ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ ବିଶାଳ ସୁଡ଼ଙ୍ଗ ତିଆରି ହେବ। ସୁଡ଼ଙ୍ଗ ଜରିଆରେ ସଂସଦକୁ ଯିବାଆସିବା କରିବେ ଦେଶର ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତି। କଡ଼ା ସୁରକ୍ଷା ବଳୟରେ ରାଜରାସ୍ତା ଦେଇ ଆଉ ତାଙ୍କୁ ଯିବାକୁ ପଡ଼ିବ ନାହିଁ। ସଂସଦ ଭବନରୁ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତି ଆବାସ ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ନିର୍ମାଣ କରାଯିବାର ଯୋଜନା କରାଯାଉଛି। ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କ ଗାଡି ସଂସଦରୁ ବାହାରିବା ସମୟରେ ସାଧାରଣ ଜନତାଙ୍କ ଯିବାଆସିବାରେ ଯେପରି କୌଣସି ବ୍ୟାଘାତ ସୃଷ୍ଟି ନହୁଏ, […]
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳ ଦର ବୃଦ୍ଧି ଯୋଗୁ ଭାରତରେ ପେଟ୍ରୋଲ ଓ ଡିଜେଲ୍ ଦରରେ ବୃଦ୍ଧି ଘଟିଛି। ଲଗାତାର ସପ୍ତମ ଦିନ ପାଇଁ ଦେଶରେ ଆଜି ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୬ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ୍ ୨୯ ପଇସା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ବର୍ତ୍ତମାନ ପେଟ୍ରୋଲ ଦର ଲିଟର ପିଛା ୮୮ ଟଙ୍କା ୯୯ ପଇସା ଓ ଡିଜେଲ୍ ଦର ୭୯ […]
ମୁମ୍ବାଇ: ମହାରାଷ୍ଟ୍ରର ଜଲ୍ଗାଓଁ ଜିଲ୍ଲାରେ ଟ୍ରକ୍ ଓଲଟି ୧୬ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଏକ ଅମୃତଭଣ୍ଡା ବୋଝେଇ ଟ୍ରକ୍ରେ ଶ୍ରମିକମାନେ ଯାଉଥିବା ବେଳେ ଜଲ୍ଗାଓଁ ଜିଲ୍ଲାର ୟାୱାଲ୍ ତାଲୁକାର କିନ୍ଗାଓଁ ନିକଟରେ ଟ୍ରକ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ୧୬ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକମାନେ […]
ମୁମ୍ବାଇ: କିଛିଦିନ ତଳେ ବଲିଉଡ୍ ଅଭିନେତା ବରୁଣ ଧୱନ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ବେଳେ ଏବେ ଆଉ ଜଣେ ବଲିଉଡ୍ ସେଲିବ୍ରେଟି ବିବାହ କରିବାକୁ ଯାଉଛନ୍ତି। ଅଭିନେତ୍ରୀ ଦୀୟା ମିର୍ଜା ଆସନ୍ତାକାଲି ଦ୍ୱିତୀୟ ବିବାହ କରିବେ ବୋଲି ବୋଲି ଶୁଣିବାକୁ ମିଳିଛି। ବିଜ୍ନେସ୍ ମ୍ୟାନ୍ ବୈଭବ ରେଖିଙ୍କୁ ସେ ବିବାହ କରିବେ ବୋଲି ଜଣାପଡ଼ିଛି। SpotboyE.comର ରିପୋର୍ଟ ଅନୁସାରେ, ଫେବୃଆରୀ ୧୫ ଅର୍ଥାତ୍ ଆସନ୍ତାକାଲି ଦୀୟା ମୁମ୍ବାଇରେ ବୈଭବଙ୍କୁ ବିବାହ କରିବେ। ବିବାହ ଉତ୍ସବରେ କେବଳ […]
ଲକ୍ଷ୍ନୌ: ତାଜମହଲରୁ ମିଳିଲାନି ବୋମା। ପ୍ରେମର ପ୍ରତୀକ ତାଜମହଲ ପରିସରରେ ବୋମା ଥିବା ଖବର ସମ୍ପୂର୍ଣ୍ଣ ମିଛ । ଛାନଭିନ ପରେ ପୁଣି ଥରେ ତାଲମହଲକୁ ପର୍ଯ୍ୟଟକଙ୍କ ପାଇଁ ଖୋଲି ଦିଆଯାଇଛି। ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହୋଇଛି। ତାଜମହଲ ପରିସରରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳି ନଥିବା ସୂଚନା ଦେଇଛନ୍ତି ଆଗ୍ରା ଜୋନ୍ ଏଡିଜି। ଫୋନ ଯୋଗେ ମିଥ୍ୟା ଖବର ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ ବର୍ତ୍ତମାନ ଗିରଫ କରିଛି ଏବଂ ତାଙ୍କୁ ପଚରାଉଚରା କରାଯାଉଛି। ବୋମା ଥିବାର […]
୭୫ ବର୍ଷିୟ ଜେଜେମା’ଙ୍କ ଜୋରଦାର ପଞ୍ଚ ପର୍କିସନସ ରୋଗକୁ ମାତ ଦେବାକୁ ୬ ବର୍ଷ ଧରି ବକ୍ସିଂ କରୁଛନ୍ତି ନାନ୍ସି ଷ୍ଟ୍ରେଟନ୍ ବୟସ୍କ ମହିଳାଙ୍କୁ ବକ୍ସିଂ ରିଙ୍ଗରେ ଦେଖି ହତବାକ୍ ଦେଖଣାହାରୀ ଚମ ଧୁଡ଼ୁ ଧୁଡ଼ୁ କରୁଛି। ଆଖି ଭିତରକୁ ପଶିଯାଇଛି। ତଥାପି ବକ୍ସିଂ ରିଙ୍ଗରେ ଜୋରଦାର ପଞ୍ଚ କରି ଯୁବକଙ୍କୁ ଘାଇଲା କରୁଛନ୍ତି ୭୫ ବର୍ଷିୟ ନାନ୍ସି ଷ୍ଟ୍ରେଟନ୍। ଏ ବୟସରେ କେହି କେହି ଚଲାବୁଲା କରିବା କଷ୍ଟକର ହୋଇପଡ଼ୁଥିବେ ବେଳେ ସେ ଯେପରି ବକ୍ସିଂ […]
କୁର୍ନୁଲ: ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଯୋଗୁ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ସୂଚନା ମିଳିଛି। ଆଜି ଭୋର ୪ଟା ସମୟରେ କୁର୍ନୁଲ ଜିଲ୍ଲା ମାଦରପୁର ଗାଁରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ସରକାରୀ ଜେନେରାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ପ୍ରଖର ବକ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କର ଭାଷଣ ଦେବାର ଶୈଳୀ ଖୁବ୍ ଚମତ୍କାର । ନିଜର ନିଆରା ଭାଷଣ ଦେବାର ଶୈଳୀ ପାଇଁ ପ୍ରଧାନମନ୍ତ୍ରୀ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । କୌଣସି ବିରତି ନନେଇ ଘଣ୍ଟା ଘଣ୍ଟା ସେ ଅନବରତ ଭାଷଣ ଦେଇପାରନ୍ତି। ଯେଉଁ କାର୍ଯ୍ୟକ୍ରମରେ ମୋଦି ଯୋଗ ଦିଅନ୍ତି, ଭାଷଣ ଶୁଣିବା ପାଇଁ ଲୋକଙ୍କ ଭିଡ଼ ଜମେ। ତେବେ କିଛି ଲୋକ ଏଥିପାଇଁ ତାଙ୍କୁ […]
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ଆଶ୍ୱସ୍ତି। ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖାରଜ କଲେ ସୁପ୍ରିମକୋର୍ଟ। ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ମାମଲାର କୋର୍ଟ କହିଛନ୍ତି, ସରକାରଙ୍କ ରାୟ ବିରୋଧରେ ଯାଇ ନିଜର ବିଚାର ଅଭିବ୍ୟକ୍ତିକୁ ଉପସ୍ଥାପନ କରୁଥିବା ବ୍ୟକ୍ତିକୁ ଦେଶଦ୍ରୋହୀ କୁହାଯିବ ନାହିଁ। ଧାରା ୩୭୦ ଉଚ୍ଛେଦ ସଂକ୍ରାନ୍ତରେ ଦେଇଥିବା ମନ୍ତବ୍ୟ ଶୁଣାଣି କରି ଏପରି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ବିଚାରପତି ସଞ୍ଜୟ […]
ଆଜି ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜା। ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟା ଓ ବୁଦ୍ଧିର ଦେବୀ ମା’ସରସ୍ୱତୀଙ୍କ ଉପାସନା କରାଯାଏ। ଏହି ଉପାସନା ପର୍ବକୁ ଅନେକ ସ୍ଥାନରେ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ। କୁହାଯାଏ, ମା’ ବାଗ୍ଦେବୀଙ୍କୁ ପୂଜା କଲେ ବିଦ୍ୟା ଓ ବୁଦ୍ଧି ଲାଭ ହୁଏ। ହିନ୍ଦୁ ଧର୍ମ ଅନୁସାରେ, ବସନ୍ତ ପଞ୍ଚମୀର ବହୁତ ମହତ୍ୱ ଅଛି। ଶାସ୍ତ୍ର ଅନୁସାରେ, ବସନ୍ତ ପଞ୍ଚମୀ ଦିନ ମା’ ସରସ୍ୱତୀ ଜନ୍ମଗ୍ରହଣ କରିଥିଲେ। ବସନ୍ତ ପଞ୍ଚମୀର […]
ଅଭିନେତ୍ରୀ ତାପସୀ ପାନ୍ନୁଙ୍କ ଘରେ ଆୟକର ଚଢ଼ଉ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଘରେ ଓ ଅଫିସରେ ମଧ୍ୟ IT ରେଡ୍ ନିର୍ଦ୍ଦେଶକ ବିକାଶ ବେହେଲଙ୍କ ଘରେ ବି ଚଢ଼ଉ ଚାଲିଛି ଆୟକର ଫାଙ୍କି ଅଭିଯୋଗରେ ଏକକାଳୀନ ଯାଞ୍ଚ ୫୦ରୁ ଅଧିକ ଅଧିକାରୀ ରେଡରେ ସାମିଲ୍ ମୁମ୍ବାଇ: ବଲିଉଡ଼ରେ ଆୟକର ରେଡ୍ । ଅଭିନେତ୍ରୀ ତାପସୀ ପାନ୍ନୁ ଓ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଘରେ ଆୟକର ଚଢ଼ଉ । ଉଭୟଙ୍କ ଘର ଓ ଅଫିସରେ ଚଢ଼ଉ ହୋଇଛି। ନିର୍ଦ୍ଦେଶକ […]