ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)ର ସ୍ୱଦେଶୀ ସାଟେଲାଇଟ INRSS-1I ର ସଫଳ ଉତ୍କ୍ଷେପଣ। ଭୋର ୪ଟା ୪ ମିନିଟରେ PSLV-C41 ରକେଟ୍ ଜରିଆରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଏହାକୁ ସଫଳତାର ସହ ଉତ୍କ୍ଷେପଣ କରାଯାଇଛି। INRSS-1I ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଏକ ନାଭିଗେସନ୍ ସାଟେଲାଇଟ। ଏହା ସାମୁଦ୍ରିକ ନାଭିଗେସନ ସହ ସୈନ୍ୟ କ୍ଷେତ୍ରରେ ମଧ୍ୟ ସହାୟତା ମିଳିପାରିବ। ୧ ହଜାର ୪୨୦ କୋଟି ଟଙ୍କା ଖର୍ଚ୍ଚରେ ପ୍ରସ୍ତୁତ […]
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜସ୍ଥାନ ପ୍ରଭାରୀ ପଦରୁ ହଟିଲେ କୁମାର ବିଶ୍ୱାସ। ପାର୍ଟି ନେତା ଆଶୁତୋଷ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। କୁମାର ବିଶ୍ୱାସଙ୍କୁ ନେଇ ଆମ୍ ଆଦମୀ ପାର୍ଟିର ପିଏସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗତ ମେ ୨୦୧୭ରେ ଆପ୍ ନେତା କୁମାର ବିଶ୍ୱାସଙ୍କୁ ଆମ୍ ଆଦମୀ ପାର୍ଟିର ରାଜସ୍ଥାନ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା। ତେବେ ନିଜର ବ୍ୟକ୍ତିଗତ କାମରେ ବ୍ୟସ୍ତ ରହୁଥିବାରୁ ସେ ରାଜସ୍ଥାନରେ ଦଳୀୟ କାର୍ଯ୍ୟକ୍ରମରେ ସମୟ […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଖଣ୍ଡପୀଠ ଗଠନ ଏବଂ ମାମଲା ବଣ୍ଟନକୁ ନେଇ ଦାଏର ହୋଇଥିବା ଜନସ୍ୱାର୍ଥ ଆବେଦନ ଖାରଜ ହୋଇଯାଇଛି। ସୁପ୍ରିମକୋର୍ଟରେ ଆଜି ଏନେଇ ଶୁଣାଣି ହୋଇଛି। ଯେଉଁଥିରେ କଡ଼ା ଭାଷାରେ ଆବେଦନକୁ ଭର୍ତ୍ସନା କରିଛନ୍ତି କୋର୍ଟ। ପ୍ରଧାନ ବିଚାରପତିଙ୍କ କାର୍ଯ୍ୟ ଦକ୍ଷତା ଉପରେ ସନ୍ଦେହ କରାଯାଇ ନ ପାରେ। ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର। କେଉଁ ମାମଲା କେଉଁ ବେଞ୍ଚ ଶୁଣାଣି କରିବେ ତାହା କେବଳ ପ୍ରଧାନ ବିଚାରପତି ହିଁ ନିଷ୍ପତ୍ତି ନେବେ ବୋଲି କହିଛନ୍ତି […]
ନୂଆଦିଲ୍ଲୀ: ଆଲଜେରିଆରେ ସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨୫୭ ଜଣ ସେନା ଯବାନଙ୍କର ମୃତ୍ୟୁ ହୋଇଛି। ଅଲଜେରିସର ବୋଫରିକ୍ ମିଲିଟାରୀ ବେସରୁ ବିମାନଟି ଉଡ଼ାଣ ଭରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନ ବନ୍ଦରରୁ ପ୍ରାୟ ୩୦ କିଲୋମିଟର ଦୂରରେ ଏକ ଚାଷ ଜମିରେ ଯାଇ ପଡ଼ିଥିଲା। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଏହି ଦୁର୍ଘଟଣା ପରେ ତଦନ୍ତ ଆରମ୍ଭ କରାଯାଇଥିବା ସେନାବାହିନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ବିମାନ ଦୁର୍ଘଟଣାରେ […]
ଚଣ୍ଡିଗଡ଼: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପଞ୍ଜାବ ୟୁନିଭର୍ସିଟିକୁ ୩,୫୦୦ ବହି ଦାନ କରିଛନ୍ତି। ସେ ନିଜ ବ୍ୟକ୍ତିଗତ ଲାଇବ୍ରେରୀରୁ ପଞ୍ଜାବ ୟୁନିଭର୍ସିଟିକୁ ଏହି ବହି ସବୁ ଦାନ କରିଛନ୍ତି। ବୁଧବାର ପଞ୍ଜାବ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମନମୋହନ ସିଂହ ୧୯୫୦ ମସିହାରେ ଏହି ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିଲେ। ଏହାପରେ ସେହିଠାରେ ଅର୍ଥଶାସ୍ତ୍ର ବିଭାଗରେ ଅଧ୍ୟାପନା କଲେ। ମାତ୍ର ୩୨ ବର୍ଷ ବୟସରେ ଫ୍ରଫେସର ପଦକୁ ଉନ୍ନୀତ ହୋଇ ସେଠାରେ ୧୯୬୦ ମସିହା […]
ଚନ୍ଦ୍ରପୃଷ୍ଠରେ ଜନବସତି ଦିଗରେ ଏକ ବଡ଼ ସମସ୍ୟା ଉପୁଜାଇପାରେ ଚନ୍ଦ୍ରକମ୍ପ ବା ଚନ୍ଦ୍ର ପୃଷ୍ଠରେ ଆସୁଥିବା ଭୂମିକମ୍ପ । ଏହା ପୃଥିବୀରେ ହେଉଥିବା ଭୂମିକମ୍ପ ଠାରୁ ଅଧିକ ଶକ୍ତିଶାଳୀ ଏବଂ ୨୦ ଗୁଣ ଅଧିକ ସମୟ ପାଇଁ ମଧ୍ୟ ରହେ । ଆମ ଠାରୁ ୩୮୪୪୦୦ କିଲୋମିଟର ଦୂରରେ ଥିବା ଆମର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ରରେ ଆସୁଥିବା ଭୂମିକମ୍ପ ପୃଥିବୀରେ ହେଉଥିବା ଭୂମିକମ୍ପ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ୧୯୭୨ ମସିହାରେ ଆପୋଲୋ ୧୭ ଚନ୍ଦ୍ର […]
ନୂଆଦିଲ୍ଲୀ: ଫେସ୍ବୁକ ତଥ୍ୟ ଲିକ୍ ମାମଲାରେ ନିଜ ପକ୍ଷ ରଖିବାକୁ ପ୍ରଥମ ଥର ପାଇଁ ବିଧିବଦ୍ଧ ଭାବେ ୟୁଏସ୍ କଂଗ୍ରେସ୍ ସମ୍ମୁଖରେ ହାଜର ହେଲେ ଫେସ୍ବୁକ୍ ସିଇଓ ମାର୍କ ଜୁକରବର୍ଗ। ୟୁଏସ୍ କଂଗ୍ରେସ ସମ୍ମୁଖରେ ହାଜର ହୋଇ ସେ ନିଜ ଦୋଷ ସ୍ୱୀକାର କରିବା ସହ କହିଥିଲେ ଯେ, ‘‘ମୁଁ ଫେସ୍ବୁକ ଆରମ୍ଭ କରିଥିଲି, ତେଣୁ ସେଥିରେ ହୋଇଥିବା ସମସ୍ତ ଭୁଲ୍ର ଦାୟିତ୍ୱ ମୁଁ ନେଉଛି।’’ କିଛି ଘଣ୍ଟା ଧରି ଚାଲିଥିବା ଆଲୋଚନାରେ ଜୁକରବର୍ଗଙ୍କୁ ୟୁଏସ୍ କଂଗ୍ରେସ […]
ନୂଆଦିଲ୍ଲୀ: ବେଳେବେଳେ ମଣିଷ ଯାହା ଭାବି ନଥାଏ, ତାହା ହୋଇଯାଏ। ଏହା ସମସ୍ତଙ୍କୁ ଚକିତ କରେ। ଯାହାକୁ କହନ୍ତି କପାଳ ଲିଖନ। ଏମିତି ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା। ଦୁବାଇରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ନିଜର ଭାଗ୍ୟ ବଳରେ ଡ୍ରାଇଭରରୁ ପାଲଟିଯାଇଛନ୍ତି କୋଟିପତି । ଆପଣ ନିଶ୍ଚୟ ଜାଣିବାକୁ ଇଚ୍ଛା କରୁଥିବେ ଏହା କିପରି ସମ୍ଭବ ହେଲା। ଦୁବାଇରେ ଏକ ଘରୋଇ ସଂସ୍ଥାରେ ଜଣେ ଡ୍ରାଇଭର ଭାବେ କାମ କରନ୍ତି ଜନ୍ ବର୍ଗିସ । […]
ଗୋଲ୍ଡକୋଷ୍ଟ : ଅଲମ୍ପିକ କାଂସ୍ୟ ପଦକ ବିଜେତା ତଥା ଭାରତର ସୁପର ଓମ୍ୟାନ ମେରି କମ୍ଙ୍କ ସୁପର ଶୋ’ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଖିବାକୁ ମିଳିଛି। ଆଜି ଖେଳାଯାଇଥିବା ୪୫-୪୮ କେଜି ବକ୍ସିଂ ବର୍ଗ ମ୍ୟାଚ୍ ଜିତି ସେ ଫାଇନାଲରେ ପହଞ୍ଚି ଯାଇଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱି ଶ୍ରୀଲଙ୍କାର ଅନୁଶା ଦିଲରୁକ୍ଷିଙ୍କୁ ୫-୦ରେ ହରାଇ ଏହି ସଫଳତା ପାଇଛନ୍ତି। ମେରି କମ୍ଙ୍କ ରୌପ୍ୟ ପଦକ ଜିତିବା ପକ୍କା ହୋଇ ସାରିଛି। ଆଜି ସେ ସ୍ୱର୍ଣ୍ଣ ପାଇଁ କୋର୍ଟରୁ ଓହ୍ଲାଇବେ। ପୂରା […]
ଋତୁ ପରିବର୍ତ୍ତନ ସହ ନିଜକୁ ଖାପଖୁଆଇ ଚଳିଲେ କିଛି ଅସୁବିଧା ହୋଇନଥାଏ। ଦିନଚର୍ଯ୍ୟା ବି ଠିକ୍ରେ ହୋଇଥାଏ। ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ। ଏବେ ଧିରେ ଧିରେ ଖରା ବଢିବାକୁ ଲାଗିଲାଣି। ଆଉ ଅସହ୍ୟ ଖରାରେ ଘର ବାହାରକୁ ଯିବାକୁ ବି ଇଚ୍ଛା ହେଉନି। ପ୍ରବଳ ଗ୍ରୀଷ୍ମ ତାପରେ ସ୍ୱାସ୍ଥ୍ୟ ବିଗିଡିବାର ଭୟ ଥାଏ। ଆପଣ ଚାହିଲେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ସେଥିପାଇଁ କିଛି ଉପାୟ ଜାଣନ୍ତୁ। ୧ – ଖରାରେ ବାବାରକୁ ଗଲେ […]
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ କମେଡି ପ୍ରତି ମନ ବଳେଇଛନ୍ତି। ଭୌତିକ ଓ ପ୍ରେମ କାହାଣୀକୁ ନେଇ ଫିଲ୍ମ କରିସାରିବା ପରେ ଅନୁଷ୍କା ଏବେ କମେଡି ଫିଲ୍ମ କରିବାକୁ ଯୋଜନା କରୁଛନ୍ତି। ଆସନ୍ତା ବର୍ଷ ଜାନୁୟାରୀ ମାସ ଶେଷ ସୁଦ୍ଧା ନିଜର ସବୁ ପ୍ରୋଜେକ୍ଟକୁ ସାରି କମେଡି ଫିଲ୍ମ କରିବାକୁ ସ୍ଥିର କରିଛନ୍ତି। ଏନ୍ଏଚ୍-୧୦,ଫିଲୌରୀ ଓ ପରୀ ପରି ଫିଲ୍ମ ନିର୍ମାଣ କରିସାରିଛି ଅନୁଷ୍କା ଶର୍ମାଙ୍କ ପ୍ରଯୋଜନା ସଂସ୍ଥା କ୍ଲିନ୍ ସ୍ଲେଟ୍ ଫିଲ୍ସ। ଅନୁଷ୍କାଙ୍କର ଏହି […]
କରୋନାର ଦ୍ୱିତୀୟ ଲହରକୁ ନେଇ ସାରା ବିଶ୍ୱ ତ୍ରସ୍ତ ଥିବା ବେଳେ ପୁଣି ତୃତୀୟ ଲହର ଆସିଗଲାଣି । ଅଗଷ୍ଟ ଶେଷ ସୁଦ୍ଧା ଭାରତରେ କୋଭିଡର ତୃତୀୟ ଲହର ଦେଖାଯିବ।
ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାର ୬ ଦିନ ପୂର୍ବରୁ ଅଲିମ୍ପିକ୍ ଭିଲେଜ୍ରୁ ପ୍ରଥମ କରୋନା କେସ୍ ଚିହ୍ନଟ ହୋଇଛି। ପଜିଟିଭ୍ ଚିହ୍ନଟ ନେଇ ଶନିବାର ଆୟୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି।
ଟିକା ନେବା ପରେ ବି କୋଭିଡ୍ରେ ଆକ୍ରାନ୍ତ ହେବା ବା ବ୍ରେକ୍ ଥ୍ରୁ ଇନଫେକ୍ସନର ପ୍ରମୁଖ କାରଣ କିଏ? ଡେଲ୍ଟା ଭ୍ୟାରିଏଣ୍ଟ ଆଇସିଏମଆର ଦ୍ୱାରା କରାଯାଇଥିବା ଷ୍ଟଡିରୁ ଅନେକ ତଥ୍ୟ ସାମ୍ନାକୁ ଆସିଛି। ନଜର ପକାନ୍ତୁ ICMR ଷ୍ଟଡିର ୧୦ଟି ପଏଣ୍ଟ ଉପରେ
ନାଗରିକର ସ୍ୱାସ୍ଥ୍ୟ ଓ ବଞ୍ଚିବାର ଅଧିକାର ସବୁଠୁ ଉର୍ଦ୍ଧ୍ୱରେ । ମୌଳିକ ଅଧିକାରଠୁ ଉପରେ ନୁହେଁ ଧର୍ମୀୟ ଭାବନା ।
ଅକ୍ଟୋବର ୧୭ ରୁ ଆରମ୍ଭ ହେବାକୁ ଥିବା ଟି -୨୦ ବିଶ୍ୱକପ ପାଇଁ ଆଇସିସି ଦୁଇଟି ଗ୍ରୁପ୍ ଘୋଷଣା କରିସାରିଛି । ସୁପର ୧୨ରେ ୨ଟି ଗ୍ରୁପ୍ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଭାରତ-ପାକିସ୍ତାନ ଦ୍ୱିତୀୟ ଗ୍ରୁପରେ ରହିଛନ୍ତି ।
ବିଗତ ଅନେକ ବର୍ଷ ଧରି, ହବଲ୍ ବ୍ରହ୍ମାଣ୍ଡର ଅନେକ ଚମତ୍କାର ଏବଂ ସୁନ୍ଦର ଫଟୋ ଦେଇଛନ୍ତି। କିନ୍ତୁ ଜୁନ୍ ୧୩ ରେ, ଏହି ଟେଲିସ୍କୋପ୍ ସହିତ ଏକ ସମସ୍ୟା ହୋଇଥିଲା। ବର୍ତ୍ତମାନ ନାସା କମ୍ପ୍ୟୁଟର ତ୍ରୁଟି ବିଷୟରେ ଜାଣିବାକୁ ପାଇଛି ଯେଉଁଥିପାଇଁ ହଲବ ଟେଲିସ୍କୋପ ବନ୍ଦ ହୋଇଯାଇଥିଲା।
ବିଜାପୁର : ଛତିଶଗଡ଼ର ନକ୍ସଲ ପ୍ରବଣ ଅଞ୍ଚଳ ବିଜାପୁରରେ ଆଜି ନକ୍ସଲମାନେ ପୁଲିସ୍ ପ୍ୟାଟ୍ରୋଲିଂ ଟିମ୍ ଉପରେ ହମ୍ଲା କରିଛନ୍ତି। ଏଥିରେ ଦୁଇ ଜଣ ପୁଲିସ୍ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ପୁଲିସ୍ କର୍ମଚାରୀଙ୍କୁ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଆଜି ପୁଲିସ୍ ବାହିନୀ କ୍ୟାମ୍ପରୁ ପ୍ୟାଟ୍ରୋଲିଂ ପାଇଁ ବିଜାପୁର ସ୍ଥିତ ଏକ ଜଙ୍ଗଲକୁ ଯାଉଥିବା ବେଳେ ଏଭଳି ନକ୍ସଲ ହମ୍ଲାର ଶିକାର ହୋଇଥିବା ଜଣାପଡ଼ିଛି। ହମ୍ଲା ପରେ କିଛି ସମୟ […]