• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

terror
ସର୍ବ ସମ୍ମୁଖରେ ପୋଲିସ ଉପରକୁ ଆଖିବୁଜା ଗୁଳିମାଡ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ପୁଣି ଆତଙ୍କୀମାନେ ଆକ୍ରମଣ । ସର୍ବ ସମ୍ମୁଖରେ ପୋଲିସ୍ ଉପରକୁ ଗୁଳି ମାଡ଼ କରିଛନ୍ତି  ଆତଙ୍କୀ ।  ଶ୍ରୀନଗରର ଏକ ଜନବହୁଳ ସ୍ଥାନରେ ଆତଙ୍କୀମାନେ ପୋଲିସ କର୍ମୀଙ୍କ ଉପରକୁ ଆଖିବୁଜା ଗୁଳିବର୍ଷା କରିଛନ୍ତି। ଅତି କମ ସମୟରେ ଏପରି  ଆକ୍ରମଣ କରି ଆତଙ୍କୀମାନେ ଫେରାର ହୋଇଯିବାରେ ସଫଳ ହୋଇଛନ୍ତି। ଏହି ଘଟଣାରେ ୨ ଜଣ ପୋଲିସ କର୍ମୀ ସହିଦ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ,  ଶ୍ରୀନଗର ବାଘତ ବାର୍ଜୁଲା ଅଞ୍ଚଳର ଏକ ଚା’ […]

Sibaji-KO
ଛତ୍ରପତି ଶିବାଜୀଙ୍କ ବୀରତ୍ୱର କାହାଣୀ: ଜାଣନ୍ତୁ; କେମିତି କୌଶଳ କରି ନିଜ ପୁଅକୁ କରିଥିଲେ ବନ୍ଦୀଶାଳାରୁ ମୁକ୍ତ 

ମହାନ୍ ଯୋଦ୍ଧା ଛତ୍ରପତି ଶିବାଜୀ। ମରାଠା ରାଜ୍ୟର ସ୍ଥାପକ ଓ ଶାସକ। ମରାଠା ଜାତିର ଗର୍ବ ଓ ଗୌରବ। ଶିବାଜୀଙ୍କ ବୀରତ୍ୱକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳେ। ଯେଉଁ କାହାଣୀରେ ଥାଏ ତାଙ୍କ ଉଦାର ହୃଦୟର ପରିଚୟ। ମାନବିକତାର ଚିତ୍ର। ବୀରତ୍ୱର ସ୍ଫୁଲିଙ୍ଗ। ଆଜି ଅର୍ଥାତ୍‌ ଫେବ୍ରୁଆରୀ୧୯ ତାରିଖ ଶିବାଜୀଙ୍କ ଜୟନ୍ତୀ। ଏଇ ଅବସରରେ ଆସନ୍ତୁ ଜାଣିବା ଦେବଦତ୍ତ ରଥଙ୍କ ଆଲେଖ୍ୟରୁ ଶିବାଜୀଙ୍କ ବୀରତ୍ୱର ଆଉ ଏକ ଫର୍ଦ୍ଦ । ଶିବାଜୀ ରାଜ ଭୋଁସଲେ ପଶ୍ଚିମ […]

new born baby
ଗର୍ଭବତୀ ହେବାର ୧୫ ମିନିଟ୍‌ ପରେ ସନ୍ତାନ ଜନ୍ମ ଦେଲେ ମହିଳା

ଜାକର୍ତ୍ତା: ଦଶମାସ ଗର୍ଭରେ ଧାରଣ କରିବା ପରେ ମା’ ତାର ସନ୍ତାନକୁ ଜନ୍ମ ଦେଇଥାଏ। ଏଇ ୧୦ ମାସର ମଧୁର ଯନ୍ତ୍ରଣା ଭିତରେ ମା’ ଟିଏ ପ୍ରତି ମୁହୂର୍ତ୍ତରେ ସନ୍ତାନର ସ୍ପର୍ଶକୁ ଅନୁଭବ କରିଥାଏ। ପୁଲକିତ ହେଉଥାଏ।  ହେଲେ ତାଙ୍କ ପାଇଁ ଏସବୁ କିଛି ଘଟି ନ ଥିଲା। ନା ତାଙ୍କର ଶାରୀରିକ ପରିବର୍ତ୍ତନ ଘଟିଥିଲା ନା ସେ ଅନୁଭବ କରି ପାରିଥିଲେ ଗର୍ଭ ଯନ୍ତ୍ରଣା। ମାତ୍ର ୧୫ ମିନିଟ୍‌ରେ ସେ ଗର୍ଭବତୀ ହୋଇଥିଲେ ଏବଂ ସନ୍ତାନ […]

petrol price hiked
ରାଜଧାନୀରେ ପେଟ୍ରୋଲ ଦର ୯୦ ଟପିଲା

ନୂଆଦିଲ୍ଲୀ: ଦେଶବାସୀଙ୍କ ଚିନ୍ତା ବଢାଇଛି ତୈଳଦର ବୃଦ୍ଧି। ଲଗାତାର ୧୧ ଦିନ ଧରି ବଢି ଚାଲୁଥିବା ତେଲଦର ଆଜି ୯୦ ଟପିଛି। ଆଜି ରାଜଧାନୀ ଦିଲ୍ଲୀରେ ତେଲ ଦର ୯୦ ଟପିଛି। ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପିଛା ୩୧ରୁ ୩୩ ପଇସା ବୃଦ୍ଧି ପାଇଛି। ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନର କହିବା ଅନୁଯାୟୀ, ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୧ ପଇସା ବୃଦ୍ଧି ପାଇ ୯୦.୧୯ରେ ପହଞ୍ଚିଛି। ସେହିପରି ଡିଜେଲ ଲିଟର ପିଛା […]

galwan
ପ୍ରଥମ ଥର ପାଇଁ ମାନିଲା ଚୀନ୍‌ ଗଲଓ୍ୱାନରେ କେତେ ସୈନ୍ୟଙ୍କୁ ହରାଇଥିଲା

ନୂଆଦିଲ୍ଲୀ: ଗତବର୍ଷ ପୂର୍ବ ଲଦାଖର ଗଲଓ୍ୱାନ ଘାଟିରେ ଚୀନ-ଭାରତ ସେନା ମୁହାଁମୁହିଁ ହୋଇଥିଲେ। ଠେଲାପେଲା ଏବଂ ଟେକା ପଥର ମାଡ ଘଟଣାରେ ଭାରତର ଅନେକ ଯବାନ ସହିତ ହୋଇଥିଲେ। ତେବେ ଚୀନ ପକ୍ଷରୁ ତାହାର ମୃତାହତ ସେନାଙ୍କର କୌଣସି ସୂଚନା ସରକାରୀ ଭାବେ ଦିଆଯାଇ ନ ଥିଲା। ଘଟଣାର ପ୍ରାୟ ଏକ ବର୍ଷ ପରେ ଚୀନ ଏହି ସତ୍ୟ ପଦାକୁ ଆଣିଛି । ଏହି ସଂଘର୍ଷରେ ୫ ଚୀନ ଅଧିକାରୀ ଓ ସୈନ୍ୟଙ୍କ ମୃତ୍ୟୁ ଘଟିଛି ବୋଲି […]

File image for representational purpose.
ସୋପିଆନରେ ୩ ଆତଙ୍କୀ ନିପାତ୍‌

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ସୋପିଆନ ଜିଲ୍ଲାରେ ଶୁକ୍ରବାର ସୁରକ୍ଷାକର୍ମୀ-ଆତଙ୍କୀ ମୁହାମୁହିଁ ହୋଇଛନ୍ତି।  ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଜମ୍ମୁ କାଶ୍ମୀରର ଜଣେ  ସ୍ୱତନ୍ତ୍ର ପୋଲିସ ଅଫିସର (SPO) ସହିଦ ହୋଇଛନ୍ତି। ଅନ୍ୟ ଜଣେ ଯବାନ ଗୁରୁତର ଅଛନ୍ତି। ପୋଲିସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ,  ସୋପିଆନ ଜଲ୍ଲାର ବଡଗାମ୍‌ରେ ସ୍ଥାନୀୟ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ମିଳିତ ଅପରେଶନ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ  ତିନି ଜଣ ଆତଙ୍କୀ ନିପାତ ହୋଇଛନ୍ତି। ସେମାନେ […]

maharastra minister
ଦୁଇ ଦିନ ତଳେ ନିଜ ଜନ୍ମଦିନ ପାଳିଥିଲେ ମନ୍ତ୍ରୀ, ଆଜି କରୋନା ରିପୋର୍ଟ ଆସିଲା ପଜିଟିଭ

ମୁମ୍ବାଇ:ମହାରାଷ୍ଟ୍ରରେ କରୋନା ଭାଇରସ୍ ପୁଣି ଥରେ କାୟା ବିସ୍ତାର କରିବାକୁ ଲାଗିଛି। ଏଥର ରାଜ୍ୟର ଜଳ ସଂପଦ ମନ୍ତ୍ରୀ  ଜୟନ୍ତ ପାଟିଲ କରୋନା ସଂକ୍ରମିତ ହୋଇଛନ୍ତି। ଗୁରୁବାର ସେ ଏହି ସୂଚନା ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାଟିଲ ଦୁଇ ଦିନ ତଳେ ନିଜ ଜନ୍ମଦିନ ଉତ୍ସବ ପାଳନ କରିଥିଲେ। କୁହାଯାଉଛି, ଉତ୍ସବ ସମୟରେ ମାସ୍କ ଏବଂ ସୋଶାଲ ଡିଷ୍ଟାନ୍ସିଂ ପାଳନ କରାଯାଇ ନ ଥିଲା। ମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି, ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ […]

lawer
ରାସ୍ତା ମଝିରେ ଓକିଲ ଦମ୍ପତିଙ୍କୁ ପିଟି ପିଟି ମାରିଦେଲେ

ହାଇଦ୍ରାବାଦ୍: କୋର୍ଟରୁ କାମ ସାରି ପତି-ପତ୍ନୀ ଫେରୁଥିଲେ ଘରକୁ। କିଛି ସମୟ ପରେ ଘରେ ହୁଏତ ପହଞ୍ଚିଥାନ୍ତେ। ହେଲେ ଅତର୍କିତ ଆକ୍ରମଣର ଶିକାର ହେଲେ ଦମ୍ପତି। କିଛି ଦୁର୍ବୃତ୍ତ ଗାଡିରୁ ଓହ୍ଲାଇ ଆକ୍ରମଣ କରିବା ଆରମ୍ଭ କଲେ। ପିଟି ଦମ୍ପତିକୁ ମାରି ଦେଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ରାସ୍ତାରେ ଲୋକେ ଦୃଶ୍ୟର ଭିଡିଓ ରେକର୍ଡିଂ କରୁଥିଲେ। ହେଲେ କେହି ଉଦ୍ଧାର କରିବା ପାଇଁ ଆଗେଇ ଆସି ନ ଥିଲେ। ଏପରି ଦୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି […]

bill gifted by couples
ରେଷ୍ଟୁରାଣ୍ଟରେ ୱେଟରକୁ ମିଳିଲା ଲକ୍ଷାଧିକ ଟଙ୍କାର ଟିପ୍‌ସ୍‌ !

ନୂଆଦିଲ୍ଲୀ: ହୋଟେଲକୁ ଖାଇବାକୁ ଯାଇ ୱେଟରକୁ ଲୋଭନୀୟ ଟିପ୍‌ସ୍‌ ଦେବା ପରି ଖବର ଅନେକ ସମୟରେ ସୋଶାଲ ମିଡିଆରେ ଦେଖିବାକୁ ମିଳିଥାଏ। ଏହାକୁ ନେଇ ଅନେକ ଲୋକ ଚର୍ଚ୍ଚାକୁ ଆସିଥିବା ବି ଆମେ ଦେଖିବାକୁ  ପାଇଥାଉ। କିଛି ଦିନ ତଳେ ଜଣେ ବ୍ୟକ୍ତି ୱେଟରକୁ  ଲକ୍ଷାଧିକ ଟଙ୍କାର ଟିପ୍‌ସ୍‌ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ବ୍ୟକ୍ତିଜଣକ ଅନେକ ବର୍ଷରୁ ଏହି ରେଷ୍ଟୁରାଣ୍ଟକୁ ଖାଇବାକୁ ଆସୁଛନ୍ତି। ଆଉ ଏହି ୱେଟର ଜଣକ ନିୟମିତ ତାଙ୍କ ସେବା ପାଇଁ ହାଜର ହୋଇଯାଏ। […]

shabanm
ସ୍ୱାଧୀନ ଭାରତର ପ୍ରଥମ ମହିଳାଙ୍କୁ ଫାଶୀ, ଏମିତି ଥିଲା ତାଙ୍କର ଜୀବନ କାହାଣୀ..

ନୂଆଦିଲ୍ଲୀ: ଏ କାହାଣୀ ଜଣେ ଯୁବତୀଙ୍କର।  ଯେଉଁ କାହାଣୀର ଆରମ୍ଭ ଅତ୍ୟନ୍ତ ଆନନ୍ଦ ଦାୟକ, ହେଲେ ପରିଣତି ହୃଦୟଥରା,   ଯନ୍ତ୍ରଣାଶିକ୍ତ। ଝିଅଟିଏ ଜୀବନରେ ଯାହା କିଛି ଚାହିଁଥାଏ, ତାଙ୍କ ପାଖରେ ସେ ସବୁ ଅଜାଡି ଦେଇଥିଲେ ଭଗବାନ । ଏମିତି ବାପା-ମା’ଙ୍କୁ ପାଇଥିଲେ ଯେଉଁମାନେ ଝିଅର ଖୁସି ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିଲେ। ସମାଜର ସବୁ ପ୍ରତିବନ୍ଧକକୁ ସାମ୍ନା କରି ବାପା-ମା’ ଝିଅକୁ ପାଠ ପଢାଇଥିଲେ। ନିଜ ଗୋଡରେ ଛିଡ଼ା ବି କରାଇଥିଲେ। ହେଲେ ହଠାତ୍‌ […]

maninder singh
ଲାଲ୍‌ କିଲ୍ଲାରେ ଖଣ୍ଡା ବୁଲାଉଥିବା ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗତମାସ ଜାନୁଆରୀ ୨୬ ତାରିଖରେ ଟ୍ରାକ୍ଟର ରାଲିରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଏହି ହିଂସା ଘଟଣାର ମୋଷ୍ଟ ୱାଣ୍ଟେଡ୍‌ ମନିନ୍ଦର ସିଂହଙ୍କୁ ପୋଲିସ ଗିରଫ କରିଛି। ହିଂସାକାଣ୍ଡ ସମୟର ଏକ ଭିଡିଓ ଭାଇରାଲ  ହୋଇଥିଲା । ଏଥିରେ ଦେଖିବାକୁ ମିଳିଥିଲା ମନିନ୍ଦର ୨ଟି ଖଣ୍ଡା ଧରି ଲାଲ କିଲ୍ଲା ଉପରେ ଚଢିବା ସହ ଦେଶ ବିରୋଧି ଭାଷଣ ଦେଇଥିଲେ। ଏଥିସହିତ  ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଦିଲ୍ଲୀର ସ୍ୱରୂପ ନଗର ଅଧିବାସୀ ମନିନ୍ଦର ଅନ୍ୟ […]

miss india runner up
ମିସ୍‌ ଇଣ୍ଡିଆ ରନର ଅପ୍‌ ମାନ୍ୟା; ଅଟୋ ପାଖକୁ ଆସି ବାପାଙ୍କ ଆଖିରୁ ଲୁହ ପୋଛିଲେ, ମା’ଙ୍କ ପାଦ ଛୁଇଲେ

ନୂଆଦିଲ୍ଲୀ: ସୁନ୍ଦରୀ ପ୍ରତିଯୋଗିତାରେ ଚମକ ଦେଖାଇଛନ୍ତି ଅଟୋ ଚାଳକଙ୍କ ଝିଅ।  ଫେମିନା ମିସ୍ ଇଣ୍ଡିଆ-୨୦୨୦ର ପ୍ରଥମ ରନର ଅପ ଟାଇଟାଲ୍ ପାଇଛନ୍ତି ମୁମ୍ବାଇର ମାନ୍ୟା ସିଂହ। ତେବେ ସେ  ଏଇ ଟାଇଟଲ ପାଇଁ କେବଳ ଚର୍ଚ୍ଚାରେ ନାହାନ୍ତି। ବରଂ ତାଙ୍କ ବ୍ୟକ୍ତିଗତ ଜୀବନଶୈଳୀ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ଅଛନ୍ତି। ମୁମ୍ବାଇରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ମାନ୍ୟାଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସବୁଠାରୁ ଖୁସିର କଥା କାର୍ଯ୍ୟକ୍ରମକୁ […]

bus accident
କେନାଲରେ ଖସି ପଡ଼ିଲା ବସ୍‌; ୩୨ ମୃତ

ଭୋପାଳ: ମଧ୍ୟ ପ୍ରଦେଶରେ ମଙ୍ଗଳବାର ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩୨ ଜଣଙ୍କର ମୃତ୍ୟୁ ଘଟିଛି। ସିଘିରୁ ସତନା ଯାଉଥିବା ଯାତ୍ରୀବାହୀ ବସ୍‌ଟି ବାଣସାଗର କେନାଲରେ ଖସି ପଡିଛି। ମିଳିଥିବା ସୂଚନା ଅନୁସାରେ ବସ୍‌ରେ ୬୦ ଜଣ ଲୋକ ଯାଉଥିଲେ। ସେମାନଙ୍କ ମଧ୍ୟରୁ ୩୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତ ବ୍ୟକ୍ତିଙ୍କ ପରିଜନଙ୍କୁ ୫ ଳକ୍ଷ […]

badla-nela-bharat
ଚେନ୍ନାଇରେ ଜବରଦସ୍ତ ବଦ୍‌ଲା ନେଲା ଭାରତ

ଚେନ୍ନାଇ: ଚେନ୍ନାଇରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ବିଜୟୀ ହୋଇଛି। ଆଜି ଚତୁର୍ଥ ଦିନରେ ଭାରତ, ଇଂଲଣ୍ଡକୁ ୩୧୭ ରନରେ ପରାସ୍ତ କରି ବଦଲା ନେଇଛି । ୪୮୨ ରନ୍ ପିଛା କରୁଥିବା ଇଂଲଣ୍ଡ ଟିମ୍ ଆଜି ଦ୍ୱିତୀୟ ଇନିଂସରେ ୧୬୪ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି । ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ଭ୍ରମଣକାରୀ ଦଳ ଠାରୁ ୨୨୭ ରନ୍‌ରେ ହାରିଥିଲା। ୨ୟ ଟେଷ୍ଟରେ ୪୮୨ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା […]