• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Fire At Covid Hospital
କୋଭିଡ୍‌ ହସ୍ପିଟାଲ୍‌ରେ ନିଆଁ ଲାଗି ୪ ଜଣଙ୍କ ମୃତ୍ୟୁ

ନାଗପୁର: ମହାରାଷ୍ଟ୍ର ନାଗପୁରର ଏକ କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗତକାଲି ରାତି ପ୍ରାୟ ୮ଟା ବେଳେ ନାଗପୁର ସ୍ଥିତ ୱେଲ୍‌ ଟ୍ରିଟ୍‌ ହସ୍ପିଟାଲ୍‌ରେ ନିଆଁ ଲାଗି ଯାଇଥିଲା। ଏହାପରେ ତୁରନ୍ତ ସେଠାରେ ଚିକିତ୍ସିତ ହେଉଥିବା ୨୭ ଜଣ ରୋଗୀଙ୍କୁ ଅନ୍ୟ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସର୍ଟ ସର୍କିଟରୁ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟିଥିବା […]

Actress Chaitra Kotoor
ଫିନାଇଲ୍‌ ପିଇ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ମୁମ୍ବାଇ: ପୂର୍ବତନ କନ୍ନଡ ବିଗ୍‌ବସ୍‌ ପ୍ରତିଯୋଗୀ ତଥା ଅଭିନେତ୍ରୀ ଚୈତ୍ରା କଟ୍ଟୁର ଗୁରୁବାର ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ଗୁରୁବାର ଦିନ ଫିନାଇଲ୍‌ ପିଇ ଚୈତ୍ରା ନିଜ ଘରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଘଟଣା ଜଣାପଡ଼ିବା ପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। କିଛିଦିନ ତଳେ ବିଜ୍‌ନେସ୍‌ ମ୍ୟାନ୍‌ ନାଗାର୍ଜୁନ‌ଙ୍କୁ ଚୈତ୍ରା ବିବାହ କରିଥିଲେ ବୋଲି ପୋଲିସ୍‌ କହିଛି। ହେଲେ ଏହି ବିବାହ ସଙ୍ଗେସଙ୍ଗେ […]

health-workers
ବିଳମ୍ବିତ ରାତିରେ ୩ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ମାଓବାଦୀମାନେ ଅପହରଣ କରି ନେଇଥିବା ସୂଚନା

ବିଜାପୁର: ସିଆର୍‌ପିଏଫ୍‌ କୋବ୍ରା ୟୁନିଟ୍‌ର ଯବାନ ରାକେଶ୍ୱର ସିଂହ ମାନହାସ୍‌ଙ୍କୁ ଛାଡ଼ିବାର ୨୪ ଘଣ୍ଟା ନପୁରୁଣୁ ମାଓବାଦୀମାନେ ୩ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କରି ନେଇଥିବା ସୂଚନା ମିଳିଛି । ଛତିଶଗଡ଼ ବିଜାପୁର ୱେଡେଙ୍ଗେଲ ଥାନା ଅନ୍ତର୍ଗତ କଙ୍କାନାର ଗାଁରୁ ୩ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଯାଇଥିବା ପୋଲିସ୍‌ କହିଛି। ଏମାନଙ୍କଠାରୁ କିଛି ସୂଚନା ପାଇବା ପାଇଁ ନେଇଛନ୍ତି ନା […]

CoBRA Jawan Rakeshwar Singh
ମାଓବାଦୀଙ୍କ କବଳରୁ ଯବାନ ରାକେଶ୍ୱର ମୁକୁଳିବା ପରେ ପତ୍ନୀ କହିଲେ- ମୋ ଜୀବନର ସବୁଠୁ ଖୁସିର ଦିନ

ବିଜାପୁର: ମାଓବାଦୀଙ୍କ କବଳରୁ ମୁକ୍ତ ହେବା ପରେ ସିଆର୍‌ପିଏଫ୍‌ କୋବ୍ରା ୟୁନିଟ୍‌ର ଯବାନ ରାକେଶ୍ୱର ସିଂହ ମାନହାସ୍‌ଙ୍କୁ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି। ୫ ଦିନ ଲାଲ୍‌ବାହିନୀଙ୍କ କବଳରେ ରହିବା ପରେ ଗତକାଲି ସେ ମୁକୁଳିଥିଲେ। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ମଧ୍ୟସ୍ଥି ଏବଂ ସାମ୍ବାଦିକଙ୍କ ହାତରେ ରାକେଶ୍ୱର ସିଂଙ୍କୁ ଛାଡ଼ିଥିଲେ ମାଓବାଦୀ। ଏହା ପୂର୍ବରୁ ଟେକେଲଗୁଡ଼ା ଜଙ୍ଗଲରେ ଆଖାପାଖି ୨୦-୨୫ଟି ଗାଁର ପ୍ରାୟ ଅଢ଼େଇ ହଜାର ଲୋକଙ୍କୁ ନେଇ ଏକ ପ୍ରଜାକୋର୍ଟ ବସାଇଥିଲେ ମାଓବାଦୀ।  ସେହି ସ୍ଥାନକୁ ରାକେଶ୍ୱରଙ୍କୁ […]

doctors
୩୭ ଡାକ୍ତର କରୋନା ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ଅନ୍ୟ ଅନୁଷ୍ଠାନରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିକି କୋଭିଡ୍‌ ଯୋଦ୍ଧା ମଧ୍ୟ ମହାମାରୀ କରୋନାରେ‌ ଆକ୍ରାନ୍ତ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ନୂଆଦିଲ୍ଲୀ ସ୍ଥିତ ସାର୍ ଗଙ୍ଗାରାମ ହସ୍ପିଟାଲର ୩୭ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଚିନ୍ତା ବଢ଼ିଛି। ସେମାନଙ୍କ ମଧ୍ୟରୁ ୫ ଜଣ ଡାକ୍ତରଙ୍କୁ ଚିକିତ୍ସା ପାଇଁ ମେଡିକାଲ୍‌ରେ ଭର୍ତ୍ତି […]

school
ପାର୍କର ଭ୍ରମ ସୃଷ୍ଟି କରୁଛି ସ୍କୁଲ୍‌ ବଗିଚା

ଭଳି କି ଭଳି ଫୁଲ ଫୁଟିଛି, ପନିପରିବା ବି ଫଳିଛି। ଲାଗିଛି ୩୦ ପ୍ରକାର ଫୁଲ ଓ ୧୦ ପ୍ରକାର ପରିବା ଗଛ। ଯେଉଁଠି ଦିନେ ଘାସ ଓ ଅନାବନା ଗଛରେ ଭରି ରହିଥିଲା ଏବେ ତାହା ପାର୍କର ଭ୍ରମ ସୃଷ୍ଚି କରୁଛି। ଦେଖନ୍ତୁ ଏହି ଭିଡିଓ