• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

mahasweta-ray
୩୧ ବର୍ଷ ପରେ ଫେରୁଛି ‘ଲାଲ୍‌ପାନ୍‌ ବିବି’

ଭୁବନେଶ୍ୱର: ୧୯୮୮ ମସିହରେ ରିଲିଜ୍ ହୋଇଥିଲା ଓଡ଼ିଆ ଫିଲ୍ମ ‘ଲାଲ୍‌ପାନ୍ ବିବି’। ଏହି ଫିଲ୍ମ ସେତେବେଳେ ସାରା ରାଜ୍ୟରେ ଚହଳ ପକାଇ ଦେଇଥିଲା। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଚିରସବୁଜ ଅଭିନେତ୍ରୀ ମହେଶ୍ୱତା। ତାଙ୍କୁ ଏଥିରେ ଡବଲ୍‌ ରୋଲ୍‌ ବା ଜାଆଁଳା ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ତାଙ୍କ ସହିତ ପ୍ରଶାନ୍ତ ନନ୍ଦ ଥିଲେ। ମହେଶ୍ୱତାଙ୍କ ଅଭିନୟ ସହିତ ଲୋକେ ଫିଲ୍ମଟିକୁ ମଧ୍ୟ ବେଶ୍ ଭଲ ପାଇଥିଲେ। ଆଉ ଦୀର୍ଘ ୩୧ ବର୍ଷ ପରେ […]

heart4
କାହିଁକି ହୁଏ ହାର୍ଟ ଆଟାକ୍‌ ? କେମିତି ତା’ଠାରୁ ଦୂରେଇ ରହିବେ ? ଜାଣନ୍ତୁ ଉପାୟ

ଭୁବନେଶ୍ୱର: ଅଫିସ୍‌ କାମର ପ୍ରେସର, ଅଧିକ ମାତ୍ରାରେ ଫାଷ୍ଟ୍‌ଫୁଡ୍‌ ଖାଇବା, ଧୂମପାନ କରିବା ଓ ମଦ ପିଇବା ଯୋଗୁ ଆଜିର ଯୁବପିଢ଼ି ମାରାତ୍ମକ ହୃଦରୋଗର ଶିକାର ହେଉଛନ୍ତି। ଯୁବାବସ୍ଥାରେ ଏହି ମାରାତ୍ମକ ରୋଗଠାରୁ ଦୂରେଇ ରହିବା ଆବଶ୍ୟକ। ତେବେ ଏଥିପାଇଁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ ଓ ଜଣେ ବ୍ୟକ୍ତିଙ୍କୁ ହୃଦ୍‌ଘାତ ବା ହାର୍ଟ ଆଟାକ୍‌ ଆସିଲେ ସଙ୍ଗେ ସଙ୍ଗେ କ’ଣ ପଦକ୍ଷେପ ନେବା ଉଚିତ୍‌, ଏହାକୁ ନେଇ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର […]

Capture1
ଜମ୍ମୁକାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ୟୁ ଟର୍ଣ୍ଣ: କହିଲେ ଏହା ଦ୍ୱିପାକ୍ଷିକ ସମସ୍ୟା

ବିଏରିଜ୍‌: ଫ୍ରାନ୍ସରେ ଆୟୋଜିତ ଜି-୭ ସମ୍ମିଳନୀରେ ଅତିଥି ଭାବେ ଯୋଗ ଦେଇ ଭାରତର ପ୍ରତିନିଧିତ୍ୱ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କ ହୃଦୟ ଜିତିବାରେ ସକ୍ଷମ ହୋଇଛନ୍ତି। ପାକିସ୍ତାନ ଜମ୍ମୁ-କାଶ୍ମୀର ପ୍ରସଙ୍ଗକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଯେଉଁ ଅପପ୍ରୟାସ କରୁଥିଲା, ତା’କୁ ଜବରଦସ୍ତ ଝଟ୍‌କା ଲାଗିଛି। ଆଜି ଜି-୭ ସମ୍ମିଳନୀ ଅବସରରେ ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦୀର୍ଘ ସମୟଧରି କାଶ୍ମୀର ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ପୂର୍ବରୁ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ […]

drying-clothes1
ବର୍ଷା ଦିନେ ଲୁଗାପଟାରୁ ଦୁର୍ଗନ୍ଧ ବାହାରୁଛି ? ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ୱର : ବର୍ଷା ଦିନେ ଭଲ ଖରା ନ ହେଲେ ଲୁଗାପଟା ଭଲ ଭାବେ ଶୁଖି ପାରେ ନାହିଁ। ବର୍ଷା ଲାଗି ରହିଲେ ପ୍ରାୟ ସମସ୍ତେ ଘର ଭିତରେ ଲୁଗାପଟା ଶୁଖାଇ ଥା’ନ୍ତି। ତେବେ ଫ୍ୟାନ୍‌ ଦେଲେ ବି ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଯୋଗୁ ଲୁଗାପଟା ଏତେ ଶୀଘ୍ର ଶୁଖେ ନାହିଁ। ଆଉ ଅଧିକ ସମୟ ଧରି ଓଦା ରହିବା ଯୋଗୁ ସେଥିରୁ ଏକ ପ୍ରକାରର ଦୁର୍ଗନ୍ଧ ଆସିଥାଏ। ତେଣୁ ସେଗୁଡ଼ିକୁ ପିନ୍ଧି ବାହାରକୁ ଗଲେ ନିଜକୁ […]

34566
ଜମ୍ମୁ କାଶ୍ମୀର ସମସ୍ୟା ବାବଦରେ ପାକିସ୍ତାନବାସୀଙ୍କୁ ମନର କଥା କହିବେ ଇମ୍ରାନ୍

ନୂଆଦିଲ୍ଲୀ: ଫ୍ରାନ୍ସରେ ଚାଲିଥିବା ଜି-୭ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆଜି ଭେଟଘାଟ ହୋଇଛି। ଏହି ଭେଟଘାଟକୁ ନେଇ ଅସୁରକ୍ଷିତ ମନେ କରିଛି ପାକିସ୍ତାନ। ଏଥିପାଇଁ ଏବେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀରରେ ଦେଖାଦେଇଥିବା ସମସ୍ୟା ବାବଦରେ ପାକିସ୍ତାନବାସୀଙ୍କୁ ନିଜର ମନର କଥା କହିବେ ଇମ୍ରାନ୍। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସୂଚନା ଏବଂ […]

123
ଇସ୍ରାଏଲକୁ ଖୋଲା ଧମକ ଦେଲା ଆତଙ୍କୀ ସଂଗଠନ, ‘ଆଜି ରାତିକୁ ଅପେକ୍ଷା କର..’

ବିରୁଟ୍‌: ଆମେରିକା ଓ ଇସ୍ରାଏଲ ଦ୍ୱାରା ଆତଙ୍କୀ ସଂଗଠନ ଘୋଷିତ ହୋଇଥିବା ହେଜବୋଲା ଖୋଲାଖୋଲି ଆକ୍ରମଣ ପାଇଁ ଧମକ ଦେଇଛି। ସିରିଆର ଇହୁଦି ପ୍ରଦେଶରେ ଇରାନ ଆକ୍ରମଣ କରିବ ବୋଲି ଇସ୍ରାଏଲ ଆଶଙ୍କା କରିଥିଲା। ଏହାକୁ ପ୍ରତିରୋଧ କରିବା ପାଇଁ ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା। ତେବେ ଏହି ଏୟାର ଷ୍ଟ୍ରାଇକ୍‌ରେ ଦୁଇ ଜଣ ହେଜବୋଲା ସଦସ୍ୟ ପ୍ରାଣ ହରାଇଥିବାରୁ ସଂଗଠନ ମୁଖ୍ୟ ଏହାର ବଦଲା ନେବାକୁ ପଣ କରିଛନ୍ତି। ସଂଗଠନର ମୁଖ୍ୟ ହାସନ ନଶରାଲ୍ଲା […]

aaykarbig2
ଆହୁରି ୨୨ ବରିଷ୍ଠ ଟ୍ୟାକ୍ସ ଅଧିକାରୀ ବିଦା: ବାଧ୍ୟତାମୂଳକ ଅବସର ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୨୨ ବରିଷ୍ଠ ଟ୍ୟାକ୍ସ ଅଧିକାରୀଙ୍କୁ କେନ୍ଦ୍ର ସରକାର ବିଦା କରିଛନ୍ତି। ଦୁର୍ନୀତି ଏବଂ କେତେକ ମାମଲାକୁ ଜାଣିଶୁଣି ଭୁଲ ଢ଼ଙ୍ଗରେ ନେବା ଅଭିଯୋଗରେ ୨୨ ଜଣ ବରିଷ୍ଠ ଟ୍ୟାକ୍ସ ଅଧିକାରୀଙ୍କୁ ଧାରା ୫୬(J) ଅନୁଯାୟୀ ବାଧ୍ୟତାମୂଳକ ଅବସର ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ସମାନ ଅଭିଯୋଗରେ ୨୭ ଜଣ ବରିଷ୍ଠ ଆଇଆରଏସ ଅଧିକାରୀଙ୍କୁ କେନ୍ଦ୍ର ସରକାର ବିଦା କରିଥିଲେ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୟାକ୍ସ କ୍ଷେତ୍ରରେ ‘ଜିରୋ ଦୁର୍ନୀତି’ ଉପରେ ଗୁରୁତ୍ୱ ଦେଇ […]

p-chidambaram-
ପୁଣି ଚିଦାମ୍ୱରମଙ୍କୁ ଝଟକା: ଅଗ୍ରୀମ ଜାମିନ ଆବେଦନକୁ ଖାରଜ୍ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମଙ୍କୁ ଆଜି ଜୋରଦାର ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଅଗ୍ରୀମ୍ ଜାମିନ ଆବେଦନକୁ ଖାରଜ୍ କରି ଦେଇଛନ୍ତି ସୁପ୍ରିମକୋର୍ଟ। ଯେହେତୁ ସେ ସିବିଆଇ ଦ୍ୱାରା ଗିରଫ ହୋଇସାରିଛନ୍ତି, ସେ କ୍ଷେତ୍ରରେ ଆଗୁଆ ଜାମିନ ଆବେଦନର ଯୌକ୍ତିକତା ନାହିଁ। ଏଣିକି ସେ ରେଗୁଲାର ଜାମିନ୍ ପାଇଁ ତଳ କୋର୍ଟରେ ଆବେଦନ କରିବା ଉଚିତ୍ ବୋଲି କୋର୍ଟ ଶୁଣାଣି ବେଳେ କହିଛନ୍ତି। ଜଷ୍ଟିସ୍ ଆର. ଭାନୁମତି […]

manmohan-1
ଢିଲା ହେଲା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସୁରକ୍ଷା ବ୍ୟବସ୍ଥା: ହଟିଲା ଏସ୍‌ପିଜି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ମନମୋହନ ସିଂହଙ୍କ ସୁରକ୍ଷା ବ୍ୟବସ୍ଥା ଢ଼ିଲା କରାଯାଇଛି। ତାଙ୍କର ସୁରକ୍ଷାରେ ନିୟୋଜିତ ଥିବା ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ ବା ଏସପିଜିକୁ ହଟାଇଛନ୍ତି କେନ୍ଦ୍ର ସରକାର। ତାଙ୍କ ଜୀବନ ପ୍ରତି ସେତେଟା ବିପଦ ନଥିବା ଦର୍ଶାଇ କେନ୍ଦ୍ର ସରକାର ସୁରକ୍ଷା ବ୍ୟବସ୍ଥାକୁ କୋହଳ କରିଛନ୍ତି। ଏବେ ମନମୋହନ ସିଂହଙ୍କ ସୁରକ୍ଷାରେ କେବଳ ସିଆରପିଏଫ୍ ନିୟୋଜିତ ରହିବେ। ଗୃହ ମନ୍ତ୍ରଣାଳୟ ବିଭିନ୍ନ ଏଜେନ୍ସି ଓ ଇନପୁଟ ସୁରକ୍ଷା ବାବଦରେ ନିଷ୍ପତି ନେଇଥାନ୍ତି। […]

mumbai-actors-sanjay-upcoming-launch-kalank-teaser_
ରାଜନୀତି କରିବେ ସଞ୍ଜୟ ଦତ୍ତ !

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ପୁଣିଥରେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି। ପାଖାପାଖି ୧୦ ବର୍ଷ ପରେ ସେ ପୁଣିଥରେ ରାଜନିତୀରେ ମନ ବଳାଇଛନ୍ତି। ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ଏହି ସମ୍ବନ୍ଧୀୟ ସୂଚନା ଦେଇଛନ୍ତି। ରାଷ୍ଟ୍ରୀୟ ସମାଜ ପକ୍ଷ (ଆର୍‌ଏସ୍‌ପି)ର ପ୍ରତିଷ୍ଠାତା ତଥା କ୍ୟାବିନେଟ୍ ମନ୍ତ୍ରୀ ମହାଦେବ ଜାନକର ଗତ ରବିବାର ଦିନ କହିଛନ୍ତି ଯେ, ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ସେପ୍ଟେମ୍ବର ୨୫ରେ ତାଙ୍କ ପାର୍ଟିରେ ଯୋଗ ଦେବେ। ଆର୍‌ଏସପି ହେଉଛି ଶାସକ ବିଜେପିର […]

theft
ଦୋକାନରୁ ଗାଡ଼ି ଚୋରି କରି ଚାଲିଆସିଲେ ହେଲେ ଛୁଆକୁ ଆଣିବାକୁ ଭୁଲି ଗଲେ ମହିଳା

ନୂଆଦିଲ୍ଲୀ: ଭଦ୍ର ବେଶରେ ଦୋକାନକୁ ଯାଇ ଦୋକାନୀଙ୍କ ଅନ୍ୟମନସ୍କତାରେ ଜିନିଷ ଚୋରି କରିଲେ। ଚୋରି ଜିନିଷ ଧରି ତରତର ହୋଇ ଦୋକାନ ବାହାରକୁ ଚାଲି ଗଲେ। ହେଲେ ଭୁଲିଗଲେ ଛୁଆ କଥା।…ଏମିତି ଏକ ମଜାଦାର ଘଟଣା ଘଟିଛି ନିଉଜର୍ସିରେ। ତିନିଜଣ ଭଦ୍ର ମହିଳା ନିଉଜର୍ସିର ‘ବାମ୍ବି ବେବି’ ନାମକ ଏକ ଦୋକାନକୁ ଯାଇଥିଲେ। ଦୁଇଜଣ ମହିଳା ଦୋକାନ କର୍ମଚାରୀ ସହ କଥାବାର୍ତ୍ତା ମାଧ୍ୟମରେ ତାଙ୍କ ନଜର ହଟାଇବାରେ ସଫଳ ହୋଇଥିବାବେଳେ ଅନ୍ୟଜଣେ ମହିଳା ଏକ ଷ୍ଟ୍ରୋଲର(ପିଲାଙ୍କ ଗାଡ଼ି) […]

Untitled-1
ମହାକାଶରେ ପ୍ରଥମ ଅପରାଧ: ତଦନ୍ତ କଲା ନାସା

ୱାଶିଂଟନ୍‌:ଅପରାଧ ତା’ର କାୟା ବିସ୍ତାର କରି ଚାଲିଛି। ଏହାର ପରିବ୍ୟାପ୍ତି ଏବେ ପୃଥିବୀରୁ ମହାକାଶଯାଏ ବିସ୍ତାରିତ ।  ଏଠାରେ କହିବାର ଅର୍ଥ ମହାକାଶରେ ବି ଘଟୁଛି ଅପରାଧ। ଏମିତି ଅଭିଯୋଗ ପ୍ରଥମ ଥର ପାଇଁ ଆସିଛି ଆମେରିକାରେ। ଆମେରିକାର ମହାକାଶଯାତ୍ରୀ ଏନି ମ୍ୟାକଲେନଙ୍କ ବିରୋଧରେ ଏପରି ଅଭିଯୋଗ ଆସିଛି। ଅନ୍ତରାଷ୍ଟ୍ରିୟ ସ୍ପେଶ ସେଣ୍ଟରରେ ତାଙ୍କର ୬ ମାସିଆ ନିଯୁକ୍ତି ସମୟରେ ସେ କୁଆଡେ ତାଙ୍କର ପୂର୍ବତନ ପତ୍ନୀଙ୍କର ବ୍ୟାଙ୍କ ଖାତାର ଯାଞ୍ଚ କରାଇଥିଲେ। ଏପରି ଅଭିଯୋଗର ତଦନ୍ତ […]

sushama-jaitley-vajpayee
୧୨ ମାସରେ ୧୨ରୁ ଅଧିକ ପ୍ରମୁଖ ନେତାଙ୍କୁ ହରାଇଲା ଦେଶ

ନୂଆଦିଲ୍ଲୀ: ୯ ଅଗଷ୍ଟରେ ଅସୁସ୍ଥତା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଗତ ୨୪ ତାରିଖ ପରଲୋକ ହୋଇ ଯାଇଛି। ତାଙ୍କ ବିୟୋଗରେ ସାରା ଦେଶରେ ଖେଳି ଯାଇଛି ଶୋକର ଲହରୀ । ନିକଟରେ ପୂର୍ବତନ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ମଧ୍ୟ ପରଲୋକ ହୋଇଥିଲା। ଏହା ଅତି ଦୁଃଖର କଥା ଯେ, ଗତ ଅଗଷ୍ଟ ୨୦୧୮ରୁ ଚଳିତ ଅଗଷ୍ଟ ମାସ ଅର୍ଥାତ୍‌ ୧୨ ମାସ ଭିତରେ ଦେଶ ୧୨ରୁ […]

sahauh
ଇଣ୍ଟେଲିଜେନ୍ସ ଏଜେନ୍ସିରେ କାମ କରିବେ ଶାହରୁଖ !

ନୂଆଦିଲ୍ଲୀ: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ ତାଙ୍କର ଅଭିନୟ କଳାରେ ଅନେକ ଲୋକଙ୍କ ହୃଦୟ ଜିତି ସାରିଲେଣି। ତାଙ୍କର ଅଭିନୟ ଦକ୍ଷତା ପାଇଁ ହିଁ ତାଙ୍କୁ ବଲିଉଡ୍‌ର କିଙ୍ଗ୍ ଖାନ ବୋଲି କୁହାଯାଏ। ହେଲେ ଏବେ ଲାଗୁଛି ଶାହାରୁଖ ଫିଲ୍ମ ସହ ଇଣ୍ଟେଲିଜେନ୍ସ ଏଜେନ୍ସି ପାଇଁ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।     View this post on Instagram   #Repost @redchilliesent ・・・ What is @iamsrk doing in an […]

chidambarm
କନ୍ନାଡୁକଥନରୁ ସଂସଦ ଭବନ-ଚିଦାମ୍ବରମ୍‌ଙ୍କ ଯାତ୍ରା

ଭୁବନେଶ୍ୱର : ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଗତକାଲି କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦାମ୍ୱରମଙ୍କୁ ଗିରଫ କରିଛି। ତାଙ୍କ ପୂରା ନାମ ପଲ୍ଲାନୀଅପ୍ପନ ଚିଦାମ୍ୱରମ୍। ୧୬ ସେପ୍ଟେମ୍ୱର ୧୯୪୫ରେ ତାମିଲନାଡୁର ଏକ ଛୋଟିଆ ଗାଁ କନ୍ନାଡୁକଥନରେ ସେ ଜନ୍ମଗ୍ରହଣ କରିଥିଲେ। ସେ କଂଗ୍ରେସର ଜଣେ ଦକ୍ଷ ନେତା ହେବା ସାଙ୍ଗକୁ ଦଳର କୋର ଗ୍ରୁପର ସଦସ୍ୟ ଅଛନ୍ତି। ତାମିଲନାଡୁର ଏହି କଂଗ୍ରେସ ନେତା ଏବେ ରାଜ୍ୟସଭା ସାଂସଦ ରହିଛନ୍ତି। ୨୦୦୪ ଓ ୨୦୦୯ର […]

ତଂଦନ
ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରାଙ୍କୁ ତୋପ ସଲାମି ବେଳେ ଫୁଟିଲାନି ଗୋଟିଏ ବି ଗୁଳି

ପାଟନା: ବିହାର ପୁଲିସକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ବୁଧବାର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ବେଳେ ସରକାରଙ୍କ ତରଫରୁ ରାଜକୀୟ ସମ୍ମାନ ଦିଆଯାଇଥିଲା। ଏହି କ୍ରମରେ ବିହାର ପୁଲିସ ତରଫରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା କିନ୍ତୁ ସଲାମି ବେଳେ ୨୧ଟି ରାଇଫଲରୁ ଗୋଟିଏ ବି ବନ୍ଧୁକରୁ ଗୁଳି ବାହାରି ନଥିଲା। ଏହି ସମୟରେ ନିଜେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଉପସ୍ଥିତ ଥିଲେ। ଶେଷକୃତ୍ୟରେ ଉପସ୍ଥିତ […]

modi
ଆଜିଠୁ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ, ୨୫ରେ ଜି-୭ ସମ୍ମିଳନୀରେ ଯୋଗ ଦେବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫ୍ରାନ୍ସ, ୟୁଏଇ, ବାହରିନ ଗସ୍ତରେ ଯିବେ। ଏହି ଗସ୍ତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା ଏହି ତିନୋଟି ଦେଶ କଶ୍ମୀର ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ସମର୍ଥନ କରିଥିଲେ। ଏହି ଗସ୍ତ ଅବସରରେ ଭାରତ ଅନେକ ପ୍ରସଙ୍ଗରେ ତିନି ଦେଶ ସହ ଦ୍ୱିପାକ୍ଷିକ ଚୁକ୍ତି କରିବ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଫ୍ରାନ୍ସରେ ଓହ୍ଲାଇବେ। ଫ୍ରାନ୍ସରେ ତାଙ୍କର ଦୁଇ ଦିନ କାର୍ଯ୍ୟଦିବସ ରହିଛି। ଏହି ସମୟରେ ଫ୍ରାନ୍ସ […]

rafel
ରାଫେଲ୍ ବିମାନ ଆଣିବା ପାଇଁ ଫ୍ରାନ୍ସ ଯିବେ ରାଜନାଥ ସିଂ ଓ ବିଏସ ଧନୋଆ

ନୂଆଦିଲ୍ଲୀ: ସେପ୍ଚେମ୍ବର ୨୦ରେ ଫ୍ରାନ୍ସ ଭାରତକୁ ଚୁକ୍ତି ଅନୁଯାୟୀ ରାଫେଲ୍ ବିମାନ ହସ୍ତାନ୍ତର କରିବ। ଏହା ପୂର୍ବରୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସଂହ ଏବଂ ଭାରତୀୟ ବାୟୁସେନାର ମୁଖ୍ୟ ବିଏସ ଧନୋଆ ଫ୍ରାନ୍ସ ଗସ୍ତରେ ଯିବେ। ଗତକାଲି ସରକାରଙ୍କ ତରଫରୁ ଏହି ସୂଚନା ମିଳିଛି। ସେପ୍ଟେମ୍ୱର ୨୦ରେ ପ୍ରତିରକ୍ଷା ମନ୍ତ୍ରୀ ଓ ବାୟୁସେନା ମୁଖ୍ୟଙ୍କୁ ବିମାନ ହସ୍ତାନ୍ତର କରିବେ ଡାସଲ୍ଟ ଏଭିଏସନ କମ୍ପାନୀର କର୍ତ୍ତୃପକ୍ଷ। ଫ୍ରାନ୍ସର ଡାସଲ୍ଟ ଏଭିଏସନ କମ୍ପାନୀ ଏହି ରାଫେଲ ବିମାନ ତିଆରି […]

1
ଗିରଫର ପ୍ରଥମ ରାତି ଚିଦାମ୍ବରମ ଯେଉଁ କୋଠାରେ ରହିଲେ, ତାହାକୁ ଦିନେ ସେ ଉଦ୍‌ଘାଟନ କରିଥିଲେ

ନୂଆଦିଲ୍ଲୀ: ସମୟ ଚକ୍ରରେ ଫସିଯାଇଛନ୍ତି ପୂର୍ବତନ ଗୃହମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ୍। ଗତକାଲି ନାଟକୀୟ ଢ଼ଙ୍ଗରେ ସିବିଆଇ ତାଙ୍କୁ ତାଙ୍କ ଦିଲ୍ଲୀ ବାସଭବନରୁ ଗିରଫ କରିଥିଲା। ସିବିଆଇ କାର୍ଯ୍ୟାଳୟରେ ତାଙ୍କ ରାତି କଟିଛି। ଆଜି ତାଙ୍କୁ କୋର୍ଟରେ ହାଜର କରିବ ସିବିଆଇ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୧୧ରେ ଦିଲ୍ଲୀରେ ଥିବା ଲୋଧିରୋଡର ପ୍ଲଟ ନମ୍ୱର ୫-ବି, ଷଷ୍ଠ ମହଲା, ସିଜିଓ କମ୍ପଲେକ୍ସରେ ଥିବା ସିବିଆଇ କୋଠାର ଉଦ୍‌ଘାଟନ ପି. ଚିଦାମ୍ୱରମ ନିଜେ କରିଥିଲେ । […]

hockey-1
ଅଲିମ୍ପିକ୍ ହକି ଟେଷ୍ଟ ଇଭେଣ୍ଟ ଜିତିଲା ଭାରତୀୟ ପୁରୁଷ ଟିମ୍

ଟୋକିଓ: ଭାରତୀୟ ପୁରୁଷ ହକି ଟିମ୍ ଏଠାରେ ଚାଲିଥିବା ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟ ଟାଇଟଲ୍ ଜିତିଛି। ବୁଧବାର ଓଇ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଭାରତ ୫-୦ ଗୋଲରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଚାମ୍ପିୟନ୍ ହୋଇଛି। ଏଥିସହ ଭାରତ ରାଉଣ୍ଡ୍ ରବିନ୍ ଲିଗ୍ ପର୍ଯ୍ୟାୟରେ ନ୍ୟୁଜିଲ୍ୟାଣ୍ଡଠାରୁ ମିଳିଥିବା ପରାଜୟର ମଧୁର ପ୍ରତିଶୋଧ ନେବାରେ ମଧ୍ୟ ସଫଳ ହୋଇଛି। ଆଜି ମ୍ୟାଚରେ ଭାରତ ପକ୍ଷରୁ ହରମନପ୍ରୀତ ସିଂହ (ସପ୍ତମ), ଶମଶେର୍ ସିଂହ (୧୮ତମ), ନୀଳକଣ୍ଠ ଶର୍ମା (୨୨ତମ) ଗୁରସାହିବଜିତ୍ ସିଂହ (୨୬ତମ) […]

tapasi
ପିଲାଦିନ ଫଟୋ ଶେୟାର କରି ତାପସୀ ଶୁଣିଲେ ଏମିତି କମେଣ୍ଟ

ନୂଆଦିଲ୍ଲୀ: ବଲିଉଡ୍‌ ଆକ୍ଟ୍ରିସ ତାପସୀ ପନ୍ନୁ ନିକଟରେ ତାଙ୍କର ଏକ ଫଟୋ ଇଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ସୋଶାଲ ମିଡିଆରେ ତାଙ୍କର ଏହି ଫଟୋ ଖୁବ୍‌ ଭାଇରାଲ ହୋଇଛନ୍ତି। ଏକ ଦୌଡ଼ ପ୍ରତିଯୋଗିତାରେ ବିଜୟୀ ହୋଇ ପୁରସ୍କାର ଗ୍ରହଣ କରୁଥିବା ଅବସରରେ ଏହି ଫଟୋଟି ଉଠାଯାଇଥିଲା। ତେବେ ଏହି ଫଟୋ ଏତିକି ପ୍ରମାଣିତ କରୁଛି ଯେ, ତାପସୀ ପିଲାଦିନରୁ ଖେଳ ଏବଂ ଫିଟ୍‌ନେସ ପ୍ରତି ସଚେତନ। ପ୍ରକୃତରେ ପିଲାଦିନର ଏଇ ଫଟୋରେ ତାପସୀ ଖୁବ୍ କ୍ୟୁଟ୍‌ ଲାଗୁଛନ୍ତି। […]

abhi
ଅଭିନନ୍ଦନଙ୍କୁ ଗିରଫ କରି ନିର୍ଯାତନା ଦେଇଥିବା ପାକ୍‌ ସୁବେଦାର ନିହତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ପିଓକେରୁ ଗିରଫ କରି ନିର୍ଯାତନା ଦେଇଥିବା ପାକ୍‌ ଯବାନ ସୁବେଦାର ଅହମ୍ମଦ ଖାନ୍‌ ନିହତ ହୋଇଛନ୍ତି। ପାକିସ୍ତାନ ସୀମାରୁ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ ପାଇଁ ସହଯୋଗ କରୁଥିବା ବେଳେ ସୁବେଦାର ଅହମ୍ମଦ ଖାନ୍‌ ଭାରତୀୟ ସେନା ଗୁଳିରେ ନିହତ ହୋଇଥିବା ଜଣାପଡ଼ିଛି। ଅଗଷ୍ଟ ୧୭ରେ ସୁବେଦାର ଅହମ୍ମଦ ଖାନ୍‌ ଏଲଓସିର ନକିଆଲ ସେକ୍ଟର ଠାରେ ପାକିସ୍ତାନୀ ଆତଙ୍କୀମାନଙ୍କୁ ଭାରତରେ ପ୍ରବେଶ ପାଇଁ ସହଯୋଗ କରୁଥିଲା। ଏହା ଜାଣିବା […]