ନୂଆଦିଲ୍ଲୀ: ଆସନ୍ତା ୧୦ ତାରିଖରେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ହେବ। ଆଜି କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ସେହି ଦିନ କୋର୍ଟ ସମସ୍ତ ଆବେଦନ ଉପରେ ଶୁଣାଣି କରିବେ। ଏହି ସମ୍ବେଦନଶୀଳ ମାମଲାର ଶୀଘ୍ର ଶୁଣାଣି ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ ଆବେଦନ ହୋଇଥିଲା। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ମାତ୍ର ୬୦ ସେକେଣ୍ଡରେ ହିଁ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ନିର୍ଦ୍ଧାରଣ […]
ନୂଆଦିଲ୍ଲୀ: ଦିଲ୍ଲୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଅଜୟ ମାକେନ୍। ଦଳର ସଭାପତି ରାହୁଲ ଗାନ୍ଧି ମଧ୍ୟ ମାକେନ୍ଙ୍କ ଇସ୍ତଫାକୁ ଗ୍ରହଣ କରିନେଇଛନ୍ତି। ଆଗକୁ ଲୋକସଭା ନିର୍ବାଚନ ଥିବାରୁ କାହିଁକି ସେ ଦିଲ୍ଲୀର ଗୁରୁଦାୟିତ୍ୱ ଛାଡ଼ିଲେ ତାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ତେବେ ରାହୁଲ ମାକେନ୍ଙ୍କୁ କିଛି ବଡ଼ ଦାୟିତ୍ୱ ଦେଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ନିଜ ଇସ୍ତଫା ନେଇ ସେ ସୋଶାଲ୍ ମିଡିଆରେ ସୂଚନା ଦେବା […]
ନୂଆଦିଲ୍ଲୀ: ଫ୍ୟାକ୍ଟ୍ରିରେ ଗ୍ୟାସ୍ ସିଲିଣ୍ଡର ଫାଟି ଭୟାବହ ଅଗ୍ନିକାଣ୍ଡ। ପଶ୍ଚିମ ଦିଲ୍ଲୀର ମୋତି ନଗରଠାରେ ଥିବା ଏକ ଫ୍ୟାକ୍ଟ୍ରିରେ ଗ୍ୟାସ୍ ସିଲିଣ୍ଡର ଫାଟି ବିସ୍ଫୋରଣ ଘଟିବା ଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ଥିବା ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ଏହି ଅଘଟଣ ଘଟିଥିଲା। ତେବେ ବିଲ୍ଡିଂରେ ଫସିଯାଇଥିବା ୮ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ସିଲିଂ ଫ୍ୟାନ୍ ପେଣ୍ଟିଂ ପାଇଁ ଉଦ୍ଦିଷ୍ଟ ଦୁଇ ମହଲା ବିଶିଷ୍ଟ ଏହି ଫ୍ୟାକ୍ଟ୍ରି […]
କଟକ: ଆଜିଠୁ କଟକର ଜବାହରଲାଲ୍ ନେହେରୁ ଷ୍ଟାଡ଼ିୟମରେ ଜାତୀୟ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ଆରମ୍ଭ ହେଉଛି। ଏଥିରେ ଜୁନିଅର, ସିନିଅର, ମହିଳା ଓ ପୁରୁଷ ବିଭାଗରେ ଓଡ଼ିଶା ସମେତ ୩୫ଟି ଟିମ୍ର ମୋଟ ୫୫୦ ଜଣ ଖେଳାଳି ଅଂଶ ଗ୍ରହଣ କରୁଛନ୍ତି। ପ୍ରତିଯୋଗିତାରେ କମନ୍ୱେଲ୍ଥ୍ ଗେମ୍ସ୍ ଓ ଏସିଆନ୍ ଗେମ୍ସ୍ ପଦକ ବିଜେତା ମନିକା ବାତ୍ରା, ଶରଥ କମଲ୍, ମଧୁରିକା ପାଟ୍କର, ଅଲିମ୍ପିଆନ୍ ଅଙ୍କିତା ଦାସଙ୍କ ଭଳି ଜଣାଶୁଣା ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ରାଜ୍ୟ ଟେବୁଲ ଟେନିସ୍ […]