• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

s1
୧୩ ବର୍ଷ ପରେ ଆସିଲା ସୋହରାବୁଦ୍ଦିନ୍‌ ଏନ୍‌କାଉଣ୍ଟର୍ ମାମଲାର ରାୟ

ମୁମ୍ବାଇ: ୧୩ ବର୍ଷ ପରେ ବହୁ ଚର୍ଚ୍ଚିତ ସୋହରାବୁଦ୍ଦିନ୍ ଏନ୍‌କାଉଣ୍ଟର ମାମଲାର ରାୟ ଆସିଛି। ତଥ୍ୟ ଏବଂ ପ୍ରମାଣ ଅଭାବରୁ ୨୨ ଜଣ ଅଭିଯୁକ୍ତଙ୍କୁ ମୁମ୍ବାଇ ସ୍ୱତନ୍ତ୍ର ସିବିଆଇ କୋର୍ଟ ନିର୍ଦ୍ଦୋଷରେ ଖଲାସ୍‌ କରିଛନ୍ତି। ସରକାର ଏବଂ ଆବେଦନକାରୀଙ୍କ ପକ୍ଷରୁ ମାମଲାକୁ ନେଇ ବହୁତ ପରିଶ୍ରମ କରାଯାଇଥିଲା। ତେବେ ଆବଶ୍ୟକ ପ୍ରମାଣ ମିଳିନଥିବା କୋର୍ଟ କହିଛନ୍ତି। ମାମଲାରେ ୨୧୦ ଜଣ ସାକ୍ଷ୍ୟଙ୍କ ବୟାନ ରେକର୍ଡ କରଯାଇଥିଲା। କୋର୍ଟରେ ମାମଲା ବେଳେ ୯୨ ଜଣ ସାକ୍ଷୀ ନିଜ ମତ […]

train-accident-up
ଉତ୍ତର ପ୍ରଦେଶରେ ବଡ ଧରଣର ଟ୍ରେନ୍‌ ଦୁର୍ଘଟଣା

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶରେ ବଡ ଧରଣର ଟ୍ରେନ୍‌ ଦୁର୍ଘଟଣା। ଲକ୍ଷ୍ନୌ ନିକଟବର୍ତ୍ତୀ ହରିଚନ୍ଦନପୁର ଷ୍ଟେସନ ନିକଟରେ ଫରକ୍କା ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ଫରକ୍କା ଏକ୍ସପ୍ରେସ୍‌ର ୮ ଟି ବଗି ଲାଇନଚ୍ୟୁତ ହୋଇ ୭ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ୩୦ରୁ ଅଧିକ ଯାତ୍ରୀ ଅାହତ ହୋଇଛନ୍ତି। ଘଟଣା ସ୍ଥଳରେ ଏନ୍‌ଡିଆର୍‌ଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏକ ଡାକ୍ତରୀ ଦଳ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଅାହତଙ୍କୁ ପ୍ରଥମିକ ଚିକିତ୍ସା ଦେଉଛନ୍ତି। ଉତ୍ତର […]

actress surekha sikri
ଆଉ ନାହାନ୍ତି ‘ଦାଦି ସା’

ପପୁଲାର୍‌ ଶୋ’ ‘ବାଳିକା ବଧୂ’ ସମେତ ଅନେକ ସିରିଏଲ୍‌ରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଅଭିନେତ୍ରୀ ସୁରେଖା ସିକରୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା।

film
ଆଜି ପରଦାକୁ ଆସିଛି ୨ଟି ନୂଆ ଫିଲ୍ମ

ମୁମ୍ବାଇ: ଆଜି ପରଦାକୁ ଆସିଛି ୨ଟି  ଫିଲ୍ମ। ରୋମାନ୍ସ, ଇମୋସନ୍ ଓ କମେଡିର ତଡ଼କା ଭରା ଫିଲ୍ମ ‘ଜିରୋ’ ଆଜି ରିଲିଜ୍‌ ହେଉଥିବା ବେଳେ ଏହାକୁ ଟକ୍କର ଦେବାକୁ ପରଦାକୁ ଆସିଛି ଟଲିଉଡ୍ ମୁଭି ‘କେଜିଏଫ୍’।  ‘ଜିରୋ’ର ଜଲୱା ‘ଫ୍ୟାନ୍’ ମୁଭି ପରେ ପୁଣି ଥରେ ରୂପେଲି ପରଦାରେ ଶାହରୁଖଙ୍କ ଭିନ୍ନ ଅବତାର। ଏକ ବାମନ ଭୂମିକାରେ ବିଗ୍ ସ୍କ୍ରିନରେ ଓହ୍ଲାଇଛନ୍ତି ବଲିଉଡର  ବାଦ୍‌ଶାହ ଖାନ୍। ଏଥିରେ ଅନୁଷ୍କା ମଧ୍ୟ ଜଣେ ଦିବ୍ୟାଙ୍ଗ ଚରିତ୍ରରେ ଦର୍ଶକଙ୍କ ଆଗକୁ […]

nana
ମୁହଁ ଖୋଲିଲେ ନାନା ପାଟେକର

ମୁମ୍ବାଇ : ୧୦ ବର୍ଷ ତଳର ଅସଦାଚରଣ ନେଇ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ଅଭିଯୋଗ ପରେ ଅାଜି ମୁହଁ ଖୋଲିଛନ୍ତି ଭେଟେରାନ ଅଭିନେତା ନାନା ପାଟେକର। ଗଣମାଧ୍ୟମକୁ ସେ କେବଳ ଗୋଟିଏ ଧାଡିରେ ଉତ୍ତର ଦେଇଛନ୍ତି । ସେ କହିଛନ୍ତି ୧୦ ବର୍ଷ ତଳେ ଯାହା ସତ୍ୟ ଥିଲା ଏବେ ବି ତାହା ସତ୍ୟ, ଅାସନ୍ତାକାଲି ବି ତାହା ସତ୍ୟ ରହିବ। ସେ ଏହି ପ୍ରସଙ୍ଗରେ ଅାଉ କିଛି ପ୍ରଶ୍ନର ଉତ୍ତର ଦେବାକୁ ଚାହିଁନଥିଲେ। ମୋ […]

nishanta
ଗିରଫ ହେଲେ ଡିଅାରଡିଓ ବୈଜ୍ଞାନିକ ନିଶାନ୍ତ ଅଗ୍ରୱାଲ

ନୂଆଦିଲ୍ଲୀ  : ବ୍ରହ୍ମୋସ୍ ମିସାଇଲ୍‌ର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ଅଭିଯୋଗରେ ଡିଅାରଡିଓ ବୈଜ୍ଞାନିକ ଗିରଫ। ନାଗପୁର ସ୍ଥିତ ବ୍ରହ୍ମୋସ ଏରୋସ୍ପେସ୍ ୟୁନିଟ୍‌ରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ନିଶାନ୍ତ ଅଗ୍ରଓ୍ୱାଲଙ୍କୁ ଗିରଫ କରାଯାଇଛି। ସୋସିଅାଲ ମିଡିଅାରେ ପାକିସ୍ତାନର ସନ୍ଦିଗ୍ଧ ଅାଇଡି ସହ ଗୁପ୍ତ ତଥ୍ୟ ଅାଦାନପ୍ରଦାନ ହୋଇଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରର ଏଟିଏସ୍ ଟିମ୍ ତାଙ୍କୁ ଗିରଫ କରିବା ସହ ପଚରାଉଚରା ଅାରମ୍ଭ କରିଛି । ନିଶାନ୍ତ ବ୍ରହ୍ମୋସ ମିସାଇଲ ସେଣ୍ଟରର […]

j7
କଶ୍ମୀରରେ ଏବେ ଶୀତର ଲହରୀ

ଶ୍ରୀନଗର: କଶ୍ମୀରରେ ଏବେ ଶୀତର ରାଜୁତି। ଥଣ୍ଡାକୁ ଖାତିର ନକରି କଶ୍ମୀର ଉପତ୍ୟକାରେ ପର୍ଯ୍ୟଟକଙ୍କ ଭିଡ଼ ବେଶ୍‌ ଜମୁଛି। ସେପଟେ ନିର୍ଦ୍ଧାରିତ ସମୟ ପୂର୍ବରୁ ଶୀତର ଆଗମନ ହୋଇଥିବାରୁ ଶୀତ ବସ୍ତ୍ର କାରବାର ବି ଭଲ ହେଉଛି। ଭଲ ବେପାର ହେଉଥିବାରୁ ବ୍ୟବସାୟୀ ବି ଖୁସି ଅଛନ୍ତି। ସବୁଠି ବିଭିନ୍ନ ଡିଜାଇନ୍‌ର ବିଭିନ୍ନ ରଙ୍ଗର ଶୀତ ପୋଷାକ ମିଳୁଛି। ଛୋଟ ପିଲାଙ୍କ ଶୀତ ବସ୍ତ୍ର ସମସ୍ତଙ୍କୁ ଆକର୍ଷଣ କରୁଛି। ପକେଟ୍‌କୁ ସୁହାଇଲା ଭଳି ଦର ଥିବାରୁ ସମସ୍ତେ […]