• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

rahul
ରାହୁଲ ଗାନ୍ଧି ଓ ଚନ୍ଦ୍ରବାବୁ ନାଇଡୁଙ୍କ ମଧ୍ୟରେ ମହାଗଠବନ୍ଧନ ପ୍ରସଙ୍ଗକୁ ନେଇ ଆଲୋଚନା

ହାଇଦ୍ରାବାଦ : ଏନ୍‌ଡିଏ ବିରୋଧରେ ମହାମେଣ୍ଟ ଗଠନକୁ ଆଗେଇ ନେବା ପାଇଁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ମଧ୍ୟରେ ଆଲୋଚନା ହୋଇଛି। ଗତକାଲି ରାହୁଲଙ୍କ ବାସଭବନରେ ନାଇଡୁ ଭେଟି ସବୁ ବିରୋଧୀ ଦଳ କିଭଳି ଏକଜୁଟ ହେବେ ସେ ନେଇ ବିଚାର ବିମର୍ଶ କରିଥିବା ଜଣାପଡିଛି।   ପୂର୍ବରୁ ମଧ୍ୟ ଏହି ଦୁଇ ନେତାଙ୍କ ମଧ୍ୟରେ ମହା ମେଣ୍ଟର ପରିକଳ୍ପନା ନେଇ ଆଲୋଚନା ହୋଇଥିଲା। ଏନଡିଏରୁ ଓହରିବା ପରେ ନାଇଡୁ ସବୁ […]

loka sabha
ଲୋକସଭାରେ ସବର୍ଣ୍ଣ ସଂରକ୍ଷଣ ବିଲ୍ ପାସ୍

ନୂଆଦିଲ୍ଲୀ : ଲୋକସଭାରେ ସବର୍ଣ୍ଣ ସଂରକ୍ଷଣ ବିଲ୍ ପାସ୍। ୧୨୪ତମ ସମ୍ବିଧାନ ସଂଶୋଧନ ବିଲ୍-୨୦୧୯ ଲୋକସଭାରେ ପାରିତ ହୋଇଛି। ବିଲ୍‌କୁ ୩୨୩ ସଦସ୍ୟ ସମର୍ଥନ କରିଥିବା ବେଳେ ମାତ୍ର ୩ଜଣ ସଦସ୍ୟ ବିରୋଧରେ ମତ ଦେଇଥିଲେ। ବିଲ୍‌ରେ ସାଧାରଣ ବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏହି ବିଲ୍‌ ଆଇନରେ ପରିଣତ ହେଲେ ଦେଶର ୩୬ କୋଟି ଲୋକ ଲାଭବାନ ହେବେ ବୋଲି ସାମାଜିକ ନ୍ୟାୟ ମନ୍ତ୍ରୀ ଥାଓ୍ୱର ଚାନ୍ଦ ଗେହଲଟ […]

utkal
୧୧ରୁ କଳିଙ୍ଗ ଷ୍ଟାଡିୟମରେ ଉତ୍କଳ ଓପନ ଟେନିସ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର : ଆସନ୍ତା ୧୧ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହେବ ଷଷ୍ଠ ଅଲ୍‌ ଓଡ଼ିଶା ଉତ୍କଳ ଓପନ ଟେନିସ ଟୁର୍ଣ୍ଣାମେଣ୍ଟ। ଟେନିସ ଫର୍‌ ଫେଣ୍ଟ୍ରସିପ୍ ଆଣ୍ଡ ଫନ୍ ସ୍ଲୋଗାନରେ ୮ଟି ଇଭେଣ୍ଟରେ ପ୍ରତିଯୋଗିତା ହେବ। ସାରା ଓଡ଼ିଶାରୁ  ପ୍ରାୟ ୪୫୦ଜଣ ପ୍ରତିଯୋଗୀ ଭାଗ ନେବେ। ଟୁର୍ଣ୍ଣାମେଣ୍ଟର ପୁରସ୍କାର ରାଶି ୨ଲକ୍ଷ ଟଙ୍କା ରହିଛି। ୧୩ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହେବ। ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ଏ.ସି.ଇ ଟେନିସ କ୍ଲବ୍‌ ପକ୍ଷରୁ ଏହି ସୂଚନା […]

rajnath-singh
ଲୋକସଭାରେ ନାଗରିକ ସଂଶୋଧନ ବିଲ୍ ପାରିତ

ନୂଆଦିଲ୍ଲୀ : ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମାନଙ୍କ ତୀବ୍ର ବିରୋଧ ସତ୍ତ୍ୱେ ଆଜି ଲୋକସଭାରେ ନାଗରିକ ସଂଶୋଧନ ବିଲ୍ ପାରିତ ହୋଇଛି। ଗୃହମନ୍ତ୍ରୀ ରାଜନାଥ ସିଂହ ଏନେଇ ପ୍ରସ୍ତାବ ଆଗତ କରିଥିଲୋ ଏହି ବିଲ୍‌ରେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ଭାରତ ମଧ୍ୟକୁ ଆସିଥିବା ଅଣ ମୁସଲିମ୍‌ ମାନଙ୍କୁ ଭାରତୀୟ ନାଗରିକତ୍ୱ ଦେବାକୁ ପ୍ରସ୍ତାବ ରହିଛି। ଏହି ବିଲ୍‌କୁ କିନ୍ତୁ କଂଗ୍ରେସ୍‌ ଓ ତୃଣମୂଳ କଂଗ୍ରେସ୍‌ ପକ୍ଷରୁ ବିରୋଧ କରାଯାଇଥିଲା। ଏନେଇ ଗୃହରେ […]

sc
ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି ପାଇଁ ୫ ଜଣିଆ ବେଞ୍ଚ୍ ଗଠନ

ନୂଆଦିଲ୍ଲୀ : ବିବାଦୀୟ ଅଯୋଧ୍ୟା ଜମି ବିବାଦର ଶୁଣାଣି ପାଇଁ ସୁପ୍ରିମକୋର୍ଟ ୫ଜଣିଆ ଖଣ୍ଡପୀଠ ଗଠନ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଜାନୁଆରୀ ୧୦ରୁ ମାମଲାର ଶୁଣାଣି ହେବ। ପୂର୍ବରୁ ଜାନୁଆରୀ ୪ରେ ସୁପ୍ରିମ୍‌କୋର୍ଟରେ ଅଯୋଧ୍ୟା ଜମି ବିବାଦର ଶୁଣାଣି ହୋଇଥିଲା। ମାତ୍ର ଏକ ମିନିଟ ପାଇଁ ହୋଇଥିବା ଶୁଣାଣିରେ ଜାନୁଆରୀ ୧୦ରୁ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

m1
ମେଜର ଚିତ୍ରେଶ ସିଂହ ବିଷ୍ଟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ସାଥି ଅଫିସର୍

ଡେରାଡୁନ୍‌ : ଦେଶ ମାତୃକାର ସେବା କରୁ କରୁ ଡେରାଡୁନ୍‌ର ମେଜର ଚିତ୍ରେଶ ସିଂହ ବିଷ୍ଟ ସହିଦ ହୋଇଛନ୍ତି। ଆଜି ସକାଳେ ତାଙ୍କ ପୈତୃକ ବାସଭବନରେ ମେଜରଙ୍କୁ ଶେଷ ଦର୍ଶନ କରିବା ପାଇଁ ଶହ ଶହ ଲୋକଙ୍କ ଭିଡ଼ ଲାଗିଥିଲା। ସହିଦଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ୍‌ ମଧ୍ୟ ମେଜରଙ୍କ ଘରେ ଉପସ୍ଥିତ ରହିଥିଲେ। ସାଥୀ ଯବାନଙ୍କ ପାର୍ଥୀବ ଶରୀର ନେଇ ଆସିଥିବା ଭାରତୀୟ ଯବାନଙ୍କ ସ୍ଲୋଗାନ୍‌ ପରିବେଶକୁ ଅଧିକ ଭାବ […]

protest
ନୂଆଦିଲ୍ଲୀରେ ବିଜେଡିର ବିକ୍ଷୋଭ କାର୍ଯ୍ୟକ୍ରମକୁ ବିରୋଧ

ନୂଆଦିଲ୍ଲୀ : ଦିଲ୍ଲୀରେ ବିଜେଡିର ବିକ୍ଷୋଭ କାର୍ଯ୍ୟକ୍ରମକୁ ବିରୋଧ। ପ୍ରବାସୀ ଓଡ଼ିଆ ନାଗରିକ ମଞ୍ଚ ପକ୍ଷରୁ ଏହି ବିରୋଧ ପ୍ରଦର୍ଶନ କରାଯାଇଛି। ପ୍ରବାସୀ ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ କିଛି କରିନଥିବା ଅଭିଯୋଗ କରି ଏହି ପ୍ରତିବାଦ କରାଯାଇଛି। ଓଡ଼ିଶା ଭବନ ଘେରାଉ ଉଦ୍ୟମ ବେଳେ ପୁଲିସ ସହିତ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା।  କିଛି ବିକ୍ଷୋଭକାରୀଙ୍କୁ ମନ୍ଦିର ମାର୍ଗ ଥାନାରେ ଅଟକ ରଖିଛି ପୁଲିସ। ଉଲ୍ଲେଖନୀୟ ଯେ,ଚାଷୀଙ୍କ ହକ୍ ପାଇଁ ଆଜି ଦିଲ୍ଲୀ ଦରବାରରେ ବିଜେଡି ନେତାଙ୍କ ଗର୍ଜନ […]

loka sabha
ଲୋକସଭାରେ ଆଗତ ହେଲା ସବର୍ଣ୍ଣଙ୍କ ସଂରକ୍ଷଣ ପାଇଁ ସମ୍ବିଧାନ ସଂଶୋଧନ ବିଲ୍

ନୂଆଦିଲ୍ଲୀ : ଆଜି ଲୋକସଭାରେ ଆଗତ ହୋଇଛି ସବର୍ଣ୍ଣଙ୍କ ସଂରକ୍ଷଣ ପାଇଁ ସମ୍ବିଧାନ ସଂଶୋଧନ ବିଲ୍। ଥାବର ଚନ୍ଦ୍ର ଗେହଲତ ଏହି ବିଲ୍‌ ଆଗତ କରିଛନ୍ତି। ଗୃହରେ ଉପସ୍ଥିତ ରହିବାକୁ ଏନଡିଏ ପକ୍ଷରୁ ହ୍ୱିପ ଜାରି କରାଯାଇଥିଲା। ସରକାରୀ ଚାକିରି ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଆର୍ଥିକ ଭାବେ ପଛୁଆ ସାଧାରଣ ବର୍ଗ ଲାଗି ୧୦ ପ୍ରତିଶତ ସଂରକ୍ଷଣ ପାଇଁ ଗତକାଲି ମୋଦି ସରକାର ନିଷ୍ପତ୍ତି ନେଇଥିଲେ। କେନ୍ଦ୍ର କ୍ୟାବିନେଟ୍ ଏହି ପ୍ରସ୍ତାବରେ ମୋହର ମାରିଥିଲା।

bjd
ଦିଲ୍ଲୀରେ ବିଜେଡିର ଗର୍ଜନ

ନୂଆଦିଲ୍ଲୀ : ଚାଷୀ ସମସ୍ୟାକୁ ନେଇ ଦିଲ୍ଲୀରେ ବିଜେଡିର ଗର୍ଜନ। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଲକୋଟରା ଷ୍ଟାଡିୟମରେ ଅନୁଷ୍ଠିତ କୃଷକ ଅଧିକାର ସମାବେଶରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ବିଜେଡି ବହୁବାର ଦାବି କରିଛି। ବିଧାନସଭାର ଗୃହ କମିଟି ମୋଦିଙ୍କୁ ଭେଟିବାକୁ ଚେଷ୍ଟା କରିଥିଲା। କିନ୍ତୁ ଶୁଣିଲେନି ମୋଦି ସରକାର। ତେଣୁ ବାଧ୍ୟ ହୋଇ ଦିଲ୍ଲୀ ଆସିବାକୁ ପଡ଼ିଲା। ଭାରତୀୟ ଅର୍ଥନୀତିର ଆତ୍ମା ହେଉଛି […]