• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

ntpc
NTPC ନିଯୁକ୍ତି 2021:  ୨୩୦ ପଦବୀ ପାଇଁ ଶୀଘ୍ର ଆବେଦନ କରନ୍ତୁ

ନୂଆଦିଲ୍ଲୀ: ନ୍ୟାସନାଲ ଥର୍ମାଲ୍ ପାୱାର୍ କର୍ପୋରେସନ୍ ଲିମିଟେଡ୍ (ଏନଟିପିସି) ରେ ୨୩୦ଟି ପଦବୀ ପାଇଁ ଆବେଦନ କରିବାର ସୁଯୋଗ ଆସନ୍ତା ଗୋଟିଏ  ଦିନରେ  ଶେଷ ହେବାକୁ ଥିବାବେଳେ ଆଗ୍ରହୀ ପ୍ରାର୍ଥୀମାନେ ଶେଷ ଦିନକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ । ଏହାର ବିଭିନ୍ନ ଷ୍ଟେସନ ଏବଂ ପ୍ରୋଜେକ୍ଟ ପାଇଁ ଆସିଷ୍ଟାଣ୍ଟ ଇଞ୍ଜିନିୟର୍ସ (ଇଓ ଗ୍ରେଡ୍) ଏବଂ ଆସିଷ୍ଟାଣ୍ଟ କେମିଷ୍ଟ (ଇଓ ଗ୍ରେଡ୍) ପଦବୀ ପାଇଁ NTPC ଆବେଦନପତ୍ର ଆମନ୍ତ୍ରଣ କରିଛି। ଆବେଦନ ପାଇଁ ଶେଷ ତାରିଖ […]

train
ଜାଣନ୍ତି, ଜେନେରାଲ ବଗି କାହିଁକି ଟ୍ରେନ୍‌ର ଆଗରେ ଏବଂ ପଛରେ ଲାଗିଥାଏ ?

ନୂଆଦିଲ୍ଲୀ: ଟ୍ରେନ୍‌ ଯାତ୍ରାର ଅନୁଭୂତି ପ୍ରାୟ ସମସ୍ତଙ୍କର ଥିବ। ହେଲେ ଏକ୍ସପ୍ରେସ ଏବଂ ସୁପରଫାଷ୍ଟ ଟ୍ରେନ୍‌ରେ ଜେନେରାଲ ବଗି ଟ୍ରେନ୍‌ର ଆଗରେ କିମ୍ବା ପଛରେ ଥାଏ- ଏକଥା ହୁଏତ ଅନେକଙ୍କ ନଜରକୁ ଆସି ନ ଥିବ । ଯଦି ଏହା ଜାଣିଥାନ୍ତି, କେବେ ଚିନ୍ତା କରିଛନ୍ତି ଟ୍ରେନ୍‌ର ଆଗରେ ଏବଂ ପଛରେ କାହିଁକି ଏହି ଜେନରାଲ ବଗି ଲାଗିଥାଏ ? ଏହି ଜେନରାଲ ବଗି ମଝିରେ କ’ଣ ଥାଏ ଜାଣିଛନ୍ତି ? ଟ୍ରେନ୍‌ର ଆଗରେ ପଛରେ ଜେନରାଲ […]

Kolkata fire
ରେଳବାଇ ବିଲ୍‌ଡିଂରେ ନିଆଁ ଲାଗି ୯ ମୃତ

କୋଲକାତା: ପଶ୍ଚିମବଙ୍ଗର କୋଲକାତାରେ ଗତକାଲି ସନ୍ଧ୍ୟାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ୯ ଜଣଙ୍କର ମୃତ୍ୟୁ ଘଟିଛି।  ଷ୍ଟ୍ରେଣ୍ଡ ରୋଡ୍ ସ୍ଥିତ ରେଳବାଇର ନ୍ୟୁ କୋଏଲାଘାଟ ବିଲ୍‌ଡିଂର ୧୩ ମହଲାରେ ନିଆଁ ଲାଗିବାରୁ ୯ଜଣଙ୍କ ଶୋଚନୀୟ ମୃୁତ୍ୟୁ ଘଟିଛି। ୯ ମୃତକଙ୍କ ମଧ୍ୟରେ ଅଛନ୍ତି ୪ ଜଣ ଅଗ୍ନିଶମ କର୍ମଚାରୀ, ୨ ଆରପିଏଫ ଓ ଜଣେ ଏଏସ୍‌ଆଇ। ସେହିପରି ୨ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଗତକାଲି ସନ୍ଧ୍ୟା ସମୟରେ ରେଳବାଇର ହାଉସ ଅଫିସ ଭାବେ […]

corona vaccine
ଆମେରିକାରେ ମିଳିଛି କରୋନା ଭାଇରାସର ଭୟଙ୍କର ରୂପ, ଭାକ୍ସିନ ବି କାମ କରି ନ ପାରେ

ଓରିଗାନ:କରୋନା ଭାଇରସକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ଶୁଣିବାକୁ ମିଳୁଛି । ଏବେ ଆମେରିକାରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଆମେରିକାର ଅରିଗାନ୍‌ରେ ବ୍ରିଟେନ୍‌ ଭାଇରସ୍‌ର ଏକ ନୂଆ ରୂପ ଦେଖିବାକୁ ମିଳିଛି ଯାହା ଆହୁରି ବେଶି ଭୟଙ୍କର ବୋଲି ବିଶେଷଜ୍ଞମାନେ କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କରୋନାର ଏହି ରୂପ ଏକ ନୂଆ ମ୍ୟୁଟେଶନ ସହ ମିଳିଛି। ଏହି ନୂଆ ମ୍ୟୁଟେଶନରେ ଭାକ୍ସିନର ପ୍ରଭାବ କମ ରହିବାର ଆଶଙ୍କା ରହିଛି। ଏ […]

french billionaire OlivierDassault
ରାଫେଲ କମ୍ପାନୀ ମାଲିକ ଅଲିଭର ଦସାଁଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ

ପ୍ୟାରିସ୍‌: ଫ୍ରାନ୍ସର କୋଟିପତିମାନଙ୍କ ମଧ୍ୟରୁ ଅନ୍ୟତମ ଅଲିଭର ଦସାଁ (Olivier Dassault)ଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ଖାଲି କୋଟିପତି ଭାବେ ପରିଚିତ ନୁହେଁ, ଚର୍ଚ୍ଚାରେ ଥିବା ରାଫେଲ ‍‍ଫାଇଟର ଜେଟ ତିଆରି କରୁଥିବା କମ୍ପାନୀର ମାଲିକ ହେଉଛନ୍ତି ଅଲିଭର ଦସାଁ। ଦସାଁ ଫ୍ରାନ୍ସ ସଂସଦର ସଦସ୍ୟ ମଧ୍ୟ ଅଛନ୍ତି। ଅଲିଭର ଦସାଁ ଛୁଟି କଟାଇବାକୁ ବାହାରକୁ ଯାଇଥିଲେ। ଏହି ସମୟରେ ତାଙ୍କର ନିଜ ହେଲିକପ୍ଟର ନାର୍ମଡି ଦୁର୍ଘଟଣାଗ୍ରସ୍ତ ହୋଇ ଯାଇଥିଲା। ଦସାଁଙ୍କ ମୃତ୍ୟୁରେ ଫ୍ରାନ୍ସର […]

11111
ଜମି ବିକିଲେ, କରଜ କଲେ ବାପା, ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପାଇଁ ଜୀବନ ଯୁଦ୍ଧରେ ହାରିଗଲା କୁନି ଝିଅ

ପ୍ରୟାଗରାଜ: ଅର୍ଥ ପାଇଁ କେତେ ନିଷ୍ଠୁର ହୋଇପାରେ ମଣିଷ ତାହାର ଏକ ଜ୍ୱଳନ୍ତ ଉଦାହରଣ । ଏମାନଙ୍କ ହାତରେ ରହିଛି ସ୍ୱାସ୍ଥ୍ୟସେବା ଦାୟିତ୍ୱ। ହେଲେ ସ୍ୱାସ୍ଥ୍ୟସେବା ନାଁରେ ଏମାନେ ମଣିଷଙ୍କ ରକ୍ତ ଶୋଷୁଛନ୍ତି। ମାନବୀୟ ସମ୍ପର୍କ ଏମାନଙ୍କୁ ଭାବପ୍ରବଣ କରିପାରୁନି। କାହାର ବିକଳ କାନ୍ଦଣା ଏମାନଙ୍କ ନିଷ୍ଠୁର ହୃଦୟକୁ ତରଳାଇ ପାରୁନି। ଏମାନଙ୍କ ଆଖିରେ ଗୋଟିଏ ଜିନିଷ ନାଚୁଥାଏ, ତାହା ହେଉଛି ଟଙ୍କା। ସେଥିପାଇଁ ତ  ଯନ୍ତ୍ରଣାରେ ଜର୍ଜରିତ କଅଁଳ ଶିଶୁର ବିକଳ କାନ୍ଦ ଏମାନଙ୍କ ହୃଦୟକୁ […]

mithun
ଗୋଟିଏ ମଞ୍ଚରେ ଏକାଠି ହେବେ ମୋଦି-ମିଥୁନ; ବିଜେପିରେ ମିଶିବେ କି ?

କୋଲକାତା: ବଲିଉଡ ଅଭିନେତା ତଥା ଟିଏମ୍‌ସିର ପୂର୍ବତନ ରାଜ୍ୟସଭା ସାଂସଦ ମିଥୁନ୍‌ ଚକ୍ରବର୍ତ୍ତୀ ବିଜେପିରେ ମିଶିବେ କି ? ଏ ନେଇ ଚାଲିଛି କଳ୍ପନାଜଳ୍ପନା।  ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କୋଲକାତା ବ୍ରିଗେଡ ପରେଡ ଗ୍ରାଉଣ୍ଡ ମଞ୍ଚରେ ମିଥୁନ୍‌ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ କି ନାହିଁ ସେ ନେଇ ଯଦିଓ ମିଥୁନ୍‌ ଚକ୍ରବର୍ତ୍ତୀ ସ୍ପଷ୍ଟ କରି ନାହାନ୍ତି, ତେବେ ମୋଦିଙ୍କ ମଞ୍ଚରେ ତାଙ୍କର […]

cbse exam
ଦଶମ, ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ସଂଶୋଧିତ ତାରିଖ ପ୍ରକାଶ କଲା ସିବିଏସ୍ଇ 

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଶୁକ୍ରବାର  ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ୨୦୨୧ ବୋର୍ଡ ପରୀକ୍ଷା ପାଇଁ ସଂଶୋଧିତ ତାରିଖ ଘୋଷଣା କରିଛି। ଏଠାରେ ଉଲ୍ଲେଖ କରାଯିବା ଜରୁରୀ ଯେ,  ଦଶମ  ଏବଂ ଦ୍ୱାଦଶ  ଶ୍ରେଣୀ ବୋର୍ଡ ପରୀକ୍ଷା ମେ’ ୪ ରୁ ଜୁନ୍ ୧୪, ୨୦୨୧ ମଧ୍ୟରେ ଅନୁଷ୍ଠିତ ହେବ । ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଦଶମ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ବିଜ୍ଞାନ ପରୀକ୍ଷା ମେ’ ୨୧ କୁ ଘୁଞ୍ଚାଇ ଦିଆଯାଇଛି। ଦଶମ […]

election sweet
ପଶ୍ଚିମବଙ୍ଗ ରାଜନୀତି: ରାଜନୈତିକ ତିକ୍ତତାରେ ଲାଗିଲା ମିଠା ମିଠା ସ୍ୱାଦ

କୋଲକାତା: ପଶ୍ଚିମବଙ୍ଗରେ ଏବେ ଜୋର ଧରିଛି ନିର୍ବାଚନୀ ତାତି । ତେଜୁଛି ପ୍ରଚାର ଯୁଦ୍ଧ। ତେବେ ଏହି ରାଜନୈତିକ ତିକ୍ତତାରେ ଏବେ ଲାଗିଛି ମିଠା ମିଠା ସ୍ୱାଦ। ମିଠା ଦୋକାନରେ ବି ଏଠି ନିର୍ବାଚନୀ ଝଲକ । ଭଳିକି ଭଳି ମିଠାରେ ଏବେ ଦେଖିବାକୁ ମିଳୁଛି ରାଜନୈତିକ ବାର୍ତ୍ତା। ତୃଣମୂଳ ହେଉ ବା ବିଜେପି, ବାମ ଦଳ ହେଉ କିମ୍ବା କଂଗ୍ରେସ । ସବୁ ପାର୍ଟିର ଚିହ୍ନ ଅନୁଯାୟୀ ପ୍ରସ୍ତୁତି ହୋଇଛି ଭିନ୍ନ ଭିନ୍ନ ପ୍ରକାରର ମିଠା […]

narendra modi- Mamata Banerjee
TMC ଅଭିଯୋଗ ପରେ କୋଭିଡ ଭାକ୍ସିନ ସାର୍ଟିଫିକେଟରୁ ହଟିବ ମୋଦିଙ୍କ ଫଟୋ

ନୂଆଦିଲ୍ଲୀ:କେତେକ ରାଜ୍ୟର କୋଭିଡ ଭାକ୍ସିନ ସାର୍ଟିଫିକେଟ ଉପରେ ଲାଗିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ହଟାଇବାକୁ ନିର୍ବାଚନ କମିଶନ ଆଦେଶ ଦେଇଛନ୍ତି। ବିଶେଷକରି ଯେଉଁ ରାଜ୍ୟ ମାନଙ୍କରେ ଆଗାମୀ କିଛି ସପ୍ତାହ ମଧ୍ୟରେ ନିର୍ବାଚନ ହେଉଛି ସେହି ରାଜ୍ୟକୁ ଏପରି  ନିର୍ଦ୍ଦେଶ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ପାଇଁ ଯେଉଁ ରାଜ୍ୟରେ ନିବାଚନ ଆଚରଣ ବିଧି ଲାଗୁ ହୋଇଛି ସେହି ସବୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଫଟୋକୁ କୋଭିଡ ଭାକ୍ସିନ ସାର୍ଟିଫିକେଟରୁ ହଟାଇବାକୁ ପଡ଼ିବ। ଏ ନେଇ ତୃଣମୂଳ […]

anganwadi centre
ଏଣିକି ଅଙ୍ଗନୱାଡ଼ି କେନ୍ଦ୍ରରେ ମିଳିବ ତାଜା ଫଳ ଓ ପନିପରିବା

ନୂଆଦିଲ୍ଲୀ:ଅଙ୍ଗନବାଡି କେନ୍ଦ୍ରରେ ଏଣିକି ପିଲା ଏବଂ ଗର୍ଭବତୀ ମହିଳାଙ୍କୁ ତାଜା ଫଳ ଏବଂ ପନିପରିବା ମିଳିବ। କେନ୍ଦ୍ର ସରକାରଙ୍କ ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରାଳୟ ଏପରି ନିଷ୍ପତି ନେଇଛନ୍ତି। ଏଥିପାଇଁ ଦେଶର ପ୍ରତି ଅଙ୍ଗନୱାଡ଼ି କେନ୍ଦ୍ରରେ ପୁଷ୍ଟିକର ଉଦ୍ୟାନ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଦେଶର ଗର୍ଭବତୀ ମହିଳା ତଥା ଛୋଟ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲା ଯାଇଛି। ପୂର୍ବରୁ ଏହି କେନ୍ଦ୍ରରେ ଛତୁଆ, […]

tamilnadu CM
ତାମିଲନାଡୁ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା AIADMK

ନୂଆଦିଲ୍ଲୀ: ତାମିଲନାଡୁରେ ରାଜନୈତିକ ପାଣିପାଗ ଏବେ ସରଗରମ ରହିଛି। ଏଠାରେ ନିବାଚନୀ ବିଗୁଲ ବାଜିବା ପରେ କିଏ ହେବ ପ୍ରାର୍ଥୀ ସେ ନେଇ କଳ୍ପନା ଜଳ୍ପନା ଚାଲିଥିଲା। ଏହି କଳ୍ପନା ଉପରେ ପାଣି ପକାଇ ଆଜି କ୍ଷମତାରେ ଥିବା AIADMK ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ AIADMK ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ସେ ୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। […]

ncb
ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା: ୧୨ ହଜାର ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା ଏନ୍‌ସିବି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ  (NCB) ନିଜ ପକ୍ଷରୁ ତଦନ୍ତ କରିଥିଲା। ତଦନ୍ତ ପରେ ଏନ୍‌ସିବି ଏ ସଂକ୍ରାନ୍ତ ଚାର୍ଜସିଟ୍‌ ମୁମ୍ବାଇ NDPS କୋର୍ଟରେ ଫାଇଲ୍‌ କରିଛି।୧୨  ହଜାର ପୃଷ୍ଠାର ଏଇ ଚାର୍ଜସିଟ୍‌ରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶା ଯାଇଛି। ଏହି ଦୁଇଜଣଙ୍କ ସମେତ ୩୩ ଜଣଙ୍କ ନାଁରେ […]

punjab-rafel
ରାଫେଲରେ ବସି ସ୍କୁଲ ଗଲେ କୁନି କୁନି ପିଲା

ନୂଆଦିଲ୍ଲୀ: ଆପଣ ଆକାଶରେ ଉଡୁଥିବା ଓ ପାଣିରେ ଭାସୁଥିବା ଜାହାଜ ଦେଖିଥିବେ । କେବେ ରାସ୍ତାରେ ଗଡ଼ୁଥିବା ଜାହାଜ ଦେଖିଛନ୍ତି ? ବୋଧହୁଏ ଦେଖି ନ ଥିବେ। ଏମିତି ଜାହାଜ ଦେଖିବାକୁ ମିଳିଛି ପଞ୍ଜାବ ଭଠିଣ୍ଡା ରାସ୍ତାରେ। ଏଇ ଜାହାଜକୁ ନେଇ ଏବେ ସବୁଠି ଚର୍ଚ୍ଚା । ନିଜ ସଉକ ପାଇଁ ଜଣେ ବ୍ୟକ୍ତି ତିଆରି କରିଛନ୍ତି ଫାଇଟର୍ ଜେଟ୍ ଭଳି ଦେଖାଯାଉଥିବା ଗାଡ଼ି । ଆଉ ଏହାର ନାଁ ରଖିଛନ୍ତି ପଞ୍ଜାବ ରାଫେଲ୍ । କଥାଟା […]