ପୁଣେ: ଚିକିତ୍ସା ବିଜ୍ଞାନରେ ଭାରତକୁ ଏକ ବଡ଼ ସଫଳତା। ମାତ୍ର ୧୨ଶହ ଟଙ୍କାରେ ହୋଇପାରିବ କରୋନା ଟେଷ୍ଟ। ଆଉ ୭ ନୁହେଁ ଅଢ଼େଇ ଘଣ୍ଟାରେ ବି ଚିହ୍ନଟ ହୋଇଯିବ କୋଭିଡ଼-୧୯ ଭୂତାଣୁ। ଏଭଳି ଏକ ଟେଷ୍ଟିଂ କିଟ୍ ବାହାରିଛି ଯାହାର ନାଁ ପାଥୋ ଡିଟେକ୍ଟ। ମହାରାଷ୍ଟ୍ର ପୁଣେ ସ୍ଥିତ ମାଇଁ ଲ୍ୟାବ୍ ଡିସକଭରି ଫାର୍ମ ଦ୍ୱାରା ପ୍ରସ୍ତୁତ ଏହି କିଟ୍ରେ ଥରକେ ବି ହୋଇପାରିବ ୧୦୦ଟି ସାମ୍ପଲ୍ ଟେଷ୍ଟ। ସତ୍ୟତା ପରୀକ୍ଷଣ ପରେ ଅଧିକ ସଂଖ୍ୟକ କିଟ୍ […]
ଟୋକିଓ: କରୋନା ମହାମାରୀ ଯୋଗୁଁ ବର୍ଷେ ଘୁଞ୍ଚିଲା ଅଲମ୍ପିକ୍ସ। ବିଶ୍ୱର କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସକୁ ଚଳିତ ବର୍ଷ ସ୍ଥଗିତ କରିଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଟୋକିଓ ଅଲିମ୍ପିକ୍ସ ଚଳିତ ବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାର ଥିଲା। ତେବେ ମହାମାରୀ କାୟା ବିସ୍ତାର ଯୋଗୁ ଏହି କ୍ରୀଡ଼ା ମହାକୁମ୍ଭକୁ ଚଳିତ ବର୍ଷ ପାଇଁ ବାତିଲ କରାଯାଇଛି। ଜାପାନର ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ସେ ଅଲିମ୍ପିକ୍ସକୁ […]
ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବଡ ପଦକ୍ଷେପ ନେଲା ରିଲାଏନ୍ସ। କରୋନା ମୁକାବିଲା ପାଇଁ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ରିଟେଲ, ଜିଓ ଓ ରିଲାଏନ୍ସ ଫାଉଣ୍ଡେସନ ସରକାରକୁ ସହଯୋଗର ହାତ ବଢ଼ାଇଛନ୍ତି। କରୋନାର ରୋଗୀଙ୍କ ଚିକିତ୍ସା ପାଇଁ ମହାରାଷ୍ଟ୍ରରେ ସ୍ୱତନ୍ତ୍ର ମେଡିକାଲ ନିର୍ମାଣ କରାଯାଇଛି। ରିଲାଏନସ ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ମେଡିକାଲରେ ଅତ୍ୟାଧୁନିକ ସୁବିଧା ରହିଛି। ଏହି ମେଡିକାଲରେ କେବଳ କରୋନା ରୋଗୀଙ୍କ ଚିକିତ୍ସା କରାଯିବ। ମୁମ୍ବାଇର ସେଭେନ ହିଲ୍ସ ହସ୍ପିଟାଲରେ ୧୦୦ଶଯ୍ୟା […]
ନୂଆଦିଲ୍ଲୀ: ଏଣିକି ଯେକୌଣସି ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଇଲେ ଅତିରିକ୍ତ ଟଙ୍କା ଗଣିବାକୁ ପଡ଼ିବନି। ଡେବିଟ୍ କାର୍ଡଧାରୀ ଯେକୌଣସି ବ୍ୟାଙ୍କ ଏଟିଏମ୍ରୁ ବିନା ଶୁଳ୍କରେ ଟଙ୍କା ଉଠାଇପାରିବେ। ଏହା ଆଗାମୀ ୩ ମାସ ଯାଏ ଲାଗୁ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଏଥିସହ ବର୍ତ୍ତମାନ ବ୍ୟାଙ୍କ ଆକାଉଣ୍ଟରେ ମିନିମମ୍ ବାଲାନ୍ସ ମେଣ୍ଟେନ୍ କରିବା ପଡ଼ିବନି। କରୋନା ପାଇଁ ଉପୁଜିଥିବା ସ୍ଥିତିର ମୁକାବିଲା କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଏପରି ଘୋଷଣା କରିଛନ୍ତି। ବର୍ତ୍ତମାନ […]
ଭୋପାଲ: ବିଜେପିର ଶିବରାଜ ସିଂହ ଚୌହାନ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜଭବନଠାରେ ରାଜ୍ୟପାଳ ଲାଲଜୀ ଟଣ୍ଡନ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି। ତେବେ ଅନେକ ଦିନର ହଟଚମଟ ପରେ ବିଜେପିର ଶିବରାଜ ସିଂହ ଚୌହାନ ଆଜି ରାତି ୯ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଆଜି ରାତିରେ ଶିବାରାଜ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଥିଲା। ଏହା ପୂର୍ବରୁ ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ […]
ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ। ୮ଟି ପ୍ରମୁଖ ସହରରେ ସମେତ ଦେଶର ୮୦ଟି ସହରକୁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଦିଆଯାଇଛି। ଏହା ସହିତ ୨୨ଟି ରାଜ୍ୟର ୭୫ଟି ସମ୍ବେଦନଶୀଳ ଜିଲ୍ଲାଗୁଡିକୁ ନାକାବନ୍ଦୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭କୁ ବଢିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବି ୩୬୦କୁ ବୃଦ୍ଧି ପାଇଛି ସେପଟେ ସ୍ଥିତିକୁ ଦେଖି ଆସନ୍ତାକାଲିଠୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀ ସମେତ […]
ନୂଆଦିଲ୍ଲୀ: ସ୍ପଟ୍ ଉପରେ କରୋନା ମୁକାବିଲା କରୁଥିବା ଯୋଦ୍ଧାମାନଙ୍କୁ ସେଲିବ୍ରିଟି ଜଣାଇଲେ କୃତଜ୍ଞତା। ବଲିଉଡ୍ ସେଲିବ୍ରିଟିମାନେ ଜନତା କର୍ଫ୍ୟୁ ପାଇଁ ଆଜି ଦିନ ତମାମ୍ ଘରେ ରହିବା ସହ ଅପରାହ୍ଣ ୫ଟାରେ ତାଳି, ଘଣ୍ଟି ଆଦି ବଜାଇଥିଲେ। The Bachchan family shows gratitude towards those working relentlessly for the fight against #coronavirus !@juniorbachchan @SrBachchan#5Baje5Minute #IndiaFightsCorona #AishwaryaRaiBachchan pic.twitter.com/35bwXyHCuC — BombayTimes (@bombaytimes) March 22, 2020 ବିଗ୍ ବି ଅମିତାଭ […]
ନୂଆଦିଲ୍ଲୀ: ଜନତା କର୍ଫ୍ୟୁକୁ ଜନସାଧାରଣଙ୍କ ଅଦ୍ଭୁତପୂର୍ବ ସମର୍ଥନ। ଗାଁ ଠୁ ସହର ସବୁଠି ଖାଁ ଖାଁ। ଦେଶର ପରିବେଶ ଯେପରି ଶାନ୍ତ ହୋଇଯାଇଛି। ଏପରିକି ନିରବତା ଭିତରେ କେବଳ ଶୁଭୁଛି ପଶୁ, ପକ୍ଷୀ ଓ ପ୍ରକୃତିର ସ୍ୱର। ଜନତା କର୍ଫ୍ୟୁକୁ ନେଇ ଦେଶର ଭିନ୍ନ ଭିନ୍ନ ଲୋକେ ନିଜର ମତ ବ୍ୟକ୍ତ କରିଛନ୍ତି। ଯାହାର ଜବାବ ରଖିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି। You know what Mumbai. Massive respect. #JanataCurfew pic.twitter.com/K0UThRXtXn — TimeTraveler’s Life […]