ମୁମ୍ବାଇ: ଆଉ ମାତ୍ର ଦିନ କେଇଟା ପରେ ବିବାହ ବନ୍ଧନରେ ଆବଦ୍ଧ ହେବେ ବଲିଉଡ୍ର ମୋଷ୍ଟ ଷ୍ଟନିଂ ଯୋଡ଼ି ଦୀପିକା ପାଦୁକୋନ୍ ଏବଂ ରଣବୀର କପୁର। ଇଟାଲୀର ଏହି ଯୋଡ଼ିଙ୍କ ଡେଷ୍ଟିନେସନ୍ ୱେଡିଂ ହେବ। ଯାହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ରଣବୀର ଏବଂ ଦୀପିକା ଇଟାଲୀ ଅଭିମୁଖେ ବାହାରି ସାରିଛନ୍ତି। ୪ ଦିନିଆ ସେଲିବ୍ରେସନ୍ ପାଇଁ ଆରମ୍ଭ ହୋଇଛି କାଉଣ୍ଟ୍ ଡାଉନ୍। ଆସନ୍ତା ୧୪ ଏବଂ ୧୫ ତାରିଖରେ ଏହି ଗ୍ରାଣ୍ଡ ୱେଡିଙ୍ଗ୍ ହେବ। ନିମନ୍ତ୍ରଣ […]
ଶ୍ରୀନଗର: ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ନିହତ। ଜମ୍ମୁ ଓ କାଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ ଟେକେନ୍ ଗାଁର ଏକ ଘରେ ଲୁଚି ରହିଥିଲେ। ଏନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କ ପରିଚୟ ମିଳିପାରିନାହିଁ। ତେବେ ଘଟଣାସ୍ଥଳରୁ ଗୋଳାବାରୁଦ ଜବତ କରାଯାଇଛି। ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିବାରୁ ସୁରକ୍ଷାକର୍ମୀ ଏହାର କଡ଼ା ଜବାବ ଦେଇଥିଲେ।
ଭୁବନେଶ୍ୱର: ବିମୁଦ୍ରାକରଣ ପ୍ରତିବାଦରେ ଆଜି କଂଗ୍ରେସ ସାରା ଦେଶରେ କଳା ଦିବସ ପାଳନ କରୁଛି। ବିଭିନ୍ନ ରାଜ୍ୟରେ ଥିବା ରିଜର୍ଭ ବ୍ୟାଙ୍କର ଶାଖା ଅଫିସ୍ ଆଗରେ ଦଳ ପକ୍ଷରୁ ପ୍ରତିବାଦ ସଭା କରିବା ସହିତ ଧାରଣା ମଧ୍ୟ ଦିଆଯାଇଛି। ମୁମ୍ବାଇ, ଚେନ୍ନାଇ ସହିତ ଦେଶର ସବୁ ବଡ଼ ବଡ଼ ସହରରେ ଦଳର ବରିଷ୍ଠ ନେତାଙ୍କ ନେତୃତ୍ୱରେ କର୍ମୀମାନେ ଧାରଣା ଦେଇଛନ୍ତି। ଓଡ଼ିଶା କଂଗ୍ରେସ ମଧ୍ୟ ଏହାର ପ୍ରତିବାଦରେ ଭୁବନେଶ୍ୱର ସ୍ଥିତ ରିଜର୍ଭ ବ୍ୟାଙ୍କ ଆଗରେ ଧାରଣା ଦେଇଛି। […]