• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

rahul-gandhi
ରାହୁଲ ଗାନ୍ଧୀ କରୋନା ପଜିଟିଭ୍‌

କରୋନାରେ ସଂକ୍ରମିତ ହେଲେ ରାହୁଲ ଗାନ୍ଧୀ। ପଜିଟିଭ୍‌ ଆକ୍ରାନ୍ତ ହେବା ପରେ ନିଜ ଟ୍ୱିଟ୍‌ର ହ୍ୟାଣ୍ଡଲରୁ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ରାହୁଲ ଗାନ୍ଧୀ। ଏଠାରେ କହିରଖୁଛୁ, ଦେଶରେ ସଙ୍ଗୀନ ହେବାରେ ଲାଗିଛି କରୋନା।

Modi
ଆଉ କିଛି ସମୟ ପରେ ଡାକ୍ତରଙ୍କ ସହ କଥା ହେବେ ମୋଦି

ସଂକ୍ରମଣ ଥମିବାରେ ନା ନେଉନାହିଁ। ଦେଶରେ ଲାଗାତର ଭାବରେ ରେକର୍ଡ ପରେ ରେକର୍ଡ କରିଚାଲିଛି କରୋନା। ସଂକ୍ରମଣର ହାର ଓ ମୃତ୍ୟୁ ସଂଖ୍ୟା ବଢିଚାଲିଥିବାରୁ ଏବେ ସମସ୍ତେ ଚିନ୍ତାରେ ଅଛନ୍ତି।

oxygen-
ଏଣିକି ଇଲେକ୍ଟ୍ରି ସାହାଯ୍ୟରେ କରୋନା ରୋଗୀଙ୍କୁ ଦିଆଯିବ ଅକ୍ସିଜେନ୍‌, ଜାଣନ୍ତୁ କେମିତି...

ଦେଶରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଅଦୃଶ୍ୟ ମହାମାରୀ ସହ ଲଢେଇ କରି କରି ଥକି ପଡିଲାଣି ମଣିଷ ସମାଜ। ଗୋଟିଏ ପଟେ ପ୍ରତିଦିନ ମହାମାରୀ ବଢିଚାଲିଥିବା ବେଳେ ଏବେ ପୁଣି ଏକ ନୂଆ ସମସ୍ୟା ଦେଖାଯାଇଛି।

amrnath
ଜୁନ୍‌ ୨୮ ରୁ ଆରମ୍ଭ ହେଉଛି ଅମରନାଥ ଯାତ୍ରା, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ୍‌...

ଭାରତରେ ୩୩ କୋଟି ଦେବତାଙ୍କୁ ଆରାଧନା କରାଯାଏ, ଏକଥା ଆମେ ସମସ୍ତେ ଜାଣିଛନ୍ତି। ଏହାରି ମଧ୍ୟରେ ଦେଶରେ ୪ ଧାମ ଓ ୧୨ ଜ୍ୟୋର୍ତିଲିଙ୍ଗ ଦର୍ଶନ କରିବାକୁ ପ୍ରତିବର୍ଷ ଲକ୍ଷାଧିକ ତୀର୍ଥ ଯାତ୍ରା କରିବାକୁ ଯାଉଥିବା ଦେଖାଯାଏ। ଆଉ ଅମରନାଥ ଯିବାର ମଜା କିଛି ନିଆରା।

Mamata Banerjee
ପଶ୍ଚିମବଙ୍ଗରେ ରାଲି ଓ ପ୍ରଚାର ସମୟକୁ କମ୍‌ କରିବାକୁ ନିଷ୍ପତ୍ତି ନେଲେ ଦିଦି

ବଙ୍ଗରେ ଆଉ ଅଧିକ ସମୟ ପ୍ରଚାର କରିବେ ନାହିଁ ଦିଦି। ଦେଶରେ ଲଗାତାର ସଂକ୍ରମଣ ହାର ବଢୁଥିବାରୁ ଦିଦି ଏମିତି ନିଷ୍ପତ୍ତି ନେଇଛନ୍ତି। ତେବେ ପ୍ରଚାର ସଂପୂର୍ଣ୍ଣ ବନ୍ଦ କରିବେ ନାହିଁ ବରଂ ପ୍ରଚାର ସମୟକୁ କମାଇ ଦେବେ ବୋଲି ସୂଚନା ମିଳିଛି।

Philip
ଅନ୍ତିମ ବିଦାୟୀ ନେଲେ ବ୍ରିଟେନର ରାଜା

ବ୍ରିଟେନର ରାଜା ଫିଲ୍ପପଙ୍କୁ ଅନ୍ତିମ ବିଦାୟୀ ଦିଆଯାଇଛି। ସେଣ୍ଟ ଜର୍ଜ ଚାପେଲରେ ତାଙ୍କ ମରଶରୀର ସମାଧୀ ହୋଇଛି। ରାଜ ପରିବାରର ଅନ୍ୟ ୨୪ ସଦସ୍ୟଙ୍କ କବର ନିକଟରେ ଫିଲିପଙ୍କୁ ସମାଧିସ୍ଥ କରାଯାଇଛି। ବ୍ରିଟିଶ ରାଜକୀୟ ପରମ୍ପରା ଅନୁସାରେ ଫିଲିପଙ୍କ ଅନ୍ତିମ ସଂସ୍କାର କରାଯାଇଛି।

corona-death
ପ୍ରତି ମିନିଟ୍‌ରେ ୮ ଜଣଙ୍କ ମୁଣ୍ଡ ନେଉଛି କରୋନା

କରୋନା ସ୍ଥିତି ସଙ୍ଗୀନ। ହୁ ହୁ ହୋଇ ବଢୁଛି ସଂକ୍ରମଣ। ବିଶ୍ୱର ଅଧିକାଂଶ ରାଷ୍ଟ୍ର ଏବେ ଏହି ଅଦୃଶ୍ୟ ମହାମାରୀରେ ଜୁଝି ହେଉଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହାରି ମଧ୍ୟରେ ବିଶ୍ୱରେ ୩୦ ଲକ୍ଷ ପାର୍‌ ହେଲାଣି କରୋନା ଜନିତ ସଂକ୍ରମଣର ସଂଖ୍ୟା।

amit shah
ଦେଶରେ ଲାଗୁହେବ କି ଲକଡାଉନ୍‌? ଏନେଇ ଏମିତି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା

ଚିନ୍ତା ବଢାଉଛି କରୋନା। ଦେଶରେ ଦୈନିକ ରେକର୍ଡ ପରେ ରେକର୍ଡ କରୁଛି ସଂକ୍ରମିତଙ୍କ ସଂଖ୍ୟା। ସ୍ଥିତି ଏମିତି ହେଲାଣି ଯେ, ଅନେକ ସ୍ଥାନରେ ଲୋକେ ଘରୁ ବାହାରିବା ପୂର୍ବରୁ ଶହେ ଥର ଚିନ୍ତା କରୁଛନ୍ତି।

coronavirus
କାହିଁକି ବଢୁଛି କରୋନା, ଏମ୍ସ ଡାକ୍ତର କଲେ ମହାଖୁଲାସା

କରୋନା ନାଁ ଶୁଣିଲେ ଏବେ  ସମସ୍ତେ ଛାନିଆଁ ହୋଇଯାଉଛନ୍ତି। କାରଣ ଏହି ଅଦୃଶ୍ୟ ମହାମାରୀ ଯେପରି ଭାବରେ ବଢୁଛି ତାହାକୁ ନେଇ ଏବେ ସମସ୍ତେ ଚିନ୍ତାରେ ଅଛନ୍ତି। ତେବେ ଏଠାରେ ସାଧାରଣରେ ଏକ ପ୍ରଶ୍ନ ଆସେ, କାହିଁକି କରୋନା ମହାମାରୀ ଏତେ ମାତ୍ରାରେ ବଢିଲା?

corona
କରୋନା ସ୍ଥିତି ଭୟଙ୍କର: ଶବ ନଆସୁଣୁ ପୋତିବା ଲାଗି ଜେସିବି ଖୋଳୁଛି ଗାତ

କରୋନାର ସ୍ଥିତି ଭୟଙ୍କର ହେବାରେ ଲାଗିଛି। ଦିନକୁ ଦିନ ମୃତକଙ୍କ ସଂଖ୍ୟା ବି ବଢିବାରେ ଲାଗିଛି। ମେଡିକାଲରେ ରୋଗୀଙ୍କୁ ଚିକିତ୍ସା କରାଇବାକୁ ଜାଗା ବି ମିଳୁନାହିଁ। ଆମ୍ବୁଲାନ୍ସରେ ଆସୁଥିବା ରୋଗୀଙ୍କୁ ସାଙ୍ଗେ ସାଙ୍ଗେ ଚିକିତ୍ସା ମିଳିବା ତ ଦୂର କଥା ମେଡିକାଲ ଭିତରକୁ ପଶିବାକୁ ବି ଅନୁମତି ମିଳିପାରୁନାହିଁ।

election
ନିର୍ବାଚନର ୭୨ ଘଂଟା ପୂର୍ବରୁ ପ୍ରାର୍ଥୀଙ୍କ ପ୍ରଚାର ଉପରେ ଲାଗିଲା ରୋକ୍‌

ନିର୍ବାଚନ କମିଶନଙ୍କ ବଡ଼  ନିଷ୍ପତ୍ତି। ଏଣିକି ନିର୍ବାଚନ ହେବାକୁ ଥିବା ଦିନର ୭୨ ଘଂଟା ପୂର୍ବରୁ ପ୍ରଚାର ଉପରେ ରୋକ ଲଗାଇଲେ କମିଶନ। କୋଭିଡ଼ ଦୃଷ୍ଟିରୁ କଟକଣା ଲାଗୁ କଲେ ନିର୍ବାଚନ କମିଶନ। ଏଣିକି ଭୋଟ ଗ୍ରହଣର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହେବ।

corona
ଶ୍ମଶାନରେ ଆଉ ଲିଭୁନାହିଁ ଜୁଇ, ଏକାସାଙ୍ଗରେ ଦାହ ହେଉଛି ଶତାଧିକ ଶବ

ବୋଲ ମାନୁନାହିଁ କରୋନା। ସ୍ଥିତି ଭୟଙ୍କର ହେଲାଣି। କରୋନା କବଳରେ ତ୍ରାହି ତ୍ରାହି ଡାକିଲେଣି ଲୋକେ। କିନ୍ତୁ ମହାମାରୀ କୋପରୁ କାହାକୁ ମିଳୁନାହିଁ ରକ୍ଷା

bobby-economics
ଲକଡାଉନ ହେଲେ ପ୍ରତି ସପ୍ତାହରେ ଦେଶରେ ଏତିକି କୋଟି ଟଙ୍କାର ହେବ କ୍ଷତି

ଦେଶରେ କରୋନା ହାଲ ସଙ୍ଗୀନ ହେଲାଣି। ସ୍ଥିତି ଏମିତି ହେଲାଣି ଯେ, ଅନେକ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଲାଗୁ କଲେଣି ରାଜ୍ୟ ସରକାର। ଆଉ କେହି କେହି ରାଜ୍ୟରେ ପୁଣି ଥରେ ଲକଡାଉନ କରିବା ପରି ଚରମ ନିଷ୍ପତ୍ତି ନେବାକୁ ଚିନ୍ତା କରୁଛନ୍ତି।

Taitenik
ସମୁଦ୍ର ମଧ୍ୟରେ କେମିତି ବୁଡ଼ିଥିଲା ଟାଇଟେନିକ୍ ଜାହାଜ, ଜାଣନ୍ତୁ ପୂରା କାହାଣୀ

ଟାଇଟେନିକ୍‌ ଜାହାଜ ବୁଡ଼ିବାକୁ ନେଇ ଏବେ ବି ଅନେକ କଳ୍ପନା ଓ ଜଳ୍ପନା ଲାଗି ରହିଛି। ଜାହାଜ କେମିତି ବୁଡ଼ିଲା ଓ କାହିଁକି ବୁଡ଼ିଲା ତାହାକୁ ନେଇ ଆଜି ବି ବିତର୍କ ଚାଲୁଛି। ବିଶ୍ୱର ବୁଠୁ ବଡ଼ ଜାହାଜକୁ ନେଇ ବର୍ତ୍ତମାନ ସମୟରେ ବି ଚାଲିଛି ଆଲୋଚନା। ତେବେ ଆସନ୍ତୁ ଜାଣିବା ବିଶ୍ୱର ସବୁଠୁ ବଡ଼ ଜାହାଜ କେମିତି ଓ କାହିଁକି ବୁଡ଼ିଥିଲା?

Bed
ହସ୍ପିଟାଲରେ ମିଳୁନି ବେଡ୍, ଆମ୍ବୁଲାନ୍ସରେ ଘଣ୍ଟା ଘଣ୍ଟା ରହୁଛନ୍ତି ରୋଗୀ

ଭୟଙ୍କର ହେବାରେ ଲାଗିଛି କରୋନା। ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ। ଆଉ ଏହାରି ମଧ୍ୟରେ ଗୁଜୁରାଟ୍‌ରେ ସ୍ଥିତି ଅଣାୟତ୍ତ ରହିଛି

mamata-modi
"ମୋଦି କାନ ଧରି ଉଠ୍‌ବସ୍‌ ହେବା କଥା"

ବଙ୍ଗରେ ଥମିବାରେ ନା ନେଉନାହିଁ ମୋଦି-ଦିଦି ରାଜନୀତି। ପ୍ରତିଦିନ ଉଭୟ ଉଭୟଙ୍କୁ ସମାଲୋଚନା କରିବାରେ ବ୍ୟସ୍ତ ଅଛନ୍ତି। ତେବେ ଏହାରି ମଧ୍ୟରେ ମମତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲେ ନିର୍ବାଚନ କମିଶନ

night curfew 1
କରୋନା ସ୍ଥିତି ଅଣାୟତ୍ତ, ମହାରାଷ୍ଟ୍ରରେ ୧୫ ଦିନିଆ କର୍ଫ୍ୟୁ ଲଗାଇଲେ ରାଜ୍ୟ ସରକାର

ଆସନ୍ତାକାଲିଠାରୁ ମହାରାଷ୍ଟ୍ରରେ ଲାଗିବ କର୍ଫ୍ୟୁ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏହି ସମୟରେ କେବଳ ଜରୁରୀ ସେବା ଓ ସାମଗ୍ରୀକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ। କେବଳ ଜରୁରୀ ସେବାରେ ଥିବା ଲୋକମାନେ ସାଧାରଣ ପରିବହନ ବ୍ୟବହାର କରିପାରିବେ ବୋଲି ସୂଚନା ମିଳିଛି।

corona
ନିର୍ବାଚନ ହେଉଥିବା ରାଜ୍ୟରେ ୩୦୦ ପ୍ରତିଶତ ବଢିଲାଣି ସଂକ୍ରମଣ, ତଥାପି ଚେତୁନାହାନ୍ତି ନେତା କି ଜନତା

ଆଉ ବୋଲ ମାନୁନାହିଁ କରୋନା। ଦେଶରେ ଲାଗାତାର ଭାବରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ମହାମାରୀ। ତେବେ ସଂକ୍ରମଣକୁ ରୋକିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଯେପରି ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ସରକାର

Johnson & Johnson vaccine
ଜନସନ ଆଣ୍ଡ ଜନସନ ଟିକା ଉପରେ ରୋକ୍ ଲଗାଇଲା ଆମେରିକା

ନୂଆଦିଲ୍ଲୀ: ଆମେରିକାରେ କରୋନା ଟିକା ଜନସନ ଆଣ୍ଡ ଜନସନକୁ ସାମୟିକ ବନ୍ଦ କରାଯାଇଛି। ଟିକା ନେବା ପରେ ୬ ଜଣଙ୍କ ଠାରେ ରକ୍ତ ଜମାଟ ବାନ୍ଧିବାରୁ ଏମିତି ପଦକ୍ଷେପ ନେଇଛନ୍ତି ଆମେରିକା ସରକାର। ଆମେରିକା ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ ପକ୍ଷରୁ ଟିକା ବନ୍ଦ ସମ୍ପର୍କରେ ସୂଚନା ଦିଆଯାଇଛି। ଆମେରିକାରେ ଏଯାଏଁ ୬୮ ଲକ୍ଷ ଲୋକଙ୍କୁ ଜନସନ ଟିକା ଦିଆଯାଇଛି।ତେବେ ଟିକା ବନ୍ଦ ସମ୍ପର୍କରେ ଆମେରିକାର ଫୁଡ ଆଣ୍ଡ ଆଡମିଷ୍ଟ୍ରେସନ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। […]

money
କେନ୍ଦ୍ରର ଏହି ଯୋଜନାରେ ସାମିଲ ହେଲେ ପ୍ରତି ମାସ ଆପଣ ବି ପାଇବେ ୫ ହଜାର ଟଙ୍କାର ପେନସନ୍

ଲୋକଙ୍କ ଲାଗି ସରକାର ଅନେକ ସମୟରେ ଯୋଜନା କରନ୍ତି। ଯାହାଦ୍ୱାରା ଦେଶର ନାଗରିକମାନେ ଅନେକ ଲାଭ ମଧ୍ୟା ପାଆନ୍ତି। ଏହାରି ମଧ୍ୟରେ ସରକାର ପୁଣି ଥରେ ଏକ ନୂଆ ଯୋଜନା କରିଛନ୍ତି ଯାହାଦ୍ୱାରା ଆପଣ ବି ମାସକୁ ପାଇପାରିବେ ୫ ହଜାର ଟଙ୍କା।

mango
ଏହି ଆମ୍ବ ଗଛରେ ଏକା ସାଙ୍ଗରେ ଫଳୁଛି ୩୦୦ ପ୍ରକାର ଆମ୍ବ, ଜାଣନ୍ତୁ କେମିତି ଏହା ହେଲା ସମ୍ଭବ

ଆସିଲାଣି ଖରାଦିନ। ଏବେ ବଜାରରେ ଭଳିକି ଭଳି ଦେଖିବାକୁ ମିଳିବ ଆମ୍ବ। ଅବଶ୍ୟ ଏବେ ପ୍ରତିମାସରେ ବଜାରରେ ଆମ୍ବ ମିଳୁଛି। କିନ୍ତୁ ସୁଆଦିଆ ଦେଶୀ ଆମ୍ବ କେବଳ ଖରାଦିନରେ ସୁଲଭ ମୂଲ୍ୟରେ ବଜାରରେ ବିକ୍ରି ହୋଇଥାଏ। କହିବାକୁ ଗଲେ, ଆମ ସମସ୍ତଙ୍କ ବାଡ଼ିରେ ପ୍ରାୟ ଆମ୍ବ ଗଛ ରହିଛି