ନୂଆଦିଲ୍ଲୀ: ପତ୍ନୀଙ୍କ ବିଭିନ୍ନ ଅଭିଯୋଗକୁ ନେଇ ଗତ କିଛିଦିନ ଧରି ବିବାଦ ଘେରରେ ଥିବା ଭାରତୀୟ କ୍ରିକେଟର ମହମ୍ମଦ ସାମି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି।। ସୂଚନା ଅନୁସାରେ, ଗତକାଲି ଡେରାଡୁନରୁ ଦିଲ୍ଲୀ ଫେରୁଥିବା ସମୟରେ ସାମି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏକ ଟ୍ରକ ସହ ସାମିଙ୍କ କାର୍ ମୁହାମୁହିଁ ହେବା ଫଳରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ସାମିଙ୍କ ମୁଣ୍ଡରେ ଆଘାତ ଲାଗିଛି। ମୁଣ୍ଡରେ କିଛି ଷ୍ଟିଚ୍ ମଧ୍ୟ ପଡ଼ିଛି। ତେବେ ସାମି ବର୍ତ୍ତମାନ ବିପଦମୁକ୍ତ ବୋଲି ଜଣାପଡ଼ିଛି। […]
କେପଟାଉନ୍: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ମ୍ୟାଚରେ ବଲ୍ ଟ୍ୟାମ୍ପରିଂ ଅଭିଯୋଗକୁ ସ୍ୱୀକାର କରିଛି ଅଷ୍ଟ୍ରେଲିଆ ଦଳ। କେପଟାଉନରେ ଖେଳାଯାଇଥିବା ତୃତୀୟ ଟେଷ୍ଟର ତୃତୀୟ ଦିନରେ ବାନ୍କ୍ରଫଟ୍ ଏକ ହଳଦିଆ ରଙ୍ଗର ବସ୍ତୁ ଧରି ବଲ୍ ଟ୍ୟାମ୍ପରିଂ କରୁଥବା କ୍ୟାମେରାରେ କଏଦ୍ ହୋଇଥିଲା। ଅମ୍ପାୟାର୍ ନିଗେଲ୍ ଲଙ୍ଗ୍ ଓ ରିଚାର୍ଡ ଇଲିଙ୍ଗ ଓ୍ୱର୍ଥ ଏନେଇ ବାନ୍କ୍ରଫଟ୍ଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବାନ୍କ୍ରଫଟ୍ ପକେଟରୁ ଏକ ଚଷମା ଖୋଳ ବାହାର କରି ଦେଖାଇଥିଲେ। ଫଳରେ ସେହି ସମୟରେ […]
ମୁମ୍ୱାଇ: ପୁଣି ଥରେ ଜଣେ ୭ ବର୍ଷର କ୍ୟାନସର ରୋଗୀକୁ ଗୋଟିଏ ଦିନ ପାଇଁ ପୋଲିସ ଇନ୍ସପେକ୍ଟର କରି ପ୍ରଶଂସା ସାଉଁଟିଛି ମୁମ୍ୱାଇ ପୋଲିସ। ତାଙ୍କ ନାଁ ଅର୍ପିତ ମଣ୍ଡଳ। ସେ ପୋଲିସ ଇନ୍ସପେକ୍ଟର ହେବାକୁ ଚାହୁଁଥିଲେ। ଅର୍ପିତଙ୍କ ସମ୍ପର୍କରେ ମୁମ୍ୱାଇ ପୋଲିସ ଜାଣିବା ପରେ ତାଙ୍କ ଇଚ୍ଛା ପୂରଣ କରିବା ପାଇଁ ଚାହିଁଥିଲେ। ଏହାପରେ ଇଣ୍ଡିଆ ଫାଉଣ୍ଡେସନ ସହାୟତାରେ ତାଙ୍କ ଇଚ୍ଛା ପୂରଣ କରାଯାଇଛି। ନିକଟରେ ଅର୍ପିତଙ୍କୁ ଗୋଟିଏ ଦିନ ପାଇଁ ମୁଲୁଣ୍ଡ ପୋଲିସ ଷ୍ଟେସନର […]
କୋଲକାତା : ଭାରତୀୟ କ୍ରିକେଟ୍ରଙ୍କ ବ୍ୟାଟିଂ ଯାଦୁ ଏବେ ସାରା ବିଶ୍ୱକୁ ପାଗଳ କରିଛି। ବିରାଟ ହୁଅନ୍ତୁ କିମ୍ବା ରୋହିତ , କିଏ କେତେବେଳେ କେଉଁ ରେକର୍ଡ ଭାଙ୍ଗୁଛି କିଛି କହି ହେଉନି। ନିକଟରେ ଦିନେଶ କାର୍ତ୍ତିକଙ୍କର ଜବରଦସ୍ତ ବ୍ୟାଟିଂର ଚର୍ଚ୍ଚା ଥମିନଥିବା ବେଳେ, ଏବେ ଆଉ ଜଣେ ବ୍ୟାଟ୍ସ ମ୍ୟାନ୍ଙ୍କର ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ସେ ହେଉଛନ୍ତି ଭାରତର ୱିକେଟ୍ କିପର-ବ୍ୟାଟ୍ସ ମ୍ୟାନ୍ ରିଦ୍ଧିମାନ ଶାହ। ବିସ୍ଫୋରକ ବ୍ୟାଟିଂ କରି ସେ କ୍ରିସ୍ ଗେଲ୍ଙ୍କୁ ପଛରେ […]
ନୂଆ ଦିଲ୍ଲୀ : ସାରା ବିଶ୍ୱରେ ଧୂମପାନ ଜନିତ ମୃତ୍ୟୁ ଏବେ ମୁଖ୍ୟ ସମସ୍ୟା ପାଲଟିଛି। ଏହାର ଭୟାବହତାକୁ ନେଇ ସମସ୍ତେ ଚିନ୍ତିତ। କୁହାଯାଉଛି କି ଧୂମପାନରେ ଥିବା ନିକୋଟିନ୍ ଯୋଗୁଁ ଲୋକଙ୍କର ମୃତ୍ୟୁ ହେଉଛି। କିନ୍ତୁ ଏହାକୁ ଖଣ୍ଡନ କରିଛି ଆସୋସିଏସନ ଅଫ୍ ଭେଣ୍ଡର୍ସ ଇଣ୍ଡିଆ(ଏଭିଆଇ)। ଆଉ କହିଛି, ଧୂମପାନ ଜନିତ ମୃତ୍ୟୁରେ ନିକୋଟିନ୍ ଦାୟୀ ନୁହେଁ। ସାଧରଣତଃ ଜଣେ ଯେତେବେଳେ ଧୂମପାନ କରିଥାଏ, ସେଥିରୁ ସିଗାରେଟ୍ ଟାର୍ ଓ ଅନ୍ୟ ବିଷାକ୍ତ ରସାୟନ ଧୂଆଁ […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ ଅଂଚଳରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କଠାରୁ ଦୁଇଟି AK 47 ରାଇଫଲ, ପିସ୍ତଲ, ଗ୍ରେନେଡ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ରାଷ୍ଟ୍ରୀୟ ରାଇଫଲସ, ସିଆରପିଏଫ୍ ଓ ସ୍ପେସିଆଲ ଅପରେସନସ ଗ୍ରୁପ ପକ୍ଷରୁ ମିଳିତ ଭାବେ ଏହି ଅପରେସନ କରାଯାଇଥିଲା। ଗତକାଲି ଅନନ୍ତନାଗ ଅଂଚଳରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ଅପରେସନ ଆରମ୍ଭ ହୋଇଥିଲା। ଏବେ ବି କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ […]
ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଜେଲ୍। ଗୋଖାଦ୍ୟ ଦୁର୍ନୀତିର ଡୁମକା କୋଷାଗାର ମାମଲାରେ ଲାଲୁ ଯାଦବଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ। ଏଥିସହ ୩୦ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ କରିଛନ୍ତି। ଗୋଖାଦ୍ୟ ଦୁର୍ନୀତିରେ ଲାଲୁ ଦଣ୍ଡ ପାଇବାରେ ଏହା ହେଉଛି ଚତୁର୍ଥ ମାମଲା ଏବଂ ଏଥିରେ ତାଙ୍କୁ ସର୍ବାଧିକ ଦଣ୍ଡାଦେଶ ହୋଇଛି। ଡୁମକା କୋଷାଗାରରୁ ୩ କୋଟି ୭୬ ଲକ୍ଷ ଟଙ୍କା […]
ମୁମ୍ବାଇ: ଅନୁଷ୍କା ଶର୍ମାଙ୍କ ବିବାହ ପରେ ବର୍ତ୍ତମାନ ବଲିଉଡ଼ ଇଣ୍ଡଷ୍ଟ୍ରିର ଫ୍ୟାଶନ ଡିଭା ସୋନମ କପୁରଙ୍କ ଘରେ ସାହାନାଇର ବାଜିବ। ସୂଚନା ଅନୁସାରେ, ସୋନମ୍ ଜୁନ୍ ମାସରେ ତାଙ୍କ ଲଙ୍ଗ୍ ଟାଇମ୍ସ ବୟଫ୍ରେଣ୍ଡ ଆନନ୍ଦ ଅହୁଜାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। Veere Di Wedding ଫିଲ୍ମ ରିଲିଜ୍ ହେବାପରେ ସୋନମ୍ ଲଣ୍ଡନରେ ଆନନ୍ଦଙ୍କୁ ବିବାହ କରିବେ ବୋଲି ସୂଚନା ମିଳିଛି। ବିବାହକୁ ନେଇ ପରିବାର ସହ କଥାବାର୍ତ୍ତା: ବିବାହ କେଉଁଠି ହେବ ଭାରତରେ […]
ନୂଆଦିଲ୍ଲୀ: ଦିଲ୍ଲୀ ରାମଲୀଲା ମଇଦାନରେ ଆନ୍ନାଙ୍କ ଆମରଣ ଅନଶନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଲୋକପାଳ ଗଠନ ଦାବି ନେଇ ଗତକାଲିଠାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ସମାଜସେବୀ ଆନ୍ନା ହଜାରେ। କେନ୍ଦ୍ରରେ ଲୋକପାଳ ନିଯୁକ୍ତ ଓ ଚାଷୀଙ୍କ ଲାଗି ଉଦ୍ଦିଷ୍ଟ ସ୍ୱାମୀନାଥନ କମିଟି ସୁପାରିସକୁ କାର୍ଯ୍ୟକାରୀ କରିବା ଦାବିରେ ଦିଲ୍ଲୀ ରାମଲୀଲା ମଇଦାନରେ ଆନ୍ନା ଆମରଣ ଅନଶନ କରୁଛନ୍ତି। ଏଥର କେନ୍ଦ୍ର ଆଗରେ ୭ଟି ସର୍ତ୍ତ ରଖିଛନ୍ତି ଆନ୍ନା। ଏଥିରେ ପ୍ରମୁଖ ରହିଛି ତୁରନ୍ତ ଲୋକପାଳ ଓ […]
ନୂଆଦିଲ୍ଲୀ: ଆଜି ସାରା ବିଶ୍ୱରେ ପାଳନ ହେବ ଆର୍ଥ ଆୱାର ବା ପୃଥିବୀ ପାଇଁ ଏକ ଘଣ୍ଟା। ଆଜି ରାତି ୮ଟା ୩୦ରୁ ୯ଟା ୩୦ ଯାଏଁ ଘଣ୍ଟାଏ ପାଇଁ ଘରର ବା ନିଜ ଆଖପାଖର ଲାଇଟ୍ ବନ୍ଦ କରି ଆର୍ଥ ଆୱାର ପାଳନ କରିବେ ବିଶ୍ୱବାସୀ। ଶକ୍ତି ସଂରକ୍ଷଣ ଦୃଷ୍ଟିରୁ କେବଳ ଅତ୍ୟାବଶ୍ୟକ ଆଲୋକକୁ ଛାଡ଼ି ଏହି ଘଣ୍ଟାଟେ ପାଇଁ ସମସ୍ତ ଆଲୋକ ଓ ବୈଦ୍ୟୁତିକ ଉପକରଣ ବନ୍ଦ କରିବାକୁ ଆହ୍ୱାନ ଦିଆଯାଇଛି। ଚଳିତ ବର୍ଷ […]
ଆଉ ଦିନ କେଇଟା ପରେ ଚମକିବ ଆଇପିଏଲ୍। ଏହାର ୧୧ତମ ସିଜିନ ଆରମ୍ଭ ହେବାକୁ ଯାଉଛି। କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଲାଣି। ବିଶ୍ୱର ବଛା ବଛା ଖେଳାଳିଙ୍କୁ ଗୋଟିଏ ଟିମ୍ରେ ଦେଖିବାକୁ ସୁଯୋଗ ମିଳିବ। ଏହାରି ମଧ୍ୟରେ ଏକ ସୂଚନା ଦିଆଯାଇଛି ଯେ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ଉତ୍ସବର ତାରିଖ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଧାର୍ଯ୍ୟ ହୋଇଥିଲା, ଆଇପିଏଲର ଉଦ୍ଘାଟନୀ ଉତ୍ସବ ଏପ୍ରିଲ ୬ ତାରିଖରେ ଆୟୋଜନ କରାଯିବ। କିନ୍ତୁ ପରେ ବିଭିନ୍ନ ସମସ୍ୟା […]
ନୂଆ ଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ଆମ ଆଦମୀ ପାର୍ଟି( ଆପ୍)ର ୨୦ ଜଣ ବିଧାୟକଙ୍କୁ ଜୀବନଦାନ ଦେଇଛନ୍ତି। ଲାଭଜନକ ପଦରେ ଥିବା ମାମଲାରେ ଜାନୁୟାରୀ ୧୯ରେ ୨୦ ଜଣ ବିଧାୟକଙ୍କ ପଦକୁ ରଦ୍ଦ କରିଦେଇଥିଲେ ନିର୍ବାଚନ କମିଶନ। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ବିଚାର ପରେ ଏହି ବିଧାୟକମାନଙ୍କ ସଦସ୍ୟତା ପଦ ବଳବତ୍ତର ରହିଛି। सत्य की जीत हुई। दिल्ली के लोगों द्वारा चुने हुए प्रतिनिधियों को ग़लत तरीक़े से बर्खास्त […]
ଲକ୍ଷ୍ନୌ: ମାତ୍ର ଗୋଟିଏ ଲିଟର ତେଲରେ ୧୫୩ କି.ମି. ଚାଲୁଛି ବାଇକ୍। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି କି? ହେଲେ ଏହା ସମ୍ପୂର୍ଣ୍ଣ ସତ। ଏମିତି ଏକ କରିସ୍ମା କରି ଦେଖାଇଛନ୍ତି ଉତ୍ତରପ୍ରଦେଶର ବିବେକ କୁମାର ପଟେଲ ନାମକ ଜଣେ ଯୁବକ। ଯେକୌଣସି କମ୍ପାନୀର ବାଇକ୍ କିଣିଲେ, ଅତି ବେଶିରେ ୭୫ରୁ ୮୦ କି.ମି. ପ୍ରତି ଲିଟର ଚାଲୁଛି। ହେଲେ ବିବେକ ତାଙ୍କ ବାଇକ୍ରେ ମାତ୍ର ଗୋଟିଏ ଛୋଟ ଟେକ୍ନୋଲଜି ବ୍ୟବହାର କରିଛନ୍ତି, ଯାହାଦ୍ୱାରା ତାଙ୍କ ବାଇକ୍ ୧୫୩ […]
ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ ହୋଇଛି ଏକ ଅଜବ ରୋଗ। ଏମିତି ରୋଗ ଯେ କଥା କହିଲା ବେଳେ ରାଣୀଙ୍କୁ ଖାଲି ବାରମ୍ବାର ହିଚକି ଆସୁଛି। ତେବେ ଆମେ ଏଠି ରାଣୀଙ୍କ ରିଅଲ ଲାଇଫ କଥା ନୁହେଁ ବରଂ ରିଲ୍ ଲାଇଫ କଥା କହୁଛୁ। ଆଜି ପରଦାକୁ ଆସିଛି ରାଣୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ହିଚକି। ଫିଲ୍ମରେ ରାଣୀ ଜଣେ ଶିକ୍ଷୟତ୍ରୀ ଭୂମିକାରେ ନଜର ଆସୁଛନ୍ତି। ଫିଲ୍ମରେ ରାଣୀଙ୍କ ସହ ହର୍ଷ ମେୟର ଏବଂ ସୁପ୍ରିୟା […]
ନୂଆଦିଲ୍ଲୀ: ଆଜି ଦେଶର ୭ଟି ରାଜ୍ୟରେ ୨୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେଉଛି। ଉତ୍ତର ଉତ୍ତରପ୍ରଦେଶରେ ସର୍ବାଧିକ ୧୦ଟି ସିଟ୍ ପାଇଁ ନିର୍ବାଚନ ହେଉଥିବା ବେଳେ ପଶ୍ଚିମବଙ୍ଗରେ ୫ଟି, କର୍ଣ୍ଣାଟକର ୪ଟି, ତେଲେଙ୍ଗାନାର ୩ଟି, ଝାଡଖଣ୍ଡର ୨ ଏବଂ ଛତିଶଗଡ଼ରେ ଗୋଟିଏ ଆସନ ପାଇଁ ନିର୍ବାଚନ ହେଉଛି। ଏହାସହ କେରଳର ଗୋଟିଏ ଆସନରେ ଉପନିର୍ବାଚନ ହେଉଛି। ସୂଚନାଯୋଗ୍ୟ, ଆସନ୍ତା ଏପ୍ରିଲରେ ୬୨ଟି ରାଜ୍ୟସଭା ପଦ ଖାଲି ହେଉଛି। ଏଥିମଧ୍ୟରୁ ୩ଟି ମନୋନୀତ ସଦସ୍ୟ ହୋଇଥିବାବେଳେ ୫୯ଟି […]
ନୂଆଦିଲ୍ଲୀ: ଆଜିଠୁ ପୁଣି ଅନଶନକୁ ଓହ୍ଲାଇବେ ସମାଜସେବୀ ଆନ୍ନା ହଜାରେ। ଚାଷୀଙ୍କ ପାଇଁ ଅନିର୍ଦ୍ଦିଷ୍ଟ କାଳ ଲାଗି ଦିଲ୍ଲୀର ରାମଲୀଳା ମଇଦାନରେ ଅନଶନ କରିବେ। ସ୍ୱାମୀନାଥନ କମିଶନଙ୍କ ରିପୋର୍ଟ କାର୍ଯ୍ୟକାରୀ କରିବା ହେଉଛି ତାଙ୍କର ପ୍ରମୁଖ ଦାବି। ଦେଶରେ ଚାଷୀ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପ୍ରାୟ ପ୍ରତିଦିନ ଆତ୍ମହତ୍ୟା କରୁଛନ୍ତି। ଚାଷୀମାନଙ୍କ ଅବସ୍ଥା ସୁଧାରିବାକୁ ହେଲେ ସରକାର ୬୦ବର୍ଷରୁ ଅଧିକ ବୟସର ଚାଷୀଙ୍କୁ ମାସିକ ୫ହଜାର ଟଙ୍କା ଭତ୍ତା ପ୍ରଦାନ କରିବାକୁ ଆନ୍ନା ଦାବି କରିଛନ୍ତି।
ଚେନ୍ନାଇ: ପୁଣି ୮୨୪ କୋଟିର ବ୍ୟାଙ୍କ ଠକେଇ। ଚେନ୍ନାଇର ଏକ ଗହଣା କମ୍ପାନୀ ବିରୋଧରେ ସିବିଆଇରେ ମାମଲା ହୋଇଛି । ପିଏନ୍ବି(ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କ) ଋଣ ସ୍କାମ୍ର ପର୍ଦ୍ଦାଫାସ୍ ପରେ ଗୋଟିଏ ପରେ ଗୋଟିଏ ଋଣ ଠକେଇର ଗୁମର ଖୋଲୁଛି। ସୂଚନା ଅନୁସାରେ ,କନିଷ୍କ ଗୋଲ୍ଡ ନାମକ ଚେନ୍ନାଇର ଏକ ସଂସ୍ଥା ୧୪ଟି ବ୍ୟାଙ୍କରୁ ୮୨୪.୧୫ କୋଟି ଟଙ୍କା ଠକି ନେଇଛି। ଏ ସଂକ୍ରାନ୍ତରେ ସିବିଆଇକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅବଗତ କରାଇଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନେତୃତ୍ୱରେ […]
ଇସ୍ଲାମାବାଦ୍ : ପାକିସ୍ତାନ ସରକାରଙ୍କ ବଡ ଘୋଷଣା। ପାକିସ୍ତାନରେ ବନ୍ଦୀ ଥିବା ୩୬୦ ଭାରତୀୟଙ୍କୁ ଛାଡିବାକୁ ଘୋଷଣା କରିଛନ୍ତି ପାକିସ୍ତାନ ସରକାର। ଆସନ୍ତା ମଙ୍ଗଳବାର ଠାରୁ ପର୍ଯ୍ୟାୟ କ୍ରମେ ଭାରତୀୟ ବନ୍ଦୀଙ୍କୁ ଛଡାଯିବ। ପାକିସ୍ତାନ ବୈଦେଶିକ ପ୍ରବକ୍ତା ମୋହମ୍ମଦ ଫେସଲ କହିଛନ୍ତି ୫୩୭ ଜଣ ଭାରତୀୟ ପାକିସ୍ତାନର ଅନେକ ଜେଲରେ ବନ୍ଦୀ ଭାବେ ଅଛନ୍ତି। ଯେଉଁଥିରେ କି ୪୮୩ ଜଣ ମତ୍ସ୍ୟଜୀବୀ ଥିବା ସେ କହିଛନ୍ତି। ଆସନ୍ତା ମଙ୍ଗବାର ଦିନ ପ୍ରଥମେ ୧୦୦ ଜଣ ଏବଂ ଏପ୍ରିଲ […]
ମୁମ୍ବାଇ: ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ୍ ଏବେ ଅପ୍କମିଂ ପିଲ୍ମ ‘ଠଗ୍ସ୍ ଅଫ୍ ହିନ୍ଦୁସ୍ଥାନ’ର ସୁଟିଂରେ ପୁରା ବ୍ୟସ୍ତ। କେବଳ ଠଗ୍ସ୍ ଅଫ୍ ହିନ୍ଦୁସ୍ଥାନ ନୁହେଁ, ଅମିର ଖାନ୍ଙ୍କ ବ୍ୟସ୍ତତାର ଆଉ ଏକ କାରଣ ମଧ୍ୟ ରହିଛି। ଏହି କାରଣଟି ହେଲା ‘ମହାଭାରତ’। ଅର୍ଥାତ, ମହାଭାରତର କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଏହି ଫିଲ୍ମ। କିନ୍ତୁ ଏହି ଫିଲ୍ମ କୌଣସି ସାଧାରଣ କାହାଣୀ ପରି ନିର୍ମାଣ କରାଯିବ ନାହିଁ। ହଲିଉଡ୍ ଫିଲ୍ମ ‘ଗେମ୍ ଅଫ୍ ଥ୍ରୋନ୍ସ’ […]
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ସଦସ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଏକ ସ୍ୱତନ୍ତ୍ର ଏସସି/ଏସଟି କୋର୍ଟ ନିର୍ଦେଶ ଦେଇଛନ୍ତି। ହାର୍ଦ୍ଦିକ ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦକରଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ପାଣ୍ଡ୍ୟା ଜାଣିଶୁଣି ଆମ୍ବେଦକରଙ୍କ ପ୍ରତିନିଧିତ୍ୱ କରୁଥିବା ସମ୍ପ୍ରଦାୟର ଭାବନାକୁ ଆଘାତ ପହଞ୍ଚାଇଛନ୍ତି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି। ଗତବର୍ଷ ଡିସେମ୍ବର ୨୬ରେ ହାର୍ଦ୍ଦିକ ପାଣ୍ଡ୍ୟା ଆମ୍ବେଦକରଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।
ନୂଆଦିଲ୍ଲୀ: ସଫଳତାର ସହ ପରୀକ୍ଷଣ ହୋଇଛି ସୁପରସୋନିକ୍ କ୍ରୁସ ମିସାଇଲ ବ୍ରହ୍ମୋସ। ରାଜସ୍ଥାନର ପୋଖରନରୁ ବ୍ରହ୍ମୋସର ସଫଳ ପରୀକ୍ଷଣ ହୋଇଛି। ଭାରତ ଏବଂ ଋ଼ଷ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ବ୍ରହ୍ମୋସ। ଭାରତୀୟ ବାୟୁ ସେନାର ଶକ୍ତିଶାଳୀ ଯୁଦ୍ଧ ବିମାନ ସୁଖୋଇରେ ବ୍ରହ୍ମୋସକୁ ଉତକ୍ଷେପଣ କିମ୍ବା ଲକ୍ଷଭେଦ କରାଯାଇ ପାରିବ। ୨୦୦୬ରେ ବ୍ରହ୍ମୋସ ଭାରତୀୟ ସେନାରେ ସାମିଲ ହୋଇଥିଲା। ୧୫ ଶହ କିଲୋମିଟର ଯାଏ ଲକ୍ଷ୍ୟଭେଦ କରିପାରିବ କ୍ଷେପଣାସ୍ତ୍ର ବ୍ରହ୍ମୋସ। ଡିଆରଡିଓ ଟିମର ଏହି ସଫଳତା ପାଇଁ […]
ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା ପାଇଁ ବର୍ତ୍ତମାନ ଆଉ ଗୋଟିଏ ଆଇଡ଼ିରୁ ଅଧିକ ଥର ଇ-ଟିକେଟ୍ ବୁକିଂ ହୋଇପାରିବନି। ଯଦି ଗୋଟିଏ ଆଇଡ଼ିରୁ ବାରମ୍ବାର ଟିକେଟ୍ ବୁକିଂ କରାଯାଏ ତେବେ ଉକ୍ତ ଆଇଡ଼ିକୁ ରେଲୱେ ପକ୍ଷରୁ ବ୍ଲକ୍ କରି ଦିଆଯିବ। ଫଳରେ ଟିକେଟ୍ ବୁକିଂ ପାଇଁ ଦଲାଲ କରୁଥିବା ନେଟୱର୍କର ଅବସାନ ଘଟିବା ସହ ଯାତ୍ରୀମାନଙ୍କୁ ସୁବିଧା ହେବବୋଲି ରେଳ ବିଭାଗ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗୋଟିଏ ଆଇଡ଼ିରୁ ଅଧିକତର ଟିକେଟ୍ ବୁକିଂ କରାଯାଇ ଏହାର ଦୁରୂପଯୋଗ କରାଯାଉଛି […]