ଚେନ୍ନାଇ: ସାମ୍ବାଦିକାଙ୍କ ଗାଲକୁ ଛୁଇଁ ଅଡୁଆରେ ତାମିଲନାଡୁ ରାଜ୍ୟପାଳ। ଗତକାଲି ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ୍ ପୁରୋହିତ ଏକ ସାମ୍ବାଦିକ ସମ୍ମିଳନୀ ପରେ ଜଣେ ମହିଳା ସାମ୍ବାଦିକଙ୍କ ଗାଲକୁ ଛୁଇଁ ଦେଇଥିଲେ। ସାମ୍ବାଦିକା ଜଣଙ୍କ ତାଙ୍କୁ ପ୍ରଶ୍ନ ପଚାରୁଥିବା ବେଳେ ରାଜ୍ୟପାଳ ପ୍ରଶ୍ନକୁ ଏଡାଇ ଯାଇ ତାଙ୍କ ଗାଲକୁ ଛୁଇଁଥିଲେ। ସେପଟେ ଏହାକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ମହିଳା ସାମ୍ବାଦିକ। ସେ ଟ୍ୱିଟ୍ କରି ରାଜ୍ୟପାଳଙ୍କ ବ୍ୟବହାର ଠିକ୍ ନୁହେଁ ବୋଲି ଦର୍ଶାଇଛନ୍ତି। ଏସବୁ ଘଟଣା ଘଟିଥିଲା […]
ନୂଆଦିଲ୍ଲୀ: ଏଟିଏମ୍ରେ ଟଙ୍କା ଅଭାବ ସତ୍ତ୍ୱେ ସରକାର ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଶିବ ପ୍ରସାଦ ଶୁକ୍ଲା କହିଛନ୍ତି, ଏଟିଏମ୍ରେ ଟଙ୍କାର ଅଭାବ ନାହିଁ। କେତେକ ସ୍ଥାନରେ କମ୍ ପରିମାଣର ଟଙ୍କା ମିଳୁଛି। କିନ୍ତୁ ଯାହା କୁହାଯାଉଛି, ଟଙ୍କା ଆଦୌ ମିଳୁନି, ତାହା ସତ ନୁହେଁ। କେତେକ ରାଜ୍ୟରେ ଫସଲ ଅମଳ ଓ ବାହାଘର ଋତୁ ଯୋଗୁଁ ଅଧିକ କ୍ୟାସ୍ ଦରକାର ହେଉଛି। କିନ୍ତୁ ସାମଗ୍ରିକ ଭାବେ ଦେଖିଲେ ସେମିତି କିଛି […]
ଭୋପାଳ: ମଧ୍ୟପ୍ରଦେଶରେ ନଦୀକୁ ଟ୍ରକ୍ ଖସି ୨୧ଜଣଙ୍କ ମୃତ୍ୟୁ ହୋଇଛି। ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିବା ବେଳେ ମଧ୍ୟପ୍ରଦେଶର ସିଦ୍ଧି ନିକଟରେ ଟ୍ରକ୍ଟି ସୋନ୍ ନଦୀ ଭିତରକୁ ଖସିପଡିଥିଲା। ଘଟଣାସ୍ଥଳରେ ୧୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଆହତ ମାନଙ୍କୁ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତରଖାନାରେ ଆଉ ୬ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଟ୍ରକ ତଳେ ଆହୁରି କିଛି ଲୋକ ଚାପି ହୋଇ ରହିଥିବା […]
କେରଳ : ମା ପାଇଁ ଅଲୋଡା ହେଲା ଶିଶୁକନ୍ୟା। ତାକୁ ମାରି ପାଇଖାନାରେ ଫିଙ୍ଗି ଦେଲା ମା। ଏଭଳି ଏକ ହୃଦୟବିଦାରକ ଓ ଅବିଶ୍ୱସନୀୟ ଘଟଣା କେରଳରେ ଦେଖିବାକୁ ମିଳିଛି। ଏ ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। କେମିତି ଘଟିଲା ଏଭଳି ଏକ ଅମାନବୀୟ ଘଟଣା ? କିଏ ସେ ନିର୍ଦ୍ଦୟ ବାପ-ମା? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ। ପୂରା ଘଟଣାଟି ଏହିପରି – କ୍ଲିନିକ୍ର ପାଇଖାନାଟି ଜାମ୍ ରହିଥିବା କାରଣରୁ ଡାକ୍ତର ପ୍ଲମ୍ବରକୁ […]
ଯୋଧପୁର : ବିଦେଶ ଗସ୍ତରେ ଯିବା ପାଇଁ ଅଭିନେତା ସଲମାନ ଖାନଙ୍କୁ ଯୋଧପୁର ଜିଲ୍ଲା ଓ ସେସନସ କୋର୍ଟ ଅନୁମତି ଦେଇଛନ୍ତି। ୧୯୯୮ କୃଷ୍ଣସାର ମୃଗ ଶିକାର ଘଟଣାରେ ସଲମାନଙ୍କୁ ଏପ୍ରିଲ ୭ରେ ଜାମିନ ମିଳିଥିଲା। କିନ୍ତୁ ଏଥିପାଇଁ କୋର୍ଟ କିଛି ସର୍ତ୍ତ ରଖିଥିଲେ। ସଲମାନଙ୍କୁ ଦେଶ ଛାଡିବା ଉପରେ କଟକଣା ଜାରି କରିବା ସହ ମେ ୭ରେ ପୁଣି ଥରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ବିଦେଶ ଗସ୍ତ ପାଇଁ ସଲମାନଙ୍କ ପକ୍ଷରୁ […]
The Government of India with the Reserve Bank of India have taken all steps to meet this unusual demand. We had adequate reserves of currency notes which have been used to meet fully the extraordinary demand generated so far — Ministry of Finance (@FinMinIndia) 17 April 2018
ନୂଆଦିଲ୍ଲୀ: ବିମୁଦ୍ରାକରଣ ପରେ ଏଟିଏମ୍ ଆଗରେ ଦେଖିବାକୁ ମିଳୁଥିଲା ଲମ୍ବା ଲାଇନ୍। ଏବେବି ସେହି ବିମୁଦ୍ରାକରଣ ଭଳି ଅନୁରୂପ ପରିସ୍ଥିତି ସୃଷ୍ଚି ହୋଇଛି। ଘଣ୍ଟା ଘଣ୍ଟା ଧରି ଛିଡା ହେଲେ ମଧ୍ୟ ଗ୍ରାହକଙ୍କୁ ଖାଲି ହାତରେ ଫେରିବାକୁ ପଡୁଛି। ସାରା ଦେଶରେ ଦେଖାଦେଇଛି ଏବେ ଟଙ୍କାର ଅଭାବ। ବିଭିନ୍ନ ରାଜ୍ୟରେ ଥିବା ଏଟିଏମ ଗୁଡିକରେ ଟଙ୍କାର ମରୁଡି ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ବିହାର,ମହାରାଷ୍ଟ୍ର ଓ ଗୁଜରାଟ ଭଳି ରାଜ୍ୟରେ ଏଟିଏମ ଗୁଡିକରେ ଟଙ୍କାର ଅଭାବ […]
ନୂଆଦିଲ୍ଲୀ: ବିବାହିତ ହୋଇ ଓ ଗୋଟିଏ ସନ୍ତାନର ଜନନୀ ହେଲାପରେ ମଧ୍ୟ ପୁଣିଥରେ ବିବାହ କରିବାକୁ ଚାହୁଁଛନ୍ତି ବଲିଉଡ଼ ଅଭିନେତ୍ରୀ କରୀନା କପୁର। ଏମିତିକି ବିବାହ ପାଇଁ ସେ ଅନେକ ସ୍ୱପ୍ନ ଦେଖିବା ମଧ୍ୟ ଆରମ୍ଭ କରିଦେଲେଣି। ଆପଣମାନଙ୍କୁ କଥାଟା ଶୁଣି ନିଶ୍ଚୟ ଅଡ଼ୁଆ ଲାଗୁଥିବ। ନିଶ୍ଚୟ ଭାବୁଥିବେ କି କରୀନା ତ ସୈଫ ଅଲ୍ଲୀ ଖାନ୍ଙ୍କୁ ବିବାହ କରିଛନ୍ତି, ସେମାନଙ୍କର ଗୋଟିଏ ପୁଅ ବି ଅଛି। ଆଉ ସେ ସୈଫଙ୍କ ସହ ବେଶ୍ ଖୁସି ମଧ୍ୟ […]
ଭୁବନେଶ୍ୱର : ଚାଷୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା। ଏ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର(IMD)। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଏଥର ବର୍ଷା ପରିମାଣ ପ୍ରାୟ ୯୭ ପ୍ରତିଶତ ରହିବା ସମ୍ଭାବନା ରହିଛି। କ୍ରମାଗତ ତୃତୀୟ ବର୍ଷ ପାଇଁ ଏହା ସ୍ୱାଭାବିକ ରହିବ। ବର୍ଷାର ପରିମାଣ ଲଙ୍ଗ୍ ପିରିୟଡ୍ ଆଭରେଜ୍ ବା LPAର ୯୭ ପ୍ରତିଶତ ରହିବ। ତେବେ ବର୍ଷା ପରିମାଣ ଆକଳନ ଠାରୁ ୫ […]
ନୂଆଦିଲ୍ଲୀ: ନକଲି ପରିଚୟ ଦେଇ କୌଣସି ଏକ ପେଶା ଆପଣେଇବା ଓ ଲୋକଙ୍କୁ ଭୁଆଁ ବୁଲେଇ ବିଶ୍ୱାସଭାଜନ ହେବାର ଅନେକ ନଜିର ଦେଖିବାକୁ ମିଳେ। ହେଲେ ଦିଲ୍ଲୀ ଏମ୍ସ୍ରେ ଏମିତି ଏକ ଘଟଣା ଘଟିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବିଶ୍ୱାସ କରିପାରିବେନି ଯେ ଏମ୍ସ୍ ଭଳି ଏକ ପ୍ରସିଦ୍ଧ ଡାକ୍ତରଖାନାରେ ଏମିତି ହୋଇଛି। ପ୍ରକାଶିତ ସୂଚନା ଅନୁସାରେ, ଆଦନାନ୍ ଖୁରାମ୍ ନାମକ ୧୯ବର୍ଷିୟ ଜଣେ ଡାକ୍ତର ଆଶାୟୀ ସାଧାରଣ ଯୁବକଙ୍କୁ ଦିଲ୍ଲୀ ପୁଲିସ୍ ଗିରଫ […]