ନୂଆଦିଲ୍ଲୀ : ଭାରତୀୟ ନୌସେନାକୁ ସୁଦୃଢ କରିବାକୁ ଅାମେରିକା ଠାରୁ ୨୪ଟି ମଲଟି ରୋଲ୍ ‘ରୋମିଓ’ ଅାଣ୍ଟି ସବମରିନ୍ ହେଲିକପ୍ଟର କିଣିବାକୁ ଯୋଜନା କରୁଛି ଭାରତ। ଏଥିପାଇଁ ୨ଶହ କୋଟି ଡଲାର ଖର୍ଚ୍ଚ କରିବ ଭାରତ। ସିଙ୍ଗାପୁରରେ ପ୍ରଧାନମନ୍ତ୍ରୀ ମୋଦି ଓ ଅାମେରିକା ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କ ସାକ୍ଷାତ ପରେ ଏହି ଚୁକ୍ତିକୁ ଗ୍ରୀନ ସିଗନାଲ ମିଳିଥିଲା। ହେଲିକପ୍ଟର କିଣିବାକୁ ଭାରତ ଅାମେରିକାକୁ ଚିଠି ଲେଖିଥିବା ଜଣାପଡିଛି। ପ୍ରତିରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗ ନେଇ ଅାମେରିକାର ବୈଦେଶିକ ନୀତି […]
ଜର୍ଜ ଟାଉନ୍ : ଚତୁର୍ଥ ବିଜୟ ଲକ୍ଷ୍ୟରେ ଅାଜି ପଡିଅାକୁ ଓହ୍ଲାଇବ ଟିମ୍ ଇଣ୍ଡିଅା। ଲଗାତାର ୩ଟି ବିଜୟ ସହ ଟି-୨୦ ମହିଳା ବିଶ୍ୱକପ୍ ସେମି ଫାଇନାଲରେ ପ୍ରବେଶ କରିଥିବା ଭାରତ ଅାଜି ଅଷ୍ଟ୍ରେଲିଅାକୁ ଭେଟିବ। ପୂର୍ବରୁ ଏହି ୨ ଦଳ ସେମି ଫାଇନାଲରେ ପ୍ରବେଶ କରିସାରିଛନ୍ତି। ତେବେ ଏହି ମ୍ୟାଚରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। ଟି-୨୦ ମହିଳା ବିଶ୍ୱକପ୍ରେ ଭାରତ ବେଶ୍ ଭଲ ପ୍ରଦର୍ଶନ କରିଛି। ମିଥାଲି ରାଜ୍, ସ୍ମୃତି ମାନ୍ଧାନା, ହରମନପ୍ରିତ୍ କୌର […]
ମୁମ୍ବାଇ : ନବଦମ୍ପତ୍ତି ଦୀପିକା ଏବଂ ରଣବୀରଙ୍କ ଅପେକ୍ଷାରେ ବନ୍ଧୁ ବାନ୍ଧବ ଏବଂ ଫ୍ୟାନ୍ । ବଲିଉଡ୍ ହାର୍ଟ ଥ୍ରୋବ୍ ଯୋଡ଼ି ଦୀପିକା ଏବଂ ରଣବୀରଙ୍କ ଅପେକ୍ଷାରେ ମୁମ୍ବାଇବାସୀ । ଗତକାଲି ଇଟାଲୀର ଲେକ୍ କୋମୋ ଦ୍ୱିପରେ ଉଭୟଙ୍କ ବାହାଘର ସରିଛି । ଏପଟେ ଦୀପିକା ଏବଂ ରଣବୀରଙ୍କ ମୁମ୍ବାଇ ବାସଭବନକୁ ସମ୍ପୂର୍ଣ୍ଣ ଅାଲୋକ ମାଳାରେ ସଜେଇ ଦିଅାଯାଇଛି। ଏବେ କେବଳ ଏହି ନବ ଦମ୍ପତ୍ତିଙ୍କୁ ଅପେକ୍ଷା କରାଯାଇଛି। With Deepika Padukone and Ranveer Singh […]
ତାମିଲନାଡୁ : ତାମିଲନାଡୁ ଉପକୂଳରେ ସାମୁଦ୍ରିକ ଝଡ଼ ‘ଗଜ’ର ତାଣ୍ଡବ। ‘ଗଜ’ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ନାଗାପାଟ୍ଟିନମ୍ ଏବଂ ତିରୁଭରୁର। ବାତ୍ୟାରେ ଶହ ଶହ ଗଛ ଉପୁଡି ପଡିଥିବା ବେଳେ ବହୁ ଘର ଭାଙ୍ଗିରୁଜି ଯାଇଛି। ସେହିଭଳି ତ୍ରିଚିରେ ବହୁ ସଂଖ୍ୟାରେ ବିଦ୍ୟୁତ୍ ଖୁଣ୍ଟ ଓ ଟ୍ରାନ୍ସଫର୍ମର ଉପୁଡି ପଡିବା ସହ କଦଳୀ ଚାଷରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଗଜରେ ମୃତକଙ୍କ ଅାତ୍ମୀୟଙ୍କୁ ୧୦ […]
ନୂଆଦିଲ୍ଲୀ : ଦିଲ୍ଲୀ ସଚିବାଳୟରେ ପୁଲିସ ହେଡ୍ କନଷ୍ଟେବଲ୍ଙ୍କ ଅାତ୍ମହତ୍ୟା। ସଚିବାଳୟର ପାର୍କିଂରେ ଗୁଳି କରି ଅାତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ୩୫ ବର୍ଷିୟ ହେଡ୍ କନ୍ଷ୍ଟେବଲ୍ ସୋହନବିର୍ ବୋଲି ଜଣାପଡ଼ିଛି। ଅାଜି ବଢ଼ି ଭୋରରୁ ସୋହନବିର୍ଙ୍କ ମୃତ ଦେହ ପଡ଼ି ଥିବା ନେଇ ଖବର ମିଳିଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଅାରମ୍ଭ କରିଛି। କେଉଁ ପରିସ୍ଥିତିରେ ଏବଂ କାହିଁକି ସୋହନ ଅାତ୍ମହତ୍ୟା କରିଛନ୍ତି ,ସେ ନେଇ ତଦନ୍ତ କରୁଛି ପୁଲିସ। […]
ନୂଆଦିଲ୍ଲୀ : ଛୁଟିରେ ଯାଇଥିବା ସିବିଅାଇ ମୁଖ୍ୟ ଅାଲୋକ ବର୍ମାଙ୍କ ବିରୁଦ୍ଧରେ ଅାସିଥିବା ଅଭିଯୋଗର ତଦନ୍ତ କରି ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି ସିଭିସି। ତେବେ ସିଭିସି ବର୍ମାଙ୍କୁ କ୍ଲିନ୍ ଚିଟ୍ ଦେଇନଥିବା ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ କହିଛନ୍ତି। ଏହା ଏକ ମିଶ୍ର ରିପୋର୍ଟ, କିଛି ଅଭିଯୋଗ ଉପରେ ସ୍ପଷ୍ଟ ମତ ରହିଛି, କିଛି ଅଭିଯୋଗ ଉପରେ ସ୍ପଷ୍ଟ ମତ ନାହିଁ ଏବଂ ଅନ୍ୟ କିଛି ଅଭିଯୋଗ ଉପରେ ମତ ଅାଦୌ ସ୍ପଷ୍ଟ ନଥିବା ଜଷ୍ଟିସ […]
ନୂଅାଦିଲ୍ଲୀ : ନୂଅାଦିଲ୍ଲୀ ବସନ୍ତକୁଞ୍ଜ ଅଞ୍ଚଳରେ ଜଣେ ୫୩ ବର୍ଷୀୟ ଫ୍ୟାଶନ ଡିଜାଇନର ଓ ତାଙ୍କ ଘରୋଇ ସହଯୋଗୀଙ୍କୁ ହତ୍ୟା କରାଯାଇଛି। ଦୁହିଁଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିବା ପୁଲିସ କହିଛି। ସକାଳୁ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ୨ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହାସହ ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ପୁଲିସ ଗିରଫ କରିଛି। ମୃତ ଫ୍ୟାଶନ ଡିଜାଇନର ମାଲା ଲାଖାନି। ଗ୍ରୀନ […]
ମୁମ୍ବାଇ : ନଭେମ୍ବର ୨୧ରୁ ଅାରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଅା କ୍ରିକେଟ୍ ସିରିଜ୍। ଏଥିପାଇଁ ଅାଜି ରାତିରୁ ଅଷ୍ଟ୍ରେଲିଅା ଗସ୍ତ କରିବ ଭାରତୀୟ କ୍ରିକେଟ୍ ଟିମ୍। ଦୁଇ ଦେଶ ମଧ୍ୟରେ ୩ଟି ଟି-୨୦, ୩ଟି ୱାନ୍ଡେ ଓ ୪ଟି ଟେଷ୍ଟ ମ୍ୟାଚ ଖେଳାଯିବ। ତେବେ ଅଷ୍ଟ୍ରେଲିଅା ଗସ୍ତ କରିବା ପୂର୍ବରୁ ଅାଜି ଏକ ପ୍ରେସମିଟ୍ କରି କ୍ୟାପ୍ଟେନ ବିରାଟ କୋହଲି କହିଛନ୍ତି, ଭାରତ ପାଖରେ ସିରିଜ ଜିତିବାର ସୁଯୋଗ ରହିଛି । ଏଥିପାଇଁ ଦଳ ଜୋରଦାର ପ୍ରସ୍ତୁତି କରିଛି। […]
ବେଙ୍ଗାଲୁରୁ: କର୍ଣ୍ଣାଟକରେ କ୍ଷମତା ହାସଲ ପାଇଁ ଶାସକ ଦଳ କଂଗ୍ରେସ-ଜେଡି(ଏସ୍) ମେଣ୍ଟ ଓ ବିରୋଧୀ ଦଳ ବିଜେପି ମଧ୍ୟରେ ଚାଲିଥିବା ସଂଘର୍ଷରେ ଏକ ନୂଆ ଟ୍ୱିଷ୍ଟ୍। କଂଗ୍ରେସର ୪ ଜଣ ବିଦ୍ରୋହୀ ବିଧାୟକଙ୍କୁ ନେଇ କୌଣସି ଠୋସ୍ ସୂଚନା ମିଳିପାରିନାହିଁ। ଗତକାଲି କଂଗ୍ରେସ ବିଧାୟକ ଦଳ ବୈଠକରେ ୪ଜଣ ବିଧାୟକ ଅନୁପସ୍ଥିତ ଥିଲେ। ଯାହା ପରେ ୪ ବିଧାୟକଙ୍କୁ ନେଇ ସସ୍ପେନ୍ସ ଜାରି ରହିଛି। ଅନ୍ୟପଟେ ବିଜେପିଠୁ ଦୂରରେ ରଖିବା ପାଇଁ କଂଗ୍ରେସ ତା’ର ଅନ୍ୟ ବିଧାୟକଙ୍କୁ […]