• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

child
ରିମୋର୍ଟ ପାଇଁ ୩ ବର୍ଷ ଝିଅର ଜୀବନ ନେଲା ମା’

ବେଙ୍ଗାଲୁରୁ:ସାମାନ୍ୟ ରିମୋର୍ଟ ପାଇଁ ପିଶାଚୀ ସାଜିଲା ମା’। ବାପାଙ୍କ ପକ୍ଷ ନେଉଥିବା କୁନି ଝିଅକୁ ତଣ୍ଟି ଚିପି ମାରିଦେଲା । ନିର୍ମାଣାଧୀନ କୋଠାରୁ ୩ ବର୍ଷିୟ ଝିଅର ମୃତ ଦେହ ମିଳିବା ପରେ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ୍। ପଶ୍ଚିମ ବେଙ୍ଗାଲୁରରେ ଘଟିଛି ଏପରି ଅଭାବନୀୟ ଘଟଣା। ନିକଟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଟିଭି ରିମୋର୍ଟ ନେଇ ଝଗଡ଼ା ହୋଇଥିଲା, ଆଉ କୁନି ଝିଅଟି ସବୁଥର ପରି ଏଥର ବି ଖନି ଖନି ପାଟିରେ ବାପାଙ୍କ […]

puja
ପୂଜାଙ୍କ ସାଇକେଲରେ ବାଜିଲା ଗୁଳି : ଜୀବନ ସିନା ବଞ୍ଚିଗଲା, ୧୨ କିମି ଚାଲିଚାଲି ଯାଉଛନ୍ତି ସ୍କୁଲ

ଦଶମ ଶ୍ରେଣୀର ଝିଅ ପୂଜା। ଘର ତାଙ୍କର ଜଙ୍ଗଲ ଭିତରେ। ନକ୍ସଲ-ପୋଲିସ୍ ସଂଘର୍ଷ ବେଳେ ଅଳ୍ପକେ ସେ ରକ୍ଷା ପାଇଯାଇଛନ୍ତି। ଗୁଳିଟି ବାଜିଥିଲା ତାଙ୍କ ସାଇକେଲରେ। ଗୁଳି ଟାୟାର ଭିତରେ ପଶି ଚିରିଦେଇଛି। ଏବେ ସେ ୧୨ କିଲୋମିଟର ଚାଲିଚାଲି ଯାଉଛନ୍ତି ସ୍କୁଲ।

biggest-youtuber
ବୟସ ମାତ୍ର ୧୦ ବର୍ଷ : ମାସିକ ଆୟ ୧୮ କୋଟି

ଟେକ୍ସାସ : ବର୍ତ୍ତମାନ ଟଙ୍କା ଆୟ କରିବାର ପ୍ରମୁଖ ମାଧ୍ୟମ ପାଲଟିଛି ଡିଜିଟାଲ ପ୍ଲାଟଫର୍ମ । ଫଟୋ, ଭିଡ଼ିଓ ପୋଷ୍ଟ କରି ବି ଟଙ୍କା ଆୟ କରିବା କଥା ବୋଧହୁଏ କେହି ଚିନ୍ତା କରିନଥିବେ । ଯାହା ଆଜିକାଲି ସମ୍ଭବ ହୋଇପାରିଛି । କେବଳ ଏତିକି ନୁହେଁ ପିଲା ଠାରୁ ବୁଢ଼ା ଯାଏ ସମସ୍ତେ ଡିଜିଟାଲ ପ୍ଲାଟଫର୍ମରେ ଟଙ୍କା ଆୟ କରିପାରୁଛନ୍ତି । ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସସୀମା ରହୁନି କି କୌଣସି ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ […]

alwar
ପ୍ରେମ ପାଇଁ ସଜା : ଗ୍ୟାଙ୍ଗଷ୍ଟରକୁ ହୃଦୟ ଦେଇ ୨ ମାସ ଜେଲ ଦଣ୍ଡ ଭୋଗିଲେ ଡାକ୍ତରଙ୍କ ଅଲିଅଳି ଝିଅ

ଅଲୱର: ଗ୍ୟାଙ୍ଗଷ୍ଟରକୁ ପ୍ରେମ କରିବା ମହଙ୍ଗା ପଡ଼ିଲା । ଡାକ୍ତରଙ୍କ ଅଲିଅଳି ଝିଅକୁ ଦୁଇ ମାସ ଆଠ ଦିନ ଜେଲରେ ସଜା କାଟିବାକୁ ପଡ଼ିଲା । ଭୁଲରେ ଗ୍ୟାଙ୍ଗଷ୍ଟର ସହ ପ୍ରେକ ସମ୍ପର୍କ ଗଢ଼ି ଉଠିଥିବା କହିବା ପରେ ତାଙ୍କୁ ଜାମିନ ମିଳିଛି । ଗ୍ୟାଙ୍ଗଷ୍ଟର ପପଲା ଗୁର୍ଜରର ଗଲଫ୍ରେଣ୍ଡ ଜିଆ ବୁଧବାର ସନ୍ଧ୍ୟାରେ ଅଲୱର ସେଣ୍ଟ୍ରାଲ ଜେଲରରୁ ମୁକୁଳିଛନ୍ତି ।  ବୟଫ୍ରେଣ୍ଡ ଅପରାଧିକ ମାମଲରେ ଜଡ଼ିତ ଥିବା ଜାଣିନଥିଲେ ବୋଲି କହିଛନ୍ତି ଜିୟା । ଜେଲରୁ […]

ram mandir
ରାମ ମନ୍ଦିର ନିର୍ମାଣ ପାଇଁ ଖନନ ବେଳେ ମିଳିଲା ଏସବୁ ଜିନିଷ...

ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ଚାଲିଛି ଭବ୍ୟ ରାମ ମନ୍ଦିର। ମନ୍ଦିର ନିର୍ମାଣ ପାଇଁ ଖନନ କାର୍ଯ୍ୟ ଚାଲିଥିବା ବେଳେ ଏହି ସମୟରେ ପ୍ରାଚୀନ ପଥର ଖଣ୍ଡ ସମେତ କିଛି ଭାଙ୍ଗି ଯାଇଥିବା ମୂର୍ତ୍ତିର ଭଗ୍ନାବଶେଷ ମିଳିଥିବା ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମ Aaj Takର ଏକ ରିପୋର୍ଟ ଅନୁସାରେ, ମନ୍ଦିର ନିର୍ମାଣ ପାଇଁ ୪୦ ଫୁଟ ଗଭୀରତା ପର୍ଯ୍ୟନ୍ତ ନିଅଁ ଖୋଳା ଯିବା ସମୟରେ ଏକ ଚରଣ ପାଦୁକା, ପ୍ରାଚୀନ ପଥର ଖଣ୍ଡ ସମେତ କିଛି ଭାଙ୍ଗି […]

buffaloes-saved-the-owne
ବାଘୁଣୀର ଶକ୍ତ ପଞ୍ଝାରେ ଫଶିଥିଲେ ମାଲିକ, ମଇଁଷି ପଲ ମିଶି ଦେଲେ ନୂଆ ଜୀବନ

ଭୋପାଳ : ମାଲିକକୁ ନୂଆ ଜୀବନ ଦେଲେ ମଇଁଷି ପଲ । ସ୍ନେହର ଋଣ ଜୀବନ ବଞ୍ଚାଇ ଶୁଝିଦେଲେ । ମଧ୍ୟପ୍ରଦେଶର ଏକ ଛୋଟ ଗାଁରେ ବାଘୁଣୀର ଶକ୍ତ ପଞ୍ଜାରୁ ମାଲିକଙ୍କୁ  ରକ୍ଷା କରିଛନ୍ତି ମଇଁଷି ପଲ । ବାଘଙ୍କ ଗଡ଼ କୁହାଯାଉଥିବା ବାନ୍ଧବଗଡ଼ ବ୍ୟାଘ୍ର୍ୟ ସଂରକ୍ଷଣ ଜଙ୍ଗଲରେ ଏପରି ଘଟଣା ଘଟିଛି । ବାନ୍ଧବଗଡ଼ ଜଙ୍ଗଲ ନିକଟସ୍ଥ ଗାଁରେ ମଇଁଷି ପଲଙ୍କୁ ଚରାଇବାକୁ ଯାଇ ବାଘ ପଞ୍ଝାରେ ପଡ଼ିଯାଇଥିଲେ ଜଗୁଆଳି। ଉମରିଆ ଜିଲ୍ଲାର ବାନ୍ଧବଗଡ଼ ବ୍ୟାଘ୍ର୍ୟ […]

Corona
ପୁଣି ରେକର୍ଡ ଭାଙ୍ଗିଲା କରୋନା : ୨୪ ଘଣ୍ଟାରେ ୧,୨୬,୭୮୯ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ପୁଣି ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୨୬ ହଜାର ୭୮୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ମହାମାରୀ ୬୮୫ ଜଣଙ୍କର ଜୀବନ ନେଇଛି ।  ଗତ ୨୪ ଘଣ୍ଟାରେ ହୋଇଥିବା ୬୩୦ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୬୬,୮୬୨ରେ ପହଞ୍ଚିଛି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୯ ଲକ୍ଷ ୨୮ ହଜାର ପାର କରିଥିବା […]

sushant singh
‘ସୁଶାନ୍ତଙ୍କ ସହ ବ୍ରେକ୍‌ ଅପ୍‌ ପରେ ମୋ ଜୀବନର ସବୁକିଛି ଶେଷ ହୋଇ ଯାଇଥିଲା’

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ଏବେବି ରହସ୍ୟ ଘେର ଭିତରେ ଥିବାବାବେଳେ ଏକ୍ସ ଗର୍ଲଫ୍ରେଣ୍ଡ୍ ତଥା ଅଭିନେତ୍ରୀ‌ ଅଙ୍କିତା ଲୋଖଣ୍ଡେ ସୁଶାନ୍ତଙ୍କ ସହ ବ୍ରେକ୍‌ ଅପ୍‌କୁ ନେଇ ମୁହଁ ଖୋଲିଛନ୍ତି। ଟିଭି ଶୋ’ ‘ପବିତ୍ର ରିସ୍ତା’ରୁ ସୁଶାନ୍ତ ଓ ଅଙ୍କିତାଙ୍କ ମଧ୍ୟରେ ଭଲ ପାଇବା ଆରମ୍ଭ ହୋଇଥିଲା। ଦୀର୍ଘ ଦିନ ଧରି ଉଭୟ ଡେଟ୍‌ ମଧ୍ୟ କରିଥିଲେ। ହେଲେ କିଛିଦିନ ପରେ ସେମାନଙ୍କର ବ୍ରେକ୍‌ ଅପ୍‌ ହୋଇଯାଇଥିଲା। ବ୍ରେକ୍‌ ଅପ୍‌କୁ ନେଇ ଅନେକ କଥା […]

ଓଡ଼ିଆ ଝିଅ ସଙ୍ଗୀତା ମହାପାତ୍ର : ବାଙ୍ଗାଲୋରରେ ଟେକ୍ସଟାଇଲ୍ କମ୍ପାନୀ ମାଲିକ

ଓଡ଼ିଆ ଝିଅ। ପାଠ ପଢ଼ିଥିଲେ ବି-ଟେକ୍। ଏବେ ସେ ବାଙ୍ଗାଲୋରରେ ଜଣେ ସଫଳ ମହିଳା ଉଦ୍ୟୋଗୀ। ସେଠାରେ ସେ ପ୍ରତିଷ୍ଠା କରିଛନ୍ତି ଏକ ଟେକ୍ସଟାଇଲ୍ କମ୍ପାନୀ। ଆଉ ଏଥିରେ କାମ କରୁଥିବା ୪୨ ଜଣ କର୍ମଚାରୀଙ୍କ ମଧ୍ୟରୁ ୪୦ ଜଣ ହେଉଛନ୍ତି ମହିଳା। ସେମାନେ ମଧ୍ୟ ସବୁ ବି-ଟେକ୍ ଇଂଜିନିୟର। ଏହି ଓଡ଼ିଆ ଝିଅଙ୍କୁ ଉତ୍ସାହିତ କରିବାକୁ ତାଙ୍କର ଏହି ଭିଡିଓକୁ ଅଧିକରୁ ଅଧିକ ଲାଇକ୍ ଓ ସେୟାର କରିବା।

lockdown
ଏପ୍ରିଲ୍ ୧୮ ଯାଏ ଏହି ସ୍ଥାନରେ ବଢ଼ିଲା ଲକ୍‌ଡାଉନ୍‌

ବର୍ଲିନ: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜର୍ମାନୀରେ ଲକ୍‌ଡାଉନ୍ ଅବଧି ବଢ଼ା ଯାଇଛି। ଏପ୍ରିଲ୍ ୧୮ ଯାଏ ଲକ୍‌ଡାଉନ୍ ଅବଧି ବୃଦ୍ଧି କରାଯାଇଛି। ଏନେଇ ଚାନ୍ସଲର୍ ଆଞ୍ଜେଲା ମର୍କେଲ ଘୋଷଣା କରିଛନ୍ତି। ଜର୍ମାନୀର ୧୬ଟି ରାଜ୍ୟର ପ୍ରମୁଖଙ୍କୁ ନେଇ ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଇଷ୍ଟର ପାଇଁ ୫ ଦିନ ଛୁଟିରେ ଘରେ ରହିବାକୁ ଲୋକଙ୍କୁ ଅପିଲ୍ କରାଯାଇଛି। ଏହାସହ ବାହାରେ କିମ୍ବା ସାର୍ବଜନୀନ ସ୍ଥାନରେ ଉତ୍ସବ ପାଳନ ନ କରିବାକୁ କୁହାଯାଇଛି। […]

corona
ପୂର୍ବାପେକ୍ଷା ଅଧିକ ଭୟଙ୍କର କରୋନା ଲହରୀ : ସଂକ୍ରମିତ ହେଉଛନ୍ତି ଶିଶୁ, ଯୁବଗୋଷ୍ଠୀ, ଗର୍ଭବତୀ

ନୂଆଦିଲ୍ଲୀ: କରୋନା ଭାଇରସ୍ ପୂର୍ବାପେକ୍ଷା ଅଧିକ ଭୟଙ୍କର ରୂପ ନେଇଛି ।  ପ୍ରତିଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଏହାର ପ୍ରମାଣ ଦେଉଛି । ଦେଶରେ ତଥା ରାଜଧାଦୀ ଦିଲ୍ଲୀରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ଡାକ୍ତରମାନେ ଏନେଇ ଭିନ୍ନ ଭିନ୍ନ ମତପ୍ରକାଶ କରୁଛନ୍ତି । ଦିଲ୍ଲୀର ଲୋକନାୟକ ହସ୍ପିଟାଲର ଏମଡି ଡକ୍ଟର ସୁରେଶ କୁମାର କହିଛନ୍ତି, ଚଳିତ ଥର କରୋନା ଲହରୀ ସବୁଠାରୁ ଅଧିକ ଯୁବଗୋଷ୍ଠୀ, କୁନି ଶିଶୁ ଓ ଗର୍ଭବତୀ […]

ନାକ ତଳକୁ ଖସି ଯାଇଥିଲା ମାସ୍କ : ପୁଅ ସାମ୍ନାରେ ବାପାଙ୍କୁ ଅତି ନୃଶଂସ ଭାବେ ମାଡ଼ ମାରିଲା ପୋଲିସ୍

ଇନ୍ଦୋର: ବିଚ୍ ରାସ୍ତାରେ ବାପା ଉପରେ ବର୍ଷୁଥିଲା ବିଧା, ଗୋଇଠା । ପୋଷାକ ଫାଡ଼ି ନୃଂସଶ  ଭାବେ ଜଣେ ଅସହାୟ ଲୋକକୁ ମାରି ଚାଲିଥିଲେ ଖାକି ବର୍ଦ୍ଦିଧାରୀ ପୋଲିସ ବାବୁ । ଆଉ ଏସବୁ ଘଟୁଥିଲା କୁନି ପୁଅର ଆଖି ସାମ୍ନାରେ । କାନ୍ଦ କାନ୍ଦ ହୋଇ ମୋ ବାପାଙ୍କୁ ଛାଡ଼ିଦିଅ ଛାଡ଼ିଦିଅ କହି ନେହୁରା ହେଉଥିଲା, କିନ୍ତୁ ପୋଲିସ ବାବୁ ମାରିଚାଲିଥିଲେ । ପୋଲିସ ଠାରୁ ବାପାଙ୍କୁ ଛଡ଼ାଇବାକୁ ସବୁ ଚେଷ୍ଟା ବିଫଳ ହୋଇଥିଲା । […]

accident
ବସ୍-ଅଟୋ ମୁହାଁମୁହିଁ ଧକ୍କା; ୧୩ ମୃତ, ୪ ଗୁରୁତର

ଗ୍ୱାଲିଅର: ମଧ୍ୟପ୍ରଦେଶର ଗ୍ୱାଲିଅର ଜିଲ୍ଲାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍-ଅଟୋ ମୁହାଁମୁହିଁ ଧକ୍କା ହେବା ଯୋଗୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା ଓ ଅଟୋ ରିକ୍ସା ଡ୍ରାଇଭର ଅଛନ୍ତି। ଗ୍ୱାଲିଅରର ପୁରାନୀ ଛୱାନୀରେ ଏହି ଦୁର୍ଘଟଣା ଘଟିଛି। ବସ୍‌ଟି ମୋରେନା ଅଭିମୁଖେ ଯାଉଥିବା ବେଳେ ଅଟୋ ସହ ମୁହାଁମୁହିଁ ଧକ୍କା […]

old-age
ପ୍ରେମ ଦେଖେନି ବୟସ : ଦାମ୍ପତ୍ୟ ଜୀବନର ସଫଳତାର ସୂତ୍ର ବାଣ୍ଟୁଛନ୍ତି ବୃଦ୍ଧ ଦମ୍ପତି

ବୟସ ଅଧିକ ସତ୍ତ୍ୱେ ଦୁହେଁ ବେଶ ଚଳଚଂଚଳ ବୃଦ୍ଧ ଦମ୍ପତି ବାଣ୍ଟୁଛନ୍ତି ଦାମ୍ପତ୍ୟ ଜୀବନର ସଫଳତାର ସୂତ୍ର କହୁଛନ୍ତି କେମିତି ଅତୁଟ ରହିବ ସମ୍ପର୍କ ପ୍ରେମ ଦେଖେନି ବୟସ । ମନରେ ରହି ମନକୁ ଚୋରାଉଥିବା ମଣିଷ ପାଇଁ ହୃଦସ୍ପନ୍ଦନ ବାରମ୍ବାର ବଢ଼ୁଥାଏ ।  ପ୍ରେମ କରିବାରେ କୌଣସି ବୟସ ଦେଖାଯାଏନି । ବୟସ ବଢ଼ିବା ସଙ୍ଗେ ସଙ୍ଗେ ପ୍ରେମର ଦୃଷ୍ଟିକୋଣ ସିନା ବଦଳିଯାଏ ହେଲେ ପ୍ରେମରେ ମଳିନତା ପଡ଼େନି । ଅଙ୍କାବଙ୍କା ରାସ୍ତାରେ ସାଥୀ ହୋଇ ଜୀବନର ଶେଷ ମୁହୂର୍ତ୍ତରେ ଦୁନିଆକୁ […]

electic scooter
ଆସିଲା ନୂଆ ଫିଚର : ୫ ମିନିଟରେ ଫୁଲ ହେବ ବ୍ୟାଟେରୀ, ଦୌଡ଼ିବ ଇଲେକ୍ଟ୍ରିକ ସ୍କୁଟର

ନୂଆଦିଲ୍ଲୀ : ଏବେ ଚାଲିଛି ଇଲେକ୍ଟ୍ରିକ ସ୍କୁଟର ଜମାନା । ତେଲ ଦର ହୁ ହୁ ହୋଇ ବଢ଼ୁଥିବା ବେଳେ ଗାଡ଼ିରେ ତେଲ ପକାଇବା କଷ୍ଟକର ହୋଇପଡ଼ୁଛି । ଫଳରେ ଇଲେକ୍ଟ୍ରିକ ସ୍କୁଟର ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି ଲୋକେ । ଭାରତରେ ବଢ଼ୁଥିବା ଇଲେକ୍ଟ୍ରିକ ସ୍କୁଟରର ଚାହିଦାକୁ ଦୃଷ୍ଟିରେ ରଖି ଅଟୋମୋବାଇଲ କମ୍ପାନୀଗୁଡ଼ିକ ଭିନ୍ନ ଭିନ୍ନ ଇଲେକ୍ଟ୍ରିକ ସ୍କୁଟର ଲଂଚ କରୁଛନ୍ତି । ଭାରତରେ ଉପଲବ୍ଧ ହେଉଥବା ସ୍କୁଟଟରେ ଦୁଇ ପ୍ରକାର ବ୍ୟାଟରୀ ଦିଆଯାଉଛି […]

’ସ୍ତ୍ରୀର ଦାୟିତ୍ୱ ନେବା ଓ ତାକୁ ଆର୍ଥିକ ସହଯୋଗ କରିବା ସ୍ୱାମୀର କର୍ତ୍ତବ୍ୟ’

ଦିଲ୍ଲୀ: ସ୍ତ୍ରୀର ଦାୟିତ୍ୱ ନେବା ସ୍ୱାମୀର କର୍ତ୍ତବ୍ୟ । ସ୍ତ୍ରୀର ଖର୍ଚ୍ଚ ଉଠାଇବା ସହ ପିଲାଙ୍କୁ ଆର୍ଥିକ ସହାୟତା ଯୋଗାଇବା ସ୍ୱାମୀର ଦାୟିତ୍ୱ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଇଛନ୍ତି । କେବଳ ଏତିକି ନୁହେଁ ପତ୍ନୀର ଭରଣପୋଷଣ ଏବଂ ପିଲାମାନଙ୍କର ଯତ୍ନ ନେବା ଦାୟିତ୍ୱରୁ ସ୍ୱାମୀ ଓହରି ପାରିବେ ନାହିଁ ବୋଲି ଶୁଣାଣି ହୋଇଛି । ଜଷ୍ଟିସ୍ ସୁବ୍ରମଣ୍ୟମ୍ ପ୍ରସାଦ ତଳ ଅଦାଲତର ଏପରି ନିର୍ଦ୍ଦେଶନାମାକୁ କାଏମ ରଖିଛନ୍ତି । ଜଣେ ବ୍ୟକ୍ତି ତାଙ୍କଠାରୁ ଅଲଗା […]