• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

jawan
ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀର ବୁଡ୍‌ଗାମ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ବୁଡ୍‌ଗାମ୍‌ ଗୋପାଲପୋରାରେ ଆଜି ଭୋରୁ ଏହି ଏନ୍‌କାଉଣ୍ଟର ହୋଇଛି। ଆତଙ୍କବାଦୀଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏହାସହ ଦୁଇ ଆତଙ୍କବାଦୀଙ୍କ ମୃତଦେହ ମଧ୍ୟ ଉଦ୍ଧାର ହୋଇଛି। କିନ୍ତୁ ମୃତଦେହଗୁଡିକୁ ଚିହ୍ନଟ କରାଯାଇପାରିନାହିଁ। ଗତକାଲି ମଧ୍ୟ ପୁଲୱାମା ଜିଲ୍ଲାର ରତ୍ନିପୋରା ଅଞ୍ଚଳରେ କିଛି ଆତଙ୍କବାଦୀଙ୍କ ଲୁଚି ରହିଥିବା ଖବର ପାଇବା ପରେ ସେନାର ମିଳିତ ଟିମ୍ ସର୍ଚ୍ଚ ଅପରେସନ୍‌ କରିଥିଲା। ଅପରେସନ୍‌ରେ ଜଣେ […]

modi
ଆରବିଆଇ ଗଭର୍ଣ୍ଣରଙ୍କ ଉପରେ ଚାପ ନଥିଲା

ନୂଆଦିଲ୍ଲୀ : ନୂଆବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଗଣମାଧ୍ୟମ ANIକୁ ସାକ୍ଷାତକାର ଦେଇଛନ୍ତି। ଏଥିରେ ଆଗାମୀ ସାଧାରଣ ନିର୍ବାଚନରେ ଜନତା ବନାମ ଗଠବନ୍ଧନ ମଧ୍ୟରେ ମୁକାବିଲା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନ୍ୟାୟିକ ପ୍ରକ୍ରିୟା ଶେଷ ହେବା ପରେ ରାମ ମନ୍ଦିର ସମ୍ପର୍କିତ ଅଧ୍ୟାଦେଶ ଉପରେ ବିଚାର କରାଯିବ ବୋଲି ସେ କହିଛନ୍ତି।  ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଇସ୍ତଫା ପାଇଁ କୌଣସି ଚାପ ନଥିଲା। ସେ ଗତ ସାତ ଆଠ ମାସ ଧରି ଇସ୍ତଫା […]

student
ଉପସ୍ଥାନ ବେଳେ 'ଜୟ ଭାରତ' କହିବେ ଛାତ୍ର

ଅହମ୍ମଦାବାଦ : ଗୁଜରାଟର ଛାତ୍ରଛାତ୍ରୀମାନେ ଏଣିକି ଉପସ୍ଥାନ ବେଳେ ‘ଜୟ ହିନ୍ଦ୍‌’ କିମ୍ବା ‘ଜୟ ଭାରତ’ କହିବାକୁ ପଡିବ। ଏନେଇ ଗୁଜରାଟ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥାନ ବେଳେ ଜୟ ହିନ୍ଦ୍‌ କିମ୍ବା ଜୟ ଭାରତ କହିବା ବାଧ୍ୟତାମୂଳକ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଗତକାଲି ଗୁଜରାଟ ଶିକ୍ଷାମନ୍ତ୍ରୀ ଭୂପେନ୍ଦ୍ର […]

badla
ରିଲିଜ୍‌ ହେଲା ବଲିଉଡ୍‌ ଫିଲ୍ମ ‘ବଦ୍‌ଲା’ର ଟ୍ରେଲର୍‌

ମୁମ୍ବାଇ: ଅପ୍‌କମିଙ୍ଗ ବଲିଉଡ୍ ଫିଲ୍ମ ‘ବଦ୍‌ଲା’ର ଟ୍ରେଲର୍ ରିଲିଜ୍‌ ହୋଇଛି। ରିଲିଜ୍‌ର ଅଳ୍ପ ସମୟ ମଧ୍ୟରେ ଏହାର ଟ୍ରେଲର୍‌ ଭାଇରାଲ ହୋଇଛି। ଏହି ସିନେମାର କାହାଣୀ ବେଶ୍ ଦମ୍‌ଦାର୍‌ ଥିବାବେଳେ ଏଥିରେ ବିଗ୍ ବି ଅମିତାଭ ବଚ୍ଚନ ଏବଂ ତାପସୀ ପାନ୍ନୁ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଅମିତାଭ ଜଣେ ପୁଲିସ୍‌ ଚରିତ୍ରରେ ନଜର ଆସୁଛନ୍ତି। ଏକ ମର୍ଡର ମିଷ୍ଟ୍ରିକୁ ନେଇ ଏହି ଫିଲ୍ମ ଆଧାରିତ। ସୁଜୟ ଘୋଷ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ନିର୍ଦ୍ଦେଶକ […]

pak
ନୂଆ ବର୍ଷରେ ସୀମା ଲଙ୍ଘିଲା ପାକିସ୍ତାନ

ଜମ୍ମୁ-କାଶ୍ମୀର : ଆବର୍ଷରେ ବି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ। ଜମ୍ମୁ ଓ କାଶ୍ମୀରର ପୁଂଚ ଜିଲ୍ଲାରେ ଖାରୀ କରମରା ଅଂଚଳରେ ଅସ୍ତ୍ର ବିରତି ଉଲ୍ଲଂଘନ ହୋଇଛି। ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିଲା। ଭାରତୀୟ ସେନା ପକ୍ଷରୁ ଏହାର ଜବାବ ଦିଆଯାଇଛି। ସେପଟେ ସୀମାପାର ଅନୁପ୍ରବେଶ ଉଦ୍ୟମକୁ ନେଇ ଭାରତ ପକ୍ଷରୁ ପାକିସ୍ତାନ ହାଇକମିଶନରଙ୍କୁ ସମନ ଜାରି କରାଯାଇଛି। କିଛି ଦିନ ତଳେ ପୁଂଚ ସେରରେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଅକ୍ଟୋବର ୨୧ରେ ସୁନ୍ଦରବାନି ସେକ୍ଟରରେ […]

neta-1
ରାଜନୀତି କ୍ଷେତ୍ରରେ କିଭଳି ପରିବର୍ତ୍ତନ ଆଣିବ ନୂଆବର୍ଷ ? କଣ କହୁଛନ୍ତି ଜ୍ୟୋତିର୍ବିଦ୍? ପଢନ୍ତୁ -

ଭୁବନେଶ୍ୱର : ନବୀନଙ୍କ ପାଇଁ କାଠିକର ପାଠ ହେବ ୨୦୧୯। ଆଉ ସେପଟେ ଦିଲ୍ଲୀରେ ଟଳମଳ ହେବ ମୋଦିଙ୍କ ଗାଦି। ଜ୍ୟୋତିର୍ବିଦ୍‌ଙ୍କ ଅନୁସାରେ, କିଛି ଏଭଳି ସଂକେତ ଦେଉଛି ରାଜ୍ୟ ଓ କେନ୍ଦ୍ର ମୁଖିଆଙ୍କ ଭାଗ୍ୟରେଖା। ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କଲେ ମଧ୍ୟ ବିପୁଳ ବହୁମତ ପାଇବା ମୁସ୍କିଲ। ଝୁଲା ସରକାର ବି ହୋଇପାରେ।  ପୁଣି ସରକାରକୁ ଆସିବା ପାଇଁ ବିଜେପିକୁ ଅନ୍ୟ କ୍ଷୁଦ୍ର ଦଳଙ୍କ ସହ ଗଠବନ୍ଧନ କରିବାକୁ ପଡ଼ିପାରେ। […]

sajjan
କୋର୍ଟରେ ଆତ୍ମସମର୍ପଣ କଲେ କଂଗ୍ରେସ ନେତା ସଜ୍ଜନ କୁମାର

ନୂଆଦିଲ୍ଲୀ  : ୧୯୮୪ମସିହା ଶିଖ୍ ବିରୋଧୀ ହିଂସାରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା କଂଗ୍ରେସ ନେତା ସଜ୍ଜନ କୁମାର ଆତ୍ମସମର୍ପଣ କରିଛନ୍ତି। ଆଜି ସଜ୍ଜନ କୁମାର ଦିଲ୍ଲୀର କରକରଡୁମା କୋର୍ଟରେ ଆତ୍ମସମର୍ପଣ କରିବା ପରେ ମଣ୍ଡୋଲି ଜେଲ୍‌କୁ ପଠାଇ ଦିଆଯାଇଛି। ଆତ୍ମସମର୍ପଣ ପାଇଁ ଅଧିକ ସମୟ ଦେବାକୁ ସଜ୍ଜନ କୁମାର କୋର୍ଟରେ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଯାଇଥିଲା। ଗତ ୧୭ ତାରିଖରେ ଦିଲ୍ଲୀ ହାଇକୋର୍ଟ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ […]

triple talaq
ରାଜ୍ୟସଭାରେ ଅଟକି ରହିଲା ‘ତିନି ତଲାକ୍‌’ ବିଲ୍

ନୂଆଦିଲ୍ଲୀ : ବାରମ୍ବାର ହୋହାଲ୍ଲା ଓ ବିରୋଧ ପ୍ରଦର୍ଶନ ଯୋଗୁଁ ରାଜ୍ୟସଭାରେ ଗୁରୁତ୍ୱପୂର୍ଣ୍ଣ ତିନି ତଲାକ ବିଲ୍ ଆଜି ଉପସ୍ଥାପନ ହୋଇପାରି ନାହିଁ।  ତିନି ତଲାକ୍‌କୁ ନେଇ ଆଜି ଗୃହ ସରଗରମ ରହିଥିବା ବେଳେ ବିରୋଧୀ ବିଲ୍‌ର ବର୍ତ୍ତମାନର ରୂପରେଖକୁ ବିରୋଧ କରି ହୋହାଲ୍ଲା କରିଥିଲେ। ଏଥିପାଇଁ ଜାନୁୟାରୀ ଦୁଇ ତାରିଖ ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ ଘୋଷଣା କରାଯାଇଛି। ଦୁଇ ଦୁଇ ଥର ଗୃହକାର୍ଯ୍ୟରେ ବାଧା ଯୋଗୁଁ ମୁଲତବୀ ଘୋଷଣା କରାଯାଇଥିଲା। କଂଗ୍ରେସ ସମେତ ଅନ୍ୟ ବିରୋଧୀ […]

athletic
କଟକରେ ରାଜ୍ୟ ଆଥଲେଟିକ୍ ମିଟ୍ ଉଦ୍‌ଯାପିତ

କଟକ : କଟକରେ ଉଦ୍‌ଯାପିତ ହୋଇଯାଇଛି ରାଜ୍ୟ ଆଥଲେଟିକ୍ ମିଟ୍। ବାରବାଟୀ ଷ୍ଟାଡିୟମରେ ଚାଲିଥିବା ୬୬ତମ ରାଜ୍ୟ ଆଥଲେଟିକ୍ ମିଟ୍‌ରେ କଟକ ଦଳଗତ ଚାଂପିଅନ୍ ହୋଇଥିବାବେଳେ ସୁନ୍ଦରଗଡ଼ ରନର୍ସଅପ୍ ହୋଇଛି। ବେଷ୍ଟ ଆଥଲେଟ୍ ବିବେଚିତ ହୋଇଛନ୍ତି ଅଲମ୍ପିଆନ୍ ଦୂତୀ ଚାନ୍ଦ। ୩ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ୧୫୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ଉଦ୍‌ଯାପନୀ ଉତ୍ସବରେ ପୁଲିସ୍ କମିଶନର ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ।