ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ଼ ଘୋଷଣା। ସରକାରୀ ଚାକିରି ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଆର୍ଥିକ ଭାବେ ପଛୁଆ ସାଧାରଣ ବର୍ଗ ଲାଗି ୧୦ ପ୍ରତିଶତ ସଂରକ୍ଷଣ ପାଇଁ ନିଷ୍ପତ୍ତି। ଆଜି କେନ୍ଦ୍ର କ୍ୟାବିନେଟ୍ ଏହି ପ୍ରସ୍ତାବରେ ମୋହର ମାରିଛି। ଏ ନେଇ ଆସନ୍ତାକାଲି ପାର୍ଲାମେଣ୍ଟରେ ସମ୍ବିଧାନ ସଂଶୋଧନ ବିଲ୍ ଉପସ୍ଥାପନ ହେବାର ସମ୍ଭାବନା ରହିଛି। ଯେଉଁମାନଙ୍କର ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ କମ୍ ଏବଂ ୫ ଏକରରୁ କମ୍ ଜମି […]
ନୂଆଦିଲ୍ଲୀ : ଉନ୍ମୋଚିତ ହୋଇଛି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ରଚିତ ପୁସ୍ତକ “ଲଟିଏନ୍ସ ମ୍ୟାଭରିକ୍”। ରୂପା ପବ୍ଲିକେସନ୍ ଦ୍ୱାରା ପ୍ରକାଶିତ ହୋଇଛି ଏହି ପୁସ୍ତକ। ଦିଲ୍ଲୀ ତିନ୍ ମୂର୍ତ୍ତି ଭବନ ସ୍ଥିତ ନେହରୁ ମେମୋରିଆଲ ମ୍ୟୁଜିୟମ ଓ ଲାଇବ୍ରେରୀଠାରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ଏନ୍ସିପି ନେତା ପ୍ରଫୁଲ୍ଲ ପଟେଲ, କଂଗ୍ରେସ ନେତା ମନୀଷ ତିୱାରୀ ଓ ଆପ୍ ବିଧାୟିକା ଅଲକା ଲାମ୍ବା ପ୍ରମୁଖ। ପୁସ୍ତକ ସଂପର୍କରେ ସମ୍ୟକ ସୂଚନା ଦେଇଥିଲେ […]
ମୁମ୍ବାଇ : ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ର ରିଲିଜ ଡେଟ୍ ଯେତିକି ପାଖଉଛି, ବିବାଦ ସେତିକି ତୀବ୍ର ହେଉଛି। ଫିଲ୍ମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ପିଟିସନ୍ ଦାଏର କରିଥିବା ପୂଜା ମହାଜନ କହିଛନ୍ତି, ଲୋକଙ୍କ ବ୍ରେନ୍ ୱାସ୍ କରିବା ଏବଂ ଲୋକଙ୍କ ମଧ୍ୟରେ ଭିନ୍ନ ଏକ ଭାବନା ସୃଷ୍ଟି କରିବା ପାଇଁ ଫିଲ୍ମଟି କରାଯାଇଛି। ଏହା ଉପରେ ରହିତାଦେଶ ଲଗାଇବାକୁ ସେ ଦାବି କରିଛନ୍ତି। ମୁଭିର ଟ୍ରେଲରକୁ ଦେଖିଲେ, ଏହା କେବଳ ଆଗାମୀ ସାଧାରଣ ନିର୍ବାଚନକୁ ଆଖି […]
ଆଫଗାନିସ୍ତାନ : ଆଫଗାନିସ୍ତାନରେ ଅଘଟଣ। ଗୋଲ୍ଡ ମାଇନ୍ସରେ ମାଟି ଅତଡ଼ା ଖସିବାରୁ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନର କୋହିସ୍ତାନ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ସୁନା ଅନୁସନ୍ଧାନ ପାଇଁ ଗ୍ରାମବାସୀମାନେ ୨୦୦ ଫୁଟ୍ ତଳକୁ ଖଣି ଖନନ କରୁଥିବା ବେଳେ ଅଚାନକ୍ ଧସିଯାଇଥିଲା। ଫଳରେ ଘଟଣାସ୍ଥଳରେ ବହୁ ଲୋକ ପ୍ରାଣ ହରାଇଥିଲେ। ଖଣି ଭିତରେ ଫସିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛି ଉଦ୍ଧାରକାରୀ ଟିମ୍। ବର୍ଷ […]
ନୂଆଦିଲ୍ଲୀ : ରେଳ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରେନ୍ ଛାଡ଼ିବାର ୧୫ରୁ୨୦ ମିନିଟ୍ ପୂର୍ବରୁ ଆପଣ ଷ୍ଟେସନରେ ପହଞ୍ଚିବାକୁ ପଡ଼ିବ। ନଚେତ ଆପଣ ଟ୍ରେନ୍ ଯାତ୍ରାରୁ ବଞ୍ଚିତ ହେବେ। ବିମାନ ବନ୍ଦର ଭଳି ଟ୍ରେନ୍ ଛାଡ଼ିବାର ୨୦ ମିନିଟ୍ ପୂର୍ବରୁ ହିଁ ଷ୍ଟେସନ ସିଲ୍ କରାଯିବ। ରେଳ ବିଭାଗ ଖୁବ୍ ଶୀଘ୍ର ଏହି ନିୟମ ପ୍ରଚଳନ କରିବାକୁ ଯାଉଛି। ସୁରକ୍ଷା କାରଣରୁ ରେଳ ବିଭାଗ ଏଭଳି ନିୟମ କାର୍ଯ୍ୟକାରୀ କରିବାକୁ ଯାଉଥିବା ଜଣାପଡ଼ିଛି। କୁମ୍ଭମେଳାକୁ ଦୃଷ୍ଟିରେ […]