ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଦ୍ୱିତୀୟ ପର୍ଯ୍ୟାୟରେ ଆଜି ମୋଟ ୧୪୮ ଜଣଙ୍କ ନାଁ ଘୋଷଣା କରାଯାଇଛି। ଘୋଷିତ ପ୍ରାର୍ଥୀ ତାଲିକାରେ ପ୍ରମୁଖ ଚେହେରା ରହିଛନ୍ତି ମୁକୁଲ ରାୟ। ସେ କ୍ରିଷ୍ଣାନଗର ଆସନରୁ ନିର୍ବାଚନ ଲଢିବେ ବୋଲି ସୂଚନା ରହିଛି
ପ୍ରଧାନମନ୍ତ୍ରୀ ମୋଦିଙ୍କ ମାରାଥନ ନିର୍ବାଚନ ପ୍ରଚାର ଚାଲିଛି। ପଶ୍ଚିମବଙ୍ଗ ପୁରୁଲିଆ ଓ ଆସାମ କରିମଗଞ୍ଜରେ ସାଧାରଣ ସଭାରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ। ପୁରୁଲିଆରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଥିବା ବେଳେ ଆସାମରେ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି। ସେପଟେ ଖଡଗପୁର ନିର୍ବାଚନ ରାଲିରେ ମୋଦିଙ୍କୁ ଜବାବ ଦେଇଛନ୍ତି ଦିଦି।
IGNOU ଆଡମିଶନ ପାଇଁ ସମୟସୀମା କୁ ଘୁଞ୍ଚାଇ ଦିଆଯାଇଛି , ବିବରଣୀ ଯାଞ୍ଚ କରନ୍ତୁ … ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ୍ ୟୁନିଭରସିଟି (IGNOU) ଜାନୁଆରୀ ୨୦୨୧ ସେସନ ପାଇଁ ଆବେଦନ ଦାଖଲ ସମୟସୀମାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଦୁଇ-ତିନି ବର୍ଷର ଅବଧିରେ ସ୍ନାତକୋତ୍ତର / ସ୍ନାତକୋତ୍ତର / ସେମିଷ୍ଟାର-ଆଧାରିତ କାର୍ଯ୍ୟକ୍ରମରେ ପଞ୍ଜୀକୃତ / ନାମଲେଖା ହୋଇଥିବା ପ୍ରାର୍ଥୀମାନେ ପୂର୍ବ ସେମିଷ୍ଟାରର ଟର୍ମ-ଏଣ୍ଡ ପରୀକ୍ଷାରେ ଉପସ୍ଥିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ବର୍ଷ / ସେମିଷ୍ଟାର […]
NCR ଭାରତୀୟ ରେଳ ନିଯୁକ୍ତି ୨୦୨୧ ପାଇଁ ଯୋଗ୍ୟତା…. ବୟସ ସୀମା: ପ୍ରାର୍ଥୀ ନିଶ୍ଚିତ ଭାବରେ ୧୫ ବର୍ଷ ପୂରଣ କରିଥିବେ ଏବଂ ୧୭ ମାର୍ଚ୍ଚ ୨୦୨୧ ସୁଦ୍ଧା ୨୪ ବର୍ଷରୁ ଅଧିକ ହୋଇ ନଥିବ । SC / ST ପ୍ରାର୍ଥୀଙ୍କ କ୍ଷେତ୍ରରେ ଉପର ବୟସ ସୀମା ପାଞ୍ଚ ବର୍ଷ ଏବଂ OBC ପ୍ରାର୍ଥୀଙ୍କ କ୍ଷେତ୍ରରେ ତିନି ବର୍ଷ କୋହଳ ହୋଇପାରେ। ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ, ବୟସ ସୀମା ୧୦ ବର୍ଷ ପର୍ଯ୍ୟନ୍ତ କୋହଳ […]
ପଶ୍ଟିମବଙ୍ଗବାସୀଙ୍କୁ ଭୋଟ୍ ମାଗିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତାକାଲି ପୁରୁଲିଆରେ ବିଶାଳ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ବୋଲି ସୂଚନା ମିଳିଛି। ମୋଦିଙ୍କ ଗସ୍ତକୁ ନେଇ ପଶ୍ଟିମବଙ୍ଗ ବିଜେପି ଶିବିରରେ ବଡ ଧରଣର ପ୍ରସ୍ତୁତି ଚାଲିଛି
ପୁଣି ଫେରିଲା ନାଇଟ୍ କର୍ଫ୍ୟୁ। ଗୁଜରାଟର ୪ ସହରରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ ବୋଲି ସୂଚନା ମିଳିଛି। କରୋନା ସଂକ୍ରମଣ ବଢ଼ିବା ପରେ ଗୁଜରାଟ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଅହମ୍ମଦାବାଦ, ବଡ଼ୋଦରା, ସୁରତ,ଏବଂ ରାଜକୋଟରେ ନାଇଟ୍ କର୍ଫ୍ୟୁ ଲାଗୁ ପାଇଁ ଗୁଜରାଟ ସରକାର ନିର୍ଦ୍ଦେଶ ଦେଇଛନ୍ତି
ଦେଶରେ କାୟା ବିସ୍ତାର କରୁଛି କରୋନା। ୨୪ ଘଣ୍ଟାରେ ଦେଶରେ ମୋଟ୍ ୨୪,୪୯୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦେଇଛି। ଏହାସହ ୨୪ ଘଣ୍ଟାରେ ୨୦,୧୯୧ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ୧୩୧ ଜଣଙ୍କ ଜୀବନ ନେଇଛି କରୋନା।
ସରକାରୀ ପଦ ପଦବୀ ନିଯୁକ୍ତି ପାଇଁ କମନ ଏଲିଯିବିଲିଟି ଟେଷ୍ଟ (CET) ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଶନିବାର କହିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟର ଅନୁମୋଦନ କ୍ରମେ CET ପରିଚାଳନା ପାଇଁ ଜାତୀୟ ନିଯୁକ୍ତି ଏଜେନ୍ସି (ଏନଆରଏ) ଗଠନ କରାଯାଇଛି।
ମାର୍ଚ୍ଚ ୧୫ ଅର୍ଥାତ ଆଜି ଠାରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅନଲାଇନ୍ ପରୀକ୍ଷା ଆରମ୍ଭ ହେଉଛି। ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ଅପେକ୍ଷା ଡାଉନଲୋଡ୍, ଅପଲୋଡ୍, ପାସୱାର୍ଡ, ଇଣ୍ଟରନେଟ୍ ନେଟୱାର୍କ ଭଳି ବୈଷୟିକ ଜିନିଷ ଯତ୍ନବାନ ହେବାକୁ କୁହାଯାଇଛି
ଦେଶରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦୈନିକ କରୋନା ସଂକ୍ରମଣ ପୁଣି ୨୫ ହଜାର ଟପିଥିବା ନେଇ ସୂଚନା ମିଳିଛି। ୨୪ ଘଣ୍ଟାରେ ୨୫ ହଜାର ୩୨୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୫୯ ହଜାର ୪୮କୁ ଏହାରି ମଧ୍ୟରେ ବୃଦ୍ଧି ପାଇଛି
୫ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଆଜି ବିଜେପି ପ୍ରାର୍ଥୀ ଘୋଷଣା କରିପାରେ। ଗତକାଲି ବିଜେପିର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ଅନେକ ବିଚାର ବିମର୍ଷ କରାଯାଇଛି। ଏହାସହ ବିଳମ୍ବିତ ରାତିରେ ବୈଠକ ଶେଷ ହୋଇଛି।