• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

amar-dubey
ବିକାଶର ସହଯୋଗୀକୁ ଏନକାଉଣ୍ଟର୍

ଲକ୍ଷ୍ନୌ: ଉତ୍ତରପ୍ରଦେଶ କାନପୁର ଚୌବେପୁରରେ ୮ ପୋଲିସ କର୍ମୀଙ୍କୁ ନିର୍ମମ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେର ଜଣେ ସହଯୋଗୀକୁ ଏନକାଉଣ୍ଟର କରାଯାଇଛି। ବିକାଶର ସହଯୋଗୀ ଅମର ଦୁବେ ହମିରପୁର ନିକଟରେ ଥିବା ଖବର ପାଇ ଏସଟିଏଫ୍ ପକ୍ଷରୁ ଚଢଉ କରାଯାଇଥିଲା। ଅଭିଯୁକ୍ତ ଅମର ଦୁବେ ପାଲଟା ଆକ୍ରମଣ କରିବାରୁ ଏସଟିଏଫ୍ ଟିମ୍ ଏନକାଉଣ୍ଟର କରିଥିଲା। ପୋଲିସ କର୍ମୀଙ୍କୁ ହତ୍ୟା ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କୁ ଗିରଫ କରାଯିବା ସହ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ […]

ganguly
'ପ୍ରିନ୍ସ ଅଫ୍ କୋଲକାତା' @୪୮

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ଏବଂ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଜି ୪୮ ବର୍ଷରେ ପାଦ ଥାପିଛନ୍ତି। ‘ପ୍ରିନ୍ସ ଅଫ୍ କୋଲକାତା’ ଓ ‘ରୟାଲ୍ ବେଙ୍ଗଲ୍ ଟାଇଗର୍’ ନାମରେ ପରିଚିତ ଗାଙ୍ଗୁଲି ନିଜର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ଅନେକ ମାଇଲଖୁଣ୍ଟ ଅର୍ଜନ କରିଛନ୍ତି। ଗାଙ୍ଗୁଲିଙ୍କ କ୍ୟାପଟେନ୍ସି ଓ ବ୍ୟାଟିଂ ଷ୍ଟାଇଲକୁ ଆଜି ବି ମନେ ପକାଯାଏ। ଭାରତୀୟ କ୍ରିକେଟକୁ ନୂଆ ପରିଚୟ ଦେବାରେ ଗାଙ୍ଗୁଲିଙ୍କର ପ୍ରମୁଖ ଯୋଗଦାନ ରହିଛି। ଗାଙ୍ଗୁଲି ଭାରତ ପକ୍ଷରୁ ୧୧୩ […]

corona
ଦେଶରେ କରୋନା ସ୍ଥିତି ଅଣାୟତ, ଦିନକରେ ୨୨,୭୫୨ ପଜିଟିଭ୍

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ଅଣାୟତ ହେବାରେ ଲାଗିଛି କରୋନାଭାଇରସ୍। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପାଖାପାଖି ୨୩ହଜାର ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ବୁଧବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଦିନକରେ ମୋଟ ୨୨,୭୫୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟା ଭିତରେ ୪୮୨ ଜଣ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି। ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୪୨,୪୧୭ରେ ପହଞ୍ଚିଯାଇଛି। ସେହିପରି ମୃତ୍ୟୁ ସଂଖ୍ୟା ୨୦,୬୪୨କୁ ବୃଦ୍ଧି […]

brazil
ବ୍ରାଜିଲ୍ ରାଷ୍ଟ୍ରପତିଙ୍କୁ କରୋନା

ବ୍ରାସିଲିଆ: ବ୍ରାଜିଲରେ କରୋନାଭାଇରସ୍ ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହିକ୍ରମରେ ବ୍ରାଜିଲର ରାଷ୍ଟ୍ରପତି ଜାଇର୍ ବୋଲସୋନାରୋ କରୋନାରେ ସଂକ୍ରମିତ ହୋଇଛନ୍ତି। ଏକ ଟେଲିଭିଜନରେ ସାକ୍ଷାତକାର ଅବସରରେ ବୋଲସୋନାରୋ ଏହି ମହାମାରୀରେ ଆକ୍ରାନ୍ତ ଥିବା ସ୍ପଷ୍ଟ କରିଛନ୍ତି। ମଙ୍ଗଳବାର ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ହୋମ୍ କ୍ୱାରେଣ୍ଟିନରେ ରଖାଯାଇଛି। ସେ କହିଛନ୍ତି, ମୋ ଶରୀରରେ ମଧ୍ୟମ ଧରଣର କରୋନା ଲକ୍ଷଣ ଦେଖା ଯାଇଛି। ତେଣୁ ମୁଁ ଶୀଘ୍ର ସୁସ୍ଥ ହୋଇଯିବି ବୋଲି […]

testing
ଲଞ୍ଚ୍ ହେଲା ଭାରତର ପ୍ରଥମ ଅଟୋମେଟିକ୍ କରୋନା ଟେଷ୍ଟିଂ ସିଷ୍ଟମ୍

ମୁମ୍ବାଇ: ମହାରାଷ୍ଟ୍ରର ପୁନେ ସହରର ଏକ କମ୍ପାନୀ ଭାରତର ପ୍ରଥମ ଅଟୋମେଟିକ୍ କରୋନା ଟେଷ୍ଟିଂ ସିଷ୍ଟମ୍ ଲଞ୍ଚ୍ କରିଛି। ମାଇଁଲ୍ୟାବ୍ ଡିକ୍ସଭରୀ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ ଆଣ୍ଡ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ଲଞ୍ଚ୍ କରାଯାଇଥିବା ଏହି ଟେଷ୍ଟିଂ ଉପକରଣରେ ଦିନକରେ ୪୦୦ରୁ ଅଧିକ ଟେଷ୍ଟ କରାଯାଇପାରିବ ବୋଲି ସିରମ୍ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା କହିଛନ୍ତି। Pune: India’s 1st fully-automated Sample-to-PCR-ready system for molecular diagnostics, developed by Mylab Discovery […]

cricket
୧୧୭ ଦିନର ବିରତି ପରେ ପଡ଼ିଆକୁ ଫେରିବ କ୍ରିକେଟ୍

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ଯୋଗୁ ସାରା ବିଶ୍ୱରେ କ୍ରୀଡ଼ା ଗତିବିଧି ବନ୍ଦ ରହିଛି। ଏଥିରୁ ମଧ୍ୟ ବାଦ୍ ପଡ଼ିନି କ୍ରିକେଟ୍। କିନ୍ତୁ ସବୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ବୁଧବାରଠାରୁ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ସହ ୧୧୭ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟର ପ୍ରତ୍ୟାବର୍ତ୍ତନ ହେବ। ସୀମିତ ଓଭର୍ କ୍ରିକେଟ୍ ଆରମ୍ଭ ହେବାର ୪୬ ବର୍ଷ ପରେ ପ୍ରଥମଥର ୧୦୦ରୁ ଅଧିକ ଦିନ ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇନାହିଁ। ଏବେ […]

mask
ମାସ୍କ ଓ ସାନିଟାଇଜର୍ ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ୍

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ଲଗାତାର ବଢ଼ୁଥିବାରୁ କେନ୍ଦ୍ର ସରକାର ମାସ୍କ ଓ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀରେ ସାମିଲ୍ କରିଥିଲେ। କିନ୍ତୁ ଏବେ ସରକାର ଏଥିରେ ସଂଶୋଧନ କରି ମାସ୍କ ଓ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀରୁ ହଟାଇ ଦେଇଛନ୍ତି। କେନ୍ଦ୍ର ଖାଦ୍ୟ ଓ ଘାଉଟୀ ବ୍ୟାପାର ମନ୍ତ୍ରୀ ରାମବିଳାସ ପାସୱାନ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ନୂଆ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାକୁ ଆଜି ଅନୁମତି ଦେଇଛି। ହେଲେ ଏଥିରେ କରୋନାର […]

joined
ପରଲୋକରେ ବିଶ୍ୱର ସବୁଠାରୁ ବୟୋଜ୍ୟେଷ୍ଠ ଯୋଡ଼ା ମଣିଷ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଅଧିକ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଥିବା ଯାଆଁଳା ଯୋଡ଼ା ଭାଇଙ୍କର ୬୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ରୋନୀ ଓ ଡନି ଗେଲନ୍ ନାମକ ଏହି ଦୁଇ ଭାଇ ୨୮ ଅକ୍ଟୋବର, ୧୯୫୧ରେ ଜନ୍ମ ଗ୍ରହଣ କରିଥିଲେ। ଦୁହେଁ ଆମେରିକାର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଡାକ୍ତରଙ୍କ ଅନୁଯାୟୀ, ଦୁହିଁଙ୍କର ମୃତ୍ୟୁ ସ୍ୱାଭାବିକ କାରଣରୁ ହୋଇଛି। ୨୦୧୪ରେ ଦୁହେଁ ୬୩ ବର୍ଷ ବୟସରେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଯୋଡ଼ି […]

nitish
ବିହାର ମୁଖ୍ୟମନ୍ତ୍ରୀଙ୍କ ଭାଣିଜି କରୋନାରେ ଆକ୍ରାନ୍ତ

ପାଟଣା: ବିହାରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କରୋନା ଏଣ୍ଟ୍ରି କରିସାରିଛି। ଏହିକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଭାଣିଜିଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି, ଯାହାକୁ ନେଇ ସବୁ ଚିନ୍ତାରେ ପଡ଼ିଯାଇଛନ୍ତି। ବର୍ତ୍ତମାନ ତାଙ୍କର ଏମ୍ସ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଏହାସହ ତାଙ୍କର ପୂରା ପରିବାରକୁ ହୋମ୍ କ୍ୱାରେଣ୍ଟିନରେ ରଖାଯାଇଛି ଏବଂ ସମସ୍ତଙ୍କର ଟେଷ୍ଟ ମଧ୍ୟ କରାଯାଇଛି। ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଭାଣିଜି ମଧ୍ୟ ସିଏମ୍ ବାସଭବନରେ ରୁହନ୍ତି। […]

journalist
ଛାତରୁ ଡେଇଁ ପଡ଼ିଲେ କରୋନା ସଂକ୍ରମିତ ସାମ୍ବାଦିକ

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଏମ୍ସ ଟ୍ରମା ସେଣ୍ଟରରେ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ଚାରି ମହଲା ବିଶିଷ୍ଟ କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ପେସାରେ ସାମ୍ବାଦିକ ବୋଲି କୁହାଯାଉଛି। ଗୁରୁତର ଅବସ୍ଥାରେ ସାମ୍ବାଦିକଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଚିକିତ୍ସାଧୀନ ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସର କହିବା ଅନୁଯାୟୀ, ଆତ୍ମହତ୍ୟା କରିଥିବା ତରୁଣ ସିସୋଦିଆ କରୋନାରେ ସଂକ୍ରମିତ ଥିଲେ। ଏମ୍ସର କୋଭିଡ୍ ବିଭାଗରେ ତାଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ ହଠାତ୍ […]

ajit-doval
ଚୀନର ପଛଘୁଞ୍ଚା ପଛର ମାଷ୍ଟରମାଇଣ୍ଡ କିଏ?

ନୂଆଦିଲ୍ଲୀ: କାମ ଦେଲା ଭାରତର ଆକ୍ରମଣାତ୍ମକ ଆଭିମୁଖ୍ୟ। ସଫଳ କୂଟନୀତି ଓ ଘେରାବନ୍ଦୀ ଆଗରେ ହାର୍ ମାନିଲା ଡ୍ରାଗନ୍। ଶେଷରେ ଗଲୱାନ୍ ଘାଟିରେ ପଛକୁ ହଟିଛି ଚୀନ୍। ମାସେରୁ ଅଧିକ ସମୟ ଧରି ଲଦାଖ ସୀମାରେ ଉତ୍ତେଜନା ପରେ ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ପଛକୁ ହଟିଛି। ସୋମବାର ପିଏଲଏ ସୈନ୍ୟ ଭାରତ-ଚୀନ ସୀମାନ୍ତ ପୂର୍ବ ଲଦାଖର ଗଲୱାନ ଭ୍ୟାଲିର ପାଟ୍ରୋଲ ପଏଣ୍ଟ (ପିପି) ୧୪, ୧୫ ଏବଂ ୧୭-ଏ ଏବଂ ଗୋଗ୍ରା-ହଟସ୍ପ୍ରିଙ୍ଗ ଅଞ୍ଚଳରୁ ନିଜର […]

sachin-and-ganguly
ସଚିନଙ୍କ ବଡ଼ ରହସ୍ୟ ଖୋଲିଦେଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଓ ସଚିନ୍ ତେନ୍ଦୁଲକରଙ୍କ ଓପନିଂ ଯୋଡ଼ି ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଅନେକ ସ୍ମରଣୀୟ ପାର୍ଟନରଶିପ୍ କରିଛନ୍ତି। ରନ୍ ମାମଲାରେ ଦୁହେଁ ବିଶ୍ୱର ଏକ ନମ୍ବର ଓପନିଂ ଯୋଡ଼ି। ତେବେ ଏହି ଯୋଡ଼ିକୁ ନେଇ ସବୁବେଳେ ଗୋଟିଏ କଥା କୁହାଯାଉଥିଲା ଯେ ସଚିନ୍ କାହିଁକି ଇନିଂସର ପ୍ରଥମ ବଲ୍ ସାମ୍ନା କରୁନଥିଲେ। ସେ ସବୁବେଳେ ଗାଙ୍ଗୁଲିଙ୍କୁ ହିଁ କାହିଁକି ପ୍ରଥମ ବଲ୍ ଖେଳିବାକୁ କହୁଥିଲେ। ଏହାର ଖୁଲାସା କରିଛନ୍ତି […]

bara-2
କନ୍ୟା ଲାପଟପ୍‌ ଧରି ଅଫିସ୍ କାମରେ ବ୍ୟସ୍ତ, ପାଖରେ ବୋର୍ ହେଉଛି ବର: ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ସମସ୍ତଙ୍କୁ ନିଜ ଘର ଭିତରେ ରହିବାକୁ ବାଧ୍ୟ କରିଛି। କର୍ମଚାରୀମାନେ ଘରେ ରହି କାମ କରିବାକୁ କମ୍ପାନୀଗୁଡ଼ିକ କହିଛନ୍ତି। ସାମାଜିକ ଦୂରତା ନିୟମକୁ ପାଳନ କରି ସଂକ୍ରମଣର ବିପଦକୁ ଦୂର କରିବା ପାଇଁ ବିଭିନ୍ନ କାର୍ଯ୍ୟଠାରୁ ଆରମ୍ଭ କରି ବିବାହ, ବ୍ରତଘର ପର୍ଯ୍ୟନ୍ତ ସବୁକିଛି ଏକ ଛୋଟ ବ୍ୟାପାରରେ ପରିଣତ ହୋଇଛି। https://twitter.com/dineshjoshi70/status/1278965451666657281?s=20 ଏହି ସମୟରେ ବିବାହ କରୁଥିବା ବ୍ୟକ୍ତି ବହୁ ହଇରାଣ ହେଉଛନ୍ତି। ଏହି ଭଳି ଏକ ବାହାଘର ସମୟର […]