• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

kebethu-arambha-panjikarana
୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକା ପାଇଁ କୋ-ଓ୍ୱିନ ଆପ୍ ଜରିଆରେ କରିବାକୁ ହେବ ପଞ୍ଜୀକରଣ

ଟିକା ପାଇଁ ପଞ୍ଜୀକରଣ ଜରୁରୀ ଟିକାକରଣ ନେଇ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି କରୋନା ଟିକା ନେବେ ୧୮ରୁ ୪୪ ବର୍ଷ ବୟସ୍କ ଲୋକେ କୋଓ୍ୱିନ୍ କିମ୍ବା ଆରୋଗ୍ୟ ସେତୁ ଆପରେ ପଞ୍ଜୀକରଣ ଜରୁରୀ ୨୮ ତାରିଖରୁ ଆରମ୍ଭ ହେବ ପ୍ରକ୍ରିୟା, ୧ ତାରିଖରୁ ଟିକାକରଣ ସରକାରୀ, ଘରୋଇ ଟିକାକରଣ କେନ୍ଦ୍ର ଭିତ୍ତିଭୂମି ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଭୁବନେଶ୍ୱର : ଟିକାକରଣ ନେଇ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି । ୧୮ରୁ ୪୪ ବର୍ଷ […]

mayurbhanj
ମରିଗଲା ମାନବିକତା : ଶବ ସହ ମୂଲଚାଲ, ପୋଷ୍ଟମର୍ଟମ ପାଇଁ ମାଗିଲେ ଟଙ୍କା

ଧୀରେ ଧୀରେ ମଣିଷ ପାଖରୁ ମରିଯାଉଛି ମାନବିକତା। ଜଣେ ବ୍ୟକ୍ତି ଏକ ମୃତଦେହର ପୋଷ୍ଟମର୍ଟମ କରିବାକୁ ଟଙ୍କା ମାଗୁଥିବାର ଭିଡିଓ ଭାଇରାଲ୍ ହୋଇଛି। କହୁଛନ୍ତି, କାଟିବାକୁ ନେବି ୭ଶହ, ପୁଣି ସିଲେଇ କରିବାକୁ ନେବି ୫ଶହ।

jagat
ଜଗତସିଂହପୁରରେ ସୁଗାର ଫ୍ରି ଧାନ ଚାଷ, ଡାଇବେଟିସ୍ ରୋଗୀ ଖୁସ୍

ଜଗତସିଂହପୁର : ସୁଗାର ଫ୍ରି ଧାନଚାଷ, ଲାଭ ଶହେରେ ଶହେ । ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ୧୨ ଏକର ଜମିରେ କରିଛନ୍ତି ସୁଗାର ଫ୍ରି ଧାନ ଚାଷ । ଧାନରୁ ଚାଉଳ କରି କିଲୋ ବିକିବେ ଶହେ ଟଙ୍କାରେ । ଏବେ ଠୁ ଧାନ ନେବାକୁ ଲାଗିଲାଣି ଲାଇନ୍ ।

ମନ କି ବାତରେ ମୋଦିଙ୍କ ବାର୍ତ୍ତା : ସମସ୍ତଙ୍କ ଧୈର୍ଯ୍ୟର ପରୀକ୍ଷା ନେଉଛି କରୋନା

କରୋନା ସମସ୍ତଙ୍କ ଧୈର୍ଯ୍ୟର ପରୀକ୍ଷା ନେଉଛି ଅନେକ ନିଜ ପରିଜନଙ୍କୁ ଅସମୟରେ ହରାଇଛନ୍ତି କରୋନାର ଦ୍ୱିତୀୟ ଲହର ପୁରା ଦେଶକୁ ଦୋହଲାଇ ଦେଇଛି ପ୍ରଥମ ଲହରକୁ ଆମେ ସଫଳତାର ସହ ମୁକାବିଲା କରିଥିଲେ ଏବେ ଦ୍ୱିତୀୟ ଲହର ବିପକ୍ଷରେ ଆମ ଲଢ଼େଇ ଜାରି ରହିଛି ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ସମସ୍ତେ ଲଢ଼େଇରେ ସାମିଲ ଅଛନ୍ତି ଟିକାକୁ ନେଇ କୌଣସି ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ ନୂଆଦିଲ୍ଲୀ : ବୈଶ୍ୱିକ ମହାମାରୀ କରୋନାକୁ ହରାଇବା ବର୍ତ୍ତମାନ ଦେଶ ଓ […]

agra
ମୁହଁରେ ନିଶ୍ୱାସ ଦେଇ ଦେଇ ମେଡିକାଲ ନେଲେ, ଶତ ଚେଷ୍ଟା ସତ୍ତ୍ୱେ ସ୍ୱାମୀଙ୍କୁ ବଞ୍ଚାଇ ପାରିଲେନି ମହିଳା

ଆଗ୍ରା :  ଡାକ୍ତରଖାନା ନେବା ରାସ୍ତାରେ ଛକି ବସିଥିଲା ନିର୍ଦ୍ଦୟ ମୃତ୍ୟୁ । ବୟସ ଦେଖିଲାନି, ନିରୋଳା ଆଖିରେ ଦେଖାଯାଉନଥିବା ଅଦୃଶ୍ୟ ଭାଇରସ୍ ଛଡ଼ାଇନେଲା ମଥାର ସିନ୍ଦୁର । ଅକ୍ସିଜେନ୍ ଅଭାବରେ ସ୍ତ୍ରୀ କୋଳରେ ଜୀବନ ହାରିଲେ ସ୍ୱାମୀ । କରୋନା ଭାଇରସର ଦ୍ୱିତୀୟ ଲହରୀର ଭୟାବହତା ଓ ଅକ୍ସିଜେନ ଅଭାବ ମଧ୍ୟରେ ଆଗ୍ରାରେ ଦେଖିବାକୁ ମିଳିଛି ଏଭଳି ହୃଦୟବିଦାରକ ଘଟଣା । ଶୁକ୍ରବାର ଦ୍ୱିପହରରେ ପାଖାପାଖି ଗୋଟାଏରେ ଜଣେ ମହିଳା ରୋଗଗ୍ରସ୍ତ ସ୍ୱାମୀଙ୍କୁ  ଅଟୋରେ ଧରି […]

magana-khadya
କୋଭିଡ୍ ଆକ୍ରାନ୍ତଙ୍କୁ ମାଗଣା ଖାଦ୍ୟ ଯୋଗାଣ : Whatsappରେ ମେସେଜ କଲେ ପହଞ୍ଚିଯିବ

କରୋନା ରୋଗୀଙ୍କୁ ସହାୟତା ସହାୟତା ପାଇଁ ଆଗେଇ ଆସିଲା ଏନଜିଓ କରୋନା ରୋଗୀଙ୍କୁ ମାଗଣାରେ ଖାଦ୍ୟ ଯୋଗାଣ ବାରଣାସୀ : କରୋନା ରୋଗୀଙ୍କୁ ସହାୟତାର ହାତ ବଢ଼ାଇଲେ ସ୍ୱେଚ୍ଛାସେବୀ ସଂସ୍ଥା । କୋଭିଡ୍ ଆକ୍ରାନ୍ତଙ୍କୁ ମାଗଣାରେ ଖାଦ୍ୟ ଯୋଗାଣ କରାଯାଇଛି ।  ଯଦି କେହି କରୋନାରେ ଆକ୍ରାନ୍ତ ହେଲା, ତେବେ ନା ସେ ଘରୁ ବାହାରକୁ ବାହାରି ପାରୁଛନ୍ତି, ନା ଭୟରେ କେହି ସମ୍ପୃକ୍ତ ଲୋକଙ୍କ ଘରକୁ ଯାଉଛନ୍ତି । ଏପରି କ୍ଷେତ୍ରରେ କରୋନା ରୋଗୀ ଓ […]

qashim
କାସିମ୍ ଚାଚାଙ୍କ ମାଗଣା ହୋଟେଲକୁ ପ୍ରଶଂସା : ବିଦେଶରୁ ମିଳିଲା ସହଯୋଗ

କାସିମ୍ ଚାଚାଙ୍କ ପ୍ରେରଣାଦାୟୀ ଜୀବନ କାହାଣୀ। ଦିନେ ସେ ନିଜେ ଖାଇବାକୁ ପାଉନଥିଲେ। କିନ୍ତୁ ନିଜର ଆର୍ଥିକ ସ୍ଥିତି ଭଲ ହେବାପରେ ସେ ଗରିବ ଲୋକଙ୍କୁ ମାଗଣାରେ ଖାଇବାକୁ ଦେଉଥିଲେ। ଏହି ଖବର ପ୍ରଚାରିତ ହେବାପରେ, ଏବେ ତାଙ୍କୁ ଆମେରିକାରୁ ଜଣେ ବ୍ୟକ୍ତି ଟଙ୍କା ପଠେଇଛନ୍ତି। ଏହି ଟଙ୍କାରେ କାସିମ୍ ଚାଚା ସପ୍ତାହକୁ ଏଣିତି ଦୁଇଦିନ ଗରିବ ଲୋକଙ୍କୁ ପେଟପୂରା ଖାଇବାକୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

flight
ବେକାବୁ କରୋନା ସଂକ୍ରମଣ ଭିତରେ ଦେଶ ଛାଡ଼ୁଛନ୍ତି ଭାରତୀୟ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର କହର ଭିତରେ ଦେଶ ଛାଡ଼ି ପଳାୟନ କରୁଛନ୍ତି ଭାରତୀୟ । ଜୀବନ ବିକଳରେ ୧୦ ଗୁଣା ଅଧିକ ଭଡ଼ା ଦେଇ ଦୁବାଇ ଚାଲିଯାଉଛି । ଫଳରେ ୟୁଏଇର ଟିକେଟ ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି । କେବଳ ଏତିକି ନୁହେଁ ପ୍ରାଇଭେଟ ଜେଟର ଚାହିଦା ମଧ୍ୟ ବର୍ତ୍ତମାନ ସମୟରେ ବଢ଼ିଯାଇଛି । ୟୁଏଇର ଫ୍ଲାଇଟ୍ ବନ୍ଦ ହେବା ପୂର୍ବରୁ ଅନେକ ସଂଖ୍ୟାରେ ଲୋକେ ଦେଶଛାଡ଼ି ବିଦେଶକୁ ପଳାୟନ କରୁଛନ୍ତି […]

delhi
ମୃତ୍ୟୁ ପୂର୍ବର ମେସେଜ ଛାଡ଼ିଗଲେ କରୋନା ଯୋଦ୍ଧା : ଠିକ୍ ସମୟରେ ପ୍ଲାଜମା ମିଳିଥିଲେ, ମୁଁ ବଞ୍ଚିଯାଇ ଥାଆନ୍ତି . . .

ଦିଲ୍ଲୀ : ’ମୋତେ ବହୁତ କଷ୍ଟ ହେଉଛି । ନିଶ୍ୱାସ ନେଇପାରୁନି । ଛାତିରେ ଅସହ୍ୟ ଯନ୍ତ୍ରଣା । ଶରୀର ଉପରେ ମୋର ନିୟନ୍ତ୍ରଣ ନାହିଁ ”। କରୋନାରେ ଜୀବନ ହାରିବା ପୂର୍ବରୁ ଯନ୍ତ୍ରଣା ବଖାଣିଲେ କରୋନା ଯୋଦ୍ଧା । ଦିଲ୍ଲୀ ପୋଲିସରେ କାର୍ଯ୍ୟରତ ପୋଲିସ ଏସଆଇଙ୍କୁ ଠିକ୍ ସମୟରେ ମିଳି ପାରିଲାନି ପ୍ଲାଜମା, ମାତ୍ର ୨୮ ବର୍ଷ ବୟସରେ ଆଖି ବୁଜିଲେ ଅଙ୍କିତ ଚୌଧୁରୀ । ମହାମାରୀର ମାୟାଜାଲରୁ ରକ୍ଷା କରିବାକୁ ଯାଇ ଲୋକଙ୍କୁ ସଚେତନ […]

କରୋନା ଆକ୍ରାନ୍ତଙ୍କ ପାଇଁ ପ୍ରାଣ ରକ୍ଷାକାରୀ ପ୍ରୋନିଂ : ମେଡିକାଲ ନଯାଇ ଶରୀରରେ ବଢାଇ ହେବ ଅମ୍ଳଜାନ ପରିମାଣ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଆକସ୍ମିକ ଭାବେ ହୁହୁ ବଢିବା କାରଣରୁ ସ୍ୱାସ୍ଥ୍ୟ ଭିତ୍ତଭୂମି ଉପରେ ବଢିଛି ଚାପ । ସଂକ୍ରମିତଙ୍କ ସଂଖ୍ୟା ଆଖି ପିଛୁଳାକେ ବଢୁଥିବାରୁ ସବୁ ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଇ ଦେବା ସମମ୍ଭ ହେଉନି । ଖାସ୍ କରି ଅକ୍ସିଜେନର ନିଅଣ୍ଟିଆ ସ୍ଥିତି ଗୁରୁତର ସମସ୍ୟା ସୃଷ୍ଟି କରିଛି ୧ ଏଭଳିି ସ୍ଥିତିରେ ସାମାନ୍ୟ ଲକ୍ଷଣ ଥାଇ ହୋମ୍ କ୍ୱାରେଣ୍ଟିନରେ ଥିବା ରୋଗୀ କୃତ୍ରିମ ଅକ୍ସିଜେନ୍ ବିନା କିଭଳି ଆରାମ ପାଇପାରିବେ, ତାର ଉପାୟ […]

sachin
୪୮ ବର୍ଷ ବୟସରେ ପାଦ ଥାପିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କର ଆଜି ଜନ୍ମଦିନ ୪୮ ବର୍ଷ ବୟସରେ ପାଦ ଥାପିଲେ ସଚିନ ୧୯୭୩ ଏପ୍ରିଲ ୨୪ରେ ସଚିନଙ୍କ ଜନ୍ମ କ୍ରିକେଟ୍ ଜଗତରେ ସଚିନଙ୍କ ନାଁରେ ରହିଛି ଅନେକ ରେକର୍ଡ ଅନ୍ତର୍ଜାତୀୟ କ୍ରିକେଟରେ ୩୦ ହଜାରରୁ ଅଧିକ ରନର ରେକର୍ଡ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିଅରରେ ୧୦୦ ଶତକ ରେକର୍ଡ ୪୮ ବର୍ଷ ବୟସରେ ପାଦ ଥାପିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ଆଜି ତାଙ୍କର ଜନ୍ମ ଦିନ । ଲିଜେଣ୍ଡ ଅଫ୍ ଦ […]

utarakhand-glac
ଉତ୍ତରାଖଣ୍ଡରେ ପୁଣି ହିମସ୍ଖଳନ : ଋଷିଗଙ୍ଗା ନଦୀର ଜଳସ୍ତର ବୃଦ୍ଧି

ଡେରାଡୁନ୍ : ପୁଣି ଉତ୍ତରାଖଣ୍ଡରେ ହିମସ୍ଖଳନ । ଭାରତ-ଚୀନ୍ ସୀମା ଚାମୋଲି ଜିଲ୍ଲାର ସୁମନ ଗାଁ ଅଞ୍ଚଳରେ ହିମସ୍ଖଳନ ହୋଇଛି । ଫଳରେ ଋଷିଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ପାଇଛି। ତେବେ ଏଥିରେ ମୃତାହତ ନେଇ କୌଣସି ସୂଚନା ମିଳି ପାରିନାହିଁ । ପ୍ରବଳ ବରଫପାତ ଯୋଗୁଁ ହିମସ୍ଖଳନ ହୋଇଥିବା ଜଣାପଡ଼ିଛି ।  ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିଆରଓର ଶ୍ରମିକମାନେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ଗତ ତିନି ଦିନ ଧରି ଲଗାତାର ବର୍ଷା ଓ […]

jarmani-oxygen
ଦେଶରେ ଅକ୍ସିଜେନ ଅଭାବ ପୂରଣ ହେବା ଆଶା : ଜର୍ମାନୀରୁ ଆସୁଛି ପୋର୍ଟେବୁଲ ଅକ୍ସିଜେନ ପ୍ଲାଣ୍ଟ

କରୋନା ସଙ୍କଟ ବେଳେ ଦେଶରେ ଅକ୍ସିଜେନ ଅଭାବ ପୂରଣ ହେବା ଆଶା ଜର୍ମାନୀରୁ ଆସୁଛି ୨୩ଟି ପୋର୍ଟେବୁଲ ଅକ୍ସିଜେନ ପାଣ୍ଟ ଘଣ୍ଟା ପ୍ରତି ୨୪ ଶହ ଲିଟର ଅମ୍ଲଜାନ ଉତ୍ପାଦନ କ୍ଷମତା ପ୍ଲାଣ୍ଟ ଜରିଆରେ ଦେଶରେ ବଢ଼ିବ ଅକ୍ସିଜେନ୍ ଉତ୍ପାଦନ ନୂଆଦିଲ୍ଲୀ : ଦେଶରେ ଅକ୍ସିଜେନର ଅଭାବ ଭିତରେ ଜର୍ମାନୀରୁ ଆସୁଛି ପୋର୍ଟେବୁଲ ଅକ୍ସିଜେନ ପାଣ୍ଟ । ଏହି ପ୍ଲାଣ୍ଟ ଜରିଆରେ ଦେଶ ଭିତରେ ଅକ୍ସିଜେନ ଉତ୍ପାଦନ କରାଯାଇ ପାରିବ । ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ଅନୁସାରେ […]

ମହିଳା ଡାକ୍ତରଙ୍କ ସେବା ମନୋଭାବକୁ କୋଟି କୋଟି ପ୍ରଣାମ

ବାଲାଘାଟ : ଡାକ୍ତର ନୁହଁନ୍ତି ସେ ସାକ୍ଷାତ ଭଗବାନ ।  ଗୋଟିଏ ପଟେ କରୋନାର ଭୟ ଅନ୍ୟପଟେ ଘଞ୍ଚ ଅରଣ୍ୟରେ ରକ୍ତମୁଖା ନକ୍ସଲଙ୍କ ଉତ୍ପାତ ।  ତଥାପି ଜୀବନକୁ ପାଣି ଛଡ଼ାଇ ବାଲାଘାଟର ଜଣେ ଡାକ୍ତର ସ୍କୁଟିରେ ନାଗପୁର ଅଭିମୁଖେ ବାହାରି ପଡିଥିଲେ । ରାସ୍ତାରେ ପ୍ରବଳ ଗ୍ରୀଷ୍ମତାପରେ ତଣ୍ଟି ଶୁଖିଯାଉଥିଲା । ବାଟରେ କିଛି ଖାଇବା ମଧ୍ୟ ନଥିଲା । ହେଲେ ଆଖି ଆଗରେ ନାଚି ଉଠୁଥାଏ ରୋଗୀଙ୍କ ଯନ୍ତ୍ରଣା ଜର୍ଜରିତ ଚେହେରା । ଆଉ […]

oxygen-delhi
ଦିଲ୍ଲୀକୁ ଅଧିକ ଅକ୍ସିଜେନ୍ ଦିଆଯାଉ : ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲେ କେଜ୍ରିୱାଲ

ମୋଦିଙ୍କ ଅକ୍ସିଜେନ୍ ସମୀକ୍ଷା କରୋନା ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୋନା ସ୍ଥିତିକୁ ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି ବୈଠକରେ ଅଧିକ ଅକ୍ସିଜେନ୍ ମାଗିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କିଛି ରାଜ୍ୟରେ ଦିଲ୍ଲୀ ପାଇଁ ଯାଉଥିବା ଅକ୍ସିଜେନକୁ ଅଟକା ଯାଉଛି ମୋଦିଙ୍କ ଗୋଟିଏ ଫୋନ୍ କଲ୍ ଦିଲ୍ଲୀର ଅକ୍ସିଜେନ୍ ସମସ୍ୟା ଦୂର କରିପାରିବ ମୋଦିଙ୍କୁ ଅକ୍ସିଜେନ୍ ପାଇଁ ନିବେଦନ କଲେ କେଜ୍ରିୱାଲ ନୂଆଦିଲ୍ଲୀ : ଦିଲ୍ଲୀକୁ ଅଧିକ ଅକ୍ସିଜେନ୍ ଦିଆଯାଉ । ଦିଲ୍ଲୀର ପରିସ୍ଥିତିକୁ ଦୃଷ୍ଟିରେ […]

hospital
ଗଙ୍ଗାରାମ ହସ୍ପିଟାଲରେ ୨୪ ଘଣ୍ଟାରେ ୨୫ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ସ୍ଥିତି ଏବେ ଭୟଙ୍କର । ସାରା ଦେଶରେ ବେକାବୁ ହେଉଛି କରୋନା ମହାମାରୀ । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଲୋକଙ୍କ ଜୀବନ ବଞ୍ଚାଇ‍କୁ ଲଗାତାର ପ୍ରୟାସ ଚଳାଇଛନ୍ତି । ଏସବୁ ସତ୍ତ୍ୱେ ରାଜଧାନୀ ଦିଲ୍ଲୀରୁ ଆସିଛି ଦୁଃଖଦ ଖବର । ଗଙ୍ଗାରାମ ହସ୍ପିଟାଳରେ ବିଗତ ୨୪ ଘଣ୍ଟାରେ ୨୫ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ତେବେ ଏଥି ମଧ୍ୟରେ  ଅକ୍ସିଜେନ୍ ଅଭାବରୁ ୬୦ ଜଣ ରୋଗୀଙ୍କ ଉପରେ ଥିବା ବିବପଦ ଟଳିଯାଇଛି […]

daughter
’ହାତ ଯୋଡ଼ୁଛି, ଦୟାକରି ବାପାଙ୍କ ପାଇଁ ଅକ୍ପିଜେନ୍ ଯୋଗାଡ କରିଦିଅନ୍ତୁ’

କୋଲକାତା : ’ହାତ ଯୋଡ଼ୁଛି, ଦୟାକରି ବାପାଙ୍କ ପାଇଁ ଅକ୍ପିଜେନ୍ ଯୋଗାଡ କରିଦିଅନ୍ତୁ, ନହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ବାହାର କରିଦେବେ। ମାତ୍ର ଦୁଇ ଦିନ ହେଲା ସେ ହସ୍ପିଟାଲରେ ଆଡମିଟ ହୋଇଛନ୍ତି । ତାଙ୍କର ଅବସ୍ଥା ବହୁତ ଗମ୍ଭୀର’ । ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ଏବେ ଶେଷ ସମୟରେ କହୁଛନ୍ତି ଅକ୍ସିଜେନର ଅଭାବ ଦେଖାଦେଉଛି ।  ଅକ୍ସିଜେନ ଆଣିକି ଦିଅ ନହେଲେ ଆମେ ବାହାର କରିବାକୁ ବାଧ୍ୟ ହେବୁ’ । ମୃତ୍ୟୁ ସଂଘର୍ଷ କରୁଥିବା ବାପାଙ୍କ […]

sashi
ବଞ୍ଚି ଥାଉ ଥାଉ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଶଶି ଥରୁର୍

ନୂଆଦିଲ୍ଲୀ : ସଂକ୍ରମଣ ବଢ଼ୁଥିବା ବେଳେ ବାଉଳା ହେଲା କଂଗ୍ରେସ ନେତା । ବଞ୍ଚି ଥାଉ ଥାଉ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଶଶି ଥରୁର୍ । ସୁମିତ୍ରା ମହାଜନଙ୍କ ଦେହାନ୍ତ ହେବାର ମିଥ୍ୟା ଖବର ଗୁରୁବାର ରାତିରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଏବଂ କଂଗ୍ରେସ ନେତା ଶଶି ଥରୁର  ସୁମିତ୍ରା ମହାଜନଙ୍କ ନିଧନ ବାବଦରେ ଖବର ଦେଇ ଏକ ଟ୍ୱିଟ୍ କରିଥିଲେ । ଥରୁର ଲେଖିଥିଲେ, ପୂର୍ବତନ […]

patanjnali
ପତଞ୍ଜଳି ଯୋଗପୀଠରେ ଏଣ୍ଟ୍ରି କଲା କରୋନା : ୮୩ ଜଣ ପଜିଟିଭ୍ ଚିହ୍ନଟ

ହରିଦ୍ୱାର : ପତଞ୍ଜଳି ଯୋଗପୀଠରେ ପ୍ରବେଶ କଲା ମହାମାରୀ । ଉତ୍ତରାଖଣ୍ଡରେ ତୀବ୍ର ବେଗରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ମଧ୍ୟରେ ଯୋଗଗୁରୁ ବାବା ରାମଦେବଙ୍କ ହରିଦ୍ୱାର ସ୍ଥିତ ବିଭିନ୍ନ ସଂସ୍ଥାନରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏ‍ବେ ସୁଦ୍ଧା ଯୋଗପୀଠର ବିଭିନ୍ନ ସ୍ଥାନରେ କରୋନାର ସଂକ୍ରମଣର ୮୩ ମାମଲା ସାମ୍ନାକୁ ଆସିଛି । ତେବେ ପତଞ୍ଜଳି ପକ୍ଷରୁ ଦାବି କରାଯାଉଛି, ବାବା ରାମଦେବଙ୍କ ସଂସ୍ଥାନରୁ କୌଣସି ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି । […]

covid-fire-8am
ମହାରାଷ୍ଟ୍ରର ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୩ ମୃତ

ମୁମ୍ବାଇ : ମହାରାଷ୍ଟ୍ରରେ ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ । କରୋନା ସଙ୍କଟ ମଧ୍ୟରେ ମହାରାଷ୍ଟ୍ରର ଗୋଟିଏ ପରେ ହସ୍ପିଟାଲରେ ଦୁର୍ଘଟଣା ଘଟୁଛି । ନାସିକର ଜାକିର ହୁସେନ ହସ୍ପିଟାଲରେ ଅକ୍ସିଜେନ୍ ସିଲିଣ୍ଡର ଲିକ୍ କାରଣରୁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ମାମଲା ଥଣ୍ଡା ପଡ଼ିନଥିବା ବେଳେ ମୁମ୍ବାଇର ପାଲଘର ଜିଲ୍ଲା ଭସାଇର ଏକ କୋଭିଡ୍ ସେଣ୍ଟରରେ ନିଆଁ ଲାଗି ୧୩ କରୋନା ଆକ୍ରନ୍ତଙ୍କ ମୃତ୍ୟୁ ହୋଇଛି । ସକାଳ ପାଖାପାଖି ସାଢ଼େ ୩ଟାରେ ସଟସର୍କିଟ ଯୋଗୁଁ […]

covaxin
’କୋଭିଡର ନୂଆ ଭ୍ୟାରିଏଣ୍ଟ ପାଇଁ କୋଭାକ୍ସିନ ଅଧିକ ଫଳପ୍ରଦ’ : ICMR

ଡବଲ ମ୍ୟୁଟାଣ୍ଟ ନଷ୍ଟ କରିବାରେ କୋଭାକ୍ସିନ ବେଶି ସାମର୍ଥ୍ୟ ଗବେଷଣାରୁ କୋଭାକ୍ସିନ ଅଧିକ ସାମର୍ଥ୍ୟ ଥିବା କହିଲା ICMR ୟୁକେ, ବ୍ରାଜିଲ୍, ଦକ୍ଷିଣ ଆମେରିକାର ମ୍ୟୁଟାଣ୍ଟ ମୁକାବିଲାରେ ଅଧିକ ଫଳପ୍ରଦ ନ୍ୟାସନାଲ୍ ଭାଇରୋଲୋଜି, ଆଇସିଏମ୍ଆର୍ ରିସର୍ଚ୍ଚରେ ପ୍ରକାଶ ନୂଆଦିଲ୍ଲୀ : କରୋନାର ନୂଆ ଭ୍ୟାରିଏଣ୍ଟ ମୁକାବିଲାରେ ଅଧିକ ଫଳପ୍ରଦ କୋଭାକ୍ସିନ୍ । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା ନୂଆ  ମ୍ୟୁଟାଣ୍ଟକୁ ନଷ୍ଟ କରିବାରେ ଅଧିକ ସାମର୍ଥ୍ୟ ରଖିଛି । ଏନେଇ ନୂଆ ତଥ୍ୟ ପ୍ରକାଶ […]

sonu sood
ଗରିବଙ୍କ ପାଇଁ ଅଛନ୍ତି ଗରିବଙ୍କ ଭଗବାନ : ୧୫ ମିନିଟରେ ବେଡ଼୍, ୩୦ ମିନିଟରେ ଇଞ୍ଜେକ୍ସନ୍

ସଙ୍କଟ ବେଳର ସଙ୍କଟମୋଚକ ସୋନୁ ସୁଦ୍ ।  ଅଣନିଶ୍ୱାସୀ କରିପକାଉଛି ମହାମାରୀର ମାୟାଜାଲ, ଅବଶ ହୋଇପଡ଼ୁଛି ଶରୀର, ତଥାପି ମାନବସେବା ଛାଡ଼ି ନାହାନ୍ତି ଗରିବଙ୍କ ମସିହା ସୋନୁ ସୁଦ୍ । ଅଦୃଶ୍ୟ ଭାଇରସ କରାଳ ରୂପ ନେଇ ସାରିଥିବା ବେଳେ ଅଭିନେତା ସୋନୁ ସୁଦ୍ ଯାହା କରୁଛନ୍ତି, ପ୍ରଶାସନ ଓ ସରକାର ତାଙ୍କ ଠାରୁ କିଛି ଶିଖିବେ ନିଶ୍ଚୟ । ଗତ ବର୍ଷ ତାଲାବନ୍ଦ ଠାରୁ ଆରମ୍ଭ କରି ଏବେ ସୁଦ୍ଧା ଶ୍ରମିକ ଓ ଗରିବଙ୍କୁ ପାରୁପର୍ଯ୍ୟନ୍ତ […]

OTV-portal
’ମୋର କେହି ଝିଅ ନାହାନ୍ତି, ମୁଁ ମରିଗଲେ ପୋଲିସକୁ ଦେଇଦେବ ମୃତଦେହ’

”ବାପାଙ୍କୁ କାଳେ କରୋନା ହୋଇଥିବ’, ଆମର ତ ପୁଣି ପିଲା ଛୁଆ ଅଛନ୍ତି‘ ସଂକ୍ରମଣ ଭୟରେ ବୁଢ଼ାବାପାକୁ ଏକୁଟିଆ କରିଦେଲେ ପରିବାର ଲୋକ ୮୦ ବର୍ଷିୟ ବୃଦ୍ଧଙ୍କର ପରିବାରରେ ୩ ବିବାହିତ ଝିଅ ଦିଲ୍ଲୀ ପୋଲିସ୍ କନେଷ୍ଟବଳଙ୍କ ପାଇଁ ବଞ୍ଚିଲା ଜୀବନ ମେଡ଼ିକାଲକୁ ଯିବାକୁ ରାଜି ହେଉନଥିଲେ ପୂର୍ବତନ ସିଆଇଡି ଅଫସର ଦିଲ୍ଲୀ : ପରିବାର ହାତ ଛାଡ଼ିଦେଲା, ସାହା ହେଲା ପୋଲିସ୍ । ସଂକ୍ରମଣ ଭୟରେ ଅଲୋଡ଼ା ହୋଇଗଲେ ବୁଢ଼ା ବାପା । ଭଗବାନ ଭରସାରେ […]

lockdown-maharastra
ମହାରାଷ୍ଟ୍ରରେ ମଧ୍ୟ ଲାଗୁ ହୋଇପାରେ ଲକଡାଉନ୍ କଟକଣା

ମୁମ୍ବାଇ : ମହାରାଷ୍ଟ୍ରରେ ମଧ୍ୟ ଲାଗୁ ହୋଇପାରେ ଲକଡାଉନ୍ କଟକଣା । ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏନେଇ ଘୋଷଣା କରିପାରନ୍ତି । ବର୍ତ୍ତମାନ ରାଜ୍ୟରେ ୧୫ ଦିନିଆ କର୍ଫ୍ୟୁ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ହେତୁ କଠୋର ନିଷ୍ପତ୍ତି ନେଇପାରନ୍ତି ଠାକରେ । ଏପଟେ ଦିଲ୍ଲୀ ପରେ ଝାଡ଼ଖଣ୍ଡରେ ଲକଡାଉନ୍ କରାଯାଇଛି ।  ସାରା ରାଜ୍ୟରେ ୮ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି ଝାଡ଼ଖଣ୍ଡ ସରକାର । ଏପ୍ରିଲ ୨୨ତାରିଖରୁ […]

mango
ସଫଳ ଆମ୍ବଚାଷୀ : ଗୋଟିଏ ଗଛରେ ଫଳାଉଛନ୍ତି ୩୦୦ କିସମର ଆମ୍ବ

ଚର୍ଚ୍ଚାରେ ଆମ୍ବଚାଷୀ । ଦିନେ ପାଠପଢ଼ା ଛାଡ଼ିଥିଲେ, ଆଉ ଏ‍ବେ ପାଲଟି ଯାଇଛନ୍ତି ସଫଳ ଆମ୍ବଚାଷୀ । ମାତ୍ର ଗୋଟିଏ ଆମ୍ବ ଗଛରେ ଫଳାଉଛନ୍ତି ୩୦୦ ପ୍ରକାର ଆମ୍ବ, ଜାଣନ୍ତୁ ଏହି ଅସମ୍ଭବ କେମିତି ହେଲା ସମ୍ଭବ?