ନୂଆଦିଲ୍ଲୀ: ଲକ୍ଡାଉନ୍ ଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ଚାଷ କାମକୁ ଚାଲୁ ରଖିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଲକ୍ଡାଉନ୍ ସମୟରେ ଦେଶରେ ଚାଷକାମ ଓ ବିହନ ବୁଣିବା ସୁନିଶ୍ଚିତ କରିବାକୁ ରାଜ୍ୟଗୁଡିକୁ ଚିଠି ଲେଖିଲା କେନ୍ଦ୍ର ଗୃହମନ୍ତ୍ରାଳୟ। କରୋନାକୁ ନେଇ ସାରା ଦେଶରେ ବର୍ତ୍ତମାନ ଲକ୍ଡାଉନ୍ ଜାରି ହୋଇଥିବାବେଳେ କୃଷି କାର୍ଯ୍ୟକୁ ଏଥିରୁ ବାଦ ଦେବାକୁ ଅନୁମତି ଦେବାକୁ ରାଜ୍ୟଗୁଡିକୁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି। ଏଥିରେ ଚାଷୀ […]
ନୂଆଦିଲ୍ଲୀ: କରୋନା ଯୋଗୁଁ ଦେଶବ୍ୟାପୀ ଲକ୍ଡାଉନ୍। ଏହା ଯୋଗୁଁ ଘରୋଇ ହିଂସା ବୃଦ୍ଧି ପାଇଛି। କାରଣ ଜାତୀୟ ମହିଳା କମିଶନଙ୍କ ସୂଚନା ଅନୁସାରେ, ଦେଶବ୍ୟାପୀ ଲକ୍ଡାଉନ୍ ଲାଗୁ ହେବା ପରଠୁ ୨୫୦ରୁ ଅଧିକ ଅଭିଯୋଗ କମିଶନଙ୍କ ହସ୍ତଗତ ହୋଇଛି। ସେଥିମଧ୍ୟରୁ ୬୯ଟି ଘରୋଇ ହିଂସା ସମ୍ପର୍କିତ ରହିଛି। ଏଭଳି ମାମଲାରେ ଆଶାତୀତ ବୃଦ୍ଧିକୁ ଚିନ୍ତାପ୍ରକଟ କରିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା। ମାର୍ଚ୍ଚ ୨୪ ପରଠୁ ମହିଳାଙ୍କ ବିରୋଧରେ ୨୫୭ଟି ଅଭିଯୋଗ କମିଶନଙ୍କ ହସ୍ତଗତ […]
ନୂଆଦିଲ୍ଲୀ: ଦିଲ୍ଲୀ ନିଜାମୁଦ୍ଦିନ ତବଲଗି ଜମାତ କାର୍ଯ୍ୟକ୍ରମରେ ସାମିଲ ଥିବା ୯୬୦ ବିଦେଶୀ ନାଗରିକଙ୍କୁ କଳା ତାଲିକା ଭୁକ୍ତ ଘୋଷଣା କଲେ କେନ୍ଦ୍ର ସରକାର। ଟୁରିଷ୍ଟ ଭିସାରେ ଭାରତ ଆସିଥିବା ଏହି ବିଦେଶୀ ନାଗରିକମାନେ ତବଲିଗ୍ ଜମାତ କାର୍ଯ୍ୟକ୍ରମ ସଂପୃକ୍ତ ଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବ କେନ୍ଦ୍ର ଗୃହ ମନ୍ତ୍ରାଳୟ। ଏ ନେଇ ଦେଶର ସମସ୍ତ ରାଜ୍ୟ ସରକାର, କେନ୍ଦ୍ର ଶାସିତ ଅଞ୍ଚଳ ଓ ଦିଲ୍ଲୀ ପୋଲିସ କମିଶନରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ […]
ନୂଆଦିଲ୍ଲୀ: ଚିନ୍ତା ବଢାଇଲାଣି ନିଜାମୁଦ୍ଦିନ ଫେରନ୍ତା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସବୁଠାରୁ ସାଂଘାତିକ ଅବସ୍ଥା ଦିଲ୍ଲୀରେ ଦେଖିବାକୁ ମିଳିଛି। କରୋନା ସଂକ୍ରମଣରେ ଦିଲ୍ଲୀରେ ଆଜି ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଉଭୟ ମୃତକ ମରକଜ ଧର୍ମସଭା ସହ ଲିଙ୍କ ଥିବା ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ସେହିଭଳି ସଂକ୍ରମିତଙ୍କ ମଧ୍ୟରୁ ୧୦୮ ଜଣ ନିଜାମୁଦ୍ଦିନ ଧର୍ମସଭା ସହ ସମ୍ପର୍କ ରଖିଥିବା କେଜରିଓ୍ୱାଲ କହିଛନ୍ତି। ରାଜ୍ୟର ଏବେ ମୋଟ ୨୦୮ ଜଣ ବିଭିନ୍ନ ହସ୍ପିଟାଲରେ […]
ନୂଆଦିଲ୍ଲୀ: ଲକ୍ଡାଉନ୍ ବେଳେ ଦିଲ୍ଲୀରୁ ଶ୍ରମିକଙ୍କ ପଳାୟନ ନେଇ ହୋଇଥିବା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଶ୍ରମିକଙ୍କ ରହଣି ସହ ଖାଦ୍ୟ ପାନୀୟ ବ୍ୟବସ୍ଥାର ଅନୁଧ୍ୟାନ ଓ ତଦାରଖ ଲାଗି ଏକ ବିଶେଷଜ୍ଞ କମିଟି ୨୪ ଘଣ୍ଟା ମଧ୍ୟରେ ଗଠନ କରିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହାସହ ଶ୍ରମିକମାନେ ଲକ୍ଡାଉନ୍ ନେଇ ସରକାରଙ୍କ ପଦକ୍ଷେପ ସଂପର୍କରେ ଯେପରି ସଠିକ ତଥ୍ୟ ପାଇପାରିବେ, ତାହାର ବନ୍ଦୋବସ୍ତ କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍. ଏ. […]
କେରଳ: ସାରା ଦେଶରେ ଲକ୍ଡାଉନ୍ ହୋଇଥିବା ଯୋଗୁଁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। କେରଳର ଏକ ଆଦିବାସୀ ଗାଁରେ ଅନେକ ଦିନ ଲୋକେ ଭୋକ ଉପାସରେ ରହିଥିବାବେଳେ ଏମାନଙ୍କ ପାଇଁ ଆଶାର କିରଣ ହୋଇଛନ୍ତି ବିଧାୟକ ଓ ଜିଲ୍ଲାପାଳ। କେରଳର ପଥନମଥିତାର ପାହାଡ଼ ଜଙ୍ଗଲ ଘେରା ଗାଁରେ ରହିଛନ୍ତି ଅନେକ ଆଦିବାସୀ। ତେବେ ସହର ଠାରୁ କାହିଁ କେତେ ଦୂରରେ ରହିଛି ଏହି ଗାଁ। ତେବେ ଏହି ଗାଁର ୩୭ଟି ପରିବାର ଲକଡାଉନ ଯୋଗୁଁ ବନ୍ଦୀ ହୋଇ […]
ନୂଆଦିଲ୍ଲୀ: ଦେଶ ପରେ ରାଜ୍ୟକୁ ରାଜ୍ୟ ଡେଇଁବାରେ ଲାଗିଛି ବିଶ୍ୱ ମହାମାରୀ ନୋଭେଲ କରୋନା। ୨୭ ରାଜ୍ୟକୁ ବ୍ୟାପିଥିବା ଏହି ମାରାତ୍ମକ ଭାଇରସ୍ ପ୍ରଭାବରେ ଏବେ ୧୦୭୧ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ଏବେ ୯୪୨ ଜଣଙ୍କ ଚିକିତ୍ସା କରାଯାଉଛି। ୧୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି ମୃତ୍ୟୁ ସଂଖ୍ୟା ୨୯କୁ ଛୁଇଁଛି। ଗତ ୨୪ ଘଣ୍ଟାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରତିଦିନ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁଁ ଏହା […]
ଭୁବନେଶ୍ୱର: ଲୋକପ୍ରିୟ ଓଡ଼ିଆ ରାପର୍ ସମୀର ରିଶୁ ମହାନ୍ତିଙ୍କର ଆଉ ଏ ନୂଆ ଗୀତ ‘ଓଡ଼ିଆ ମୋ ଭାଷା’ ରିଲିଜ୍ ହୋଇଯାଇଛି। ୟୁଟ୍ୟୁବ୍ରୁ ଆରମ୍ଭ କରି ଫେସ୍ବୁକ୍ ପର୍ଯ୍ୟନ୍ତ, ଚାରିଆଡ଼େ ଏହି ଗୀତକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ପ୍ରଥମ ଓଡ଼ିଆ ରାପ୍ ଗୀତ ‘ମୁଁ ହେଲି ଓଡ଼ିଆ’ ମାଧ୍ୟମରେ ସେ ଖୁବ୍ ପରିଚିତ ହୋଇଥିଲେ। ସମୀରଙ୍କ ପ୍ରତି ଗୀତ ଭଳି ଏଥିରେ ମଧ୍ୟ ଓଡ଼ିଆ ଭାଷା, ଚାଲିଚଳଣି, ଓଡ଼ିଆ କଳା, ସଂସ୍କୃତି ସହ ଓଡ଼ିଶାର ଝଲକ […]
ଲକ୍ଷ୍ନୌ: ନୋଭେଲ କରୋନା ଭୂତାଣୁ ଆତଙ୍କ ଆପଣାରମାନଙ୍କୁ ଦୂରେଇ ଦେଉଥିବାବେଳେ ଉତ୍ତରପ୍ରଦେଶର ବୁଲନ୍ଦଶେହର ଜିଲ୍ଲାରେ କିନ୍ତୁ ଦୁଇ ସମ୍ପ୍ରଦାୟକୁ ଏକାଠି କରିଛି। ସାରା ଦେଶ ଲକ୍ଡାଉନ୍ ଥିବା ବେଳେ ହିନ୍ଦୁ-ମୁସଲମାନ ଭାଇଚାରା ଦୃଶ୍ୟ ସାମ୍ନାକୁ ଆସିଛି। ଏଠାରେ ଜଣେ ହିନ୍ଦୁ ଭାଇଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ଥାନୀୟ ମୁସଲମାନ ଭାଇମାନେ ଲକ୍ଡାଉନ୍ ପରିସ୍ଥିତିରେ ମଧ୍ୟ ଅନ୍ତିମ ସଂସ୍କାର କାର୍ଯ୍ୟ ଶେଷ କରିଛନ୍ତି। ଏଭଳି ଭାଇଚାରାର ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଘଟଣାଟି ଆନନ୍ଦବିହାର ଅଞ୍ଚଳର। ଏଠାରେ […]