ଓ୍ୱାଶିଂଟନ: ଆଇଏସଆଇଏସ ମୁଖ୍ୟ ଅବୁ ବକର ଅଲ-ବାଗଦାଦିକୁ ଆମେରିକା ସେନା ଆକ୍ରମଣ କରିବାର କିଛି ଭିଡିଓ ଜାରି କରିଛି ୟୁଏସ ସେଣ୍ଟ୍ରାଲ କମାଣ୍ଡ। ବୁଧବାର ଟୁଇଟ୍ କରି ଏହି ଭିଡିଓ ଜାରି କରିଛି ଆମେରିକା ସେନା। ଭିଡିଓରେ ସିରିଆର ଇଡଲିବରେ ଆମେରିକା ସେନାର ଡେଲ୍ଟା କମାଣ୍ଡର ବାଗଦାଦିର ଠିକଣା ସ୍ଥଳ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଆମେରିକାର ଏୟାର କ୍ରାଫ୍ଟକୁ ଦେଖି ବାଗଦାଦିର ସୁରକ୍ଷାକର୍ମୀ ମଧ୍ୟ ଆକ୍ରମଣ କରିଥିଲେ। ୪ ଦିନ ତଳେ ଆମେରିକା ସେନା […]
ବେଜିଂ: ପଶୁ ପ୍ରତି ମଣିଷ ହୃଦୟରେ ଏତେ ମାନବୀୟ ଭାବ ! ଦେଖିଲେ ଆପଣଙ୍କ ବି ଆଶ୍ଚର୍ଯ୍ୟ ହୋଇଯିବେ। ଚୀନର ଏମିତି ଏକ ଭିଡ଼ିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ମଣିଷ ମନରେ କେତେ ପଶୁପ୍ରୀତି-ଏହା ହିଁ ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓକୁ ‘ପିପୁଲ୍ସ ଡେଲି ଚାଇନା’ ପକ୍ଷରୁ ଟ୍ୱିଟରରେ ପୋଷ୍ଟ କରାଯାଇଛି। ଭିଡିଓକୁ ଦେଖିବା ପରେ ଉକ୍ତ ବ୍ୟକ୍ତିଙ୍କୁ ଖୁବ୍ ପ୍ରଶଂସା ମିଳିଛି। #HeartwarmingMoment: 2 young Chinese save a puppy falling […]
ଶ୍ରୀନଗର: ‘ଆତଙ୍କବାଦ ହେଉଛି ଘାଟିର ମୁଖ୍ୟ ସମସ୍ୟା। ପାକିସ୍ତାନ ଏହି ଆତଙ୍କବାଦକୁ ଆର୍ଥିକ ପ୍ରୋତ୍ସାହନ ଦେଉଛି। ଭାରତର ଏହି ଆତଙ୍କବାଦ ବିରୋଧୀ ଲଢେଇରେ ଆମେ ତା’ ସହ ଅଛୁ।’ କାଶ୍ମୀର ସ୍ଥିତି ସମୀକ୍ଷା ପାଇଁ ଆସିଥିବା ୟୁରୋପୀୟ ସାଂସଦମାନେ ଏମିତି କହି ପାକିସ୍ତାନକୁ ଶକ୍ତ ଚାପୁଡା ଦେଇଛନ୍ତି । ଜମ୍ମୁକାଶ୍ମୀରକୁ ନେଇ ପାକିସ୍ତାନ ଅନେକ ମିଛ କହି ଆସୁଛି। ଏପରିକି ଜାତିସଂଘରେ କାଶ୍ମୀରରେ ମାନବବାଦର ଉଲ୍ଲଂଘନ ହେଉଛି ବୋଲି ଗଳାଫଟାଇ ଚିତ୍କାର କରୁଥିଲା। ହେଲେ ୟୁରୋପୀୟ ସଂଘର […]
ଶ୍ରୀନଗର: ଗୋଟିଏ ପଟେ ଜମ୍ମୁ କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ, ଅନ୍ୟପଟେ ସ୍ଥିତି ପରଖିବାକୁ ୟୁରୋପୀୟ ସାଂସଦଙ୍କ କାଶ୍ମର ଗସ୍ତ- ଏମିତି ଏକ ସମୟରେ ଆତଙ୍କବାଦୀମାନେ ଘଟାଇଛନ୍ତି ନାରକୀୟ କାଣ୍ଡ। ମଙ୍ଗଳବାର ସନ୍ଧ୍ୟା ୫ଟାରେ ଏହି ଅଣକାଶ୍ମୀର ଶ୍ରମିକମାନଙ୍କ ଉପରକୁ ଗୁଳିବର୍ଷା କରିଥିଲେ। ୫ ଜଣ ଶ୍ରମିକ ସେଇଠାରେ ଟଳି ପଡ଼ିଲେ। ଅନ୍ୟଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମୃତାହତ ସମସ୍ତ ଶ୍ରମିକ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଆତଙ୍କବାଦୀମାନେ ରାତିର ଅନ୍ଧାରରେ ଅତି ନିର୍ଦ୍ଦୟ […]
କୁଲଗାମ୍: ମଙ୍ଗଳବାର ଜମ୍ମୁ-କଶ୍ମୀରର କୁଲଗାମ୍ ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି ୫ ଅଣ କାଶ୍ମୀରୀ ଶ୍ରମିକ। ଏମାନେ ସମସ୍ତେ ପଶ୍ଚିମବଙ୍ଗ ମୁର୍ଶିଦାବାଦର। ସେମାନଙ୍କ ନାମ କମାଲୁଦ୍ଦିନ, ମୁରସାଲିମ୍, ରୋଫିକ, ନୋମୁଦ୍ଦିନ ଏବଂ ରଫିକୁଲ। ଅନ୍ୟ ଜମେ ଶ୍ରମିକ ଜୋହିରୁଦ୍ଦିନ ଆହତ ହୋଇ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଏମାନେ ସମସ୍ତେ ଏକ କନଷ୍ଟ୍ରକସନ କମ୍ପାନୀରେ କାମ କରୁଥିଲେ। ଜମ୍ମୁ ପୁଲିସର ସୂଚନା ଅନୁଯାୟୀ ଜମ୍ମୁର କୁଲଗାମ ଜିଲ୍ଲାର କୁତ୍ରୁସା ଗାଁରେ ପଶ୍ଚିମବଙ୍ଗରୁ ଆସିଥିବା ଏହି ଶ୍ରମିକମାନେ କାମ […]
ଇସ୍ଲାମାବାଦ୍: ଜମ୍ମୁ-କଶ୍ମୀରରୁ ଅସ୍ଥାୟୀ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନର ନେତାମାନେ ବହୁ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସୁଛନ୍ତି। ଏବେ ଜଣେ ମନ୍ତ୍ରୀ କହିଛନ୍ତି ଭାରତକୁ କଶ୍ମୀର ପ୍ରସଙ୍ଗରେ ଯେକେହି ଦେଶ ସମର୍ଥନ କରିବ ସେହି ଦେଶ ଉପରେ ମିସାଇଲ ମାଡ଼ କରାଯିବ। ଏପରିକି ଏହି ଦେଶଗୁଡ଼ିକୁ ଶତ୍ରୁ ଭାବେ ବିବେଚନା କରାଯିବ ବୋଲି ସେ କହିଛନ୍ତି। ପାକିସ୍ତାନର କଶ୍ମୀର ଏବଂ ଗିଲଗିଟ୍-ବଲୋଚିସ୍ତାନ ବ୍ୟାପାର ଫେଡେରାଲ ମନ୍ତ୍ରୀ ଅଲୀ ଆମିନ୍ ଗନ୍ଦପୁର କହିଛନ୍ତି, କଶ୍ମୀର ବିବାଦକୁ […]
ହାଇଦ୍ରାବାଦ୍: ଦୁଇ ଜଣ ପୁରୁଷଙ୍କୁ ଏକା ସଙ୍ଗରେ ପ୍ରେମ ଜାଲରେ ଫସାଇ ସେମାନଙ୍କ ସହ ସମ୍ପର୍କ ରଖିଥିବା ଜଣେ ଯୁବତୀ ଭୟଙ୍କର କାଣ୍ଡ ଘଟାଇଛି। ଝିଅର ଏଭଳି ପ୍ରେମ ସମ୍ପର୍କକୁ ମା’ ବିରୋଧ କରିଥିଲେ। ହେଲେ ଝିଅ ଜଣଙ୍କ ତା’ ବୟଫ୍ରେଣ୍ଡ ସହ ମିଶି ମା’କୁ ସବୁଦିନ ପାଇଁ ନିଜ ରାସ୍ତାରୁ ହଟାଇ ଦେଇଛି। ଖାଲି ସେତିକି ନୁହେଁ, ମା’ର ଶବ ପାଖରେ ଝିଅ ଓ ତା’ର ବୟଫ୍ରେଣ୍ଡ ୩ ଦିନ କାଳ ରହିଥିଲେ। ହାୟଥନଗର ବ୍ଲକ […]
ନୂଆଦିଲ୍ଲୀ : ଭାରତୀୟଙ୍କ ମସ୍ତିଷ୍କ ଅନ୍ୟ ଦେଶର ବ୍ୟକ୍ତିଙ୍କଠାରୁ ଛୋଟ। ଉଚ୍ଚତା, ଚଉଡ଼ା ଓ ଆୟତନରେ ମଧ୍ୟ ଭାରତୀୟଙ୍କ ମସ୍ତିଷ୍କ ଛୋଟ ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି। ହାଇଦ୍ରାବାଦ୍ର ସ୍ଥିତ ଇଣ୍ଟର୍ନ୍ୟାସ୍ନାଲ୍ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି ପକ୍ଷରୁ ପ୍ରଥମଥର ପାଇଁ ଭାରତୀୟଙ୍କ ବ୍ରେନ୍ ଆଟଲାସ୍ ପ୍ରସ୍ତୁତ କରାଯାଇଛି। ଏହି ବ୍ରେନ୍ ଆଟଲାସ୍ ଦ୍ୱାରା ଅଲ୍ଜାଇମର୍ ଓ ଡିମେନ୍ସିଆ ପରି ଅନ୍ୟ ମସ୍ତିଷ୍କଜନିତ ରୋଗ ଚିହ୍ନଟ କରିବା ସହଜ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଗବେଷଣାରେ ପ୍ରକାଶ ପାଇଥିବା […]
ଶ୍ରୀନଗର: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମଥର ୨୭ ଜଣିଆ ୟୁରୋପୀୟ ସାଂସଦ ମଣ୍ଡଳୀ ଉପତ୍ୟକା ଗସ୍ତରେ ଯାଇଛନ୍ତି। ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀର ସ୍ଥିତି ସ୍ୱାଭାବିକ ଥିବା ଭାରତ ସରକାର ସମଗ୍ର ବିଶ୍ୱକୁ ଜଣାଇବା ପାଇଁ ଏଭଳି ବ୍ୟବସ୍ଥା କରିଥିବା କୁହାଯାଉଛି। ହେଲେ ପ୍ରଥମେ କଶ୍ମୀର ଗସ୍ତରେ ଯିବାକୁ ନିମନ୍ତ୍ରଣ ପାଇଥିବା ଜଣେ ୟୁରୋପୀୟ ସାଂସଦ ସାଂଘାତିକ ବୟାନ ଦେଇଛନ୍ତି। ୟୁରୋପିଆନ ସଂସଦରେ ନର୍ଥ ୱେଷ୍ଟ ଇଂଲଣ୍ଡକୁ ପ୍ରତିନିଧିତ୍ୱ କରୁଥିବା କ୍ରିସ୍ […]
ଭୁବନେଶ୍ୱର: ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଅଏଣ୍ଟମେଣ୍ଟ ବ୍ୟବହାର କରନ୍ତି। କିନ୍ତୁ ଆୟୁର୍ବେଦରେ ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ କମ୍ କରିବା ପାଇଁ ଗଙ୍ଗଶିଉଳି ଫୁଲ ଓ ପତ୍ରରେ ପ୍ରସ୍ତୁତ କାଢ଼ାକୁ ରାମବାଣ ବୋଲି କୁହାଯାଇଛି। ଏହି କାଢ଼ାକୁ ଦିନରେ ଦୁଇ ଥର ଗୋଟିଏ କପ୍ ପାଣିରେ ୪୦ ରୁ ୪୫ ଦିନ ପର୍ଯ୍ୟନ୍ତ ପିଇଲେ ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ୍ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ଏହି କାଢ଼ାକୁ ଘରେ କିପରି ପ୍ରସ୍ତୁତ କରିବେ। […]
ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ଓ ସହଯୋଗୀ ଶିବସେନା ମଧ୍ୟରେ ଚାଲିଥିବା ଛକାପଞ୍ଝା ଏବେ ନିର୍ଣ୍ଣାୟକ ମୋଡ଼ ନେବାକୁ ବସିଛି। ଶିବସେନା ୫୦: ୫୦ ଫର୍ମୁଲାକୁ ଢାଲ କରି ବିଜେପିର ସରକାର ଗଠନ ରାସ୍ତାରେ କଣ୍ଟା ହୋଇଥିବାରୁ ଆଜି ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍। ସେ ଶିବସେନାର ୫୦: ୫୦ ଫର୍ମୁଲାକୁ କୌଣସି ପ୍ରକାରରେ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି। ଏଥିସହ ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିବ ଏବଂ ସେ ପୁଣିଥରେ […]
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ଦଳର ସଦସ୍ୟମାନଙ୍କ ଉପରେ ହମ୍ଲା କରିବାକୁ ଆତଙ୍କବାଦୀମାନେ ମସୁଧା କରିଛନ୍ତି। ଆସନ୍ତା ନଭେମ୍ବର ୩ରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଦିଲ୍ଲୀରେ ଖେଳାଯିବ। ଏହି ସମୟରେ ଟିମ୍ ଇଣ୍ଡିଆ ଉପରେ ହମ୍ଲା କରିବାକୁ ଆତଙ୍କୀମାନେ ଷଡ଼ଯନ୍ତ୍ର କରୁଥିବା ଏକ ଚିଠି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ)କୁ ମିଳିଛି। ଏଥିରେ ଟିମ୍ ଇଣ୍ଡିଆ ଓ ବିରାଟ କୋହଲି ଆତଙ୍କୀଙ୍କ ଟାର୍ଗେଟରେ ଥିବା ଉଲ୍ଲେଖ କରାଯାଇଛି। ଏହି […]
ୱାଶିଂଟନ୍: ମୃତ୍ୟୁର ସୌଦାଗର ଅବୁ ବକର ଅଲ ବାଗଦାଦିର ମୃତ୍ୟୁ ପୂର୍ବରୁ ଘଟିଥିବା ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଆମେରିକାର କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଜଣେ ସିରିଆନ କୁର୍ଦ୍ଦ ଅଣ୍ଡରକଭର ଏଜେଣ୍ଟ ବାଗଦାଦି ରହୁଥିବା କୋଠାରେ ପହଞ୍ଚି ଥିଲେ। ମୃତ୍ୟୁ ପରେ ତା’ର ଡିଏନ୍ଏ ପରୀକ୍ଷା ହେବାର ଥିବାରୁ ସେ ବାଗଦାଦି ବ୍ୟବହାର କରୁଥିବା କିଛି ଅନ୍ତଃବସ୍ତ୍ରକୁ ଚୋରି କରି ନେଇ ଆସିଥିଲେ। ଏଥିପାଇଁ ବାଗଦାଦି ବିସ୍ଫୋରଣରେ ନିଜକୁ ଉଡ଼ାଇବା ବେଳେ ଅନ୍ତଃବସ୍ତ୍ର ଜରିଆରେ ହିଁ ତା’ର […]