ନୂଆଦିଲ୍ଲୀ : ଦେଶରେ ପୁଣି କାୟା ମେଲାଉଛି କରୋନା। ରେକର୍ଡ ପରେ ରେକର୍ଡ କରି ଚାଲିଛି ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୬ ହଜାର ୯୫୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ସଂକ୍ରମଣ ସଂଖ୍ୟା ୧.୧୬ କୋଟିରୁ ଅଧିକ ହୋଇଯାଇଛି । ତେବେ ସବୁଠାରୁ ଚିନ୍ତାର ବିଷୟ ହେଲା ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଦିନକରେ ୨୧୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଆଉ ଏକ ସଫଳତା । ବଡ଼ି ଭୋରରୁ ପୋଲିସର ଏନକାଉଣ୍ଟରରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ। ମୃତ ଆତଙ୍କବାଦୀମାନେ ଲସ୍କର ଇ ତଏବା ସଂଗଠନର ସକ୍ରିୟ ସଦସ୍ୟ ବୋଲି ଜାମ୍ମୁ ଓ କାଶ୍ମୀର ପୋଲିସ ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି । ୪ ଆତଙ୍କବାଦୀଙ୍କ ମୃତ୍ୟୁ ପରେ ଅପରେସନ ଶେଷ ହୋଇଥିବା ସେ କହିଛନ୍ତି । ତେବେ ଗୁଳି ବିନିମୟରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ସକାଳେ ଦୁଇ […]
ନୂଆଦିଲ୍ଲୀ: ପୁଣି ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ଗତକାଲି ସୁନା ଦରରେ ସାମାନ୍ୟ ବୃଦ୍ଧି ଘଟିଥିବା ବେଳେ ଆଜି ଏହା ହ୍ରାସ ହୋଇଛି। Multi Commodity Exchange(MCX)ରେ ଆଜି ସକାଳେ ସୁନା ଦର ପ୍ରତି ୧୦ ଗ୍ରାମକୁ ୨୫୦ ଟଙ୍କା ହ୍ରାସ ସହ ୪୫,୩୦୦ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ପ୍ରତି କିଲୋକୁ ୩୯୬ ଟଙ୍କା ହ୍ରାସ ସହ ୬୯,୨୧୬ ଟଙ୍କାରେ କାରବାର ଚାଲିଥିଲା। ଗତ କିଛିମାସ ହେବ ଲଗାତାର ଭାବେ ସୁନା ଦରରେ […]
ବିଦା ହେବେ ଅନୀଲ ଦେଶମୁଖ ! ପ୍ରେସମିଟରେ ପରୋକ୍ଷରେ ସଙ୍କେତ ଦେଲେ ଏନସିପି ମୁଖ୍ୟ ଶରଦ ପାଓ୍ୱାର ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ଚିଠିକୁ ନେଇ ପ୍ରେସମିଟ୍ ଦେଶମୁଖଙ୍କ ବିରୋଧରେ ଅଭିଯୋଗକୁ ଅତ୍ୟନ୍ତ ଗୁରୁତର କହିଲେ ପାଓ୍ୱାର ନିଷ୍ପତ୍ତି ନେବାର ସଂପୂର୍ଣ୍ଣ ଅଧିକାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କର ଅଛି ତଦନ୍ତ ନିର୍ଦ୍ଦେଶ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଷ୍ପତ୍ତି ନେଇପାରିବେ ନୂଆଦିଲ୍ଲୀ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଭ୍ରଷ୍ଟାଚାର ଅଭିଯୋଗ ବେଶ୍ ସାଙ୍ଘାତିକ […]
ମୁମ୍ବାଇ: କରୋନା ଭ୍ୟାକ୍ସିନ୍ର ଦ୍ୱିତୀୟ ଡୋଜ୍ ନେବା ପରେ ଗତକାଲି ମହାରାଷ୍ଟ୍ରର ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭିୱାନ୍ଦିର ସୁକଦେବ କିରଦାତ୍। ସେ ଜଣେ ଚକ୍ଷୁରୋଗ ବିଶେଷଜ୍ଞଙ୍କ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ସୂଚନା ଅନୁସାରେ, କୋଭିଡ୍ ଭ୍ୟାକ୍ସିନ୍ର ଦ୍ୱିତୀୟ ଡୋଜ୍ ନେବାର ୧୫ ମିନିଟ୍ ପରେ ସୁକଦେବ ଅବଜର୍ଭେସନ୍ ରୁମ୍ରେ ଅଚେତ୍ ହୋଇପଡ଼ିଥିଲେ। ଏହାପରେ ତାଙ୍କୁ ଇନ୍ଦିରା ଗାନ୍ଧି ମେମୋରିଆଲ୍ ହସ୍ପିଟାଲ୍ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା […]
ମିରଟ : ଦୁର୍ଦ୍ଦିନରେ ଜହ୍ଲାଦ ପବନ। ନରରାକ୍ଷସଙ୍କୁ ଫାଶୀ ଦେବା ପରେ ଲୋକେ ବି ଭୁଲିଗଲେ ସରକାର ବି ଭୁଲିଗଲେ। ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ନିର୍ଭୟାଙ୍କୁ ନ୍ୟାୟ ଦେଇଥିବା ମିରଟର ପବନ ଜହ୍ଳାଦ ଏବେ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି। ସ୍ୱଳ୍ପ ରୋଜଗାରର ୯ ପ୍ରାଣୀ କୁଟୁମ୍ବ ଚଳାଇବା ତାଙ୍କ ପାଇଁ ମୁସ୍କିଲ ହୋଇଯାଇଛି। ପିଲାଙ୍କ ମୁହଁରେ ଦାନା ଦେବାକୁ ଗଳି ଗଳି ବୁଲି ପୋଷାକ ବିକ୍ରି କରୁଛନ୍ତି, ତଥାପି ଅପୋଷା ରହୁଛି […]
ଅହମଦାବାଦ: ୨୩ ବର୍ଷୀୟ ଆୟଶା ନାମକ ଜଣେ ମହିଳା ସାବରମତୀ ନଦୀକୁ ଡେଇଁ ଆତ୍ମହତ୍ୟା ଘଟଣାରେ ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି। ଆତ୍ମହତ୍ୟା ପୂର୍ବରୁ ସେ ଏକ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହା ବେଶ୍ ଭାଇରାଲ୍ ହୋଇଥିଲା। ଆତ୍ମହତ୍ୟା ପୂର୍ବରୁ ସାବରମତୀ ନଦୀ ସାମ୍ନାରେ ଛିଡ଼ା ହୋଇ ଆୟଶା କରିଥିବା ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଆୟଶାଙ୍କ ଓକିଲଙ୍କ କହିବା ଅନୁସାରେ, ବିବାହର ୨ ମାସ ପରେ ଆୟଶାଙ୍କ ଜୀବନରେ ଝଡ଼ […]
ପଟିଆଲା: ଚାକିରି ଦିଅ, ନହେଲେ ଆମେ ମରିବୁ । ସରକାରଙ୍କ ପକ୍ଷପାତିତା ନୀତିକୁ ବିରୋଧ କରି ପଟିଆଲାରର ଏଲିମେଣ୍ଟାରୀ ଟିଚର୍ସ ଟ୍ରେନିଂ ପରେ ଟିଚର୍ସ ଏଲିଜିବିଲିଟି ପାସ କରିଥିବା ଦୁଇ ଯୁବକ ପେଟ୍ରୋଲ ବୋତଲ ନେଇ ମୋବାଇଲ ଟାୱାର ଉପରକୁ ଚଢ଼ିଯାଇଛନ୍ତି। ସମଗ୍ର ରାଜ୍ୟରେ ଖାଲି ପଡିଥିବା ETT ର ପ୍ରାୟ ୧୦ ହଜାର ପଦବୀ ନିଯୁକ୍ତି ପ୍ରକ୍ରିୟାରେ ସରକାର କେବଳ ବିଏଡ଼୍ ପାସ ପ୍ରାର୍ଥୀଙ୍କୁ ଯୋଗ୍ୟ ବିବେଚିତ କରିଛନ୍ତି। ଫଳରେ ଏହାକୁ ବାତିଲ କରିବା ଦାବିରେ […]
ନୂଆଦିଲ୍ଲୀ: ଶାରଜାହ(ୟୁନାଇଟେଡ୍ ଆରବ୍ ଏମିରେଟ୍ସ)ରୁ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ପାକିସ୍ତାନର କରାଚିରେ ମେଡିକାଲ୍ ଏର୍ମଜେନ୍ସି ଲ୍ୟାଣ୍ଡିଂ କରାଯାଇଛି। ଇଣ୍ଡିଗୋର ଫ୍ଲାଇଟ୍ 6E 1412କୁ ଆଜି କରାଚିରେ ଏର୍ମଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା। ସୂଚନା ଅନୁସାରେ, ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିବା ଯୋଗୁ ବିମାନକୁ କରାଚିରେ ଏର୍ମଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡ଼ିଥିଲା। ଏହାପରେ ଯାତ୍ରୀଙ୍କ ଚିକିତ୍ସା କରିବା ପାଇଁ ପ୍ରୟାସ କରାଯାଇଥିଲା। ହେଲେ ତାଙ୍କୁ ବଞ୍ଚା ଯାଇ ପାରିନଥିଲା। ଏୟାରପୋର୍ଟ ମେଡିକାଲ୍ […]
ଯୋଦ୍ଧପୁର : ମଦୁଆ ସ୍ୱାମୀର ନାରକୀୟ କାଣ୍ଡ। ମଦ ପିଇବା ପାଇଁ ଟଙ୍କା ନମିଳିବାରୁ ଶୋଇଥିବା ସମୟରେ ସ୍ତ୍ରୀର ନାକ ଓ ଓଠ କାଟିଦେଲା । ଯୋଦ୍ଧପୁର ପ୍ରତାପନଗର ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି। ତେବେ ଓଠ ଓ ନାକ କାଟିବା ପରେ ମହିଳା ଜଣକ ଯନ୍ତ୍ରଣାରେ ଚିତ୍କାର କରିଥିଲେ। ପାଟି ଶୁଣି ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ମହାତ୍ମା ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅଭିଯୁକ୍ତ ଜଣକ […]
ମୁମ୍ବାଇ: ଗତବର୍ଷ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହେବା ପଛରେ ଚୀନ୍ ହ୍ୟାକରଙ୍କ ହାତ ଥିବା ନେଇ ରିପୋର୍ଟ ସାମ୍ନାକୁ ଆସିଛି। ଚୀନ୍ର ରେଡ୍ ଇକୋ ନାମକ ଏକ ସଂସ୍ଥା ପକ୍ଷରୁ ଭାରତର ପାଓ୍ୱାର୍ ପ୍ଲାଣ୍ଟ୍ ଗୁଡ଼ିକରେ malware ଛଡ଼ା ଯାଇଥାଇପାରେ ବୋଲି ଆମେରିକୀୟ କମ୍ପାନୀ ରେକର୍ଡେଡ୍ ଫ୍ୟୁଚରର ଅନୁଧ୍ୟାନକୁ ଉଦ୍ଧାର କରି ନ୍ୟୁୟର୍କ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି। କେବଳ ସେତିକି ନୁହେଁ, ଚୀନ୍ର ହ୍ୟାକରମାନେ ଭାରତର ଅନେକ ସମ୍ବେଦନଶୀଳ […]
୨୨ ବର୍ଷୀୟ ସୌରଭ ମୌର୍ଯ୍ୟ ବର୍ତ୍ତମାନ IIT BHUରେ ତୃତୀୟ ବର୍ଷର ଛାତ୍ର, ପ୍ରଥମ ବର୍ଷରେ ଥିବାବେଳେ ସେ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିଥିଲେ। ବାପାଙ୍କ ଠାରୁ ଲୁଚାଇ ୫ ହଜାର ଟଙ୍କା ଦେଇଥିଲେ ମା’, ଆଉ ସେହି ଟଙ୍କାରେ ସେକେଣ୍ଡ ହ୍ୟାଣ୍ଡ ମୋବାଇଲ କିଣିଥିଲେ ଏବଂ ସେଥିରେ IIT-JEE ଛାତ୍ରମାନଙ୍କ ପାଇଁ ଭିଡିଓ ତିଆରି କରୁଥିଲେ । ବାରାଣାସୀ : ଅଭାବ ଅନଟନ ଭିତରେ ସଫଳ ହେଲେ ଗରିବ ବାପାର ପୁଅ । ପିଲାବେଳେ ମୋବାଇଲ […]