ନୂଆଦିଲ୍ଲୀ : ୩୦ବର୍ଷରେ ପଦାର୍ପଣ କରିଛନ୍ତି ଭାରତୀୟ କ୍ରିକେଟ୍ ଟିମର ଅଧିନାୟକ ବିରାଟ କୋହଲି। କ୍ରିକେଟ୍ର ସବୁ ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରୁଥିବା ବିରାଟଙ୍କ ପାଇଁ ସୋଶାଲ ମିଡିଅାରେ ପ୍ରଶଂସାର ସୁଅ ଛୁଟୁଛି। ମଇଦାନରେ ପ୍ରତିପକ୍ଷଙ୍କୁ ଚକମା ଦେଖାଉଥିବା ବିରାଟ ଯୁବପିଢିଙ୍କ ପାଇଁ ଏବେ ଅାଇକନ ପାଲଟିଛନ୍ତି। On this Dhanteras, wish you a year that is again filled with Runteras. #HappyBirthdayVirat pic.twitter.com/f09gppLZON — Virender Sehwag (@virendersehwag) 5 November […]
ନୂଆଦିଲ୍ଲୀ : ପାତଞ୍ଜଳୀ ପକ୍ଷରୁ ଗାର୍ମେଣ୍ଟ କାରବାର ଅାରମ୍ଭ ହୋଇଛି। ଧନ୍ତେରସ ଉପଲକ୍ଷେ ନୂଅାଦିଲ୍ଲୀର ନେତାଜୀ ସୁଭାଷ ପାଲେସରେ ପାତଞ୍ଜଳୀ ଷ୍ଟୋରରେ ବାବା ରାମଦେବ ବିଭିନ୍ନ ବ୍ରାଣ୍ଡର ପୋଷାକ ଲଞ୍ଚ କରିଛନ୍ତି। ପାତଞ୍ଜଳୀ ପକ୍ଷରୁ ପୁରୁଷ, ମହିଳା ଏବଂ ଶିଶୁଙ୍କ ପାଇଁ ବଜାରକୁ ଛଡ଼ା ଯାଇଛି ବିଭିନ୍ନ ପ୍ରକାରର ପୋଷାକ । ଲାଇଭ୍ ଫିଟ୍, ଅାସ୍ଥା ଓ ସଂସ୍କାର ବ୍ରାଣ୍ଡରେ ଏହି ପୋଷାକ ତିଅାରି ହୋଇଛି। ୩୦୦୦ ପ୍ରକାରର ଉତ୍ପାଦ ପାତଞ୍ଜଳୀ ପରିଧାନ ପକ୍ଷରୁ ବଜାର ପ୍ରବେଶ […]
ସବରିମାଳା : ଅାଜି ପୁଣି ଖୋଲିବ କେରଳ ସବରିମାଳା ମନ୍ଦିର। ସଂଧ୍ୟା ୫ଟା ପରେ ମନ୍ଦିରରେ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା ଅାରମ୍ଭ ହେବ। ସେପଟେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ପରେ ଅାଜି ଦ୍ୱିତୀୟ ଥର ପାଇଁ ଖୋଲିବ ମନ୍ଦିର। ସବୁ ବୟସର ମହିଳାଙ୍କ ପ୍ରବେଶ ଉପରେ ରହିତାଦେଶ ହଟିବା ପରେ ଏନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମନ୍ଦିର ପରିସର, ଇଲାଭୁନ୍କାଲ୍, ନିଲାକଲ୍, ପାମ୍ବା ଏବଂ ସାନିଧନମ୍ ବେସ୍ କ୍ୟାମ୍ପରେ ସୁରକ୍ଷା ବଢ଼ିଛି। ୨୩ ଶହ […]
କୋଲକାତା : ପ୍ରଥମ ଟି-୨୦ରେ ଭାରତର ରୋମାଞ୍ଚକର ବିଜୟ । ୱେଷ୍ଟଇଣ୍ଡିଜ୍କୁ ୫ ୱିକେଟ୍ରେ ହରାଇଲା ଭାରତ । ଇଡେନ ଗାର୍ଡେନ୍ ଷ୍ଟାଡିୟମ୍ରେ ଟି-୨୦ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ୍ ହରାଇ ୧୦୯ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ୧୧୦ ରନ୍ର ବିଜୟ ଲକ୍ଷ୍ୟ ନେଇ ଭାରତ ୧୭.୫ ଓଭରରେ ୫ୱିକେଟ୍ରେ ମ୍ୟାଚ୍ରେ ବିଜୟ ହାସଲ କରିଛି। ଏହା ସହ ଚଳିତ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି। ଭାରତ […]
ନୂଆଦିଲ୍ଲୀ : ଦୁଃସାଧ୍ୟ ଅପରେସନ୍ ପରେ ଏବେ ସମ୍ପୂର୍ଣ୍ଣ ଫିଟ୍ ହୋଇଛି ଜଗା। ଯୋଡ଼ାମୁଣ୍ଡ ଶିଶୁ ଜଗାକାଳିଅାଙ୍କ ଅସ୍ତ୍ରୋପଚାର ପରେ ଜଗା ଅାଜି ଏମସ୍ ପରିସରରୁ ବାହାରକୁ ଯାଇ ଦିଲ୍ଲୀର ହଜଖାସ୍ରେ ଜଗନ୍ନାଥ ମନ୍ଦିର ବୁଲିଛି। ଜଗା ବାପା-ମାଅାଙ୍କ ସହ ମନ୍ଦିର ଯାଇ ବୁଲାବୁଲି କରିଛି। ଅପରେସନ ପରେ ଜଗା ଏବେ ପ୍ରାୟ ୯୮ ପ୍ରତିଶତ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି। ସେଥିପାଇଁ ଭିନ୍ନ ଭିନ୍ନ ସ୍ଥାନ ବୁଲିବାକୁ ତାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ସେପଟେ […]