• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

22jawan-Sahid
ସୁକମାରେ ଯବାନ-ମାଓବାଦୀ ଗୁଳି ବିନିମୟ ଘଟଣା : ୨୨ ଯବାନ ସହିଦ୍ ସୂଚନା

ଛତିଶଗଡ଼ : ପୁଣି ରକ୍ତର ହୋଲି ଖେଳିଲେ ମାଓବାଦୀ।  ସୁକମାରେ ଯବାନ-ମାଓବାଦୀ ଗୁଳି ବିନିମୟ ଘଟଣାରେ ୨୨ ଜଣ ସହିଦ ହୋଇଥିବା ସୂଚନା ମିଳିଛି । ଗତକାଲି ଛତିଶଗଡ଼ର ତରେମ୍‌ ଜଙ୍ଗଲରେ ନକ୍ସଲ୍‌ମାନଙ୍କ ସହ ଗୁଳି ବିନିମୟରେ ଆଜି ସକାଳ ସୁଦ୍ଧା ୮ ଜଣ ଯବାନ ସହିଦ ହୋଇଥିଲେ । ଅନ୍ୟପଟେ  ୨୧ଜଣ ଯବାନ ନିଖୋଜ ହୋଇଥିବା କୁହାଯାଉଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଏହି ଗୁଳି ବିନମୟରେ ମୋଟ ୨୨ ଜଣ ଯବାନ ସହିଦ ହୋଇଥିବା […]

KASIM
ଭୁଲରେ ଭାରତ ସୀମାକୁ ପଶି ଆସିଥିଲା ପାକିସ୍ତାନ ନାବାଳକ, ଚକୋଲେଟ ଦେଇ ଫେରାଇ ଦେଲେ ଯବାନ

ଉତ୍ତେଜନା ଭିତରେ ମଧ୍ୟ ମାନବିକତାର ପରିଚୟ ଦେଲେ ଭାରତ-ପାକିସ୍ଥାନ ସୀମାରେ ମୁତୟନ ଭାରତୀୟ ବୀର । ଭୁଲବଶତଃ ପାକିସ୍ତାନର ଆଠ ବର୍ଷର ନାବାଳକ ରାଜସ୍ଥାନର ବାଡ଼ମେର ସୀମା ପାର କରି ଭାରତକୁ ଚାଲିଆସିଥିଲା । ଘରକୁ ଫେରୁଥିବା ଚିନ୍ତା କରି ପାକିସ୍ତାନ ବଦଳରେ ଭାରତରେ ପହଞ୍ଚିଯାଇଥିଲା । ଆଉ ସୀମାରେ ମୁତୟନ ଥିବା ଯବାନଙ୍କୁ ଦେଖି ଭୟରେ କାନ୍ଦିବାରେ ଲାଗିଥିଲା। ତେବେ ଯବାନମାନେ କୁନି ପୁଅକୁ ଦେଖି ତାକୁ ଆଦର କରିଥିଲେ । ଏବଂ ତାର କାନ୍ଦ […]

corona vaccine
କାମ କରୁନି କି କରୋନା ସଞ୍ଜିବନୀ ? ଟିକା ନେବା ପରେ ବି କାହିଁକି କବଳିତ କରୁଛି ମହାମାରୀ ?

ମହାମାରୀରୁ ରକ୍ଷା ପାଇବାକୁ ଆବଶ୍ୟକ ଭ୍ୟାକ୍ସିନ ରୂପୀ ସଞ୍ଜିବନୀ। କରୋନାକୁ ମାତ ଦେବାକୁ ଟିକାକରଣ ଏକ ମାତ୍ର ଉପାୟ ବୋଲି ଭୀତତ୍ରସ୍ତ ଜନତା ଚିନ୍ତା କରୁଥିଲେ। ଆଉ ସମସ୍ତଙ୍କ ପାଇଁ ଟିକା ଉପଲବ୍ଧ ହେବା ପରେ ଦେଶରେ ଖେଳିଯାଇଥିଲା ଖୁସିର ମାହୋଲ । ଆଉ ଏସବୁ ଭିତରେ ଭାରତର  କୋଣ ଅନୁକୋଣରେ ଟିକାକରଣ ଆରମ୍ଭ ହୋଇଯାଇଛି । ହେଲେ ଦୁର୍ଭାଗ୍ୟର ବିଷୟ ଭ୍ୟାକ୍ସିନ ନେବାପରେ ମଧ୍ୟ ଲୋକେ କରୋନାର ଶିକାର ହେଉଛନ୍ତି । କରୋନା ସଞ୍ଜିବନୀ କାମ […]

linkedin
କର୍ମଚାରୀଙ୍କୁ ବଡ଼ ଉପହାର ଦେଲା କମ୍ପାନୀ : ଆରାମ କରିବାକୁ ଏକ ସପ୍ତାହ ଛୁଟି

କର୍ମଚାରୀଙ୍କୁ ବହୁମୂଲ୍ୟ ଉପହାର ଦେଲା କମ୍ପାନୀ । ମାଇକ୍ରୋସପ୍ଟ ମାଲିକାନାରେ ଥିବା ସୋସିଆଲ ନେଟୱର୍କ  କମ୍ପାନୀ Linkedin ମହମାରୀ ପ୍ରାଦୁର୍ଭାବ ସମୟରେ କର୍ମଚାରୀଙ୍କୁ ଉପହାର ଦେବାପାଇଁ ନିଷ୍ପତ୍ତି ନେଇଛି । ପୁଣି ଥରେ କରୋନା ସଂକ୍ରମଣ ଉପରମୁହାଁ ଥିବାବେଳେ  ସାରା ବିଶ୍ୱରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ଏକ ସପ୍ତାହର ଛୁଟି ଦେବା ପାଇଁ ମନସ୍ଥ କରିଛି କମ୍ପାନୀ ।  ତେବେ କମ୍ପାନୀ ପ୍ରଦାନ କରୁଥିବା ଏହି ଛୁଟିରେ ରହିଲେ କୌଣସି ବି କର୍ମଚାରୀଙ୍କର ଦମରମା କଟିବ […]

maniknandan
କବଳିତ କରିପାରିଲାନି କ୍ଷମତା ଲୋଭ : ବିଜେପି ଟିକେଟ ଫେରାଇଦେଲେ ୱାଇନାଡ଼ ଯୁବକ

ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି । କ୍ଷମତା ଆଗରେ ରକ୍ତ ସମ୍ପର୍କ ବି  ତୁଚ୍ଛ । ନୀରିହ ଲୋକଙ୍କ ଆଶା, ଆକାଂକ୍ଷାକୁ ପାଦରେ ଦଳି  ବ୍ୟକ୍ତିଗତ ଆୟ ତଥା କ୍ଷମତା ବଢ଼ାଇବା ପାଇଁ ନେତାମାନେ ଏବେ ରାଜନୀତି କରିବାକୁ ବ୍ୟଗ୍ର । ତଥାପି ନିର୍ବାଚନୀ ତାତି ଭିତରେ ଏପରି ଜଣେ ନିଆରା ବ୍ୟକ୍ତିତ୍ୱ ସାମ୍ନାକୁ ଆସିଛନ୍ତି, ଯିଏ ଏସବୁ ଲୋଭ ଆଉ ମୋହରୁ ଉର୍ଦ୍ଧ୍ୱରେ । ରାଜନୀତି ରଙ୍ଗ ତାଙ୍କୁ ରଙ୍ଗୀନ କରିପାରିଲାନି। […]

china
ଲଦାଖ ପରେ ପିଓକେ ଜରିଆରେ ଭାରତକୁ ଘେରିବାକୁ ଚୀନର ଯୋଜନା

ଶ୍ରୀନଗର : ଚୀନର ଆଉ ଏକ ଷଡ଼ଯନ୍ତ୍ରର ଖୁଲାସା । ପିଓକେ ଜରିଆରେ ଭାରତକୁ ଘେରିବାକୁ ନୂଆ ଚାଲ କରୁଛି ପଡ଼ୋଶୀ ଦେଶ । ପିଓକେ ସ୍ଥିତ ସ୍କାର୍ଦ୍ଦୁ ରାସ୍ତାକୁ ସିଧାସଳଖ କାରାକୋରମ ହାଇୱେ ସହ ଯୋଡ଼ୁଛି, ଯଦ୍ୱାରା ଚୀନ ଓ ପାକିସ୍ତାନ ଲାଭବାନ ହୋଇପାରିବେ । କାରଗିଲ ଠାରୁ ସ୍କାର୍ଦ୍ଦୁର ଦୂରତା ମାତ୍ର ୧୦୦ କିଲୋମିଟର ହେଉଥିବା ବେଳ ଭାରତରେ ଅନୁପ୍ରବେଶ ପାଇଁ ନୂଆ ନୂଆ ଯୋଜନା କରୁଛି। ସାମରିକ ଗୁରୁତ୍ତ୍ୱ ବହନ କରୁଥିବା ଏହି […]

subhendu
ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ କାରକେଡ୍ ଉପରେ ଆକ୍ରମଣ

କୋଲକାତା: ପଶ୍ଚିମବଙ୍ଗରେ ପୁଣି ନିର୍ବାଚନୀ ହିଂସା । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କ ବିରୋଧରେ ଲଢୁଥିବା ଶୁଭେନ୍ଦୁ ଅଧିକାରୀଙ୍କ କାରକେଡ୍ ଉପରେ ଆକ୍ରମଣ ହୋଇଛି ।  ଶୁଭେନ୍ଦୁ ଅଧିକାରୀଙ୍କ କାରକେଡ଼୍ ଉପରକୁ ପଥର ମାଡ଼ କରିବା ସହ ତାଙ୍କର ଗାଡ଼ି ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ତେବେ ଆକ୍ରମଣରେ ଶୁଭେନ୍ଦୁ ଆହ୍ ହୋଇଥିବା ବେଳେକାରକେଡରେ ଥିବା ତାଙ୍କର  କିଛି ଗାଡିର କାଚ ଭାଙ୍ଗିଯାଇଛି । ଏହାସହ  ନନ୍ଦିଗ୍ରାମର କମଲପୁର ଠାରେ […]

bijnor
ବିଡ଼ା ବିଡ଼ା ଚକଚକିଆ ନୋଟ୍ ଦେଖି ଚୋରକୁ ହେଲା ହୃଦଘାତ . . ଆଉ ତା’ପରେ

ବିଜନୋର : ଆଖି ଆଗରେ ଥିଲା ପୁଳା ପୁଳା ଟଙ୍କା । ଏତେ ଟଙ୍କା କେବେ ଦେଖିନଥିବା ବେଳେ ଖୁସିରେ ଆତ୍ମହରା ହୋଇ ହୃଦଘାତର ଶିକାର ହେଲା ଚୋର । ଦେଢ଼ ମାସ ପୂର୍ବରୁ ଜନସେବା କେନ୍ଦ୍ରରୁ ହୋଇଥିବା ୧୩ ଲକ୍ଷ ଚୋରି ଘଟଣାର ଖୁଲାସା କରି ଏପରି ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛି ବିଜନୋର ପୋଲିସ । ଅନେକ ପରିଶ୍ରମ ପରେ ଚୋରି ହୋଇଥିବା ଟଙ୍କା, ବାଇକ୍ ସହ ଦୁଇ ଦୁର୍ବୃତ୍ତଙ୍କୁ ଧରିଛି ପୋଲିସ୍ । […]

gulabo sapera
ଜନ୍ମ ହେବା ପରେ ଜୀଅନ୍ତା ମାଟିରେ ପୋତି ଦେଇଥିଲେ, ହେଲେ ଏବେ....

ଜୟପୁର: ଆଜିର ଦିନରେ ମହିଳାମାନେ କୌଣସି ଗୁଣରେ ପୁରୁଷଙ୍କଠୁ କମ୍‌ ନୁହେଁ। ଅନେକ କ୍ଷେତ୍ରରେ ମହିଳାମାନେ ସେମାନଙ୍କର ଦକ୍ଷତା,ପାରଦର୍ଶିତା ଓ ପରିଶ୍ରମ ବଳରେ ପୁରୁଷଙ୍କୁ ପଛରେ ପକାଇ ସଫଳତାର ଶୀର୍ଷରେ ପହଞ୍ଚୁଛନ୍ତି,  ନିଜର ନାଁକୁ ଉଜ୍ଜ୍ୱଳ କରିପାରିଛନ୍ତି। ହେଲେ ଏମିତି ଏକ ଦିନ ଥିଲା ଯେତେବେଳେ ଝିଅମାନଙ୍କୁ ଅଭିଶାପ ଓ ବୋଝ ବୋଲି ଲୋକମାନେ ଭାବୁଥିଲେ। ଏଥିପାଇଁ ଅନେକ ସ୍ଥାନରେ ଝିଅମାନେ ଜନ୍ମ ହେବା କ୍ଷଣି ସେମାନଙ୍କୁ ମାରି ଦେଉଥିଲେ। ୧୯୬୦ ମସିହାରେ ରାଜସ୍ଥାନ ଅଜମୈର ଜିଲ୍ଲାର […]

rajnikant
ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଦାଦା ସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ:ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ଅଭିନେତା ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏ ସମ୍ପର୍କରେ ଏକ ପ୍ରେସମିଟରେ ଘୋଷଣା କରିଛନ୍ତି ।  ଆସନ୍ତା ୩ରେ ରଜନୀକାନ୍ତଙ୍କୁ ୫୧ ତମ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।ଭାରତୀୟ ସିନେ ଜଗତର ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ଦାଦା ସାହେବ ଫାଲକେ ପୁରସ୍କାର। କରୋନା ମହାମାରୀ ଯୋଗୁଁ ଚଳିତ ଥର ସମସ୍ତ ପୁରସ୍କାର […]

utkal divas
ଗୁମୁରି କାନ୍ଦୁଛି ଗଜପତି : ଉଭୟ ମାତୃଭୂମି ଏବଂ ମାତୃଭାଷା ବିପଦରେ

ମାତୃଭୂମି ଏବଂ ମାତୃଭାଷାକୁ ସୁରକ୍ଷା ଦେବାରେ ସରକାର ଯେତିକି ବିଫଳ, ଏଥିପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାରେ ତଥାକଥିତ ବୁଦ୍ଧିଜୀବି ସେତିକି ସମ୍ବେଦନହୀନ । ତେଣୁ ଆଜି ଉଭୟେ ମାତୃଭୂମି ଏବଂ ମାତୃଭାଷା ବିପଦରେ । ଏଭଳି କହିବାର ମାନେ ବୁଝିବାକୁ ହେଲେ ଓଡିଶାର ଏନ୍ତୁଡିଶାଳ କୁହାଯାଉଥିବା ପାରଳାଖେମୁଣ୍ଡି ସହରର ସ୍ଥିତିକୁ ଦେଖିବାକୁ ହେବ । ଏଠାରେ ଅଣଓଡିଆ ଭାଷାର ପ୍ରଭାବ ଏତେ ଯେ, ଓଡିଆ ଭାଷା ଏଠାରେ ନିଜର ପରିଚୟ ଖୋଜିବା ଭଳି ସ୍ଥିତି […]

utkal divas
ସ୍ମୃତି ସାଉଁଟୁଛି ଆଜିର ଓଡ଼ିଶା… ଖଣ୍ଡ ବିଖଣ୍ଡିତ ଉତ୍କଳରୁ ସ୍ୱତନ୍ତ୍ର ପ୍ରଦେଶ

ଓଡିଶା ଇତିହାସରେ ଏପ୍ରିଲ ୧ ତାରିଖ ଅବିସ୍ମରଣୀୟ ଦିନ। ୧୯୩୬ ଆଜିର ଦିନରେ ସାରା ଭାରତ ବର୍ଷରେ ପ୍ରଥମ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା ଆମ ରାଜ୍ୟ ଓଡିଶା। ଏହା ପୂର୍ବରୁ ଆଧୁନିକ ଭାରତରେ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ ନ ଥିଲା କହିଲେ ଚଳେ। ବିକ୍ଷିପ୍ତ ଭାବେ ରହିଥିଲା ଓଡ଼ିଆ ଭାଷାଭାଷୀ ଅଞ୍ଚଳ। କହିବାକୁ ଗଲେ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଥିଲା ଆମ ଉତ୍କଳ। ୧୫୬୮ ମସିହାରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ […]

gold
ପୁଣି ଚମକିଲା ସୁନା, ବଢ଼ିଲା ଦାମ୍‌

ନୂଆଦିଲ୍ଲୀ: କାରବାର ଆରମ୍ଭରୁ ଆଜି ମଧ୍ୟ ସୁନା, ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଦିନ ସାଢ଼େ ୧୧ଟାରେ Multi Commodity Exchange(MCX)ରେ ସୁନା ଦର ୪୨୦ ଟଙ୍କା ବୃଦ୍ଧି ସହ ପ୍ରତି ୧୦ ଗ୍ରାମକୁ ୪୫,୨୬୦ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ୧,୦୦୫ ଟଙ୍କା ବୃଦ୍ଧି ସହ ପ୍ରତି କିଲୋକୁ ୬୮,୨୩୨ ଟଙ୍କାରେ କାରବାର ଚାଲିଥିଲା। ଗତକାଲି ମଧ୍ୟ ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ଗତକାଲି ଡଲାର ତୁଳନାରେ ଟଙ୍କା ମୂଲ୍ୟରେ […]

kalburgi
ଗଛରେ ଝୁଲିଲା ପାଣି ମାଠିଆ; ଖରାଦିନେ ଆଉ ଶୋଷିଲା ରହିବେନି ପକ୍ଷୀ

କାଲାବୁର୍ଗି : ତାତି ବଢ଼ିଲେ ଖାଲି ମଣିଷ ନୁହେଁ ପକ୍ଷୀ ବି ପାଣି ପାଇଁ ଡହଳ ବିକଳ ହୁଅନ୍ତି । ପାଣି ଟୋପାଏ ପାଇଁ ଚାରିଆଡ଼େ ଜଳର ସ୍ରୋତ ଖୋଜି ବୁଲନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି  ଖରାଦିନରେ ପକ୍ଷୀଙ୍କ ତୃଷ୍ଣା ମେଣ୍ଟାଇବାକୁ ପ୍ରୟାସ କରାଯାଇଛି । ଗଛରେ ପାନୀୟ ଜଳ ପାତ୍ର ରଖି ସେଥିରେ ପାଣି ରଖାଯାଉଛି । କର୍ଣ୍ଣାଟକ କାଲାବୁର୍ଗି ମହାନଗର ନିଗମ ପକ୍ଷରୁ ଏଭଳି ନିଆରା ପ୍ରୟାସ କରାଯାଇଛି । ଆଗକୁ […]

corona
ପୁଣି ଡରାଇଲା କରୋନା : ଦିନକରେ ୫୩,୪୮୦ ଆକ୍ରାନ୍ତ; ୩୫୪ ମୃତ

ଦିନକରେ ୫୩,୪୮୦ ଆକ୍ରାନ୍ତ; ୩୫୪ ମୃତ ଦେଶରେ ଦିନକରେ ୫୩ ହଜାର ୪୮୦ ନୂଆ ଆକ୍ରାନ୍ତ ଚିହ୍ନଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୨୧ ଲକ୍ଷ ୪୯ ହଜାର ୩୩୫କୁ ବୃଦ୍ଧି ୨୪ ଘଣ୍ଟାରେ ୩୫୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଛି କରୋନା ସଂକ୍ରମଣ । ଦିନକରେ ୫୩ ହଜାର ୪୮୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ କରୋନାରେ ୩୫୪ ଜଣ ପ୍ରାଣ ହରାଇଛନ୍ତି । ତେବେ ନୂଆ ଆକ୍ରାନ୍ତଙ୍କୁ […]

train
୩୫ କି.ମି. ପଛୁଆ ଗଡ଼ିଲା ଟ୍ରେନ୍‌, ତା’ପରେ...

ଟନକପୁର: ୩୫ କି.ମି. ପର୍ଯ୍ୟନ୍ତ ପଛୁଆ ଗଡ଼ିଲା ଟ୍ରେନ୍‌। ଶେଷରେ ଟ୍ରେନ୍‌କୁ ଅଟକା ଯାଇଥିଲା। ଉତ୍ତରାଖଣ୍ଡର ଟନକପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ଦିଲ୍ଲୀରୁ ଟନକପୁର ଅଭିମୁଖେ ଯାତ୍ରା କରୁଥିବା ପୂର୍ଣ୍ଣାଗିରି ଜନ ଶତାବ୍ଦୀ ଏକ୍ସପ୍ରେସ୍‌ ବୁଧବାର ପାଖାପାଖି ୩୫ କି.ମି. ପର୍ଯ୍ୟନ୍ତ ପଛୁଆ ଗଡ଼ୁଥିବା ଦେଖିବାକୁ ମିଳିଥିଲା। ଶେଷରେ ଟ୍ରେନ୍‌କୁ ଉଧମ ନଗରର ଖତିମା ଷ୍ଟେସନରେ ଅଟକା ଯାଇଥିଲା। ଫଳରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ମିଳିଥିବା ସୂଚନା ଅନୁସାରେ, […]