• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

pslv
ଅାଜି ଉତ୍‌କ୍ଷେପଣ ହେବ PSLV-C 43 ରକେଟ୍

ଶ୍ରୀହରିକୋଟା  : ଅାଜି ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ PSLV-C 43 ରକେଟ୍ ଉତ୍‌କ୍ଷେପଣ ହେବ। ଭାରତୀୟ ଉପଗ୍ରହ HYSIS ସମେତ ଅନ୍ୟ ୩୦ଟି ଉପଗ୍ରହକୁ ନେଇ ମହାକାଶକୁ ଉତ୍‌କ୍ଷେପଣ ହେବ ଏହି ରକେଟ୍। ସ୍ପେସ୍ ସେଣ୍ଟର ଶ୍ରୀହରିକୋଟା ସ୍ଥିତ ସତିଶ୍‌ ଧବନ ଅନ୍ତରୀକ୍ଷ କେନ୍ଦ୍ରର ପ୍ରଥମ ପରୀକ୍ଷଣ ସ୍ଥଳରୁ PSLV-C 43 ଉତ୍‌କ୍ଷେପଣ ହେବ। ଇସ୍ରୋ ଦ୍ୱାରା ବିକଶିତ ହୋଇଥିବା ଭାରତୀୟ ଉପଗ୍ରହ HYSIS ପୃଥିବୀ ଉପରେ ନିରୀକ୍ଷଣ କରିବ। ଏହା PSLV-C 43ର ପ୍ରାଥମିକ ଉପଗ୍ରହ। […]

hockey tomorrow
ଅାସନ୍ତାକାଲି ଠାରୁ ହକି ବିଶ୍ୱକପ୍ ମହା ଲଢ଼େଇ

ଭୁବନେଶ୍ୱର : ଅାଜି ଉଦ୍‌ଘାଟନୀ ଉତ୍ସବ ଚାଲିଥିବା ବେଳେ ଅାସନ୍ତାକାଲି ଠାରୁ ଅାରମ୍ଭ ହେବ ଲଢ଼େଇ। ପ୍ରଥମ ଦିନରେ ଅାୟୋଜକ ଭାରତ, ଦକ୍ଷିଣ ଅାଫ୍ରିକାକୁ ଭେଟିବ। ପୁଲ୍-ସିର ଏହି ମ୍ୟାଚ୍ ଅାସନ୍ତାକାଲି ସଂଧ୍ୟା ୭ଟାରେ ଖେଳାଯିବ। ସେହିପରି ଉଦ୍‌ଘାଟନୀ ମ୍ୟାଚ୍‌ରେ କାନାଡ଼ା ଓ ବେଲ୍‌ଜିୟମ୍ ମଧ୍ୟରେ ଦେଖିବାକୁ ମିଳିବ ଟକ୍କର। ଅପରାହ୍ଣ ୫ଟାରେ ଏହି ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ମୋଟ୍ ୧୬ଟି ଟିମ୍ ଭାଗ ନେଇଛନ୍ତି। ମୋଟ୍ ୩୬ଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଡିସେମ୍ବର ୧୬ରେ […]

MAHAMMAD-up
ଖ୍ୟାତନାମା କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍‌ଙ୍କ ପରଲୋକ

ମୁମ୍ବାଇ : ଖ୍ୟାତନାମା କଣ୍ଠଶିଳ୍ପୀ ମହମ୍ମଦ ଅଜିଜଙ୍କ ପରଲୋକ। ମୁମ୍ବାଇରେ ୬୪ ବର୍ଷ  ବୟସରେ ପରଲୋକ ଘଟିଛି। ମଙ୍ଗଳବାର ଅପରାହ୍ନ ୩ଟାରେ ମହମ୍ମଦଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡ଼ି ଯିବା ପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ବଲିଉଡରେ ଅନେକ ଫିଲ୍ମରେ ଗୀତ ଗାଇଛନ୍ତି ଅଜିଜ୍‌। ଅନେକ ଓଡିଆ ଭଜନ ସହ ଆଧୁନିକ ଗୀତ ଗାଇ ଅଜିଜ୍‌ ଓଡିଶାର ଘରେ ଘରେ ମଧ୍ୟ ପରିଚିତ । ୧୯୮୫ ମସିହାରେ […]

hockey
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ ; ଜାଣନ୍ତୁ କେଉଁ ପୁଲ୍‌ରେ କେଉଁ ଟିମ୍‌ ରହିଛି

ଭୁବନେଶ୍ୱର  : ଭୁବନେଶ୍ୱର ବିଶ୍ୱକପ୍ ହକିରେ ଭାଗ ନେଇଛନ୍ତି ବିଶ୍ୱର ଟପ୍ ୧୬ଟି ଟିମ୍। ଏହି ଟିମ୍ ଗୁଡିକୁ ୪ଟି ପୁଲ୍‌ରେ ବିଭକ୍ତ କରାଯାଇଛି। ପୁଲ୍ ଏ-ରେ ଅଛନ୍ତି ଅାର୍ଜେଣ୍ଟିନା, ସ୍ପେନ୍, ଫ୍ରାନ୍ସ ଓ ନ୍ୟୁଜିଲାଣ୍ଡ। ଏହି ପୁଲ୍‌ରୁ ଅଲିମ୍ପିକ୍ ଚାମ୍ପିୟନ୍ ଅାର୍ଜେଣ୍ଟିନାକୁ ହଟ୍ ଫେଭରାଇଟ୍ ବୋଲି  କୁହାଯାଉଛି। ସେହିପରି ପୁଲ୍ ବି-ରେ ଅଛନ୍ତି ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଅା,  ଇଂଲଣ୍ଡ, ଅାୟରଲାଣ୍ଡ ଏବଂ ଚାଇନା।  ବିଶ୍ୱ ରାକିଂର ନମ୍ବର ୧ ସ୍ଥାନରେ ଥିବା ଅଷ୍ଟ୍ରେଲିଅା ପାଇଁ  ଏହା […]