• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

accident
ଇନୋଭା ଉପରେ ଚଢିଗଲା ଡିଜେଲ ଭର୍ତ୍ତି ଟ୍ୟାଙ୍କର, ୭ ମୃତ

ମଥୁରା: ମଙ୍ଗଳବାର ବିଳମ୍ବିତ ରାତିରେ ଯମୁନା ଏକ୍ସପ୍ରେସ ୱେରେ ଭୟଙ୍କର ଦୁର୍ଘଟଣା ଘଟିଯାଇଛି ।  ଡିଜେଲ ନେଇ ଯାଉଥିବା ଏକ ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇଯାଇଛି। ଫଳରେ ଡିଭାଇଡର ଭାଙ୍ଗି ଯାଇ ଟ୍ୟାଙ୍କରଟି ଆଗ୍ରା ଆଡକୁ ଯାଉଥିବା ଏକ ଇନୋଭା ଉପରେ ଚଢି ଯାଇଛି। ଇନୋଭାରେ ଥିବା ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଖବର ପାଇ ଡିଏମ ନବନୀତ ଚହଲ ଏବଂ ଏସ୍‌ଏସ୍‌ପି ଗୌରବ ଗ୍ରୋଭର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ […]

kapil sharma in wheal chair
ଏୟାରପୋର୍ଟରେ ହୁଇଲ ଚେୟାରରେ କୁଆଡେ ଯାଉଛନ୍ତି କପିଲ ଶର୍ମା ? ଚିନ୍ତାରେ ଫ୍ୟାନ୍ସ

ନୂଆଦିଲ୍ଲୀ:କମେଡିଆନ କପିଲ ଶର୍ମାଙ୍କ ଏକ ଭିଡିଓ ଏବେ ଖୁବ ଭାଇରାଲ ହୋଇଛି।   ଭିଡିଓରେ ଦେଖିବାକୁ ମିଳିଛି, କମେଡି କିଙ୍ଗ କପିଲ ଶର୍ମା  ହୁଇଲ ଚେୟାରରେ ବସି ଏୟାରପୋର୍ଟ ବାହାରକୁ ଆସୁଛନ୍ତି। କପିଲ ଶର୍ମା ହୁଇଲ ଚେୟାରରେ ବସି ଏୟାରପୋର୍ଟ ବାହାରକୁ ଆସିବାବେଳେ ଖୁବ ବିବ୍ରତ ଏବଂ ଉଦାସ ଦେଖା ଯାଉଛନ୍ତି । ଏପରକି ତାଙ୍କର ଭିଡିଓ ରେକର୍ଡିଂ ଚାଲିଥିଲେ ମଧ୍ୟ କପିଲ କ୍ୟାମେରାମ୍ୟାନଙ୍କ ସହ କଥାବର୍ତ୍ତା କରି ନ ଥିଲେ। ଏହି ଭିଡିଓ କପିଲଙ୍କ ଫ୍ୟାନ୍ସଙ୍କୁ ଚିନ୍ତାରେ […]

imran
ଉଦାରତା ଦେଖାଇଲା ଭାରତ; ନିଜ ବାୟୁସୀମାରେ ଉଡ଼ିବା ଲାଗି ଇମ୍ରାନଙ୍କ ବିମାନକୁ ଦେଲା ଅନୁମତି

ନୂଆଦିଲ୍ଲୀ: ପାକିସ୍ତାନ ପ୍ରତି ପୁଣି ଉଦାର ମନୋଭାବର ପରିଚୟ ଦେଲା ଭାରତ।  ଭାରତୀୟ ବାୟୁସୀମାରେ ପାକିସ୍ତାନ ବିମାନକୁ ଉଡ଼ାଣ ଲାଗି ଅନୁମତି ଦେଲେ କେନ୍ଦ୍ର ସରକାର । ଯାହାଫଳରେ ଆଜି ଭାରତୀୟ ବାୟୁସୀମା ଦେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିମାନ ଉଡ଼ି ପାରିବ। ସୂଚନାଥାଉ କି, ଆଜି ଇମ୍ରାନ ଖାଁଙ୍କ ଶ୍ରୀଲଙ୍କା ଗସ୍ତ କାର୍ଯ୍ୟକ୍ରମ ଥିଲା।  ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପ୍ରଥମ ଥର ଲାଗି ଶ୍ରୀଲଙ୍କା ଗସ୍ତରେ ଯାଉଛନ୍ତି।  ତେଣୁ  ଭାରତୀୟ ବାୟୁସୀମା ଦେଇ […]

Suvarnabhumi Airport
ହିନ୍ଦୁ ଦେବତାଙ୍କ ନାମରେ ନାମିତ ବିଶ୍ୱର ଏକମାତ୍ର ବିମାନବନ୍ଦର ଯାହା ଭାରତରେ ନାହିଁ

ଭାରତରେ କୌଣସି  ବିମାନବନ୍ଦର ନାହିଁ ଯାହା ଭଗବାନଙ୍କ ନାମରେ ନାମିତ ହୋଇଛି। ଏବେ ଉତ୍ତରପ୍ରଦେଶରେ ଯୋଗୀ ସରକାର ଅଯୋଧ୍ୟାରେ ହେବାକୁ ଥିବା ଏୟାରପୋର୍ଟର ନାମ ଭଗବାନ ରାମଙ୍କ ନାମରେ ରଖିବା ପାଇଁ ଘୋଷଣା କରିଛନ୍ତି। ହେଲେ ଭାରତ ବାହାରେ ରହିଛି ଏମିତି ଏକ ଏୟାରପୋର୍ଟ, ଯାହା ଖାଲି ହିନ୍ଦୁଧର୍ମର ଦେବତାଙ୍କ ନାମରେ ନାମିତ କରାଯାଇନି, ବରଂ  ଏଠି ହିନ୍ଦୁ ଦେବଦେବୀଙ୍କ ପ୍ରତିମୂର୍ତ୍ତି ବି ରହିଛି।    ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟ ବଜେଟ ଉପସ୍ଥାପନ […]

corona positive
ପୁଣି କାୟା ମେଲାଉଛି କରୋନା; ଏଇ ରାଜ୍ୟରେ ୬୦ ପ୍ରତିଶତ ମନ୍ତ୍ରୀ ସଂକ୍ରମିତ

ନୂଆଦିଲ୍ଲୀ: ପୁଣି କାୟା ମେଲାଇଲାଣି କରୋନା।  ମହାରାଷ୍ଟ୍ର, କେରଳ, ଛତିଶଗଡ଼, ପଞ୍ଜାବ ଓ ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ ଯେପରି ବଢ଼ିବାରେ ଲାଗିଛି ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି।  ଲଗାତର ୬ ଦିନ ହେବ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ଦେଶରେ ଆକ୍ଟିଭ୍ କେଶ୍ ସଂଖ୍ୟା ୧.୫ ଲକ୍ଷ ଅତିକ୍ରମ କରିଛି । ଏହାକୁ ମିଶାରେ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧.୧୦ କୋଟି ଛୁଇଁଛି । ତେବେ ଚିକିତ୍ସାଧୀନ ସଂକ୍ରମିତଙ୍କ ମଧ୍ୟରୁ ୭୪ […]

111
ଭାରତୀୟ ଡାକ ବିଭାଗରେ ଖାଲି ପଡ଼ିଥିବା ଏହିସବୁ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ  ପକ୍ଷରୁ ଖାଲି ପଡିଥିବା ପଦବୀ ପାଇଁ ଆବେଦନପତ୍ର ଆହ୍ୱାନ କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ୨୦୨୧ ଏପ୍ରିଲ ୪ ତାରିଖ ପୂର୍ବରୁ ଆବେଦନ କରିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଡାକ ବିଭାଗରେ ଖାଲି ଥିବା ଡେସପାଚ୍‌ ରାଇଡର ((General Central Service Gr.C, Non- Gazetted, Non-MinisteriaI) ) ପଦବୀ ପାଇଁ ଯୋଗ୍ୟ ଭାରତୀୟ ନାଗରିକଙ୍କଠାରୁ ଆବେଦନପତ୍ର ଆହ୍ୱାନ କରାଯାଇଛି। ଖାଲି ପଡ଼ିଥିବା ୬ଟି ପଦବୀ ପାଇଁ […]

puducherry assembly
ପୁଡୁଚେରୀରେ ଭୁଶୁଡ଼ିଲା କଂଗ୍ରେସ ସରକାର, ବହୁମତ ସାବ୍ୟସ୍ତ କରି ପାରିଲେନି

ପୁଡୁଚେରୀ: ପୁଡୁଚେରୀରେ କ୍ଷମତା  ହରେଇଲା କଂଗ୍ରେସ। ଏକାଧିକ ବିଧାୟକ  ସୋମବାର ଇସ୍ତଫା ଦେବା ପରେ ଏଠାରେ ରାଜନୈତିକ ସଙ୍କଟ ଦେଖା ଦେଇଥିଲା। ଏ ନେଇ ସରକାର ସୋମବାର ଆସ୍ଥା ଭୋଟରେ ବହୁମତ ସାବ୍ୟସ୍ତ କରିବାର ଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ଭି.ନାରାୟଣସାମୀ ଏହା ପୂର୍ବରୁ ବିଧାନସଭାରୁ ବାହାରି ଯାଇଛନ୍ତି। ଏହା ପରେ ସେ  ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସୂଚନାଥାଉ କି, ଗତ ସପ୍ତାହରେ ଏକାଧିକ ବିଧାୟକ  ଇସ୍ତଫା ଦେବା ପରେ କଂଗ୍ରେସ ସରକାରରେ ସଙ୍କଟ ଦେଖା ଦେଇଥିଲା। […]

Pakistan Stock Exchange
ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜ୍ ବିଲ୍ଡିଂ‌ ଉପରେ ଆତଙ୍କୀ ହମ୍‌ଲା

କରାଚି: କରାଚି ସହରରେ ଥିବା ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜ୍ ବିଲ୍ଡିଂ‌ ଉପରେ ଆତଙ୍କୀ ହମ୍‌ଲା ହୋଇଛି। ଆଜି ସକାଳେ ଆତଙ୍କବାଦୀମାନେ ଏହି ହମ୍‌ଲା କରିଥିବା ଜଣାପଡ଼ିଛି। ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ଜଣେ ପୁଲିସ୍‌ ଅଧିକାରୀ ଓ ଜଣେ ସିକ୍ୟୁରିଟି ଗାର୍ଡ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆତଙ୍କବାଦୀମାନେ ଗ୍ରେନେଡ୍‌ ଓ ବନ୍ଧୁକ ସାହାଯ୍ୟରେ ଏହି ହମ୍‌ଲା କରିଛନ୍ତି। ଏହି ବିଲ୍ଠିଂ ହାଇ ସିକ୍ୟୁରିଟି ଜୋନ୍‌ରେ ରହିଛି। […]

pertol price
ଏଇ ସବୁ ରାଜ୍ୟରେ କମିଲା ତୈଳ ଦର

ନୂଆଦିଲ୍ଲୀ: ଗତ କିଛି ଦିନ ଧରି କ୍ରମାଗତଭାବେ ତୈଳଦର ବୃଦ୍ଧି ପାଇବା ପରେ ୨ ଦିନ ହେବ ଏଥିରେ ଲଗାମ ଲାଗିଛି। ଦେଶରେ ପେଟ୍ରୋଲ, ଡିଜେଲ ଦର ଆକାଶଛୁଆଁ ହୋଇଥିବାବେଳେ ଦୁଇଦିନ ହେଲା ଲୋକେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ତୈଳ କମ୍ପାନୀ ସୋମବାର ମଧ୍ୟ ପେଟ୍ରୋଲ ଡିଜେଲ ଦର ଅପରିବର୍ତ୍ତିତ ରଖିଛନ୍ତି। ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପିଛା ୯୦.୫୮ ଟଙ୍କା ଥିବାବେଳେ ଡିଜେଲ ଦର ୮୦.୯୭ ଟଙ୍କା ରହିଛି। ଶନିବାର ସୁଦ୍ଧା କ୍ରମାଗତ […]

loot at live telecast
ଲାଇଭ ଟେଲିକାଷ୍ଟ କରୁଥିଲେ, ବନ୍ଧୁକ ଦେଖାଇ ଲୁଟିନେଲା ଦୁର୍ବୃତ୍ତ

ଏକ୍ୟୁଏଡ଼ୋର: ଜଣେ ରିପୋର୍ଟର ଲାଇଭ ଟେଲିକାଷ୍ଟ କରୁଥିବାବେଳେ ଲୁଟ୍‌ର ଶିକାର ହୋଇଛନ୍ତି।  ବନ୍ଧୁକ ମୁନରେ ଦୁର୍ବୃତ୍ତ ତାଙ୍କଠାରୁ ଲୁଟି ନେଇଛନ୍ତି। ଘଟଣା ଘଟିଛି ଦକ୍ଷିଣ ଆମେରିକାର ଏକ ରାଜ୍ୟ ଏକ୍ୟୁଏଡୋରରେ। ସୋସିଆଲ ମିଡିଆରେ ଏହି ଭିଡିଓ ବେଶ ଭାଇରାଲ ହୋଇଛି। ଫେବ୍ରୁଆରୀ ୧୨ ତାରିଖ ଘଟଣା। ‘ଦ ସନ୍’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ‌ ଫୁ‌ଟବଲ ଷ୍ଟାଡିୟମ ବାହାରେ ରିପୋର୍ଟର ଜଣକ ରିପୋର୍ଟିଂ କରୁଥିଲେ। ସାମ୍ନାରେ କ୍ୟାମେରା ମ୍ୟାନ ରେକର୍ଡିଂ କରୁଥିଲେ।  ଏହି ସମୟରେ ହଠାତ ଲୁଟେରା […]

locker
‘ଲକର୍‌ ସୁରକ୍ଷା ଦାୟିତ୍ୱ ବ୍ୟାଙ୍କର, ଏଥିରୁ ଖସି ପାରିବେ ନାହିଁ’

ନୂଆଦିଲ୍ଲୀ: ବ୍ୟାଙ୍କ ଲକର ନିୟମରେ ବଡ ଧରଣର ପରିବର୍ତ୍ତନ କରାଯିବ। ବର୍ତ୍ତମାନ ଥିବା ବ୍ୟାଙ୍କ ଲକର ନିୟମରେ ଅସନ୍ତୋଷ ପ୍ରକାଶ କରି ୬ ମାସ ଭିତରେ ନୂଆ ନିୟମ ପ୍ରସ୍ତୁତ କରିବାକୁ ଆରବିଆକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ବ୍ୟାଙ୍କର ଲକର ବ୍ୟବସ୍ଥାକୁ ସାଧାରଣତଃ  ମଧ୍ୟମ ବର୍ଗର ପରିବାର ବ୍ୟବହାର କରିଥାନ୍ତି। ହେଲେ ଲକର ନିୟମର ଅବ୍ୟବସ୍ଥାକୁ ଦେଖି ସୁପ୍ରମକୋର୍ଟ ଏହାର ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।  ସୁପ୍ରିମକୋର୍ଟ କହିଛନ୍ତି, ବ୍ୟାଙ୍କ ଉପରେ ଭରସା କରି ଲୋକେ ଟଙ୍କା […]

injection
ଏଠି ମୃତ୍ୟୁ ଦଣ୍ଡ ଫାଶି ନୁହେଁ ଇଞ୍ଜେକ୍ସନ

ନୂଆଦିଲ୍ଲୀ: ମଥୁରା ଜେଲ୍‌ରେ ଥିବା ଶବନମ୍‌ଙ୍କୁ ମିଳିବ ଫାଶୀ। ସ୍ୱାଧୀନ ଭାରତର ପ୍ରଥମ ମହିଳା ଶବନମ  ତାଙ୍କ ଅପରାଧ ପାଇଁ ମୃତ୍ୟୁ ଦଣ୍ଡ ପାଇବେ। ଚଳିତ ମାସ ଶେଷ କିମ୍ବା ଆସନ୍ତା ମାସ ଆରମ୍ଭରେ ଫାଶୀ ଖୁଣ୍ଡରେ ଝୁଲି ପାରନ୍ତି ଶବନମ୍‌। ଭାରତରେ ଦୀର୍ଘବର୍ଷ ଧରି ମୃତ୍ୟୁ ଦଣ୍ଡ ପାଇଥିବା ବ୍ୟକ୍ତିଙ୍କୁ ଫାଶୀ ଖୁଣ୍ଟରେ ହିଁ ଝୁଲାଇ ଦିଆଯାଉଛି। ଅବଶ୍ୟ ଦେଶରେ ଫାଶୀର ଅନ୍ୟ ବିକଳ୍ପ ଉପରେ ଚର୍ଚ୍ଚା ହୋଇଥିଲା। କିନ୍ତୁ ବିଚାରବିମର୍ଷ ପରେ ଫାଶୀକୁ ଅଧିକ […]

petrol rate
ପୁଣି ଆଜି ବଢିଲା ପେଟ୍ରୋଲ, ଡିଜେଲ ଦର; ମୁମ୍ବାଇରେ ସର୍ବାଧିକ

ନୂଆଦିଲ୍ଲୀ: ତୈଳଦର ଯେମିତି କମିବାର ନାଁ ଧରୁନି। ଶନିବାର ଦ୍ୱାଦଶ ଦିନରେ ବି ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରୋଲ ଲିଟର ପିଛା ୩୯ ପଇସା ଏବଂ ଡିଜେଲ ୩୭ ପଇସା ବୃଦ୍ଧି ପାଇଛି । ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୯୦ ଟଙ୍କା ୫୦ ପଇସାରୁ ଅଧିକ ରହିଛି। ଓଡ଼ିଶାରେ ମଧ୍ୟ ତେଲ ଦର ଆକାଶଛୁଆଁ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର […]