• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

supreme court
ଅଯୋଧ୍ୟା ମାମଲାର ଶୁଣାଣି ପାଇଁ ନୂଆ ଖଣ୍ଡପୀଠ

ନୂଆଦିଲ୍ଲୀ :  ବହୁଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟର ୫ଜଣିଆ ନୂଆ ଖଣ୍ଡପୀଠ। ଆସନ୍ତା ମଙ୍ଗଳବାର ଦିନ କୋର୍ଟରେ ମାମଲାର ଶୁଣାଣି ଥିବାରୁ ଏହା ପୂର୍ବରୁ ନୂଆ ଖଣ୍ଡପୀଠ ଘୋଷଣା ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏହି ଖଣ୍ଡପୀଠ ଗଠନ କରିଛନ୍ତି। ଏଥିରେ ଜଷ୍ଟିସ ଅବଦୁଲ ନାଜିର, ଜଷ୍ଟିସ ଅଶୋକ ଭୂଷଣ ପ୍ରମୁଖ ଅଛନ୍ତି। ଖଣ୍ଡପୀଠରେ ପୂର୍ବରୁ ଏସ୍ଏ ବୋବଦେ, ଡିଓ୍ୱାଇ ଚନ୍ଦ୍ରଚୂଡ଼ ପ୍ରମୁଖ ଥିଲେ। ପୂର୍ବ ଗଠିତ ଖଣ୍ଡପୀଠରୁ […]

bharat
ପ୍ରଣବ, ନାନାଜୀ, ଭୂପେନଙ୍କୁ ଭାରତ ରତ୍ନ

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ ୩ ଜଣଙ୍କୁ ମିଳିବ ଭାରତ ରତ୍ନ। ବିଶିଷ୍ଟ ସଂଗୀତକାର ଡକ୍ଟର ଭୂପେନ ହଜାରିକା ଓ ସମାଜସେବୀ ନାନାଜୀ ଦେଶମୁଖଙ୍କୁ ମରଣୋତ୍ତର ଭାବେ ମିଳିବ ଦେଶର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନ। ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ମିଳିଛି। ଏହି ତିନିଜଣଙ୍କୁ ଭାରତ ରତ୍ନ ପୁରସ୍କାର ପାଇଁ ମନୋନୀତ କରିଯିବା ପରେ ଟ୍ୱିଟ୍ କରି ସମସ୍ତ ତିନିଜଣଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]

dharmendra
ଝାରସୁଗୁଡ଼ା ଏୟାରପୋର୍ଟକୁ ଚାଲିବ କମର୍ସିଆଲ ବିମାନ

ନୂଆଦିଲ୍ଲୀ: ଉଡାନ-୩ ଯୋଜନାରେ ଝାରସୁଗୁଡ଼ା ଏୟାରପୋର୍ଟକୁ ଚାଲିବ କମର୍ସିଆଲ ବିମାନ। ଝାରସୁଗୁଡ଼ାକୁ ଦେଶର ୬ଟି ସହରରୁ ବିମାନ ଚଳାଚଳ କରିବ ବୋଲି ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର, କୋଲକାତା,ହାଇଦ୍ରାବାଦ, ମୁମ୍ବାଇ, ଦିଲ୍ଲୀ ଏବଂ ରାୟପୁରରୁ ଝାରସୁଗୁଡ଼ାକୁ ବିମାନ ଚାଲିବ ବୋଲି ଧର୍ମେନ୍ଦ୍ର କହିଛନ୍ତି। କୋଲକାତାକୁ ସ୍ପାଇସ୍‌ ଜେଟ୍, ଆଲିଆନ୍ସ ଏଭିଏସନ ବିମାନ ଚାଲିବାକୁ ଥିବାବେଳେ ଭୁବନେଶ୍ୱରକୁ ଆଲିଆନ୍ସ ଓ ଟର୍ବୋ ଏୟାରଲାଇନ୍ସର ବିମାନ ଚାଲିବ। […]

s1
ଟଙ୍କା ଠକି ନେଇ ଇଭେଣ୍ଟକୁ ଆସିଲେନି ସୋନାକ୍ଷୀ!

ନୂଆଦିଲ୍ଲୀ: ଅଡୁଆରେ ବଲିଉଡ୍‌ର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା। ଠକେଇ ଅଭିଯୋଗରେ ଅଭିନେତ୍ରୀ ସୋନାକ୍ଷୀଙ୍କ ନାଁରେ ଏକ ଇଭେଣ୍ଟ୍‌ ସଂସ୍ଥା ମାମଲା ରୁଜୁ କରିଛି। ସୋନାକ୍ଷୀଙ୍କ ସମେତ ଆଉ ୪ଜଣଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଗତ ବର୍ଷ ନଭେମ୍ବର ୨୪ ତାରିଖରେ ହୋଇଥିବା ଅଭିଯୋଗ ଅନୁସାରେ, ଆୟୋଜକ ପ୍ରମୋଦ ଶର୍ମା ଦିଲ୍ଲୀରେ ଏକ ପୁରସ୍କାର ବିତରଣ ଉତ୍ସବ ପାଇଁ ସୋନାକ୍ଷୀ ସିହ୍ନାକୁ ନିମନ୍ତ୍ରଣ କରିବା ପାଇଁ ଏକ କମ୍ପାନୀକୁ ସେ ୨୪ ଲକ୍ଷ ଟଙ୍କା […]

Supreme-Court-of-India
ସବର୍ଣ୍ଣଙ୍କୁ ସଂରକ୍ଷଣ ଉପରେ ସ୍ଥଗିତାଦେଶ ଆବେଦନ ଖାରଜ

ନୂଆଦିଲ୍ଲୀ : ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଲଗାଇବାକୁ ସୁପ୍ରିମକୋର୍ଟ ମନା କଲେ। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଆବେଦନର ଶୁଣାଣି କରି ସରକାରଙ୍କ କାର୍ଯ୍ୟକାରୀ ନିର୍ଦ୍ଦେଶ ଉପରେ ରୋକ୍‌ ଲଗାଇବାକୁ ମନା କରିଦେଇଛନ୍ତି। ଏହାସହ ସରକାରଙ୍କ ନୂଆ ନିଷ୍ପତ୍ତି ଦ୍ୱାରା ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ଯେଉଁସବୁ ସଂରକ୍ଷଣ ଦିଆଯାଇଛି, ତା ଉପରେ ବି ବର୍ତ୍ତମାନ ସ୍ଥଗିତାଦେଶ ଲଗାଇବାକୁ […]

netaji
ଦିଲ୍ଲୀ ଲାଲକିଲ୍ଲାରେ ନେତାଜୀ ମ୍ୟୁଜିୟମ ଉଦ୍‌ଘାଟିତ

ନୂଆଦିଲ୍ଲୀ : ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ୧୨୨ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲା ପରିସରରେ ନେତାଜୀ ମ୍ୟୁଜିୟମର ଉଦ୍‌ଘାଟନ କରିଛନ୍ତି। ଏଥିରେ ନେତାଜୀଙ୍କ ପିଲାଦିନ ସହ ଅନେକ କୀର୍ତ୍ତିରାଜି ସ୍ଥାନ ପାଇଛି।  ଯେଉଁଥିରେ ନେତାଜୀ ବ୍ୟବହାର କରୁଥିବା କାଠର ଚେୟାର, ୟୁନିଫର୍ମ, ବିଭିନ୍ନ ମେଡାଲ ସହ ବହୁ ସରଞ୍ଜାମ ରହିଛି। ମ୍ୟୁଜିୟମରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଗଠନ ହୋଇଥିବା ଆଜାଦ୍‌ ହିନ୍ଦ୍‌ ଫୌଜର ବୀରତ୍ୱ ସମ୍ପର୍କରେ ସ୍ଥାନିତ ହୋଇଛି।  ଏହାସହ […]