
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ଏକ ଭିନ୍ନ ମୋଡ଼ ନେଇଛି। ଏହି ଘଟଣାରେ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲି ଆଜି ବାନ୍ଦ୍ରା ପୁଲିସ୍ ଷ୍ଟେସନରେ ହାଜର ହୋଇଛନ୍ତି। ସଞ୍ଜୟ ଥାନାରେ ହାଜର ହେବା ପରେ ବାନ୍ଦ୍ରା ପୁଲିସ୍ ତାଙ୍କ ବୟାନ ରେକର୍ଡ କରିଛି। ସୁଶାନ୍ତ ମାନସିକ ଅବସାଦଗ୍ରସ୍ତ ଥିଲେ କି ନାହିଁ, ସେ ସମ୍ପର୍କରେ ତାଙ୍କୁ ଜେରା କରାଯାଇଥିବା ସୂଚନା ମିଳିଛି। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ସଞ୍ଜୟଙ୍କୁ ମିଶାଇ […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ରୀୟ କର୍ମଚାରୀଙ୍କ ଡିଅରନେସ ଆଲାଉନ୍ସ ବା DA ବୃଦ୍ଧି କରି ପାରନ୍ତି ସରକାର। ଯଦି ଏହି ଗୁଜବ ସତ ହୁଏ ତେବେ 7th ପେ କମିଶନ ଅନୁଯାୟୀ କେନ୍ଦ୍ର ସରକାରୀ କର୍ମଚାରୀଙ୍କର ୫ ପ୍ରତିଶତ DA ବୃଦ୍ଧି ଆଶା କରାଯାଉଛି। ଏହି ବର୍ଦ୍ଧିତ ଭତ୍ତା ଆସନ୍ତା ମାସ ଅର୍ଥାତ ଏପ୍ରିଲରୁ ଲାଗୁ କରାଯାଇପାରେ। କେନ୍ଦ୍ର ସରକାରୀ କର୍ମଚାରୀମାନେ ବର୍ତ୍ତମାନ ୧୭% DA ପାଉଛନ୍ତି। ତେବେ DA ବୃଦ୍ଧିକୁ […]
ନୂଆଦିଲ୍ଲୀ: ସାରା ଦେଶରେ ପେଟ୍ରୋଲ, ଡିଜେଲ ଦର ସର୍ବାଧିକ ବୃଦ୍ଧି ପାଇଛି। ପ୍ରାୟ ଅଧିକାଂଶ ଜାଗାରେ ତୈଳ ଦର ୯୦ ଟଙ୍କା ଉପରେ ରହିଛି। ରାଜଧାନୀ ଦିଲ୍ଲୀରେ ଡିଜେଲ ଲିଟର ପିଛା ଦର ୮୧.୪୭ ଟଙ୍କା ଥିବାବେଳେ ପେଟ୍ରୋଲ ଲିଟର ପିଛା ଦର ୯୧.୧୭ ଟଙ୍କା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ୯୭.୫୭ ଟଙ୍କା ଥିବାବେଳେ ଡିଜେଲ ଦର ୮୮.୬୦ ରହିଛି। ମଧ୍ୟପ୍ରଦେଶର ଭୋପାଲ ସହରରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ରହିଛି। ଏପରି […]
ଭୋପାଳ: ବିବାହ ପାଇଁ ବିୟୁଟି ପାର୍ଲରରେ ମେକ୍ଅପ୍ ନେଉଥିବା ବେଳେ ଜଣେ ଯୁବତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବତୀଙ୍କ ବୟସ ୨୫ ବର୍ଷ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ରବିବାର ରତଲାମ ଜିଲ୍ଲାର ରାଜାପୁର ଗାଁର ଜଣେ ଯୁବତୀଙ୍କ ବିବାହ ନାଗଦାର ଜଣେ ଯୁବକଙ୍କ ସହ ହେବାର ଥିଲା। ବିବାହ ସନ୍ଧ୍ୟାରେ ଥିବାବେଳେ ସକାଳେ ସମ୍ପୃକ୍ତ ଯୁବତୀ ଜଣକ ଭଉଣୀଙ୍କ ସହ ମେକଅପ୍ […]
ଭୁବନେଶ୍ୱର: ଆରମ୍ଭ ହୋଇଛି ଓଟିଭିର OTVର ବାର୍ଷିକ ସମ୍ମିଳନୀ ଫୋରସାଇଟ୍-୨୦୨୧। ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟ ଓ ଜାତୀୟସ୍ତରର ଏକାଧିକ ଚିନ୍ତାନାୟକ ବିଭିନ୍ନ ପ୍ରସଙ୍ଗକୁ ନେଇ ମାନସ ମନ୍ଥନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ପର୍ଯ୍ୟାୟରେ ଆଲୋଚନାର ବିଷୟ ରହିଛି ‘କୋଭିଡ-୧୯; ମାନବୀୟ ସାମର୍ଥ୍ୟ ବନାମ ଆପଦା’। ନିଜର ମତ ରଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଥିଲେ, କୋଭିଡ୍ ଯୁଦ୍ଧକୁ ବର୍ଷେ ୨ ମାସ ବିତିଲାଣି। ଭାରତର ସଫଳତାକୁ ନେଇ ବିଶ୍ୱରେ ଚର୍ଚ୍ଚା ହେଉଛି । […]