• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

bjp
ରାଜସ୍ଥାନରେ ମୋଦିଙ୍କ ମାରାଥନ ରାଲି ଓ ସଭା

ନୂଆଦିଲ୍ଲୀ : ଚତୁର୍ଥ ଏବଂ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଜୋରଦାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଗୁଜରାଟ ଗସ୍ତ ଶେଷ କରି ରାଜସ୍ଥାନର ଚିତୋରଗଡ଼ରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ।   ଆସନ୍ତା ଏପ୍ରିଲ ୨୯ରେ ଏହି ଆସନ ଲାଗି ମତଦାନ ହେବ। ଚଳିତ ବିଧାନସଭା ନିର୍ବାଚନରେ ବିଜେପି ଏଠାରେ ହାରିବାର ସମ୍ମୁଖିନ ହୋଇଥିବାରୁ ଲୋକସଭା ନିର୍ବାଚନରେ ଦଳ ଏଠାରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି। ଦଳୀୟ ପ୍ରାର୍ଥୀଙ୍କ ପାଇଁ […]

avi
ଅଭିନନ୍ଦନଙ୍କୁ ମିଳିବ ଶ୍ରେଷ୍ଠ ସାମରିକ ସମ୍ମାନ

ନୂଆଦିଲ୍ଲୀ : ବାୟୁସେନାର ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ମିଳିବ ବୀର ଚକ୍ର ସମ୍ମାନ। ଅଭିନନ୍ଦନଙ୍କୁ ସମ୍ମାନିତ କରିବା ଲାଗି ବାୟୁ ସେନା ପକ୍ଷରୁ ସୁପାରିସ କରାଯାଇଛି। ବୀର ଚକ୍ର ହେଉଛି ତୃତୀୟ ବୃହତ୍ତମ ସାମରିକ ସମ୍ମାନ। ଆମେରିକାରେ ନିର୍ମିତ ପାକିସ୍ତାନୀ ଯୁଦ୍ଧ ବିମାନ ଏଫ୍-୧୬କୁ ଖସାଇ ଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ମିରାଜ-୨୦୦୦ର ପାଇଲଟ୍ ଅଭିନନ୍ଦନ ଫେବ୍ରୁଆରି ୨୭ରେ ପାକିସ୍ତାନ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ। ଅନ୍ୟପକ୍ଷରେ ତାଙ୍କର ସୁରକ୍ଷାକୁ ନଜରରେ ରଖି […]

play
ଆଇପିଏଲର ୩୬ତମ ମ୍ୟାଚ୍ : ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ

ଜୟପୁର: ଚଳିତ ଆଇପିଏଲର ୩୬ତମ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚରେ ରାଜସ୍ଥାନର ନୂଆ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚ୍ ପାଇଁ ରାଜସ୍ଥାନ ଦଳରେ ତିନୋଟି ପରିବର୍ତ୍ତନ କରାଯାଇଛି। ସ୍ମିଥଙ୍କ ସମେତ ବେନ୍ ଷ୍ଟୋକ୍ସ ଓ ରିୟାନ ପରାଗ ଦଳକୁ ଫେରିଛନ୍ତି। ତେବେ ଇଂଲିଶ୍ ବ୍ୟାଟ୍ସମ୍ୟାନ୍ ଜୋସ ବଟଲର, ଈଶ୍ ସୋଢୀ […]

lara
ଆଗାମୀ ବିଶ୍ୱକପକୁ ନେଇ ଲାରାଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ମହାନ୍ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା ଆଗାମୀ ବିଶ୍ୱକପକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ଲାରାଙ୍କ ମତରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଓ ଆୟୋଜକ ଇଂଲଣ୍ଡ ଟିମ୍ ନିଶ୍ଚିତ ଭାବେ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିବେ। ଅନ୍ୟପକ୍ଷରେ ସେ ନିଜ ଟିମ୍ ଅର୍ଥାତ୍ ୱେଷ୍ଟଇଣ୍ଡିଜକୁ ହାଲକା ନଭାବିବାକୁ କହିଛନ୍ତି। ସେ କହିଛନ୍ତି, ଗତ ଦୁଇଟି ଯାକ ବିଶ୍ୱକପ (ଟି-୨୦)ରେ ୱେଷ୍ଟଇଣ୍ଡିଜ୍ ସମସ୍ତଙ୍କୁ ଚକିତ କରିଥିଲା। ତେଣୁ ଏହି ଟିମ ବିରୋଧରେ ସତର୍କ ରହିବାକୁ ଲାରା ପରାମର୍ଶ […]

cji
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ। ସୁପ୍ରିମ୍‌କୋର୍ଟର ଜଣେ ପୂର୍ବତନ କର୍ମଚାରୀ ଏହି ଅଭିଯୋଗ ଆଣିଛନ୍ତି। ବିଭିନ୍ନ ବିଚାରପତିଙ୍କ ନିକଟରେ ଏ ସଂପର୍କରେ ସେ ଆଫିଡେଫିଟ୍ ଦାଖଲ କରିଛନ୍ତି। ଏହି ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି ଜଷ୍ଟିସ୍‌ ରଞ୍ଜନ ଗୋଗେଇ। ଏହାକୁ ନେଇ ଆଜି ଏକ ସ୍ୱତନ୍ତ୍ର ବେଞ୍ଚର ଜରୁରୀକାଳୀନ ବୈଠକ ବସିଥିଲା। ଜଷ୍ଟିସ୍‌ ରଞ୍ଜନ ଗୋଗେଇ କହିଛନ୍ତି, ଦେଶର ବିଚାର ବ୍ୟବସ୍ଥା ପ୍ରତି ବିପଦ […]