• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

cremation
ଶ୍ମଶାନରେ ମିଳିଲାନି ଜାଗା; ମୃତଦେହ ବାହାରେ ରଖି ଚାଲି ଆସିଲେ ସମ୍ପର୍କୀୟ, ଶେଷରେ...

ଲକ୍ଷ୍ନୌ: ବର୍ତ୍ତମାନ ସମୟରେ କରୋନା ପାଇଁ ଧୀରେ ଧୀରେ ମରି ଯାଉଛି ମାନବିକତା। କେଉଁଠି  ପରିଜନମାନେ ପଚାରୁ ନଥିବାବେଳେ ଆଉ କେଉଁଠି ସୁଖଦୁଃଖର ସାଥୀ ବୋଲି ଯାହାକୁ ଭାବୁଥିଲେ, ସେମାନେ ମଧ୍ୟ ମୁହଁକୁ ଟିକେ ଅନାଉ ନାହାନ୍ତି। ବାଡ଼ ସୃଷ୍ଟି କରୁଛି ସଂକ୍ରମଣ ଭୟ। ଆଉ ଧୀରେ ଧୀରେ ହଜି ଯାଉଛି ମାନବିକତା। ଏଭଳି ସମୟରେ ଏମିତି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଶ୍ମଶାନରେ ଶବ ପୋଡ଼ିବା ପାଇଁ ଜାଗା ନମିଳିବାରୁ କରୋନାରେ ଆକ୍ରାନ୍ତ ହୋଇ […]

biriyani
ମାଗଣାରେ ବିରିୟାନୀ ବାଣ୍ଟୁଛନ୍ତି ଏହି ମହିଳା

ଚେନ୍ନାଇ: ମହାମାରୀ କରୋନା ଯୋଗୁ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଅନୁଷ୍ଠାନ ଓ ଲୋକମାନେ ସହାୟତାର ହାତ ବଢ଼ାଇଛନ୍ତି। ଏମାନେ ଲୋକଙ୍କୁ ମାଗଣାରେ ଖାଇବା ଯୋଗାଇବା ସହ ଅନ୍ୟାନ୍ୟ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି। ଯାହାର ଉଦାହରଣ ଦେଖିବାକୁ ମିଳିଛି ତାମିଲନାଡୁରେ। ଏଠାରେ ଜଣେ ମହିଳା ଲୋକଙ୍କୁ ମାଗଣାରେ ବିରିୟାନୀ ଖାଇବାକୁ ଦେଉଛନ୍ତି। ଯେଉଁମାନଙ୍କ ପାଖରେ ଟଙ୍କା ନାହିଁ ଓ ସେମାନେ ଭୋକିଲା ଅଛନ୍ତି, ସେମାନଙ୍କୁ ମାଗଣାରେ […]

covid hospital
ପୁଣି କୋଭିଡ୍‌ ହସ୍ପିଟାଲ୍‌ରେ ଲାଗିଲା ନିଆଁ, ଆଖି ବୁଜିଲେ ୫ ରୋଗୀ

ରାଇପୁର: ଛତିଶଗଡ଼ ରାଇପୁର ସ୍ଥିତ ଏକ କୋଭିଡ୍‌ ହସ୍ପିଟାଲ୍‌ରେ ନିଆଁ ଲାଗି ୫ ଜଣଙ୍କ ମୃତ୍ୟୁ ଘଟିଛି।ସହରର ଟିକରପଡ଼ା ଅଞ୍ଚଳରେ ଥିବା ଏହି ଘରୋଇ ହସ୍ପିଟାଲ୍‌ର ପ୍ରଥମ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା। ଦୁଇ ମହଲା ବିଶିଷ୍ଟ ହସ୍ପିଟାଲ୍‌ର ଆଇସିୟୁରେ ନିଆଁ ଲାଗିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ନିଆଁରେ ପୋଡ଼ି ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ-ରମେଶ ସାହୁ, ଇଶ୍ୱର ରାଓ, ବନ୍ଦନା ଗଜ୍‌ମାଲା, ଭାଗ୍ୟଶ୍ରୀ […]

monsoon
ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା

ନୂଆଦିଲ୍ଲୀ: ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଚଳିତ ବର୍ଷ ମୌସୁମୀ ବର୍ଷା ପ୍ରାୟ ୯୮% ହେବା ସମ୍ଭାବନା ରହିଛି। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ୯୮% ବର୍ଷା ହେବାର ସମ୍ଭାବନା ରହିଛି।ସାଧାରଣତଃ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଭାରତରେ ବର୍ଷା ହୋଇଥାଏ। ତେବେ ଚଳିତ ଥର ସ୍ୱାଭାବିକ ବର୍ଷା ହେବାକୁ ଥିବାବେଳେ ଭଲ ଚାଷ ହେବ ଏବଂ ଏହାର ପ୍ରଭାବରେ ଅର୍ଥନୀତି […]

lalu yadav
ବିବାହ କାର୍ଡରେ ଲାଲୁଙ୍କ ଫଟୋ ଲଗାଇ ଯୁବକ କଲେ ଅଜବ ଦାବି

ପାଟନା: ବିବାହ କାର୍ଡରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଫଟୋ। ବିହାର ହାଜିପୁରର ଜଣେ ଯୁବକ ନିଜ ବିବାହ କାର୍ଡରେ ଲାଲୁ ଯାଦବଙ୍କ ଫଟୋ ଲଗାଇବା ସହ ଜେଲ୍‌ରେ ଥିବା ଲାଲୁଙ୍କୁ ମୁକ୍ତ କରିବା ଲାଗି ଅପିଲ୍‌ କରିଛନ୍ତି। ଏହାସହ ବିବାହରେ ଯୋଗଦେବା ପାଇଁ ସେ ବିବାହ କାର୍ଡକୁ ଆର୍‌ଜେଡିର ଅନେକ ବଡ଼ ନେତାଙ୍କଠୁ ଆରମ୍ଭ କରି ଲାଲୁଙ୍କ ପୁଅ ତେଜସ୍ୱୀ, ପତ୍ନୀ ରାବିଡ଼ି ଦେବୀଙ୍କ ଘରକୁ ପଠାଇଛନ୍ତି। ହାଜିପୁର […]

Virat Kohli
IPL 2021: ଆଉଟ୍‌ ହେବା ପରେ ରାଗରେ ଲାଲ୍‌ ହୋଇଗଲେ ବିରାଟ, ଚେୟାର ଫିଙ୍ଗି ଦେଲେ

ଚେନ୍ନାଇ: ଆଇପିଏଲ୍‌ରେ ‌ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଟିମ୍‌ ଚମତ୍କାର ଫର୍ମରେ ଅଛି। ହେଲେ ଆର୍‌ସିବି ଟିମ୍‌ର କ୍ୟାପଟେନ୍‌ ବିରାଟ କୋହଲି ଆଇପିଏଲ୍‌ର ଆଚରଣ ବିଧି ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି। ଗତକାଲି ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲ୍ ମ୍ୟାଚ୍‌(IPL 2021)ରେ ଆର୍‌ସିବି (Royal Challengers Bangalore) ଟିମ୍‌ ୬ ରନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ( (Sunrisers Hyderabad)କୁ ପରାସ୍ତ କରିଥିଲା। ମ୍ୟାଚ୍‌ ଚାଲିଥିବା ସମୟରେ ଏମିତି କିଛି ଘଟଣା ଘଟିଥିଲା, ଯାହାକୁ ଦେଖି ଫ୍ୟାନ୍ସ ଚକିତ […]

petrol price cut
୧୫ ଦିନ ପରେ କମିଲା ପେଟ୍ରୋଲ, ଡିଜେଲ ଦର

ଲଗାତାର ୧୫ ଦିନ ସ୍ଥିର ରହିବା ପରେ କମିଲା ପେଟ୍ରୋଲ ଓ ଡିଜେଲ ଦର ପେଟ୍ରୋଲ ଲିଟର ପିଛା ୧୬ ପଇସା ଓ ଡିଜେଲ ୧୪ ପଇସା କମିଛି ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୫୬ ପଇସା ରହିଛି ନୂଆଦିଲ୍ଲୀ: ଲଗାତାର ୧୫ ଦିନ ସ୍ଥିର ରହିବା ପରେ ଆଜି ପେଟ୍ରୋଲ ଓ ଡିଜେଲ ଦର କମିଛି। ଆଜି ପେଟ୍ରୋଲ ଲିଟର ପିଛା ୧୬ ପଇସା ଓ ଡିଜେଲ ୧୪ ପଇସା କମିଛି। ଏହାପୂର୍ବରୁ […]

cbse exams
CBSE ଦଶମ ପରୀକ୍ଷା ବାତିଲ୍ ; ଦ୍ୱାଦଶ ପରୀକ୍ଷା ଘୁଞ୍ଚିଲା

ନୂଆଦିଲ୍ଲୀ: ବାତିଲ୍ ହେଲା CBSE (Central Board of Secondary Education) ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା। CBSE ଦଶମ ବୋର୍ଡ ପରୀକ୍ଷା ବାତିଲ୍‌ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି। ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତି ଜରିଆରେ ରେଜଲ୍ଟ ପ୍ରକାଶ ପାଇବ। ଯେଉଁମାନେ ରେଜଲ୍ଟରେ ସନ୍ତୁଷ୍ଟ ନ ହେବେ ପୁଣି ପରୀକ୍ଷା ଦେଇପାରିବେ। ପରିସ୍ଥିତି ସ୍ୱାଭାବିକ ହେଲା ପରେ ଛାତ୍ରଛାତ୍ରୀ  ପରୀକ୍ଷା ଦେଇପାରିବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଟ୍ୱିଟ୍‌ […]

train
କରୋନାର ଦ୍ୱିତୀୟ ଲହର ମଧ୍ୟରେ ବନ୍ଦ ହୋଇଯିବ କି ଟ୍ରେନ୍ ଚଳାଚଳ‌ ? ରେଲ୍‌ୱେ ଦେଲା ବଡ଼ ବୟାନ

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ କରୋନା ସ୍ଥିତି। ହୁ ହୁ ହୋଇ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ଅନେକ ସହରରେ ନାଇଟ୍‌ କର୍ଫ୍ୟୁ ଘୋଷଣା ହୋଇଛି। ଏହାସହ ସମସ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍‌ ମଧ୍ୟ ଜାରି ହୋଇଛି। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ଅଧିକ ଚିହ୍ନଟ ହେଉଛନ୍ତି। କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବା ଲାଗି ଆଜିଠାରୁ ସାରା ମହାରାଷ୍ଟ୍ରରେ ଲାଗିବ ୧୪୪ ଧାରା। ମୁମ୍ବାଇରୁ ପ୍ରବାସୀ ଶ୍ରମିକଙ୍କ ସେମାନଙ୍କ ରାଜ୍ୟକୁ ପଳାଉଥିବା ଦେଖିବାକୁ […]

maharashtra
ଆଜିଠୁ ଆସନ୍ତା ୧୫ ଦିନ ପାଇଁ ଏହି ରାଜ୍ୟରେ ଲାଗୁ ହେବ ୧୪୪ ଧାରା

ମୁମ୍ବାଇ: ଆଜିଠାରୁ ସାରା ମହାରାଷ୍ଟ୍ରରେ ଲାଗିବ ୧୪୪ ଧାରା। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏହି ଘୋଷଣା କରିଛନ୍ତି। ଆଜି ରାତି ୮ଟାରୁ ଆସନ୍ତା ୧୫ ଦିନ ପାଇଁ ଏହି କଟକଣା ଲାଗୁ ହେବ। କରୋନାର ‘ବ୍ରେକ୍ ଦ ଚେନ୍’ ଅଭିଯାନ ଆରମ୍ଭ ହେବ ବୋଲି ଉଦ୍ଧବ ଠାକ୍‌ରେ କହିଛନ୍ତି। ପୁରା ମହାରାଷ୍ଟ୍ରରେ ଯା’ଆସ ଉପରେ ପ୍ରତିବନ୍ଧକ ଲାଗୁ ହେବ। ବିନା କାରଣରେ ଲୋକମାନେ ଘରୁ ନ ବାହାରିବାକୁ […]