ନୂଆଦିଲ୍ଲୀ : ଗୁରୁ ଗୋବିନ୍ଦ ସିଂଙ୍କ ଜୟନ୍ତୀ ଅବସରରେ ଏକ ସ୍ମାରକୀ ମୁଦ୍ରାର ପ୍ରଚଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଦ୍ରାର ଶୁଭାରମ୍ଭ କରିବା ସହ ଉପସ୍ଥିତ ଅତିଥିଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ମୋଦି କହିଛନ୍ତି ଯେ, ଶିଖ୍ମାନଙ୍କ ଦଶମ ଗୁରୁ ଗୋବିନ୍ଦ ସିଂହ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହି ଆସିଛନ୍ତି। ମୋଦି ଆହୁରି କହିଛନ୍ତି ଯେ, କରତାରପୁର କରିଡର ଫଳରେ ଶିଖ୍ମାନେ […]
ନୂଆଦିଲ୍ଲୀ : ସବର୍ଣ୍ଣ ସଂରକ୍ଷଣ ବିଲ୍ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତିଙ୍କ ମୋହର ପରେ ଏହା ଏବେ ଆଇନରେ ପରିଣତ ହୋଇଛି। ଏଣିକି ସରକାରୀ ଚାକିରୀରେ ୧୦ ପ୍ରତିଶତ ଆର୍ଥିକ ଅନଗ୍ରସର ଉଚ୍ଚ ବର୍ଗଙ୍କ ପାଇଁ ସଂରକ୍ଷିତ ରହିବ। ପୂର୍ବରୁ ଲୋକସଭା ଓ ରାଜ୍ୟସଭାରେ ପାସ୍ ପରେ ବିଲ୍ ରାଷ୍ଟ୍ରପତିଙ୍କ ପାଖକୁ ଯାଇଥିଲା। ବିଲ୍ରେ ସାଧାରଣ ବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ଫଳରେ ଦେଶର ୩୬ […]
ଚିକେନ୍ ପ୍ରାୟତଃ ସମସ୍ତଙ୍କର ପସନ୍ଦର ଖାଦ୍ୟ। ଏଥିରେ ପ୍ରସ୍ତୁତ ବିଭିନ୍ନ ଡିସ୍ ଛୋଟ ପିଲାଙ୍କଠୁ ଆରମ୍ଭ କରି ଯୁବବର୍ଗ ସମସ୍ତଙ୍କ ଫେଭରାଇଟ୍ ହୋଇଥାଏ। ଚିକେନ୍ରେ ପ୍ରସ୍ତୁତ ସୁଆଦିଆ ଚିକେନ୍ ମସଲା ସମେତ ଭଳିକି ଭଳି ଚିକେନର ଫାଷ୍ଟ ଫୁଡ୍ ଦେଖିଲେ ଖାଇବାକୁ ସମସ୍ତଙ୍କର ଇଚ୍ଛା ହୋଇଥାଏ। କିନ୍ତୁ ଏହାକୁ ପ୍ରସ୍ତୁତ କରିବାକୁ ସମୟ ଲାଗିଥାଏ। ହେଲେ କମ୍ ସମୟରେ ଚିକେନ୍ରେ ପ୍ରସ୍ତୁତ ହେଉଥିବା ଏକ ଆଇଟମ୍ ହେଉଛି ‘ଗ୍ରୀନ୍ ମଟର ଚିକେନ୍ ଭାଜି’। ଖାଲି ଏହା କମ୍ […]
ଘରେ କୌଣସି ପୂଜା ପର୍ବ ହେଲେ ଆମେ ଭାବିଥାଉ ଯେ ସାଧା, ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ଉପଯୋଗୀ ବ୍ୟଞ୍ଜନଟିଏ ତିଆରି କରିବା ପାଇଁ। ତେବେ ଆପଣ ଅନ୍ୟ କିଛି ବି ଚିନ୍ତା ନ କରି ବିଭିନ୍ନ ପ୍ରକାର ଫଳ ମିଶାଇ ‘ଫଳ ପଲାଉ’ ତିଆରି କରିପାରିବେ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହେବା ସହ ଛୋଟପିଲା ହୁଅନ୍ତୁ ବା ବଡ଼ ଲୋକ ସମସ୍ତଙ୍କୁ ପସନ୍ଦ ଆସିବ। ‘ଫଳ ପଲାଉ’ ତିଆରି ପ୍ରଣାଳୀ : ତେବେ ଜାଣି […]
ନୂଆ ଦିଲ୍ଲୀ : ବଢ଼ିଲା ତୈଳ ଦର। ଆଜି ଲଗାତର ତୃତୀୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ହୋଇଛି। ବର୍ଦ୍ଧିତ ଦାମ୍ ଅନୁସାରେ ଦିଲ୍ଲୀରେ ଗତ ୩ ଦିନ ଭିତରେ ପେଟ୍ରୋଲ ଲିଟର ପିଛା ୭୬ ପଇସା ବଢିଥିବା ବେଳେ ଡିଜେଲ ୮୬ ପଇସା ବଢିଛି। ତୈଳ କମ୍ପାନୀଙ୍କ କହିବା ଅନୁସାରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢିଥିବାରୁ ଏହାର ପ୍ରଭାବ ପଡିଛି। ସେପଟେ ବର୍ଦ୍ଧିତ ତୈଳ ଦରକୁ ନେଇ ଖାଉଟିଙ୍କ […]
ଛତିଶଗଡ଼ : କୁମ୍ଭୀର କାନ୍ଦଣା କଥା ଆପଣ ଶୁଣିଥିବେ। କିନ୍ତୁ କେବେ କୁମ୍ଭୀର ପାଇଁ କାନ୍ଦଣା କଥା ଶୁଣିନଥିବେ। ହେଲେ ଛତିଶଗଡ଼ରେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଛି। ଯାହା ଆଜିକାଲି ଭାରି ଚର୍ଚ୍ଚାରେ। ଏମିତି ତ ପ୍ରିୟର ଗୃହପାଳିତ ପଶୁ ପକ୍ଷୀଙ୍କ ମୃତ୍ୟୁରେ ଆମେ ଶୋକ ପ୍ରକାଶ କରିବା ସହ ଦୁଃଖ କରିବାର ଜାଣିଛେ। କିନ୍ତୁ କେବେ ହିଂସ୍ର ଜଙ୍ଗଲୀ ଜନ୍ତୁ କିମ୍ବା ସରୀସୃପଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଥା ଆପଣ ଶୁଣିନଥିବେ। ଛତିଶଗଡ଼ର ବେମତରା […]
ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଟେନିସ୍ କମ୍ପ୍ଲେକ୍ସରେ ଆରମ୍ଭ ହୋଇଛି ଅଲ୍ ଓଡ଼ିଶା ଉତ୍କଳ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ। ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁରେଶ ମହାପାତ୍ର, ମଧୁସୂଦନ ପାଢୀ ଅତିଥିଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ୮ଟି ଗ୍ରୁପରେ ୪ଶହ ପ୍ରତିଯୋଗୀ ଭାଗ ନେଉଛନ୍ତି। ୧୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୨ ଲକ୍ଷ ଟଙ୍କା ପୁରସ୍କାର ରଖାଯାଇଛି।
ଉତ୍ତର ପ୍ରଦେଶ : ସଜେଇ ହେଉଛି ଧାର୍ମିକ ନଗରୀ ପ୍ରୟାଗରାଜ। ଏଥରର ଅର୍ଦ୍ଧ କୁମ୍ଭମେଳାରେ ଦେଶବିଦେଶରୁ ପ୍ରାୟ ୧୫ କୋଟିରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଛି। ମେଳା ପୂର୍ବର ପ୍ରସ୍ତୁତି ଏବେ ଖୁବ୍ ରୋମାଂଚକର ହୋଇଉଠିଛି। ଆଲୋକମାଳାରେ ଝଲସୁଛି ଟେଣ୍ଟ ସିଟି। ଆସନ୍ତା ୧୫ ତାରିଖରୁ ପ୍ରୟାଗରାଜରେ କୁମ୍ଭମେଳା ଆୟୋଜନ ହେଉଛି। ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ରହିବା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏ ସମସ୍ତ ବ୍ୟବସ୍ଥା କରାଯାଇଛି। କୁମ୍ଭମେଳାକୁ ଆଉ ମାତ୍ର ୪ […]
ଶ୍ରୀନଗର : ଜମ୍ମୁ ଓ କାଶ୍ମୀରରେ ଭୀଷଣ ବରଫପାତ। ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ମାଇନସ୍କୁ ଖସିଆସିଛି। ଏଥିଯୋଗୁ ଗାଡ଼ି ଚଳାଚଳ ଗୁରୁତର ପ୍ରଭାବିତ ହୋଇଛି। ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ଶହ ଶହ ଗାଡ଼ି ଅଟକି ରହିଛି। ଫଳରେ ହଜାର ହଜାର ପର୍ଯ୍ୟଟକ ଫସି ରହିଛନ୍ତି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବରଫ ସଫା କରାଯାଉଛି।
ହରିୟାଣା : ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ୍ ରାମ ରହିମ ସିଂହ ଦୋଷୀ ସାବ୍ୟସ୍ତ। ରାମ ରହିମଙ୍କ ସମେତ ୪ ଜଣଙ୍କୁ ଏଥିରେ ଦୋଷୀ ସବ୍ୟସ୍ତ କରାଯାଇଛି। ହରିୟାଣା ପଞ୍ଚକୁଲା ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ହାଇପ୍ରୋଫାଇଲ୍ ହତ୍ୟା ମାମଲାର ରାୟ ଶୁଣାଇଛନ୍ତି। ତେବେ ଆସନ୍ତା ୧୭ ତାରିଖରେ ଦଣ୍ଡବିଧାନ ଶୁଣାଇବେ କୋର୍ଟ। ପ୍ରାୟ ୧୭ ବର୍ଷ ପରେ ଏହି ହତ୍ୟାକାଣ୍ଡ ଘଟଣାରେ ନ୍ୟାୟ ମିଳିଛି। ୨୪ ଅକ୍ଟୋବର […]
ନୂଆଦିଲ୍ଲୀ : ଚାକିରିରୁ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଇସ୍ତଫା। କେନ୍ଦ୍ର ସରକାରଙ୍କ ଚାକିରିରୁ ଇସ୍ତଫା ଦେଲେ ବର୍ମା। ଗତକାଲି ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇପାୱାର ସିଲେକ୍ସନ ପ୍ୟାନେଲ ତାଙ୍କୁ ହଟାଇଥିଲ। ଏହାପରେ ବର୍ମାଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଅଗ୍ନିଶମ, ସିଭିଲ ଡିଫେନ୍ସ ଓ ହୋମ୍ ଗାର୍ଡ ମହାନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଥିଲା। ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଯିବା ପରେ ଆଲୋକ ବର୍ମା କହିଥିଲେ, ମିଥ୍ୟା ଓ ପ୍ରମାଣିତ […]
ବିଶାଖାପାଟନମ୍ : ବିଶାଖାପାଟନମ୍ ରେଲ୍ୱେ ଷ୍ଟେସନରୁ ଏକ କୋଟିରୁ ଅଧିକ ଟଙ୍କାର ଚୋରା ସୁନା ଜବତ। ସୂଚନା ଅନୁସାରେ ଗତ ୪ ତାରିଖରେ ଦୁଇ ଜଣ ବ୍ୟକ୍ତି ଗୁଆହାଟି-ସିକନ୍ଦରାବାଦ ଏକ୍ସପ୍ରେସରେ ଗୁଆହାଟିରୁ ସିକନ୍ଦରାବାଦ ଯାଉଥିଲେ। କୌଣସି ସୂତ୍ରରୁ ଖବର ପାଇଁ ରାଜସ୍ୱ ଗୁଇନ୍ଦା ବିଭାଗ ବିଶାଖାପାଟନମ୍ ଷ୍ଟେସନରେ ଚଢାଉ କରିଥିଲା। ଦୁଇ ଜଣ ଯୁବକଙ୍କ ଠାରୁ ଗୁଇନ୍ଦା ବିଭାଗ ୩କେଜିରୁ ଅଧିକ ସୁନା ବିସ୍କୁଟ ଜବତ କରିଥିଲା। ଏମାନେ ସୁନା ବିସ୍କୁଟ୍ ଗୁଡିକୁ ବାନିଆନ୍ରେ ଏକ ପକେଟ […]
ମୁମ୍ବାଇ : ମୁଭି ‘ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’କୁ ନେଇ ତୁଟୁନି ବିବାଦ। ଦିନକ ପରେ ଅର୍ଥାତ୍ ୧୧ ତାରିଖରେ ଫିଲ୍ମ ରିଲିଜ ହେବାକୁ ଥିବା ବେଳେ ପୁଣି ଦିଲ୍ଲୀ ହାଇକୋର୍ଟରେ ଫିଲ୍ମ ବିରୋଧରେ ଜନସ୍ୱାର୍ଥ ମାମଲା ଦାଏର ହୋଇଛି। ଆଜି ଏହାର ଶୁଣାଣି ହୋଇପାରେ। ଫିଲ୍ମକୁ ବ୍ୟାନ୍ କରିବା ପାଇଁ କୋର୍ଟରେ ଆବେଦନ କରାଯାଇଛି।ପୂର୍ବରୁ ମଧ୍ୟ ଦିଲ୍ଲୀର ଜଣେ ଫ୍ୟାଶନ ଡିଜାଇନର ପୂଜା ମହାଜନ ଦିଲ୍ଲୀ ହାଇକୋର୍ଟରେ ରହିତାଦେଶ ଲଗାଇବାକୁ ଆବେଦନ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ […]