• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

k1
ଶେଷ ହେଲା ଓଡ଼ିଶା ଟେନିସ୍‌ ପ୍ରିମିୟର ଲିଗ୍‌

ଭୁବନେଶ୍ୱର: ଓଡ଼ିଶା ଟେନିସ୍‌ ପ୍ରିମିୟର ଲିଗ୍‌ର ଦ୍ୱିତୀୟ ସଂସ୍କରଣ ଶେଷ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଶେଷ ହୋଇଥିବା ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା କଣ୍ଟେନ୍‌ଡର୍ସ ଚାମ୍ପିଅନ୍‌ ହୋଇଛି। ଚାମ୍ପିଅନ୍‌ ଦଳକୁ ୨ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି।  ସେହିପରି ରନର୍ସ ଅପ ଦଳକୁ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ଏହି ପ୍ରମିୟର ଲିଗ୍‌ରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇ ଟ୍ରଫି ପ୍ରଦାନ କରିଥିଲେ। ନୀଳାଚଳ ଟେନିସ୍‌ ଏକାଡେମୀ […]

mallya
ବିଜୟ ମାଲ୍ୟାଙ୍କ ଆବେଦନ ଖାରଜ କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ : ମଦ କମ୍ପାନି ମାଲିକ ବିଜୟ ମାଲ୍ୟାଙ୍କ ଅାବେଦନ ଖାରଜ କଲେ ବମ୍ବେ ହାଇକୋର୍ଟ। କାର୍ଯ୍ୟାନୁଷ୍ଠାନ ଅାରମ୍ଭ ଲାଗି ଟ୍ରାୟଲ କୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅାବେଦନ ଉପରେ ରହିତାଦେଶ ଲଗାଇବାକୁ ମାଲ୍ୟାଙ୍କ ଅନୁରୋଧକୁ ଅଗ୍ରାହ୍ୟ କରି ଦେଇଛନ୍ତି। ପଳାତକ ଅର୍ଥ ଖିଲାପୀ ଅାଇନ ଅାଧାରରେ କାର୍ଯ୍ୟାନୁଷ୍ଠାନ ଅାରମ୍ଭ କରିବାକୁ ଇଡି କୋର୍ଟରେ ଅାବେଦନ କରିଥିଲା। ଏହା ବିରୋଧରେ ମାଲ୍ୟା ବମ୍ବେ ହାଇକୋର୍ଟରେ ଅାବେଦନ କରିଥିଲେ। ମାଲ୍ୟାଙ୍କୁ ପଳାତକ ଘୋଷଣା କରାଯିବା ସହ ତାଙ୍କର ଅାନୁମାନିକ ୧୨ […]

srinagar-up
ଜମ୍ମୁ ଓ କାଶ୍ମୀରରେ ରାଜନୈତିକ ଘମାସାନ୍

ନୂଆଦିଲ୍ଲୀ  : ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଜମ୍ମୁ ଓ କାଶ୍ମୀର ବିଧାନସଭାକୁ ଭାଙ୍ଗିଦେବା ପରେ ଜୋର ଧରିଛି ରାଜନୀତି। ରାଜ୍ୟପାଳ କେନ୍ଦ୍ରର ନିର୍ଦ୍ଦେଶ ଅନୁସାରେ ଏଭଳି ନିଷ୍ପତ୍ତି ନେଇଥିବା ପିଡିପି, ନ୍ୟାସନାଲ କନ୍‌ଫରେନ୍ସ ଓ କଂଗ୍ରେସ ଅଭିଯୋଗ କରିଛନ୍ତି। ଗତ ୪-୫ ମାସ ହେବ ବିଜେପି ତୋଡ୍ ମୋଡ୍ ର ସରକାର ଗଠନ ଲାଗି ପ୍ରୟାସ କରି ବିଫଳ ହେବା ପରେ ଏଭଳି ଉଦ୍ୟମ କରିଥିବା ଅଭିଯୋଗ ଅାଣିଛନ୍ତି  ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଅାଜାଦ୍। ତେବେ […]

pm
ଗ୍ୟାସ୍‌ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଅାଦିଲ୍ଲୀ : ଦେଶର ୬୩ଟି ଭୌଗୋଳିକ ଅଞ୍ଚଳରେ ଗ୍ୟାସ୍‌ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେଉଁଥିରେ ଓଡ଼ିଶାର ୭ଟି ଭୌଗୋଳିକ ଅଞ୍ଚଳ ଅନ୍ତର୍ଗତ ୧୭ଟି ଜିଲ୍ଲା ରହିଛି। ସେ ସବୁ ମଧ୍ୟରେ ରହିଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ଗଂଜାମ, ନୟାଗଡ଼ ଓ ପୁରୀ ଜିଲ୍ଲାର ଭୌଗୋଳିକ ଅଞ୍ଚଳ। ନୂଅାଦିଲ୍ଲୀରୁ ପ୍ରକଳ୍ପର ଲୋକାର୍ପଣ କରିବା ସହ ଦେଶର ସମସ୍ତ ଅଞ୍ଚଳକୁ ଗ୍ୟାସ୍‌ ଯୋଗାଣ ସୁବିଧା କରିବା ଲାଗି କେନ୍ଦ୍ର ସରକାର […]

ranji
ଓଡ଼ିଶା-ଆସାମ ରଣଜୀ ମୁକାବିଲା

ଗୌହାଟୀ  : ଗୌହାଟୀ ରଣଜୀରେ ଘରୋଇ ଅାସାମକୁ ୯ ଓ୍ୱିକେଟରେ ହରାଇଲା ଓଡ଼ିଶା। ଜିତିବା ପାଇଁ ଆବଶ୍ୟକ ଥିବା ୧୪ ରନ୍ ଟାର୍ଗେଟକୁ ଗୋଟିଏ ଓ୍ୱିକେଟ ହରାଇ ହାସଲ କରି ନେଇଥିଲା ବିପ୍ଲବ ସାମନ୍ତରାୟଙ୍କ ଟିମ୍। ଚଳିତ ସିଜନରେ ଓଡିଶାର ଏହା ପ୍ରଥମ ବିଜୟ। ଏହି ବିଜୟ ସହ ଦଳକୁ ୬ ପଏଣ୍ଟ ମିଳିଛି। ପୂର୍ବରୁ ଅାସାମ ଅାଜି ୪ ଓ୍ୱିକେଟରେ ୬୦ ରନ୍‌ରୁ ଖେଳ ଅାରମ୍ଭ କରି ୧୩୨ ରନ୍‌ରେ ଅଲ୍ ଅାଉଟ୍ ହୋଇଯାଇଥିଲା। ପ୍ରଥମ […]

odia ias
ଓଡ଼ିଆ ଆଇଏଏସ୍‌ଙ୍କୁ ନିର୍ଯାତନା

ପଶ୍ଚିମବଙ୍ଗ : ଓଡ଼ିଆ ଆଇଏଏସ୍‌ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର। ଦୁର୍ନୀତି ମାମଲାର ଅନୁଧ୍ୟାନ ପାଇଁ ଅାସିଥିବାବେଳେ ସବ୍‌ଡିଭିଜନାଲ ଅଫିସର ସ୍ମୃତିରଞ୍ଜନ ମହାନ୍ତିଙ୍କୁ ଏସ୍‌ଡିପିଓ ଅଟକ ରଖିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି। ଏନେଇ ସ୍ମୃତିରଞ୍ଜନ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଏବଂ ଗୃହ ସଚିବଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ବୀରଭୂମ ଜିଲ୍ଲା ରାମପୁରହାଟ ଥାନା ଅଞ୍ଚଳରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ କ୍ରସର ମାଲିକମାନେ ବାରମ୍ବାର ଅଭିଯୋଗ କରିଅାସୁଥିଲେ। ଥାନା ଅଧିକାରୀ ତାଙ୍କୁ ଧମକାଇ […]

france 3
ବିଶ୍ୱକପ୍‌ ହକି : ଭୁବନେଶ୍ୱରରେ ପହଞ୍ଚିଲା ଫ୍ରାନ୍ସ ଟିମ୍

ଭୁବନେଶ୍ୱର : ବିଶ୍ୱକପ୍‌ ହକି ପାଇଁ ଗୋଟିଏ ପରେ ଗୋଟିଏ ବିଦେଶୀ ଟିମ୍ ଭୁବନେଶ୍ୱରରେ ପହଞ୍ଚିବାରେ ଲାଗିଛନ୍ତି। ଅାଜି ତୃତୀୟ ଟିମ୍‌ ଭାବେ ଫ୍ରାନ୍ସ ଦଳ ଅାସି ଭୁବନେଶ୍ୱରରେ ପହଞ୍ଛିଛି। ଭୁବନେଶ୍ୱର ବିମାନ ବନ୍ଦରରେ ଫ୍ରାନ୍ସ ଦଳକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେହିପରି ଅାଜି ସନ୍ଧ୍ୟାରେ ମଧ୍ୟ ଚୀନ ଦଳ ଅାସି ପହଞ୍ଚିବ। ଗତକାଲି ପ୍ରଥମେ ଅାର୍ଜେଣ୍ଟିନା ଓ ପରେ ଦକ୍ଷିଣ ଅାଫ୍ରିକା ଟିମ୍ ଭୁବନେଶ୍ୱରରେ ପହଞ୍ଚିଥିଲେ।

protest
ମହାରାଷ୍ଟ୍ରରେ ପୁଣି ତେଜିଲା ଚାଷୀ ଅାନ୍ଦୋଳନ

ମୁମ୍ବାଇ : ମହାରାଷ୍ଟ୍ରରେ ମୁଣ୍ଡ ଟେକିଛି ଚାଷୀ ଅାନ୍ଦୋଳନ। ଚାଷୀଙ୍କ ପ୍ରତି ସରକାର ବାରମ୍ବାର ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ଅାଣିଛନ୍ତି ଚାଷୀ ସଂଗଠନ। ନିଜର ପୁରୁଣା ଦାବି ଦୋହରାଇ ରାଲି କରି ମୁମ୍ବାଇରେ ପହଞ୍ଚିଛନ୍ତି ଅାଦିବାସୀ ଓ କୃଷକ।   ଦୁଇ ଦିନିଅା ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିବା ଚାଷୀମାନେ ଅାଜି ମୁମ୍ବାଇର ଅାଜାଦ ମଇଦାନରେ ପହଞ୍ଚିବା ପରେ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି। କିଷାନ ଓ ଅାଦିବାସୀ ଲୋକ ସଂଘର୍ଷ ସମିତିର ନେତୃତ୍ୱରେ ବିରୋଧ […]

alok nath
ଅଭିନେତା ଅାଲୋକନାଥଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କଲା ମୁମ୍ବାଇ ପୁଲିସ

ମୁମ୍ବାଇ : ବରିଷ୍ଠ ଚରିତ୍ର ଅଭିନେତା ଅାଲୋକନାଥଙ୍କ ବିରୋଧରେ ମୁମ୍ବାଇ ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରିଛି। ଲେଖିକା ବିନ୍ତା ନନ୍ଦାଙ୍କ ଅଭିଯୋଗ ଅାଧାରରେ ଅାଲୋକନାଥଙ୍କ ବିରୋଧରେ ଏତଲା ରୁଜୁ ହୋଇଥିବା ପୁଲିସ କହିଛି। ତେବେ ଏହା ପୂର୍ବରୁ ବିନ୍ତାଙ୍କ ବିରୋଧରେ ଅାଲୋକନାଥଙ୍କ ସ୍ତ୍ରୀ କରିଥିବା ଅାବେଦନକୁ କୋର୍ଟ ଖାରଜ କରିଦେଇଥିଲେ। ସୋଶାଲ ମିଡିଅାରେ କିଛି ଲେଖିବାକୁ, କହିବାକୁ ବାରଣ କରିବା ଲାଗି ଅାଲୋକନାଥଙ୍କ ସ୍ତ୍ରୀ ଅାବେଦନ କରିଥିଲେ। ହେଲେ କୋର୍ଟ ଏହାକୁ ଗ୍ରହଣ କରିନଥିଲେ। ‘ମି […]