• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

1
ସହିଦଙ୍କୁ ଶେଷ ସମ୍ମାନ ଜଣାଇଲା ସାରା ଦେଶ

ନୂଆଦିଲ୍ଲୀ: ସାରା ଦେଶ ସହିଦଙ୍କୁ ଶେଷ ସମ୍ମାନ ଜଣାଇଛି। ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସମସ୍ତ ଯବାନଙ୍କୁ ସେମାନଙ୍କ ଜନ୍ମମାଟିରେ ଶେଷ ବିଦାୟ ଦିଆଯାଇଛି। ଶେଷ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସହିଦଙ୍କ ଗାଁରେ ଭିଡ଼ ଦେଖିବାକୁ ମିଳିଥିଲା। ଶୋକାକୂଳ ପରିବେଶ ଭିତରେ ବୀର ପୁଅକୁ ବିଦାୟ ଦିଆଯାଇଛି। ସହିଦଙ୍କ କଫିନ୍‌କୁ ଧରି ଲୋତକ ଭରା ଆଖିରେ ଛାତିକୁ ପଥର କରି ପରିବାର ଲୋକେ ଶେଷ ବିଦାୟ ଦେଇଛନ୍ତି। ସହିଦଙ୍କ ଅନ୍ତିମ ଯାତ୍ରାରେ ସାରାଦେଶରେ […]

abvp
ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ସାରା ଦେଶରେ ବିରୋଧ

ଶ୍ରୀନଗର: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ସାରା ଦେଶରେ ବିରୋଧ କରାଯାଇଛି। ଜମ୍ମୁ କଶ୍ମୀର କଠୁୱାରେ ଏବିଭିପି ତରଫରୁ ନାରାବାଜି ଦିଆଯାଇଛି। ଶତାଧିକ ଛାତ୍ରଛାତ୍ରୀ ଜାତୀୟ ରାଜପଥ ଅବରୋଧ କରିବା ସହ ଭାରତୀୟ ଜାତୀୟ ପତାକା ହାତରେ ଧରି ବନ୍ଦେ ମାତାରମ୍‌ ଧ୍ୱନି ଦେଇଥିଲେ। ଏହାସହ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ମଧ୍ୟ ଜଣାଇଥିଲେ। ସେହିପରି ଆକ୍ରୋଶର ସ୍ୱର ମୁମ୍ବାଇରେ ମଧ୍ୟ ଦେଖିବାକୁ ମଳିଛି। ଶିବସେନା ପକ୍ଷରୁ ପାକିସ୍ତାନ ବିରୋଧରେ ନାରାବାଜି ଦିଆଯିବା ସହ କୁଶପୁତ୍ତଳିକା ଦାହ […]

ex
‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଚଳାଚଳ ଆରମ୍ଭ

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ଉତ୍ତରପ୍ରଦେଶର ବାରାଣସୀ ମଧ୍ୟରେ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ର ଚଳାଚଳ ଆରମ୍ଭ ହୋଇଛି। ନୂଆଦିଲ୍ଲୀ ଷ୍ଟେସନ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରିଛନ୍ତି। ୩୦ ବର୍ଷର ପୁରୁଣା ଶତାବ୍ଦୀ ଏକ୍ସପ୍ରେସ୍‌ ବଦଳରେ ଏହି ଦ୍ରୁତଗାମୀ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଚଳାଚଳ କରିବ। ସଂପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଏହି ଟ୍ରେନ୍‌ ପାଖାପାଖି ଘଣ୍ଟାପ୍ରତି ୧୬୦ କିଲୋମିଟର ବେଗରେ ଚାଲିବ। ପ୍ରଥମେ ଟ୍ରେନ୍‌ର ନାଁ ‘ଟ୍ରେନ୍ ୧୮’ ଥିବାବେଳେ […]

p11
ପୁଲୱାମା ଆକ୍ରମଣକୁ ନେଇ ପାକିସ୍ତାନର କୁମ୍ଭୀର କାନ୍ଦଣା

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ସ୍ଥାନ ଭାବେ ପରିଚୟ ପାଇଥିବା ପାକିସ୍ତାନ ପୁଲୱାମା ଆକ୍ରମଣକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦିଛି। ବିଶ୍ୱରେ ଯେ କୌଣସି ସ୍ଥାନରେ ହେଉଥିବା ଆତଙ୍କବାଦୀ ଆକ୍ରମଣକୁ ସେମାନେ ନିନ୍ଦା କରୁଥିବା କଥା କହିଥିବା ବେଳେ ଭାରତୀୟ ଗଣମାଧ୍ୟମ ଏବଂ ସରକାର ଯେଉଁ ଦାବି କରୁଛନ୍ତି ତାହା ଭିତ୍ତିହୀନ ବୋଲି ପାକିସ୍ତାନ କହିଛି। ସରକାର ବିନା ପ୍ରମାଣ ଓ ଯାଞ୍ଚରେ ପାକିସ୍ତାନକୁ ଏହି ଆକ୍ରମଣ ପାଇଁ ଦୋଷାରୋପକୁ ପାକ୍ ବୈଦେଶିକ ମନ୍ତ୍ରାଳୟ ଖଣ୍ଡନ କରିଛି।ଗତକାଲି ପାକିସ୍ତାନ ଏକ […]

nikita
ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ

କଟକ : ଓଡ଼ିଆ ଟେଲିଭିଜନ ଜଗତରେ ପୁଣି ଚାଞ୍ଚଲ୍ୟ। ଆଲବମ୍ ଅଭିନେତ୍ରୀ ସିମ୍‌ରନ୍‌ଙ୍କ ମୃତ୍ୟୁର ୪୮ ଘଣ୍ଟା ପରେ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ। ଏଠି ବି ସସ୍‌ପେନ୍ସ। ଟେଲିଭିଜନ ଧାରାବାହିକ ତଥା ଫିଲ୍ମ ଜଗତର ଜଣାଶୁଣା ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କ ହୋଇଛି ରହସ୍ୟଜନକ ମୃତ୍ୟୁ।। ବିବାହିତା ଲକ୍ଷ୍ମୀପ୍ରିୟା କଟକ ମହାନଦୀ ବିହାରସ୍ଥିତ ବାପାଙ୍କ ଘରେ ଥିବାବେଳେ ଗତକାଲି ତାଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା କଟକର ଏକ ଘରୋଇ ହସ୍ପିଟାଲ୍‌ରେ। ପରେ ତାଙ୍କୁ ଏସ୍‌ସିବିରେ […]

nasurrudin
ଅଭିନେତା ନାସିରୁଦ୍ଦିନ ଶାହଙ୍କ ଭିଡିଓ ବାର୍ତ୍ତାକୁ ନେଇ ପୁଣି ବିବାଦ

ନୂଆଦିଲ୍ଲୀ : ଦେଶରେ ଅସହିଷ୍ଣୁ ପରିବେଶ ସୃଷ୍ଟି ହୋଇଥିବା ଅଭିଯୋଗ ପରେ ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହ ପୁଣି ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଅନ୍ତର୍ଜାତୀୟ ସଂଗଠନ ‘ଆମନେଷ୍ଟି ଇଣ୍ଟରନେସନାଲ’ ବ୍ୟାନରରେ ଛଡ଼ାଯାଇଥିବା ଭିଡିଓ ବାର୍ତ୍ତାରେ ନାସିରୁଦ୍ଦିନ ଦେଶର ସାଂପ୍ରତିକ ପରିସ୍ଥିତି ନେଇ ନିଜର ମତ ରଖିଛନ୍ତି। ଧର୍ମ ନାଁରେ ଘୃଣାର ପାଚେରୀ ଛିଡ଼ା କରାଯାଉଥିବା ସେ କହିଛନ୍ତି। ଏହାସହ ସେ ଆହୁରି କହିଛନ୍ତି ଯେ, ଯିଏ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରୁଛି, ତାଙ୍କୁ ଦଣ୍ଡ […]

SABAREIMALA
ସବରିମାଳାରେ ମହିଳାଙ୍କ ପ୍ରବେଶ ପ୍ରତିବାଦରେ ହିଂସାକାଣ୍ଡ

କେରଳ  : କେରଳ ସବରିମାଳାର ମନ୍ଦିରରେ ମହିଳାଙ୍କ ପ୍ରବେଶ ପ୍ରତିବାଦରେ ରାଜ୍ୟରେ ହିଂସାକାଣ୍ଡ। ରାଜ୍ୟରେ ପରମ୍ପରା ସପକ୍ଷବାଦୀଙ୍କ ପକ୍ଷରୁ ବନ୍ଦ ପାଳନ ବେଳେ ହିଂସାକାଣ୍ଡ ହୋଇଛି। ଆନ୍ଦୋଳନକୁ ସମର୍ଥନ କରିଛି ବିଜେପି। ବନ୍ଦ ଡାକରା ସତ୍ତ୍ୱେ ଖୋଲା ରହିଥିବା ଦୋକାନଗୁଡ଼ିକ ଉପରେ ବିକ୍ଷୋଭକାରୀମାନେ ଆକ୍ରମଣ କରିଥିଲେ। ଏପରିକି ପର୍ଯ୍ୟଟକମାନେ ମଧ୍ୟ ଆନ୍ଦୋଳନକାରୀଙ୍କ ଆକ୍ରମଣରୁ ବର୍ତ୍ତି ନଥିଲେ। ଦୁଇ ଦିନିଆ ବନ୍ଦ ପାଳନ ବେଳେ ୭୫ଟି ସରକାରୀ ବସ୍‌ ଭଙ୍ଗାରୁଜା କରାଯାଇଥିବାବେଳେ ୩୧ ଜଣ ପୁଲିସ କର୍ମଚାରୀଙ୍କ ଉପରେ […]

test
ସିଡ୍‌ନୀ ଟେଷ୍ଟରେ ଭାରତର ଦୃଢ ବ୍ୟାଟିଂ , ପ୍ରଥମ ଦିନରେ ଭାରତର ସ୍କୋର ୩୦୩/୪

ସିଡ୍‌ନୀ : ସିଡ୍‌ନୀରେ ଚେତେଶ୍ୱର ପୂଜାରାଙ୍କ ଦମଦାର ଇଂନିସ। ପୂଜାରାଙ୍କ ଶତକ ବଳରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୪ ଓ୍ୱିକେଟ ହରାଇ ୩୦୩ ରନ କରିଛି। ବର୍ଡର-ଗାଭାସ୍କର ସିରିଜରେ ପୂଜାରାଙ୍କ ଏହା ତୃତୀୟ ଶତକ ହୋଇଥିବା ବେଳେ କ୍ୟାରିଅରର ୧୮ ତମ ଶତକ। ସେ୧୩୦ ରନ କରି ଅପରାଜିତ ଅଛନ୍ତି। ତେବେ କ୍ରମାଗତ ଦ୍ୱିତୀୟ ମ୍ୟାଚ୍‌ରେ ଚମକିଛନ୍ତି ଓପନର୍ ମୟଙ୍କ ଅଗ୍ରଓ୍ୱାଲ। ମୟଙ୍କ ଲଗାତର ଦ୍ୱିତୀୟ […]

sachin
ରମାକାନ୍ତ ଆଚରେକରଙ୍କ ଶେଷକୃତ୍ୟ ସଂପନ୍ନ

ମୁମ୍ବାଇ : ଦିବଂଗତ କ୍ରିକେଟ୍‌ କୋଚ୍ ରମାକାନ୍ତ ଆଚରେକରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ମୁମ୍ବାଇ ଶ୍ମଶାନରେ ସଂଧ୍ୟାରେ ଆଚରେକରଙ୍କ ଶେଷକୃତ୍ୟ କରାଯାଇଛି। ଏଥିରେ ଆଚରେକରଙ୍କ ଶିଷ୍ୟ ତଥା ଖ୍ୟାତନାମା କ୍ରିକେଟର ସଚିନ ତେନ୍ଦୁଲକର, ବିନୋଦ କାମ୍ବଲି, ଚନ୍ଦ୍ରକାନ୍ତ ପଣ୍ଡିତ ଯୋଗଦେଇଥିଲେ। ରମାକାନ୍ତଙ୍କ ମର ଶରୀରକୁ ମୁମ୍ବାଇ ବାସଭବନରୁ ଷ୍ଟାଡିଅମ ଯାଏ ନିଆଯାଇଥିଲା। ସେଠାରେ ଉଦୀୟମାନ କ୍ରିକେଟରମାନେ ବ୍ୟାଟ୍ ଟେକି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାପରେ ତେନ୍ଦୁଲକର ଓ ଚନ୍ଦ୍ରକାନ୍ତଙ୍କ ସମେତ ଅନ୍ୟ ଛାତ୍ରମାନେ ରମାକାନ୍ତଙ୍କ ମର ଶରୀରଙ୍କୁ ନିଜ […]