […]
ମୁମ୍ୱାଇ : ବଲିଉଡ୍ ସେଲେବ୍ରିଟି ଶିଳ୍ପା ସେଟ୍ଟି ତାଙ୍କର ଫିଟ୍ନେସ୍ ଓ ବଡ଼ିକୁ ନେଇ ବେଶ୍ ଲୋକପ୍ରିୟ। ଅନେକ ସମୟରେ ଶିଳ୍ପା ବ୍ରାଣ୍ଡେଡ୍ ଜିନିଷ ପିନ୍ଧି କ୍ୟାମେରା ସାମ୍ନାକୁ ଆସିଥାନ୍ତି। ନିକଟରେ ଶିଳ୍ପାଙ୍କୁ ଦାମୀ ଜୋତା ଓ ଷ୍ଟାଇଲିସ୍ ଡ୍ରେସ୍ ପିନ୍ଧିଥିବା ଦେଖିବାକୁ ମିଳିଛି। ଗୋଟିଏ ଇଭେଣ୍ଟରେ ଶିଳ୍ପା ବ୍ରାଉନ୍ କଲର୍ ଜ୍ୟାକେଟ୍ ଓ ଜୋତା ପିନ୍ଧିଥିଲେ। ଜ୍ୟାକେଟ୍ଟି Materiel Tbilisi ବ୍ରାଣ୍ଡର ହୋଇଥିବା ବେଳେ ଜୋତାଟି ଇଟାଲିଆନ୍ ଫ୍ୟାଶନ୍ ବ୍ରାଣ୍ଡ rene caovillaର ଥିଲା। ଜ୍ୟାକେଟ୍ର […]
ନୂଆଦିଲ୍ଲୀ: ରେଲୱେ ପ୍ଲାଟଫର୍ମରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ବଲିଉଡ୍ରେ ଇଣ୍ଡଷ୍ଟ୍ରୀରେ ପାଦ ରଖିଥିବା ରାନୁ ମଣ୍ଡଳ ଇଣ୍ଟରନେଟ୍ର ନୂଆ ସୁପରଷ୍ଟାର ଭାବରେ ପରିଚିତ ହୋଇଛନ୍ତି। ତାଙ୍କର ଗୀତକୁ ସୋଶାଲ ମିଡିଆରେ ୟୁଜର୍ସ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ରାନୁ ବଲିଉଡ୍ ସିଙ୍ଗର୍ ହିମେଶ ରେଶମିଆଙ୍କ ସହିତ ତିନୋଟି ଗୀତ ରେକର୍ଡ କରି ସାରିଛନ୍ତି। ବର୍ତ୍ତମାନ ରାନୁଙ୍କର ଆଉ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଏହି ଭିଡିଓରେ ରାନୁ ତାଙ୍କ ଝିଅ ଏଲିଜାବେଥ୍ ସାଥି […]
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବିଜେପି ନେତା ତଥା ଦେଶର ପୂର୍ବତନ ସ୍ୱରାଷ୍ଟ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲାର ଏସଆଇଟି ତଦନ୍ତ ବେଳେ ଅନେକ ଗୁମର ଖୋଲିଛି। ତାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଲ’ କଲେଜର ଛାତ୍ରୀ ଏସଆଇଟି ତଦନ୍ତ ବେଳେ ଚିନ୍ମୟାନନ୍ଦଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି। ଯାହାକି ତାଙ୍କର ଯୌନ କେଳେଙ୍କାରୀର ଚିତ୍ର ପଦାକୁ ଆଣିଛି। ପୀଡ଼ିତା ଛାତ୍ରୀ ଏସଆଇଟି ତଦନ୍ତ ବେଳେ କହିଛନ୍ତି ଚିନ୍ମୟାନନ୍ଦ ଝିଅଙ୍କ ବାଥ୍ ରୁମରେ ସିସିଟିଭି ଲଗାଇ […]
ମୁମ୍ବାଇ: ଶାଶୂ ବୋହୂର ସମ୍ପର୍କ କଥା ଶୁଣିଲେ ଲାଗେ ଜଣଙ୍କର ଚେଙ୍ଗ ରାଶୀ ତ ଅନ୍ୟ ଜଣଙ୍କର ବେଙ୍ଗ ରାଶୀ। ଏମିତି ଖୁବ୍ କମ ଶାଶୂବୋହୂ ଥିବେ ଯେଉଁମାନେ ପରସ୍ପରକୁ ବୁଝୁଥିବେ। ଏମିତି ଅନେକ ଫିଲ୍ମ କାହାଣୀ ରହିଛି ଯେଉଁଥିରେ ଶାଶୂବୋହୂଙ୍କୁ ପରସ୍ପରର ଶତ୍ରୁ ଭାବେ ଦର୍ଶାଯାଏ। ଯଦିଓ ଏସବୁ ପ୍ରତ୍ୟେକ ଘରର କହାଣୀ ନୁହେଁ। କିନ୍ତୁ ସାଧାରଣ ଜୀବନରେ ମଧ୍ୟ କେଉଁଠି ଶାଶୁ ଅବହେଳା ହେଉଛି ତ କେଉଁଠି ବୋହୂ ନିର୍ଯ୍ୟାତନା ପାଉଥିବାର ଖବର ମିଳେ। […]
ଶ୍ରୀନଗର: ସୁରକ୍ଷା ବାହିନୀଙ୍କ ଗୁଳିରେ ଜମ୍ମୁ କଶ୍ମୀର ସୋପର ଜିଲ୍ଲାର ଜଣେ ଆତଙ୍କବାଦୀ ଆଜି ନିହତ ହୋଇଛି। ମୃତ ଆତଙ୍କବାଦୀ ପାକିସ୍ତାନର ଆତଙ୍କବାଦୀ ସଂଗଠନ ସହ ଲସ୍କର-ଇ-ତୋଇବା ସହ ଜଡ଼ିତ ଥିଲା। ତାର ନାମ ଅଶିଫ୍ ମକବୁଲ ଭଟ୍ଟ। ଦୁଇ ଦିନ ତଳେ ଜଣେ ଫଳ ବ୍ୟବସାୟୀଙ୍କ ଘର ଉପରକୁ ଆତଙ୍କବାଦୀ ଆକ୍ରମଣ କରିଥିଲେ, ଯେଉଁଥିରେ ଜଣେ ୨ ବର୍ଷୀୟ ଝିଅର ମୃତ୍ୟୁ ଘଟିଥିଲା ଓ ଅନ୍ୟ ୨ ଜଣ ଆହତ ହୋଇଥିଲେ। ଗୁଳି ମାରିଥିବା ଆତଙ୍କବାଦୀ […]
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଥିବା ଆମେରିକାର ପୁଞ୍ଜି ନିବେଶକାରୀ କମ୍ପାନୀ ଗୋଲ୍ଡମ୍ୟାନ ସାକ୍ସ ବ୍ୟାଙ୍କ ଆକାଉଣ୍ଟରୁ ୩୮ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ଗୋଲ୍ଡମ୍ୟାନ୍ ସାକ୍ସ କମ୍ପାନୀର ଉପସଭାପତି ଅଶ୍ୱିନୀ ଉପାଧ୍ୟାୟ ବେଆଇନ ଅନ୍ ଲାଇନ୍ ଟ୍ରାଞ୍ଜାକସନ ଜରିଆରେ ହଙ୍ଗକଙ୍ଗର ଏକ ବ୍ୟାଙ୍କକୁ ପଇସା ପଠାଉଥିବା ବେଳେ ଧରାପଡ଼ି ଗିରଫ ହୋଇଛନ୍ତି। ଏବେ ଠକେଇ ହୋଇଥିବା ସମସ୍ତ ଟଙ୍କା ଗୋଲ୍ଡମ୍ୟାନ ସାକ୍ସକୁ ଫେରାଇ ଦିଆଯାଇଛି। ଅଶ୍ୱିନୀ ଅନଲାଇନ ଗେମ୍ ଖେଳି ୫୦ ଲକ୍ଷ ଟଙ୍କା କରଜ କରିଥିଲେ। […]
ଅମରାବତୀ: ଆନ୍ଧ୍ର ପ୍ରଦେଶର ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ତାଙ୍କ ଦଳର ଅନେକ ନେତାଙ୍କୁ ଗୃହବନ୍ଦୀ କରାଯାଇଛି। ସୂଚନାଯୋଗ୍ୟ, ଟିଡିପିର ୮ କର୍ମୀ ନିକଟରେ ହତ୍ୟାର ଶିକାର ହୋଇଛନ୍ତି ଓ ଏଥିପାଇଁ ଟି଼ଡିପି ଶାସକ ଦଳ ଓ୍ୱାଇଏସଆର କଂଗ୍ରେସ ବିରୋଧରେ ଅଭିଯୋଗ ଆଣିବା ପରେ ସରକାର ନାଇଡ଼ୁ ଓ ଅନ୍ୟମାନଙ୍କୁ ଗୃହବନ୍ଦୀ କରିଛନ୍ତି। ଏହି ହତ୍ୟାକାଣ୍ଡକୁ ନେଇ ଜଗନ ମୋହନ ରେଡ୍ଡୀ ସରକାରଙ୍କ ବିରୋଧରେ ଜୋରଦାର ଆନ୍ଦୋଳନ କରିବା ପାଇଁ […]
ବେଜିଂ: ମା’ ପାଖରେ ସନ୍ତାନ ସୁରକ୍ଷିତ-ଏମିତି ବିଶ୍ୱାସ ଆମ ସମସ୍ତଙ୍କର ରହିଛି। ହେଲେ ମା’ ଟିଏ ତାର ନବଜାତ ସନ୍ତାନକୁ ବିକ୍ରି କରିଦେବ ପୁଣି ଗୋଟିଏ ଦାମି ମୋବାଇଲ୍ ପାଇଁ ! ଏମିତି ଘଟଣା କେବେ ଶୁଣିଛନ୍ତି କ ? ବୋଧହୁଏ ଶୁଣି ନ ଥିବେ। ହେଲେ ଚୀନରେ ଏପରି ଘଟିଛି। ଏହି ସୌଖୀନ ମା’ଙ୍କ ଘର ଚୀନ୍ର ଝିଜିଆଙ୍ଗରେ। ନିଜ କ୍ରେଡିଟ୍ କାର୍ଡର ବିଲ୍ ଭରିବା ପାଇଁ ନିଜର ନବଜାତ ଦୁଇ ଯାଆଁଳା ସନ୍ତାନଙ୍କୁ ବିକ୍ରି […]
ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ‘ଦ ସ୍କାଇ ଇଜ୍ ପିଙ୍କ୍’ର ଟ୍ରେଲର ରିଲିଜ୍ ହୋଇଯାଇଛି। ଦୀର୍ଘଦିନ ପରେ ପ୍ରିୟଙ୍କା ଏହି ଫିଲ୍ମ ଜରିଆରେ ବଲିଉଡ୍କୁ ଫେରିଛନ୍ତି। ପ୍ରିୟଙ୍କାଙ୍କ ଫ୍ୟାନ୍ଙ୍କ ପାଇଁ ଏକ କୌଣସି ବଡ଼ ଉପହାରଠୁ କମ୍ ନୁହେଁ। ଫିଲ୍ମରେ ପ୍ରିୟଙ୍କାଙ୍କ ସହ ଫରହାନ୍ ଅଖତର୍ ଓ ରୋହିତ ଶରଫ ଲିଡ୍ ରୋଲ୍ରେ ଅଭିନୟ କରିଛନ୍ତି। ହେଲେ ଫିଲ୍ମରେ ନଜର ଆସୁଥିବା ଜାୟରା ୱସିମ୍ଙ୍କୁ ଦେଖି ଦର୍ଶକ ଖୁସି ହେବା ପରିବର୍ତ୍ତେ ଫିଡ଼ିକି ଯାଇଛନ୍ତି। […]
ଭଦୋଦରା: ମୋଟର ଯାନ ନିୟମରେ ପରିବର୍ତ୍ତନ ପରେ କିଏ କେତେ ଉପାୟ ଆପଣାଉଛନ୍ତି। ଏହା ବର୍ତ୍ତମାନ କଡ଼ାକଡ଼ି ହୋଇଯାଥିବାରୁ ସମସ୍ତେ ସବୁ ଡକ୍ୟୁମେଣ୍ଟ ଠିକ୍ ଅଛି କି ନା ଯାଞ୍ଚ କରିବା ସହିତ ଯୁଦ୍ଧକାଳୀନ ଭିତ୍ତିରେ ସୁଧାରିବାର ପ୍ରୟାସ କରୁଛନ୍ତି। କିନ୍ତୁ କିଛି ଲୋକ ଏଭଳି କିଛି ଉପାୟ ଆପଣାଛନ୍ତି ଯାହାକି ଭାଇରାଲ ହେବାରେ ଲାଗିଛି। ଆମେ ଏଭଳି ଜଣକ କଥା କହୁଛୁ ଯେକି ମୋଟର ଭେଇକିଲ ଆକ୍ଟ (ଆମେଣ୍ଡମେଣ୍ଟ) ଆଇନ ୨୦୧୯ର ମୁକାବିଲା ପାଇଁ ନୂଆ […]
ଜେନେଭା: ଭାରତ ବିରୋଧରେ ବିଶ୍ୱକୁ ଭ୍ରମିତ କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନକୁ ପୁଣିଥରେ ଲୋକହସା ହେବାକୁ ପଡ଼ିଛି। ପାକିସ୍ତାନ ପିଓକେ ଏବଂ ବେଲୁଚିସ୍ତାନରେ କେଉଁଭଳି ଭାବେ ସେନା ଦ୍ୱାରା ଲୋକଙ୍କୁ ନିର୍ଯାତନା ଦେଉଛି, ତା’ର ପର୍ଦ୍ଦାଫାସ ହୋଇଛି। ଖୋଦ୍ ବେଲୁଚିସ୍ତାନବାସୀ ଜେନିଭା ଠାରେ ଆୟୋଜିତ ଜାତିସଂଘ ମାନିବାଧିକାର ପରିଷଦ ବାହାରେ ପାକିସ୍ତାନ ବିରୋଧରେ ବିକ୍ଷୋଭ କରିଛନ୍ତି। ପାକିସ୍ତାନ ସେନା, ଆଇଏସ୍ଆଇ ଓ ଆତଙ୍କବାଦୀମାନେ ବେଲୁଚିସ୍ତାନବାସୀଙ୍କୁ କେମିତି ନିର୍ଯାତନା ଦେଉଛନ୍ତି, ସେକଥାକୁ ବିଭିନ୍ନ ପୋଷ୍ଟର ଏବଂ ବ୍ୟାନର ଲଗାଇ […]
ଲକ୍ଷ୍ନୌ: ସାଧାରଣତଃ କଲେଜକୁ ଝିଅମାନେ ପିନ୍ଧି ଆସୁଥିବା ଡ୍ରେସକୁ ନେଇ ବିବାଦ ଦେଖାଯାଇଥାଏ। ମୁଖ୍ୟତଃ ଛାତ୍ରୀମାନେ ଜିନ୍ସ ପିନ୍ଧିବାକୁ ନେଇ ବାରଣ କରାଯାଇ ପାରମ୍ପରିକ ଡ୍ରେସ ପିନ୍ଧି କଲେଜ ଆସିବାକୁ କୁହାଯାଇଥାଏ। ହେଲେ ୟୁପି ଫିରୋଜାବାଦରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କିଛି ଛାତ୍ରୀ କଲେଜକୁ ବୁର୍ଖା ପିନ୍ଧି ଆସିବାରୁ କଲେଜର ପ୍ରିନ୍ସିପାଲ୍ ସେମାନଙ୍କୁ ବାଡ଼ି ଧରି ଗୋଡ଼ାଇଥିଲେ। ଏଏସକେ ଡିଗ୍ରୀ କଲେଜର ପ୍ରିନସିପାଲ୍ ପ୍ରଭାକର ରାୟ କହିଛନ୍ତି କଲେଜକୁ ସମସ୍ତେ ୟୁନିଫର୍ମ ପିନ୍ଧି ଆସିବାକୁ ପଡ଼ିବ। […]