• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

subhash-up
ଫିଲ୍ମ ନିର୍ମାତା ସୁବାସ ଘାଇଙ୍କ ନାଁରେ ପୁଣି ଅସଦାଚରଣ ଅଭିଯୋଗ

ମୁମ୍ବାଇ : ‘ମି ଟୁ’ ଅଭିଯାନରେ ପ୍ରଖ୍ୟାତ ବଲିଉଡ୍ ଫିଲ୍ମ ନିର୍ମାତା ସୁବାଷ ଘାଇଙ୍କ ନାଁରେ ଅଭିଯୋଗ ଅାଣିଛନ୍ତି ଟିଭି ଅଭିନେତ୍ରୀ ତଥା ମଡେଲ କାଟେ ଶର୍ମା । ଏନେଇ ମୁମ୍ବାଇର ଭର୍ସୋବା ପୁଲିସ ଷ୍ଟେସନରେ ସେ ଅଭିଯୋଗ କରିଛନ୍ତି। ସୁବାସ ଘାଇ ତାଙ୍କୁ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି । ଅଗଷ୍ଟ ୬ରେ ସୁବାସ ଘାଇ ତାଙ୍କ ଘରକୁ ଡାକିବା ସହ ସମସ୍ତଙ୍କ ଉପସ୍ଥିତିରେ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି କାଟେ । ତେବେ […]

rama-lila-up
ନିଆଁ ସହ ଖେଳ ହେଲା କାଳ

ମଧ୍ୟପ୍ରଦେଶ : କଥାରେ ଅଛି ନିଆଁ ଓ ପାଣି ସହ ଖେଳିବା ଅତ୍ୟନ୍ତ ବିପଜ୍ଜନକ। ଅାଉ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରେ। ରାଲଳୀଳା ଉତ୍ସବ ଚାଲିଥିବା ବେଳେ ଘଟିଛି ଏକ ଅଘଟଣ । ଷ୍ଟେଜ୍ ଉପରେ ଜଣେ କଳାକାର ନିଆଁରେ ଖେଳ ଦେଖାଉଥିବା ବେଳେ ହଠାତ ନିଆଁର ଧାସ ତାଙ୍କ ଚୁଟିରେ ଲାଗିଯାଇଥିଲା। ଏହାପରେ ସେ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସମୟରେ ନିଆଁ ତାଙ୍କ ହାତ ଓ ଶରୀରର […]

modi
ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଶହେ ଟଙ୍କିଆ ମୁଦ୍ରାର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୪ତମ ଜନ୍ମ ବାର୍ଷିକୀ ପୂର୍ବରୁ ତାଙ୍କ ସ୍ମୃତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶହେ ଟଙ୍କିଆ ମୁଦ୍ରାର ଉନ୍ମୋଚନ କରିଛନ୍ତି। ମୁଦ୍ରାର ଗୋଟିଏ ପାର୍ଶ୍ୱରେ ଅଶୋକ ସ୍ତମ୍ଭ ଥିବାବେଳେ ଆରପଟେ ବାଜପେୟୀଙ୍କ ଫଟୋ ରହିଛି। ଏହି ଅବସରରେ ମୋଦି କହିଛନ୍ତି, ଅଟଳ ବିହାରୀ ବାଜପେୟୀ ଯେ ଆଉ ଇହ ଜଗତରେ ନାହାନ୍ତି ସେ କଥା ବର୍ତ୍ତମାନ ଯାଏ ତାଙ୍କ ମନ ଭିତରକୁ ଆସୁନାହିଁ। ଦେଶର ପ୍ରତିଟି ବ୍ୟକ୍ତିଙ୍କ ହୃଦୟରେ […]

cooking
ରୋଷେୟା ବିଷ୍ଣୁ ମନୋହରଙ୍କ ନିଅାରା ରେକର୍ଡ ନିଶା

ନାଗପୁର : ବିଶ୍ୱରେକର୍ଡ ପାଇଁ ୩ ହଜାର କିଲୋଗ୍ରାମ ଖେଚୁଡ଼ି। ଅାଉ ତାହା ବି ପୁଣି ଗୋଟିଏ ବିରାଟକାୟ କଡେଇ ମଧ୍ୟରେ। ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇବା ପାଇଁ ନାଗପୁରର ସେଫ୍ ବିଷ୍ଣୁ ମନୋହର ଏଭଳି ପ୍ରୟାସ  କରିଛନ୍ତି। ପୂର୍ବରୁ ଲଗାତର ୫୩ ଘଣ୍ଟା ରୋଷେଇ କରି ସେ ଗିନିଜ୍ ବୁକ୍ ଅଫ ଓ୍ୱାର୍ଲଡ୍ ରେକର୍ଡରେ ନିଜ ନାଁ ସାମିଲ କରିସାରିଛନ୍ତି। ଅାଉ ଏବେ ଖେଚୁଡ଼ି ପ୍ରସ୍ତୁତି କରି ପୁଣି ରେକର୍ଡ ଅାଶାରେ […]

death
ବ୍ୟକ୍ତିଗତ ସୁରକ୍ଷାକର୍ମୀ ପାଲଟିଲେ ବେଇମାନ

ଗୁରୁଗ୍ରାମ : ଅଙ୍ଗ ରକ୍ଷକ ସାଜିଲେ ଶତ୍ରୁ। ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ଚଲାଇଲା ଗୁଳି। ଏପରି କିଛି ଘଟଣା ଏବେ ଚାଞ୍ଚଳ୍ୟ ଖେଳାଇ ଦେଇଛି ଗୁରୁଗ୍ରାମରେ। ହରିୟାଣା ଗୁରୁଗ୍ରାମର ସେକ୍ଟର ୪୯ ଅଞ୍ଚଳରେ ଅତିରିକ୍ତ ସେସନ୍ ଜଜ୍‌ଙ୍କ ପରିବାରକୁ ଗୁଳିମାଡ଼ ହୋଇଛି। ଜଜ୍‌ଙ୍କ ସ୍ତ୍ରୀ ଏବଂ ପୁଅଙ୍କୁ ବିଚ୍ ରାସ୍ତା ଉପରେ ଗୁଳି ମାରିଛନ୍ତି ତାଙ୍କର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ବିଚାରପତି ସ୍ତ୍ରୀଙ୍କ ଅବସ୍ଥା ବିପଦମୁକ୍ତ ଥିବା […]

guwahati
ଗୌହାଟି ସହରରେ ବିସ୍ଫୋରଣ,୪ ଅାହତ

ଅାସାମ : ଅାସାମର ଗୌହାଟି ସହରରେ ବିସ୍ଫୋରଣ। ଶୁକ୍ଲେଶ୍ୱର ଘାଟ ନିକଟରେ ହୋଇଛି ଏହି ବିସ୍ଫୋରଣ । ଫଳରେ ୪ ଜଣ ଅାହତ ହୋଇଛନ୍ତି । ସେଥିମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି । ସମସ୍ତଙ୍କୁ ନିକଟସ୍ଥ ମେଡିକାଲ୍‌ରେ ଚିକିତ୍ସା କରାଯାଉଛି । ଘଟଣାସ୍ଥଳରେ ବମ୍ ସ୍କ୍ୱାଡ ପହଞ୍ଚି ତଦନ୍ତ ଅାରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁତ୍ର ନଦୀ ନିକଟ ରାସ୍ତାରେ ଥିବା ଏକ କାନ୍ଥ ନିକଟରେ କିଛି ବିସ୍ଫୋରକ ଥିବା […]