ଆତଙ୍କବାଦୀଙ୍କୁ କଡା ଜବାବ ଦେବାକୁ ତୟାର ଭାରତୀୟ ସେନା। ପାକ୍ ସୀମାନ୍ତ ପୁଂଚ୍ ସେରରେ ଚାଲିଛି ସୁରକ୍ଷାକର୍ମୀଙ୍କ ଜୋରଦାର ଅପରେସନ। ଶତ୍ରୁକୁ ମାତ୍ ଦେବାକୁ ଜାଗ୍ରତ ଆମର ବୀର ଯବାନ। ଗତକାଲି ପୁଂଚ୍, ମେଣ୍ଢାର ଓ ରାଜୌରି ଅଂଚଳରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ଲାଗି ପ୍ରୟାସ କରିଥିଲା ପାକିସ୍ତାନ
ଏମିତିକି ସର୍ଜିକାଲ୍ ଷ୍ଟ୍ରାଇକ୍ ପାଇଁ ଭାରତ ନିଜ ଘନିଷ୍ଠ ସହଯୋଗୀଙ୍କଠାରୁ ଅନୁମୋଦନ ନେବାକୁ ବି ଚେଷ୍ଟା ଜାରି ରଖିଥିବା ନେଇ ତାଙ୍କ ପାଖରେ ପକ୍କା ଗୁଇନ୍ଦା ସୂଚନା ରହିଥିବା କହିଛନ୍ତି ସେ କହିଛନ୍ତି।
ଅସନ୍ତୁଷ୍ଟ ନେତାଙ୍କୁ ଭେଟିବେ ସୋନିଆ ଗାନ୍ଧୀ। ମିଳିଥିବା ସୂଚନା ଅନୁସାରେ, କଂଗ୍ରେସରେ ଦେଖା ଦେଇଥିବା ବିଦ୍ରୋହକୁ ପ୍ରଶମିତ କରିବା ଲାଗି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପ୍ରୟାସ ଦଳରେ ସାଂଗଠନିକ ସ୍ଥିତିରେ ପରିବର୍ତ୍ତନ ଆଣିବା ଲାଗି ଗତ ଅଗଷ୍ଟ ମାସରେ ଚିଠି ଲେଖିଥିବା ୨୩ ଜଣ ନେତାଙ୍କ ମଧ୍ୟରୁ କିଛି ନେତାଙ୍କୁ ଆଜି ସାକ୍ଷାତ କରିବେ ସୋନିଆ।
ବିଜେପିର ବଙ୍ଗ ଦଖଲ ପାଇଁ ସଜବାଜ। ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଗତ ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ଆଜି ପୂର୍ବାହ୍ନରେ ଦଳୀୟ ନେତାଙ୍କ ସହ ବୈଠକ କରି ପ୍ରସ୍ତୁତ କରିବେ ରଣନୀତି। ଏହାସହ ରାଜ୍ୟର ଚାଷୀ ମାନଙ୍କୁ ଭେଟି ଆଲୋଚନା କରିବାର ମଧ୍ୟ ରହିଛି କାର୍ଯ୍ୟକ୍ରମ।
କରୋନା ଟିକା ନେବା ଇଚ୍ଛାଧୀନ ବ୍ୟାପାର। ଦେଶରେ କରୋନା ଟିକା ଉପଲବ୍ଧ ହେବା ପରେ ଯେଉଁ ବ୍ୟକ୍ତି ନିଜ ତରଫରୁ ଚାହିଁବେ, ସେମାନେ ନେଇ ପାରିବେ। ଏବଂ ଏହା ବାଧ୍ୟତାମୂଳକ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର
ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ। ହାଥରସ କୋର୍ଟରେ ପହଞ୍ଚି ଚାର୍ଜସିଟ୍ ଦାଖଲ କରିଛନ୍ତି ସିବିଆଇ ଅଧିକାରୀ। ମିଳିଥିବା ସୂଚନା ଅନୁସାରେ ଏସସି/ଏସଟି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟକୁ କୋର୍ଟ ଗ୍ରହଣ କରିଥିବା ମଧ୍ୟ ଜଣାଯାଇଛି
କାମ କରିବା ଲାଗି ମନା କପିଦେବାରୁ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ। ଜାଳିବା ପୂର୍ବରୁ ଯୁବକଙ୍କୁ ମାଡ ମର।ଯାଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ତେବେ ଏହି ଘଟଣାରୁ ଆପଣ ଜାଣିପାରିବେ ଯେ, ମଣିଷ କେତେ ନିଷ୍ଠୁର ହୋଇପାରେ।
ମଧ୍ୟପ୍ରଦେଶ କୃଷକ କଲ୍ୟାଣ କାର୍ଯ୍ୟକ୍ରମରେ ଚାଷୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଯ୍ୟକ୍ରମରେ କଂଗ୍ରେସ ଉପରେ ଜୋରଦାର ବର୍ଷିଲେ। କହିଲେ, ଚାଷୀଙ୍କ ପାଇଁ ଆସିଥିବା ଆଇନ, ପ୍ରଥମେ ସେମାନେ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇପାରିନଥିଲେ।
ବିକ୍ରି ହେବ ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କାର୍ଯ୍ୟାଳୟ। ବାରଣାସୀ ଗୁରୁଧାମ କଲୋନୀରେ ଥିବା ମୋଦିଙ୍କ କାର୍ଯ୍ୟାଳୟ ବିକ୍ରି ହେବା ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା। ତେବେ କାର୍ଯ୍ୟାଳୟ ବିକ୍ରି ହେବା ନେଇ ଓଏଲଏକ୍ସରେ ବିଜ୍ଞାପନ ଦିଆଯାଇଛି।
ମାଆ ହେବେ ନେହା କକ୍କର। ଏହି ଖବର ସୋସିଆଲ ମିଡିଆରେ ଏବେ ଜୋରଦାର ଭାଇରାଲ ହେଲବାରେ ଲାଗିଛି। ତେବେ ଏହି ଘଟଣା ଜଣାପଡିବା ପରେ ପ୍ରଶଂସକମାନେ ମଂଧ୍ୟ ଆଶ୍ଚର୍ଯ୍ୟ ହୋଅଯାଇଛନ୍ତି। କାରଣ ବିବାହର ଏତେ କମ ଦିନ ମଧ୍ୟରେ ଏମିତି ଖୁସି ଖବର ନେହା ଦେବେ ବୋଲି କେହି ବିଶ୍ୱାସ କରିନଥିଲେ।
ଚାଷୀଙ୍କୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। ଚାଷୀଙ୍କୁ ନେଇ ଲଗାତାର ଭାବରେ ମୁହାଁମୁହିଁ ହେଉଛନ୍ତି ଶାସକ ଓ ବିରେଧୀ। ତେବେ ଏହାରି ମଧ୍ୟରେ ଚାଷୀ ପ୍ରସଙ୍ଗରେ ପୁଣି ଥରେ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେପଟେ ଚାଷୀ ଆନ୍ଦୋଳନ ସମୟରେ ମଧ୍ୟପ୍ରଦେଶରେ ଚାଷୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ମୁଖ୍ୟମନ୍ତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ଏମିତି ସେମିତି ମାମଲା ନୁହେଁ ବରଂ ଆସିଛି ଦୁଷ୍କର୍ମ ପରି ସଙ୍ଗୀନ ମାମଲା। ତେବେ ଏପରି ସାଙ୍ଗାତିକ ଅଭିଯୋଗ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଣିଛନ୍ତି ମୁମ୍ବାଇର ଜଣେ ମଡେଲ। ଏହି ମାମଲା ସାମ୍ନାକୁ ଆସିବା ପରେ ଜାତୀୟ ଗଣମାଧ୍ୟମରେ ମଧ୍ୟ ଶିରୋନାମା ପାଲଟିଛି।
ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ବିବାହର ପ୍ରତିଶୃତି ଦେଇ ଏଣିକି ଶାରୀରିକ ସମ୍ପର୍କ ରଖିଲେ ତାହାକୁ ଦୁଷ୍କର୍ମ ବୋଲି ଧରାଯିବ ନାହିଁ ବୋଲି କହିଛନ୍ତି କୋର୍ଟ। ଜାତୀୟ ଗଣାମଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଜଣେ ମହିଳା ୨୦୦୮ ମସିବାରଉ ଲିଭଇନ ରିଲେସନରେ ଥିଲେ।
ଏମିତି ବି ଆସେ ବିପଦ। ରାଜସ୍ଥାନ ଭରତପୁର ଅଂଚଳରେ ଦୁଇଜଣ ଚାଲି ଚାଲି ଯାଉଥିବା ବେଳେ ଅଚାନକ ସେମାନଙ୍କ ଉପରେ ଏକ କଂକ୍ରିଟ୍ ପିଲର ଖସି ପଡିଥିଲା। ତେବେ ସୌଭାଗ୍ୟ ବଶତଃ ଜଣେ ବର୍ତ୍ତି ଯାଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।
ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନକୁ ନେଇ ଆଜି ପୁଣି ସୁପ୍ରିମକୋର୍ଟରେ ଶୁଣାଣି। ଅବରୋଧ ହଟାଇବା ନେଇ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି ହେବ। ଗତକାଲି ମାମଲାର ଶୁଣାଣି କରି ଚାଷୀଙ୍କ ଦାବିର ସମାଧାନ ପାଇଁ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ କହିଥିଲେ।
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଆତ୍ମକଥାକୁ ନେଇ ବିବାଦ ମୁହାଁମୁହିଁ। ପୁଅ ଅଭିଜିତ୍ ଓ ଝିଅ ଶର୍ମିଷ୍ଠା ରୁପା ଦ୍ୱାରା ପ୍ରକାଶ ପାଇବାକୁ ଯାଉଥିବା ଆତ୍ମକଥାରେ ପ୍ରଣବ ୨୦୧୪ ନିର୍ବାଚନରେ ଶୋଚନୀୟ ପରାଜୟ ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଦାୟୀ କରିଛନ୍ତି।
ଆସାମ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଆସାମ୍ ବିଜେପି ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ସେ ପ୍ରଥମ ଥର ପାଇଁ ରାଜ୍ୟ ଗସ୍ତରେ ଯାଇଛନ୍ତି। ଆଜି ଗୌହାଟି ବିମାନବନ୍ଦରରେ ପହଞ୍ଚିବା ପରେ ଆସାମ ବିଜେପି ସଭାପତି ରଣଜିତ ଦାସଙ୍କ ସହ ଅନ୍ୟ ବିଜେପି କର୍ମୀମାନେ ତାଙ୍କୁ ସ୍ୱାଗତ କରିଥିଲେ
ନୂଆ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଗତ ୨୧ ଦିନ ଧରି ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଏକ କମିଟି ଗଠନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପକ୍ଷଙ୍କୁ ନେଇ ଏକ କମିଟି ଗଠନ କରିବାକୁ ସଲିସିଟର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ନୂଆଦିଲ୍ଲୀ : କେନ୍ଦ୍ରର କୃଷି ଆଇନ୍ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୨୦ ଦିନରେ ପହଁଚିଥିବା ବେଳେ ଆଜି ପୁଣି ଆଇନ ସପକ୍ଷରେ ଯୁକ୍ତି ବାଢିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଆଇନ୍ ନେଇ ବିରୋଧୀ ଦଳ, ଚାଷୀଙ୍କୁ ଭ୍ରମିତ କରୁଛନ୍ତି । ତେବେ ନୂଆ କୃଷି ଆଇନରେ ଫାଇଦା କଣ ଏବଂ ଚାଷୀ ଏହାଦ୍ୱାରା କେତେ ଲାଭବାନ ହେବେ , ସେନେଇ ସରକାର ଚାଷୀଙ୍କ ସହ ଆଲୋଚନା ଜାରି ରଖିବେ ପ୍ରଧାନମନ୍ତ୍ରୀ। ଆହୁରି ମଧ୍ୟ […]
କରୋନା ମୁକାବିଲା ଲାଗି ପ୍ରତ୍ୟେକ ଦିନ କିଛି ନା କିଛି ଖବର ପ୍ରକାଶିତ ହେଉଛି । କରୋନା ଟିକା କେବେ ଆସିବ ଓ ଆସିଲେ କାହାକୁ ଦିଆଯିବ ସେନେଇ ବି ଜୋରସୋରରେ ଚର୍ଚ୍ଚା ଚାଲିଛି । ତେବେ ଏହାରି ମଧ୍ୟରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସ୍ୱାଗତ କରାଯାଇଛି
ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଘୋଷଣାନାମାରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ମଙ୍ଗଳବାର ସେ ଏହା ଘୋଷଣା କରିଛନ୍ତି। ୟୁପିରେ ୨୦୨୨ ମସିହାରେ ବିଧାନସଭା ପାଇଁ ନିର୍ବାଚନ ହେବ
ନିଦ ହେଲା କାଳ । ରାତି ଅଧରେ ମନ୍ଦିରରେ ଚୋରି କରିବାକୁ ଯାଇଥିଲେ ଦୁର୍ବୃତ୍ତ । କିନ୍ତୁ ନିଦ ଏମିତି ଭାବରେ ଆସଲା ଯେ, ସେହିଠାରେ ହିଁ ଶୋଇ ପଡିଲା ଚୋର । ତେବେ ମନ୍ଦିରରେ ଥିବା ଅନେକ ସାମଗ୍ରୀକୁ ନିଜ ବ୍ୟାଗରେ ବାନ୍ଧି ରଖିଥିଲା ଚୋର ।